ରୋହିତ ସମ୍ବଲପୁରମୁହାଁ, ପ୍ରସନ୍ନଙ୍କ ଆଖି ରେଢ଼ାଖୋଲ

ସମ୍ବଲପୁର,୧।୧(ଭବାନୀ ଶଙ୍କର ଭୋଇ): ବିଜେଡିର ରୋହିତ ପୂଜାରୀ ରେଢ଼ାଖୋଲ ବିଧାନସଭା ଆସନରୁ ଗତ ଦୁଇଟି ନିର୍ବାଚନରେ ବିଜୟୀ ହେବା ସହ ସରକାରୀ ଦଳର ଉପମୁଖ୍ୟ ସଚେତକ ଏବଂ ପରେ ଶିକ୍ଷାମନ୍ତ୍ରୀ ଭାବେ କିଛିଦିନ ଦାୟିତ୍ୱ ତୁଳାଇଥିଲେ। ତାଙ୍କ ବିରୋଧରେ ସମ୍ଭବତଃ ଅଭିଯୋଗ ଆସିବା ପରେ ତାଙ୍କଠି ଅପାରଗ ଟ୍ୟାଗ୍‌ ଲଗାଇ ଦିଆଯାଇ ମନ୍ତ୍ରିମଣ୍ଡଳରୁ ବିଦା କରିଦିଆଯାଇଥିଲା। ଏହାପରେ ରୋହିତଙ୍କ ରାଜନୈତିକ କ୍ୟାରିୟର ଶେଷ ହୋଇଗଲା ବୋଲି ଅନେକେ ଚର୍ଚ୍ଚା ଆରମ୍ଭ କରିଥିଲେ। କିନ୍ତୁ ସମସ୍ତଙ୍କୁ ଚକିତ କରିଦେଇ ସେ ବିଜେଡିର ସମ୍ବଲପୁର ଜିଲା ସଭାପତି ଦାୟିତ୍ୱ ନେଇଥିଲେ। ଆଗାମୀ ସାଧାରଣ ନିର୍ବାଚନରେ ସେ ରେଢ଼ାଖୋଲ ଆସନରୁ ପୁଣିଥରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନା ସମ୍ବଲପୁରମୁହାଁ ହେବେ ସେ ନେଇ ଚର୍ଚ୍ଚା ଜୋର ଧରିଛି ।
  ସାଧାରଣ ନିର୍ବାଚନରେ ସମ୍ବଲପୁର ଲୋକ ସଭା ଆସନରୁ  ପ୍ରତିଦ୍ୱନ୍ଦ୍ୱିତା କରି ହାରିବା ପରେ ୨୦୧୪ ନିର୍ବାଚନରେ ରେଢ଼ାଖୋଲ ଆସନରେ ରୋହିତଙ୍କୁ ବିଜେଡି ପକ୍ଷରୁ ପ୍ରାର୍ଥୀ କରାଯାଇଥିଲା। ସେତେବେଳେ ସେ କଂଗ୍ରେସ ଦଳର ପ୍ରାର୍ଥୀ ଆସଫ୍‌ ଅଲି ଖାନ୍‌ଙ୍କୁ ୧୨ ହଜାର ଭୋଟରେ ପରାସ୍ତ କରିଥିଲେ। ଜିତିବା ସତ୍ତ୍ୱେ ରେଢ଼ାଖୋଲରେ ତାଙ୍କର ଲୋକପ୍ରିୟତା କମିଯାଇଥିବା ଲକ୍ଷ୍ୟ କରାଯାଇଥିଲା। ୨୦୧୯ ନିର୍ବାଚନ ସମୟରେ ରେଢ଼ାଖୋଲ ଆସନରେ ତାଙ୍କୁ ଦଳ ଭିତରେ ମଧ୍ୟ ବିରୋଧ ହୋଇଥିଲା। ଅନ୍ୟତମ ଆଶାୟୀ ପ୍ରମୋଦ ରଥଙ୍କୁ ବୁଝାଶୁଝା କରି ତାଙ୍କୁ  ରେଢ଼ାଖୋଲ ବିଧାନସଭା ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯିବା ସହ ରୋହିତଙ୍କୁ ଜିତାଇ ଆଣିବାକୁ ଦାୟିତ୍ୱ ଦିଆଯାଇଥିଲା। ପ୍ରମୋଦଙ୍କର ନାକଟିଦେଉଳ ଅଞ୍ଚଳରେ ଲୋକପ୍ରିୟତା ଏବଂ ରୋହିତଙ୍କ ବିରୋଧୀ ସୁଦର୍ଶନ ସାହୁଙ୍କୁ ବୁଝାଶୁଝା କରି ବିଜେଡିକୁ ବିଜୟୀ କରାଇବାରେ ପ୍ରମୋଦ ପ୍ରମୁଖ ଭୂମିକା ନେଇଥିଲେ। ଫଳରେ ୨୦୧୯  ସାଧାରଣ ନିର୍ବାଚନରେ ରୋହିତଙ୍କର ଭୋଟ ହାର ୨ପ୍ରତିଶତ କମିଥିଲେ ମଧ୍ୟ ସେ ଦ୍ୱିତୀୟ ଥର ବିଧାୟକ ହୋଇଥିଲେ। ତେବେ ଜିତିବା ପରେ ସମସ୍ତଙ୍କୁ ଏକଜୁଟ କରିବାରେ ରୋହିତ ପୁଣି ବିଫଳ ହେବା ସହ ସୁଦର୍ଶନ ସାହୁ ଏବଂ ପ୍ରମୋଦଙ୍କୁ ଅଣଦେଖା କରିଥିଲେ। ତେଣୁ ପଞ୍ଚାୟତ ନିର୍ବାଚନରେ ପ୍ରମୋଦ ଓ ସୁଦର୍ଶନ ମିଶି ରୋହିତଙ୍କ ପ୍ରାର୍ଥୀ ବିରୋଧରେ ପ୍ରାର୍ଥୀ ଦେଇ ନାକଟିଦେଉଳ ବ୍ଳକରେ ସମିତି ଗଠନ କରିବାରେ ସଫଳ ହୋଇଥିଲେ।  ରୋହିତଙ୍କୁ ପଞ୍ଚାୟତ ନିର୍ବାଚନ ପରେ ବିଜେଡିର ଶକ୍ତିଶାଳୀ ଗୋଷ୍ଠୀ ଘୋର ବିରୋଧ ଆରମ୍ଭ କରିଦେଇଥିଲା ।
ଅପରପକ୍ଷରେ ରୋହିତଙ୍କ ପ୍ରତି ବଢ଼ୁଥିବା ବିରୋଧକୁ ଦେଖି ପୂର୍ବତନ ମନ୍ତ୍ରୀ ତଥା ରେଢ଼ାଖୋଲର ପୂର୍ବତନ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ପୁଣିଥରେ ରେଢ଼ାଖୋଲମୁହାଁ ହେଲେଣି । ବିଭିନ୍ନ ସ୍ଥାନରେ ବିଧାୟକଙ୍କୁ ଅତିଥି ଭାବରେ ନ ଡାକି ତାଙ୍କ ବିରୋଧୀମାନଙ୍କୁ ନିମନ୍ତ୍ରଣ କରାଯାଉଥିବା ଦେଖିବାକୁ ମିଳୁଛି। ତେଣୁ ରୋହିତ ଆଗାମୀ ନିର୍ବାଚନରେ ରେଢ଼ାଖୋଲରୁ ପ୍ରାର୍ଥୀ ନ ହୋଇ ସମ୍ବଲପୁର ବିଧାନସଭାରୁ ପ୍ରାର୍ଥୀ ହେବାକୁ ଆଶା ବାନ୍ଧିଛନ୍ତି । ଏନେଇ ତାଙ୍କୁ ସବୁଜ ସଙ୍କେତ ମିଳିସାରିଛି ବୋଲି ତାଙ୍କ ସମର୍ଥକମାନେ କହିବୁଲୁଛନ୍ତି ା ଏଥିସହିତ ରୋହିତ ମଧ୍ୟ ସମ୍ବଲପୁର ବିଧାନସଭା ଅଞ୍ଚଳର ବିଭିନ୍ନ ଗୋଷ୍ଠୀର ନେତାଙ୍କୁ ଭେଟି ସମର୍ଥନ ଯୋଗାଡ଼ରେ ଲାଗି ପଡ଼ିଥିବା ଦେଖିବାକୁ ମିଳୁଛି। ଏପରି କି ଦଳୀୟ କାର୍ଯ୍ୟକ୍ରମରେ କର୍ମୀମାନଙ୍କୁ ନିଜେ ଫୋନ୍‌ କରି ଡାକୁଥିବା ତାଙ୍କର ଘନିଷ୍ଠମାନେ କହୁଛନ୍ତି।
  ଡ. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ନ ଥିବା ବେଳେ ବିରୋଧୀ ଦଳ ନେତା ତଥା ଭାଜପାର ବରିଷ୍ଠ ନେତା ଜୟନାରାୟଣ ମିଶ୍ର ଦୀର୍ଘ ମାସ ହେବ ସମ୍ବଲପୁରକୁ ଆସୁ ନ ଥିବାରୁ ରୋହିତ ସମ୍ବଲପୁରରେ ପ୍ରାର୍ଥୀ ହେବା ସୁରକ୍ଷିତ ମଣୁଛନ୍ତି ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ କହୁଛନ୍ତି। ତେବେ ସମ୍ବଲପୁରରେ ବିଭିନ୍ନ ଗୋଷ୍ଠୀରେ ବିଭକ୍ତ ବିଜେଡିର ସମସ୍ତ ନେତା ତାଙ୍କୁ କେତେଦୂର ସମର୍ଥନ କରିବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୁଣି ରାସେଶ୍ୱରୀ ୨୦୧୯ ନିର୍ବାଚନ ହାରିବା ସତ୍ତ୍ୱେ ନିଜର ସଙ୍ଗଠନକୁ ସୁଦୃଢ଼ କରି ରଖିଥିବା ଏବଂ ନିୟମିତ ବ୍ୟବଧାନରେ ବୈଠକ କରୁଥିବା ବେଳେ ନିଜେ ଟିକେଟ ଆଶାୟୀ ରହିଥିବା ତାଙ୍କ ସମର୍ଥକ କହୁଛନ୍ତି ।
ତେଣୁ ସେ ରୋହିତଙ୍କୁ ସମର୍ଥନ କରିବା ଏତେଟା ସହଜ ନୁହେଁ ।
ସେପଟେ କିଛି ମାସ ହେବ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ପୂର୍ବତନ ବିଜେଡି ଜିଲା ସଭାପତି ପ୍ରମୋଦ ରଥ ରେଢ଼ାଖୋଲ ନିର୍ବାଚନମଣ୍ଡଳୀରେ ଜନସମ୍ପର୍କ କାର୍ଯ୍ୟକ୍ରମ ଜାରି ରଖିବା ସେଠାକାର ଦଳୀୟ ସମୀକରଣକୁ ଘନ ଘନ ବଦଳାଇ ଦେଉଥିବା ଲକ୍ଷ୍ୟ କରାଯାଉଛି।  ତେବେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ରେଢ଼ାଖୋଲ ଟିକେଟ ମିଳିବା ନେଇ ତାଙ୍କର ସମର୍ଥକ ବେଶ୍‌ ଆଶାବାଦୀ ରହିଛନ୍ତି। ହେଲେ ରେଢ଼ାଖୋଲ ନିର୍ବାଚନମଣ୍ଡଳୀରେ ପ୍ରମୋଦ ରଥ ଏବଂ ସୁଦର୍ଶନ ସାହୁଙ୍କ ଆଗାମୀ ରଣନୀତି ବିଜେଡିର ରାଜନୈତିକ ଫଳାଫଳକୁ ପ୍ରଭାବିତ କରିବ ବୋଲି କୁହାଯାଉଛି।

Enter your email to get our daily news in your inbox.

All Right Reserved By Dharitri.Com

ଶିଶୁଙ୍କ ଗେଡ଼ାପଣ: ୬ ଜିଲାରେ ସ୍ଥିତି ଚିନ୍ତାଜନକ

ଭୁବନେଶ୍ୱର,୧୩ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ୫ ବର୍ଷରୁ କମ୍‌ ବୟସର ଶିଶୁଙ୍କ ପୋଷଣ ସ୍ଥିତିକୁ ନେଇ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ୱେକ୍ଷଣ (ଏନ୍‌ଏଫ୍‌ଏଚ୍‌ଏସ୍‌-୫ରୁ ଏନ୍‌ଏଫ୍‌ଏଚ୍‌ଏସ୍‌-୬)ର ଏକ ତୁଳନାତ୍ମକ ରିପୋର୍ଟ…

୧୭ ଯାଏ ବର୍ଷା

ଭୁବନେଶ୍ୱର,୧୩ା୯(ବନ୍ଦନା ସେଠୀ):ରାଜ୍ୟରେ ଲଘୁଚାପଜନିତ ବର୍ଷା ଲାଗି ରହିଛି। ଶନିବାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବାବେଳେ ୧୭ ତାରିଖ ଯାଏ ଲାଗି ରହିବ। ତେବେ ରବିବାରଠାରୁ ବର୍ଷାର…

ଓରାଙ୍ଗଉଟାନ ଚୋରା ଚାଲାଣର ଗୁମର ଖୋଲୁଛି, ଫାର୍ମ ହାଉସ ପାଇଁ ମ୍ୟାନ୍‌ମାର ଦେଇ ଅଣାଯାଇଥିଲା

ଭୁବନେଶ୍ୱର/ ଭୋଗରାଇ, ୧୩ା୯(ତ୍ରିନାଥ ମହାନ୍ତି/ ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗଉଟାନ ଶାବକ ଉଦ୍ଧାର ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫକୁ…

ଦିବ୍ୟାଙ୍ଗ ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ

ମାହାଙ୍ଗା,୧୩ା୯ (ଅଜୟ କୁମାର ମହାନ୍ତି): ରାଜ୍ୟରେ ବିଦ୍ୟାଳୟଗୁଡ଼ିକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିବା ବେଳେ କଟକ ଜିଲା ମାହାଙ୍ଗା ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ୱେଦନଶୀଳ…

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

ବାଇକ୍‌କୁ ପିଟିଲା ବାଇକ୍‌: ୨ ଛାତ୍ରଙ୍କ ସମେତ ୪ ଗୁରୁତର

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?