ରାଉରକେଲା ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ ବିଜେତା

ନୂଆଦିଲ୍ଲୀ/ରାଉରକେଲା ଅଫିସ୍‌, ୧୯।୧:  ଭାରତର ପ୍ରମୁଖ ଶିଳ୍ପ ସହର ରାଉରକେଲାର ଛେଣ୍ଡ୍‌ରେ ୫ ଟନ କ୍ଷମତା ବିଶିଷ୍ଟ ଏକ ଶୀତଳଭଣ୍ଡାର ସ୍ଥାପନ କରାଯାଇଛି। ଏହା କାର୍ଯ୍ୟକ୍ଷମ ହେବା ଫଳରେ ସହରର ଛୋଟ ଚାଷୀ, ପନିପରିବା ତଥା ଫଳ ବ୍ୟବସାୟୀମାନେ ନିଜର ସାମଗ୍ରୀ ସଂରକ୍ଷଣ କରିପାରୁଛନ୍ତି। ଏହି ଶୀତଳଭଣ୍ଡାରକୁ ପରିଚାଳନା କରି ଏସ୍‌ଏଚ୍‌ଜି ମହିଳାମାନେ ମଧ୍ୟ ସେମାନଙ୍କ ଜୀବିକା ସୃଷ୍ଟି କରିପାରିଛନ୍ତି। ସହରବାସୀଙ୍କ ଦୁଆର ମୁହଁରେ ତାଜା ଫଳ ଓ ପନିପରିବା ପହଞ୍ଚିପାରୁଛି। ଏହି ପ୍ରକଳ୍ପରେ ଟେକ୍ନୋଲୋଜିର ବ୍ୟାପକ ବ୍ୟବହାର କରି ଏହାକୁ ଦୀର୍ଘସ୍ଥାୟୀ ତଥା ସଫଳ କରାଯାଇପାରି ଥିବାରୁ ରାଉରକେଲା ବ୍ଲୁମବର୍ଗ ଫିଲାନ୍‌ଥ୍ରୋପିଜ୍‌ ପକ୍ଷରୁ ଆୟୋଜିତ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ ବିଜେତା ହୋଇପାରିଛି।
ଉପରୋକ୍ତ ସଫଳତା ପାଇଁ ରାଉରକେଲା ୨୦୨୧-୨୨ ବର୍ଷର ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ ବିଜେତା ହୋଇଥିବା ବିଶ୍ୱର ୧୫ ସହର ମଧ୍ୟରେ ସ୍ଥାନ ପାଇଛି, ଯାହାକି ଭାରତର ଏକମାତ୍ର ସହର ଭାବେ ଏହି କୃତିତ୍ୱ ହାସଲ କରିଛି। ନିଜ ବିଚାର ତଥା ଉଦ୍ଭାବନଗୁଡ଼ିକୁ ଅଧିକ କାର୍ଯ୍ୟାନ୍ବିତ ଏବଂ ବିସ୍ତାର କରିବା ନିମନ୍ତେ ରାଉରକେଲାକୁ ୧ ମିଲିୟନ ଡଲାର (ପ୍ରାୟ ୭,୪୬,୦୦,୫୦୦ ଟଙ୍କା) ମିଳିବ। ବିଶ୍ୱର ପ୍ରମୁଖ ଉଦ୍ଭାବକ ଏବଂ ଡାଟା ବିଶେଷଜ୍ଞମାନେ ଆସନ୍ତା ୩ ବର୍ଷ ପର୍ଯ୍ୟନ୍ତ ସହାୟତା ଓ ମାର୍ଗଦର୍ଶନ ଯୋଗାଇଦେବେ। ଏ ସମ୍ପର୍କରେ ବ୍ଲୁମବର୍ଗ ଫିଲାନ୍‌ଥ୍ରୋପିଜ୍‌ ମଙ୍ଗଳବାର ଘୋଷଣା କରିଛି। ବୈଶ୍ୱିକ ମହାମାରୀ କରୋନାରୁ ମୁକୁଳିବା ନିମନ୍ତେ ସର୍ବୋତ୍କୃଷ୍ଟ ଅର୍ବାନ ଇନୋଭେଶନ ବା ସହରୀ ଉଦ୍ଭାବନ ଆଧାରରେ ବିଭିନ୍ନ ସହରର ଆଇଡିଆଗୁଡ଼ିକର ମୂଲ୍ୟାୟନ କରାଯାଇଥିଲା। ୯୯ ଦେଶର ୬୩୧ ଆବେଦନରୁ ନିଜ ବିଚାରର ପରୀକ୍ଷଣ ନିମନ୍ତେ ରାଉରକେଲା ପ୍ରଥମ ପର୍ଯ୍ୟାୟରେ ୫୦ ଚାମ୍ପିୟନ ସହରଗୁଡ଼ିକ ମଧ୍ୟରେ
ସ୍ଥାନିତ ହୋଇଥିଲା। ଚୂଡ଼ାନ୍ତ ପର୍ଯ୍ୟାୟରେ ଶ୍ରେଷ୍ଠ ୧୫ ସହର ମଧ୍ୟରେ ନିଜକୁ ସାମିଲ କରିପାରିଥିଲା।
ବ୍ଲୁମବର୍ଗ ଫିଲାନ୍‌ଥ୍ରୋପିଜ୍‌ ରିପୋର୍ଟ ଅନୁସାରେ, ୨୦୨୧ରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ମାଧ୍ୟମରେ କୋଭିଡ୍‌ ମହାମାରୀରୁ ମୁକୁଳିବାକୁ ସଫଳ ହେବାର ସବୁଠାରୁ ଅଧିକ ଆଶା ଦେଖାଇଥିବା ସହରୀ ଉଦ୍ଭାବନର ବହୁଳ ପ୍ରଚାର ପ୍ରସାର କରାଯିବାକୁ ଲକ୍ଷ୍ୟ ରହିଛି। କୋଭିଡ ମହାମାରୀ ଭଳି ଏକ ଜଟିଳ ସମୟରେ ଅର୍ଥନୈତିକ ପୁନରୁଦ୍ଧାର ଏବଂ ସାମଗ୍ରିକ ଅଭିବୃଦ୍ଧି, ସ୍ବାସ୍ଥ୍ୟ ଓ ଜନକଲ୍ୟାଣ, ଜଳବାୟୁ ଓ ପରିବେଶ ତଥା ଉତ୍ତମ ଶାସନ ଓ ସମାନତା ଆଦି ବିଷୟକୁ ଆଧାର କରି ଆସିଥିବା ପ୍ରସ୍ତାବକୁ ନେଇ ଏହି ପ୍ରତିଯୋଗିତା କରାଯାଇଥିଲା। ଏହି ସମୟରେ ରାଉରକେଲା ମହାନଗର ନିଗମ ପକ୍ଷରୁ ବିଶେଷ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବାରୁ ସହରକୁ ବିଜେତା ଘୋଷଣା କରାଯାଇଛି। ଏହି ବିଶ୍ୱସ୍ତରୀୟ ସଫଳତା ପାଇଁ ସୁନ୍ଦରଗଡ଼ ଜିଲାପାଳ ନିଖିଲ ପବନ କଲ୍ୟାଣ ଏବଂ ରାଉରକେଲା ଅତିରିକ୍ତ ଜିଲାପାଳ ତଥା ମହାନଗର ନିଗମ କମିଶନର ଡା. ଶୁଭଙ୍କର ମହାପାତ୍ର ମହାନଗର ନିଗମର କର୍ମକର୍ତ୍ତା ଏବଂ ପ୍ରକଳ୍ପ ସହ ସମ୍ପୃକ୍ତ ସମସ୍ତ ଅଂଶୀଦାର ଓ ରାଉରକେଲାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ ପ୍ରତିଯୋଗିତା ଜିତିଥିବା ଅନ୍ୟ ସହରଗୁଡ଼ିକ ହେଲେ ଜୋର୍ଡାନର ଅମନ, କଲମ୍ବିଆର ବୋଗୋଟା, ଫିଲିଫାଇନ୍ସର ବୁଟୁଆନ, ସିଏରା ଲିଓନର ଫ୍ରିଟାଉନ୍‌, ମେକ୍ସିକୋର ହର୍ମୋସିଲୋ, ତୁର୍କୀର ଇସ୍ତାନବୁଲ, ର୍ବାଣ୍ଡାର କିଗାଲି, ଘାନାର କୁମାସି, ଆମେରିକାର ପାଟରସନ୍‌, ଫୋନିକ୍ସ ଏବଂ ରୋଚେଷ୍ଟର, ନେଦରଲାଣ୍ଡ୍‌ସର ରୋଟରଡ୍ୟାମ୍‌, ଲିଥୁଆନିଆର ଭିଲନିଅସ୍‌ ଏବଂ ନ୍ୟୁଜିଲାଣ୍ଡର ଓ୍ବେଲିଂଟନ୍‌। ମହାମାରୀ ଯୋଗୁ ଜନସ୍ବାସ୍ଥ୍ୟ ଏବଂ ଅର୍ଥନୈତିକ ସଙ୍କଟର ମୁକାବିଲା ନିମନ୍ତେ ବିଶ୍ୱ କାର୍ଯ୍ୟ କରୁଥିଲେ ହେଁ ସହରଗୁଡ଼ିକ ସେମାନଙ୍କ ଅଭିନବ ଚିନ୍ତାଧାରକୁ କାର୍ଯ୍ୟକାରୀ କରିପାରିବେ, ଯାହା କି ଦେଶର ସରକାରଙ୍କ ପଦକ୍ଷେପଠାରୁ ମଧ୍ୟ ଅଧିକ ପ୍ରଭାବୀ ହୋଇପାରିବ ବୋଲି ବ୍ଲୁମ୍‌ବର୍ଗ ଫିଲାନ୍‌ଥ୍ରୋପିଜ୍‌ ପ୍ରତିଷ୍ଠାତା ତଥା ନ୍ୟୁୟର୍କର ୧୦୮ତମ ମେୟର ମାଇକେଲ ଆର୍‌ ବ୍ଲୁମବର୍ଗ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?