ରାଉରକେଲା ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ ବିଜେତା

ନୂଆଦିଲ୍ଲୀ/ରାଉରକେଲା ଅଫିସ୍‌, ୧୯।୧:  ଭାରତର ପ୍ରମୁଖ ଶିଳ୍ପ ସହର ରାଉରକେଲାର ଛେଣ୍ଡ୍‌ରେ ୫ ଟନ କ୍ଷମତା ବିଶିଷ୍ଟ ଏକ ଶୀତଳଭଣ୍ଡାର ସ୍ଥାପନ କରାଯାଇଛି। ଏହା କାର୍ଯ୍ୟକ୍ଷମ ହେବା ଫଳରେ ସହରର ଛୋଟ ଚାଷୀ, ପନିପରିବା ତଥା ଫଳ ବ୍ୟବସାୟୀମାନେ ନିଜର ସାମଗ୍ରୀ ସଂରକ୍ଷଣ କରିପାରୁଛନ୍ତି। ଏହି ଶୀତଳଭଣ୍ଡାରକୁ ପରିଚାଳନା କରି ଏସ୍‌ଏଚ୍‌ଜି ମହିଳାମାନେ ମଧ୍ୟ ସେମାନଙ୍କ ଜୀବିକା ସୃଷ୍ଟି କରିପାରିଛନ୍ତି। ସହରବାସୀଙ୍କ ଦୁଆର ମୁହଁରେ ତାଜା ଫଳ ଓ ପନିପରିବା ପହଞ୍ଚିପାରୁଛି। ଏହି ପ୍ରକଳ୍ପରେ ଟେକ୍ନୋଲୋଜିର ବ୍ୟାପକ ବ୍ୟବହାର କରି ଏହାକୁ ଦୀର୍ଘସ୍ଥାୟୀ ତଥା ସଫଳ କରାଯାଇପାରି ଥିବାରୁ ରାଉରକେଲା ବ୍ଲୁମବର୍ଗ ଫିଲାନ୍‌ଥ୍ରୋପିଜ୍‌ ପକ୍ଷରୁ ଆୟୋଜିତ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ ବିଜେତା ହୋଇପାରିଛି।
ଉପରୋକ୍ତ ସଫଳତା ପାଇଁ ରାଉରକେଲା ୨୦୨୧-୨୨ ବର୍ଷର ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ ବିଜେତା ହୋଇଥିବା ବିଶ୍ୱର ୧୫ ସହର ମଧ୍ୟରେ ସ୍ଥାନ ପାଇଛି, ଯାହାକି ଭାରତର ଏକମାତ୍ର ସହର ଭାବେ ଏହି କୃତିତ୍ୱ ହାସଲ କରିଛି। ନିଜ ବିଚାର ତଥା ଉଦ୍ଭାବନଗୁଡ଼ିକୁ ଅଧିକ କାର୍ଯ୍ୟାନ୍ବିତ ଏବଂ ବିସ୍ତାର କରିବା ନିମନ୍ତେ ରାଉରକେଲାକୁ ୧ ମିଲିୟନ ଡଲାର (ପ୍ରାୟ ୭,୪୬,୦୦,୫୦୦ ଟଙ୍କା) ମିଳିବ। ବିଶ୍ୱର ପ୍ରମୁଖ ଉଦ୍ଭାବକ ଏବଂ ଡାଟା ବିଶେଷଜ୍ଞମାନେ ଆସନ୍ତା ୩ ବର୍ଷ ପର୍ଯ୍ୟନ୍ତ ସହାୟତା ଓ ମାର୍ଗଦର୍ଶନ ଯୋଗାଇଦେବେ। ଏ ସମ୍ପର୍କରେ ବ୍ଲୁମବର୍ଗ ଫିଲାନ୍‌ଥ୍ରୋପିଜ୍‌ ମଙ୍ଗଳବାର ଘୋଷଣା କରିଛି। ବୈଶ୍ୱିକ ମହାମାରୀ କରୋନାରୁ ମୁକୁଳିବା ନିମନ୍ତେ ସର୍ବୋତ୍କୃଷ୍ଟ ଅର୍ବାନ ଇନୋଭେଶନ ବା ସହରୀ ଉଦ୍ଭାବନ ଆଧାରରେ ବିଭିନ୍ନ ସହରର ଆଇଡିଆଗୁଡ଼ିକର ମୂଲ୍ୟାୟନ କରାଯାଇଥିଲା। ୯୯ ଦେଶର ୬୩୧ ଆବେଦନରୁ ନିଜ ବିଚାରର ପରୀକ୍ଷଣ ନିମନ୍ତେ ରାଉରକେଲା ପ୍ରଥମ ପର୍ଯ୍ୟାୟରେ ୫୦ ଚାମ୍ପିୟନ ସହରଗୁଡ଼ିକ ମଧ୍ୟରେ
ସ୍ଥାନିତ ହୋଇଥିଲା। ଚୂଡ଼ାନ୍ତ ପର୍ଯ୍ୟାୟରେ ଶ୍ରେଷ୍ଠ ୧୫ ସହର ମଧ୍ୟରେ ନିଜକୁ ସାମିଲ କରିପାରିଥିଲା।
ବ୍ଲୁମବର୍ଗ ଫିଲାନ୍‌ଥ୍ରୋପିଜ୍‌ ରିପୋର୍ଟ ଅନୁସାରେ, ୨୦୨୧ରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ମାଧ୍ୟମରେ କୋଭିଡ୍‌ ମହାମାରୀରୁ ମୁକୁଳିବାକୁ ସଫଳ ହେବାର ସବୁଠାରୁ ଅଧିକ ଆଶା ଦେଖାଇଥିବା ସହରୀ ଉଦ୍ଭାବନର ବହୁଳ ପ୍ରଚାର ପ୍ରସାର କରାଯିବାକୁ ଲକ୍ଷ୍ୟ ରହିଛି। କୋଭିଡ ମହାମାରୀ ଭଳି ଏକ ଜଟିଳ ସମୟରେ ଅର୍ଥନୈତିକ ପୁନରୁଦ୍ଧାର ଏବଂ ସାମଗ୍ରିକ ଅଭିବୃଦ୍ଧି, ସ୍ବାସ୍ଥ୍ୟ ଓ ଜନକଲ୍ୟାଣ, ଜଳବାୟୁ ଓ ପରିବେଶ ତଥା ଉତ୍ତମ ଶାସନ ଓ ସମାନତା ଆଦି ବିଷୟକୁ ଆଧାର କରି ଆସିଥିବା ପ୍ରସ୍ତାବକୁ ନେଇ ଏହି ପ୍ରତିଯୋଗିତା କରାଯାଇଥିଲା। ଏହି ସମୟରେ ରାଉରକେଲା ମହାନଗର ନିଗମ ପକ୍ଷରୁ ବିଶେଷ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବାରୁ ସହରକୁ ବିଜେତା ଘୋଷଣା କରାଯାଇଛି। ଏହି ବିଶ୍ୱସ୍ତରୀୟ ସଫଳତା ପାଇଁ ସୁନ୍ଦରଗଡ଼ ଜିଲାପାଳ ନିଖିଲ ପବନ କଲ୍ୟାଣ ଏବଂ ରାଉରକେଲା ଅତିରିକ୍ତ ଜିଲାପାଳ ତଥା ମହାନଗର ନିଗମ କମିଶନର ଡା. ଶୁଭଙ୍କର ମହାପାତ୍ର ମହାନଗର ନିଗମର କର୍ମକର୍ତ୍ତା ଏବଂ ପ୍ରକଳ୍ପ ସହ ସମ୍ପୃକ୍ତ ସମସ୍ତ ଅଂଶୀଦାର ଓ ରାଉରକେଲାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ ପ୍ରତିଯୋଗିତା ଜିତିଥିବା ଅନ୍ୟ ସହରଗୁଡ଼ିକ ହେଲେ ଜୋର୍ଡାନର ଅମନ, କଲମ୍ବିଆର ବୋଗୋଟା, ଫିଲିଫାଇନ୍ସର ବୁଟୁଆନ, ସିଏରା ଲିଓନର ଫ୍ରିଟାଉନ୍‌, ମେକ୍ସିକୋର ହର୍ମୋସିଲୋ, ତୁର୍କୀର ଇସ୍ତାନବୁଲ, ର୍ବାଣ୍ଡାର କିଗାଲି, ଘାନାର କୁମାସି, ଆମେରିକାର ପାଟରସନ୍‌, ଫୋନିକ୍ସ ଏବଂ ରୋଚେଷ୍ଟର, ନେଦରଲାଣ୍ଡ୍‌ସର ରୋଟରଡ୍ୟାମ୍‌, ଲିଥୁଆନିଆର ଭିଲନିଅସ୍‌ ଏବଂ ନ୍ୟୁଜିଲାଣ୍ଡର ଓ୍ବେଲିଂଟନ୍‌। ମହାମାରୀ ଯୋଗୁ ଜନସ୍ବାସ୍ଥ୍ୟ ଏବଂ ଅର୍ଥନୈତିକ ସଙ୍କଟର ମୁକାବିଲା ନିମନ୍ତେ ବିଶ୍ୱ କାର୍ଯ୍ୟ କରୁଥିଲେ ହେଁ ସହରଗୁଡ଼ିକ ସେମାନଙ୍କ ଅଭିନବ ଚିନ୍ତାଧାରକୁ କାର୍ଯ୍ୟକାରୀ କରିପାରିବେ, ଯାହା କି ଦେଶର ସରକାରଙ୍କ ପଦକ୍ଷେପଠାରୁ ମଧ୍ୟ ଅଧିକ ପ୍ରଭାବୀ ହୋଇପାରିବ ବୋଲି ବ୍ଲୁମ୍‌ବର୍ଗ ଫିଲାନ୍‌ଥ୍ରୋପିଜ୍‌ ପ୍ରତିଷ୍ଠାତା ତଥା ନ୍ୟୁୟର୍କର ୧୦୮ତମ ମେୟର ମାଇକେଲ ଆର୍‌ ବ୍ଲୁମବର୍ଗ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଖଟ ତଳକୁ ଓହ୍ଲାଇବା ବେଳେ ଚୋଟ ମାରିଲା ସାପ, ରାତିସାରା ଗୁଣିଆ ଡାକି ଝଡ଼ାଫୁଙ୍କା କଲେ, ମେଡିକାଲ ନେବାରେ ବିଳମ୍ବ ଯୋଗୁ…

ଡୁଙ୍ଗୁରିପାଲି,୨୯।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅନ୍ତର୍ଗତ ବଡ଼ଭାଲୁପାଲି ଗ୍ରାମରେ ଅନ୍ଧବିଶ୍ୱାସ ଯୋଗୁ ଜଣେ ବୃଦ୍ଧଙ୍କର ଅକାଳ ମୃତ୍ୟୁ ଘଟିଛି। ବିଷାକ୍ତ ସାପ…

ଘରେ ଏକାକୀ ଥିବାବେଳେ ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ! ଗୋଡ଼ାଇ ଗୋଡ଼ାଇ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସକୁ…

ଦିଗପହଣ୍ଡି,୨୯।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀଙ୍କୁ ଘରେ ପଶି ବଳାତ୍କାର…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri