ପ୍ରାର୍ଥୀଙ୍କ ପାଇଁ କରମା ନାଚିଲେ ବିଧାୟିକା

ସୁନ୍ଦରଗଡ଼, ୧୩।୨(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ହେଉଛି ସୁନ୍ଦରଗଡ଼ର ରାଜନୀତି। ଶନିବାର ଭାଜପା ଜିଲା ପରିଷଦ ପ୍ରାର୍ଥୀଙ୍କ ଲାଗି ପ୍ରଚାରରେ ସାମିଲ ହୋଇ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ଅଞ୍ଚଳର ପ୍ରସିଦ୍ଧ ‘କରମା’ ନୃତ୍ୟ ପରିବେଷଣ କରିଥିବା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଛି।
ସୁନ୍ଦରଗଡ଼ ଜିଲାରେ ପ୍ରାର୍ଥୀଙ୍କ ବିଜୟ ପାଇଁ ସବୁ ଦଳର ହେବିୱେଟ ନେତା ଏବେ ନିର୍ବାଚନ ମୈଦାନରେ। ବିଭିନ୍ନ ଦଳ ପକ୍ଷରୁ ନିଜ କୌଶଳରେ ଆଗେଇ ଚାଲିଛି ପ୍ରଚାର କାର୍ଯ୍ୟ। ଜିଲା ପରିଷଦ ଗଠନ ପାଇଁ ଭାଜପା ତା’ର ପ୍ରାର୍ଥୀମାନଙ୍କୁ କିଭଳି ଅଧିକ ଆସନରେ ଜିତାଇବ ସେ ନେଇ ପ୍ରଚାର ଅଭିଯାନକୁ ଜୋରଦାର କରିଛି। ପ୍ରଚାର ମୈଦାନରେ ଏମ୍‌ପି ଜୁଏଲ ଓରାମ, ବରିଷ୍ଠ ନେତା ରଞ୍ଜନ ପଟେଲ, ବିଧାୟିକା କୁସୁମ ଟେଟେ, ବିଧାୟକ ଭବାନୀ ଶଙ୍କର ଭୋଇ, ଶଙ୍କର ଓରାମ ରହିଛନ୍ତି। ଶନିବାର ସୁନ୍ଦରଗଡ଼ ସଦର ବ୍ଲକ (କ)ଜୋନର ଭାଜପା ପ୍ରାର୍ଥୀ ପ୍ରବୀନ ନାଏକଙ୍କ ସକାଶେ ଏହି ନେତାମାନେ ପ୍ରଚାର କରିଥିଲେ। ଭୋଟରଙ୍କୁ ଆକୃଷ୍ଟ କରିବା ସହ ପଞ୍ଚାୟତ ଫାଇଟରେ ଭାଜପାର ବାଜିମାତ୍‌ କରିବା ଲକ୍ଷ୍ୟନେଇ ଏହି ଅବସରରେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ କର୍ମୀଙ୍କ ସହିତ ଅଞ୍ଚଳର ପ୍ରସିଦ୍ଧ ‘କରମା’ ନାଚ ନାଚିଥିଲେ। ଏହି ଆସନରେ ଭାଜପା ପ୍ରାର୍ଥୀ ପ୍ରବୀନ ନାଏକଙ୍କ ସହ ବିଜେଡି ପ୍ରାର୍ଥୀ ଅଶ୍ବିନୀ ନାଏକଙ୍କ ସିଧାସଳଖ ପ୍ରତିଦ୍ବନ୍ଦ୍ୱିତା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସାରସ୍ବତ ଆସର: ‘ସାହିତ୍ୟ ସମାଜର ଦର୍ପଣ’

ଢେଙ୍କାନାଳ ଅଫିସ, ୫।୮:  ଭାଷା ଭିତ୍ତିରେ ଗଠନ ହୋଇଥିଲା ଓଡ଼ିଶା ପ୍ରଦେଶ। ଏହାର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଜାତି ଏବଂ ଓଡ଼ିଆ ଭାଷାକୁ ସ୍ବତନ୍ତ୍ର ମର୍ଯ୍ୟାଦା ଦେବା।...

ରାୟଗଡ଼ାରେ ବିଶ୍ୱ ହିନ୍ଦୁ ପରିଷଦର ବନ୍ଦ ସଫଳ

ରାୟଗଡ଼ା(ସ୍ବ.ପ୍ର)/ରାୟଗଡ଼ାଅଫିସ/ ମୁନିଗୁଡ଼ା/ଚନ୍ଦ୍ରପୁର/ ବିଷମକଟକ/ଗୁଣପୁର (ଡି.ଏନ୍‌.ଏ.), ୨୦।୪: ସମ୍ବଲପୁରରେ ହନୁମାନ ଜନ୍ମୋତ୍ସବ ଉପଲକ୍ଷେ ଚାଲିଥିବା ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାରେ ଆକ୍ରମଣ କରାଯିବାରୁ ବହୁ ଲୋକ ଆହତ ହୋଇଥିଲେ। ଏହାର...

ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ

ହିଞ୍ଜିଳିକାଟୁ,୧୯।୧୨( ଡି.ଏନ.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ରାଳବ ଗ୍ରାମରେ ଜଣେ ବିବାହିତା ମହିଳାଙ୍କ ପାରିବାରିକ କଳହରୁ ସୋମବାର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।...

ଶିକ୍ଷକ ନିଯୁକ୍ତିକୁ ବିରୋଧ: ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ

ଭବାନୀପାଟଣା,୨୩।୬(ଡି.ଏନ୍‌.ଏ.): ଶିକ୍ଷକ ନିଯୁକ୍ତିକୁ ବିରୋଧ କରି ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ମହୁଲପାଟଣା ଉନ୍ନୀତ ସ୍କୁଲରେ ଗ୍ରାମବାସୀ ତାଲା ପକାଇ ଦେଇଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ,...

ଐତିହ୍ୟ ପୀଠ ବିକାଶରେ ସାକ୍ଷୀଗୋପାଳ ମନ୍ଦିର

ସାକ୍ଷୀଗୋପାଳ,୧୦।୨(ଡି.ଏନ୍‌.ଏ.): ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମଙ୍ଗଳବାର ସନ୍ଧ୍ୟାରେ ସାକ୍ଷୀଗୋପାଳ ଆସି ସାକ୍ଷୀଗୋପାଳ ମନ୍ଦିର ପରିଦର୍ଶନ କରିଛନ୍ତି। ଠାକୁରଙ୍କୁ ଦର୍ଶନ କରିବା ପରେ...

ପ୍ରଚାରବେଳେ ବିଜେଡି-ଭାଜପା ମୁହାଁମୁହିଁ

ଝାରସୁଗୁଡ଼ା ଅଫିସ,୮ା୨: ଝାରସୁଗୁଡ଼ା ଜିଲା ଲଇକେରା ବ୍ଲକ୍‌ ୧ନମ୍ବର ଜୋନ୍‌ରେ ନିର୍ବାଚନ ପ୍ରଚାର ବେଳେ ବିଜେଡି-ଭାଜପା ମୁହାଁମୁହିଁ ହୋଇଛନ୍ତି। ଭାଜପା ଜିଲା ପରିଷଦ ପ୍ରାର୍ଥିନୀ ଶବ୍ୟାସିନୀ...

ଅଟୋ-ଟାଟାଏସିଇ ମୁହାଁମୁହିଁ: ୩ ମୃତ, ୫ ଗୁରୁତର

ବାରିପଦା ଅଫିସ,୯।୧: ମୟୂରଭଞ୍ଜ ଜିଲା ବାରିପଦା ସହର ଉପକଣ୍ଠ ଦେଉଳି ରାସ୍ତାର ବାଙ୍କିଶୋଳ ପାଖରେ ସୋମବାର ମଧ୍ୟାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ...

ନାମାଙ୍କନ ଦାଖଲ କଲେ ବିଜେଡି ପ୍ରାର୍ଥୀ ଅବନ୍ତୀ

ଭଦ୍ରକ ଅଫିସ,୧୪।୧୦: ଭଦ୍ରକ ଜିଲା ଧାମନଗର ଉପନିର୍ବାଚନ ପାଇଁ ରାଜନୀତି ଏବେ ସରଗରମ ରହିଛି। ଉପନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିବାର ଆଜି ଶେଷ ଦିନ...

Advertisement
Archives

Model This Week