ସମ୍ବଲପୁର

ମହାସଂଘର ନିଷ୍ପତ୍ତି: ଷ୍ଟିଅରିଂ ଛାଡ଼ି ଘରେ ବସିବେ ଡ୍ରାଇଭର

ସମ୍ବଲପୁର,୪ା୧(ଭବାନୀ ଶଙ୍କର ଭୋଇ): ହିଟ ଆଣ୍ଡ ରନ ମାମଲାରେ କେନ୍ଦ୍ର ସରକାର କଠୋର ନିୟମ ଆଣି ୧୦ବର୍ଷ ଜେଲ ଓ ୭ ଲକ୍ଷ ଅର୍ଥଦଣ୍ଡ ପାଇଁ ଆଇନରେ ବ୍ୟବସ୍ଥା କରିଛନ୍ତି। ପୂର୍ବରୁ ଦୁର୍ଘଟଣା ଘଟାଉଥିବା ଡ୍ରାଇଭରଙ୍କୁ ଶୀଘ୍ର ଜାମିନ ମିଳିଯାଉଥିବା ବେଳେ…

ବୋର୍‌ୱେଲରୁ ଉଦ୍ଧାର ଶିଶୁକନ୍ୟାଙ୍କ ଆଜୀବନ ପାଠପଢ଼ା ଖର୍ଚ୍ଚ ବହନ କରିବେ ଭିମ୍‌ସାର ଭେଷଜ ବିଶେଷଜ୍ଞ ଡା. ରାମଚନ୍ଦାନୀ

ସମ୍ବଲପୁର,୩ା୧(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ଲାରିପାଲି ଗ୍ରାମର ଶ୍ରୀରାମବୁଢ଼ା ଜଙ୍ଗଲ ମଧ୍ୟରେ ଥିବା ପରିତ୍ୟକ୍ତ ବୋର୍‌ୱେଲରୁ ଉଦ୍ଧାର ହୋଇଥିବା ଶିଶୁକନ୍ୟାଙ୍କ ମା’ କଟକ ଏସ୍‌ସିବିରୁ ଡିସ୍‌ଚାର୍ଜ ହୋଇଛନ୍ତି। ହେଲେ ଶିଶୁ କନ୍ୟାକୁ ସେ ପାଖରେ ରଖିବା ପାଇଁ ଦାବି…

ସମ୍ବଲପୁରରେ ଲାଠି ଚାର୍ଜ

ସମ୍ବଲପୁର,୩ା୧: ବୁଧବାର ବସ୍‌ ଧକ୍କାରେ ଜଣେ ସ୍କୁଟି ଆରୋହୀଙ୍କ ମୃତ୍ୟୁକୁ ନେଇ ସମ୍ବଲପୁରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ନେଇ ସହରର ଲକ୍ଷ୍ମୀ ଟକିଜ୍‌ ଛକରେ ପୋଲିସ ଉତ୍ତ୍ୟେକ୍ତ ଲୋକଙ୍କୁ ଘଉଡ଼ାଇବା ପାଇଁ ଲାଠି ଚାର୍ଜ କରିଛି।

ମା’ ସମଲେଇଙ୍କ ପୀଠରେ ମାଦକ ଦ୍ରବ୍ୟ ଉପରେ ଲାଗିବ କଟକଣା

ସମ୍ବଲପୁର,୩।୧: ଚଳିତ ମାସ ଶେଷ ସୁଦ୍ଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମଲେଇଙ୍କ ପ୍ରକଳ୍ପର ଉଦ୍‌ଘାଟନ କରିବେ। ଏ ନେଇ ସମଲେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ ସୂଚନା ଦେଇଛନ୍ତି । ଏ ନେଇ ରାଜ୍ୟର ବିଭିନ୍ନ ଦେବାଳୟକୁ ନିମନ୍ତ୍ରଣ…

ଶିଶୁ କନ୍ୟାଙ୍କୁ ବୋରୱେଲରେ ଫୋପାଡ଼ିଥିବା ମା’ଙ୍କ ପରିଚୟ ମିଳିଲା

ସମ୍ବଲପୁର,୨।୧: ସମ୍ବଲପୁର ଜିଲା ରେଙ୍ଗାଲି ନିକଟ ଲରିପାଲିର ଏକ ପରିତ୍ୟକ୍ତ ବୋରୱେଲରୁ ଗତ ଡିସେମ୍ବର ୧୨ ତାରିଖରେ ଏକ ଶିଶୁ କନ୍ୟାଙ୍କୁ ଉଦ୍ଧାର କରାଯାଇଥିଲା। ତେବେ ଉଦ୍ଧାର ହୋଇଥିବା ଶିଶୁ କନ୍ୟାଙ୍କ ମା’ଙ୍କ ପରିଚୟ ମିଳିଛି। ସମ୍ବଲପୁର ଏସ୍‌ପି ଏହି ସୂଚନା…

ନୂଆବର୍ଷରେ ରୁପା ପରଭା, ଛତରରେ ସଜ୍ଜିତ ହେଲେ ମା’ ସମଲେଶ୍ୱରୀ

ସମ୍ବଲପୁର,୧ା୧(ବି.ଶଙ୍କର): ନୂଆବର୍ଷକୁ ଦୃଷ୍ଟିରେ ରଖି ସମ୍ବଲପୁର ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଭକ୍ତଙ୍କ ଦର୍ଶନ ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ମା’ଙ୍କ ସ୍ଥିର ହୋଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ ଭୋର ୫ଟାରେ ମଙ୍ଗଳ ଆଳତି ଶେଷ ପରେ ସକାଳ ୬ଟାରେ…

ରୋହିତ ସମ୍ବଲପୁରମୁହାଁ, ପ୍ରସନ୍ନଙ୍କ ଆଖି ରେଢ଼ାଖୋଲ

ସମ୍ବଲପୁର,୧।୧(ଭବାନୀ ଶଙ୍କର ଭୋଇ): ବିଜେଡିର ରୋହିତ ପୂଜାରୀ ରେଢ଼ାଖୋଲ ବିଧାନସଭା ଆସନରୁ ଗତ ଦୁଇଟି ନିର୍ବାଚନରେ ବିଜୟୀ ହେବା ସହ ସରକାରୀ ଦଳର ଉପମୁଖ୍ୟ ସଚେତକ ଏବଂ ପରେ ଶିକ୍ଷାମନ୍ତ୍ରୀ ଭାବେ କିଛିଦିନ ଦାୟିତ୍ୱ ତୁଳାଇଥିଲେ। ତାଙ୍କ ବିରୋଧରେ ସମ୍ଭବତଃ ଅଭିଯୋଗ…

ଆତସବାଜିରେ ଆକାଶ ରଙ୍ଗୀନ

ସମ୍ବଲପୁର,୩୧ା୧୨(ପ୍ରମୋଦ ବହିଦାର): ନବବର୍ଷକୁ ସ୍ବାଗତ ପାଇଁ ସମ୍ବଲପୁରର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଛି ଜିରୋନାଇଟ୍‌ ସେଲିବ୍ରେସନ। ସମ୍ବଲପୁର ସହରର ବିଭିନ୍ନ ହୋଟେଲ, କ୍ଲବ ଆଦିରେ ସ୍ବତନ୍ତ୍ର ଆୟୋଜନ କରାଯାଇଛି। ଏନେଇ ହୋଟେଲ୍‌ ଓ କ୍ଲବ ଗୁଡ଼ିକରେ ରଙ୍ଗବେରଙ୍ଗ ଆଲୋକ, ବେଲୁନ୍‌ ସହ…

କୌଶଳ ରଥର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁର,୩୧।୧୨(ଭବାନୀ ଶଙ୍କର ଭୋଇ): ଓଡ଼ିଶାର ଯୁବପିଢ଼ିଙ୍କୁ ମାଗଣାରେ ଡିଜିଟାଲ ଶିକ୍ଷା ଏବଂ ସେମାନଙ୍କ ମଧ୍ୟରେ ଡିଜିଟାଲ କାରବାରକୁ ବୃଦ୍ଧି କରାଯିବ। ୨୦୪୭ ସୁଦ୍ଧା ବିକଶିତ ଭାରତ ନିର୍ମାଣରେ ଯୁବପିଢ଼ିଙ୍କ ସାମର୍ଥ୍ୟକୁ ବିକଶିତ କରିବା ଲକ୍ଷ୍ୟ ରହିଛି ବୋଲି କେନ୍ଦ୍ର ଶିକ୍ଷା ଓ…

କୁଦୋପାଲି ହେବ ଦେଶର ପ୍ରମୁଖ ତୀର୍ଥକ୍ଷେତ୍ର

ସମ୍ବଲପୁର,୩୧ା୧୨(ପ୍ରମୋଦ ବହିଦାର)ଓଡ଼ିଆ ଜାତି ବୀର ପୁରୁଷଙ୍କ ଜାତି। ଏହି ଜାତି କଦାପି ପରାଧୀନତାକୁ ସ୍ବୀକାର କରେ ନାହିଁ। ବୀର ସୁରେନ୍ଦ୍ର ସାଏ ଓ ଛବିଳ ସାଏଙ୍କ ବଳିଦାନ ଏହାର ଜ୍ୱଳନ୍ତ ଉଦାହରଣ। ସେମାନେ ଆମ ପାଇଁ ଚିର ସ୍ମରଣୀୟ ହୋଇ ରହିବେ।…

ଚାଷୀଙ୍କୁ ୧୧ ହଜାର ବିଦ୍ୟୁତ୍‌ ବିଲ୍‌

ସମ୍ବଲପୁର,୨୮ା୧୨ (ଭବାନୀ ଶଙ୍କର ଭୋଇ): ଯୁଯୁମୁରା ବ୍ଲକର କବରାପାଲିଠାରେ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ହେବାର ଦୁଇବର୍ଷ ପରେ ବି ଚାଷୀଙ୍କ କ୍ଷେତକୁ ପାଣି ମୁନ୍ଦାଏ ପହଞ୍ଚିପାରି ନାହିଁ। ହେଲେ ଦୁଇବର୍ଷରେ ୧୧ ହଜାର ଟଙ୍କାର ବିଜୁଳି ବିଲ ଚାଷୀଙ୍କ ଦ୍ୱାରା…

ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ୨ ଯୁବକଙ୍କ ଜୀବନ, ଜାତୀୟ ରାଜପଥ ଅବରୋଧ କଲେ ଲୋକେ

ରେଢ଼ାଖୋଲ,୨୭ା୧୨(ଅଚ୍ୟୁତାନନ୍ଦ ପୁରୋହିତ): ରେଢ଼ାଖୋଲ ସହର ଉପକଣ୍ଠସ୍ଥ ୫୫ ନଂ ଜାତୀୟ ରାଜପଥର ଏକ ରେଷ୍ଟୁରାଣ୍ଟ ସମ୍ମୁଖରେ ବୁଧବାର ସନ୍ଧ୍ୟାରେ ଏକ ଅଜଣା ଗାଡ଼ି ଧକ୍କାରେ ୨ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଦ୍ବୟ ହେଲେ ରେଢ଼ାଖୋଲ ସହର ଖନ୍ଦାଢିପର ଶୁଭେନ୍ଦୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri