ରୋହିତ ସମ୍ବଲପୁରମୁହାଁ, ପ୍ରସନ୍ନଙ୍କ ଆଖି ରେଢ଼ାଖୋଲ

ସମ୍ବଲପୁର,୧।୧(ଭବାନୀ ଶଙ୍କର ଭୋଇ): ବିଜେଡିର ରୋହିତ ପୂଜାରୀ ରେଢ଼ାଖୋଲ ବିଧାନସଭା ଆସନରୁ ଗତ ଦୁଇଟି ନିର୍ବାଚନରେ ବିଜୟୀ ହେବା ସହ ସରକାରୀ ଦଳର ଉପମୁଖ୍ୟ ସଚେତକ ଏବଂ ପରେ ଶିକ୍ଷାମନ୍ତ୍ରୀ ଭାବେ କିଛିଦିନ ଦାୟିତ୍ୱ ତୁଳାଇଥିଲେ। ତାଙ୍କ ବିରୋଧରେ ସମ୍ଭବତଃ ଅଭିଯୋଗ ଆସିବା ପରେ ତାଙ୍କଠି ଅପାରଗ ଟ୍ୟାଗ୍‌ ଲଗାଇ ଦିଆଯାଇ ମନ୍ତ୍ରିମଣ୍ଡଳରୁ ବିଦା କରିଦିଆଯାଇଥିଲା। ଏହାପରେ ରୋହିତଙ୍କ ରାଜନୈତିକ କ୍ୟାରିୟର ଶେଷ ହୋଇଗଲା ବୋଲି ଅନେକେ ଚର୍ଚ୍ଚା ଆରମ୍ଭ କରିଥିଲେ। କିନ୍ତୁ ସମସ୍ତଙ୍କୁ ଚକିତ କରିଦେଇ ସେ ବିଜେଡିର ସମ୍ବଲପୁର ଜିଲା ସଭାପତି ଦାୟିତ୍ୱ ନେଇଥିଲେ। ଆଗାମୀ ସାଧାରଣ ନିର୍ବାଚନରେ ସେ ରେଢ଼ାଖୋଲ ଆସନରୁ ପୁଣିଥରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନା ସମ୍ବଲପୁରମୁହାଁ ହେବେ ସେ ନେଇ ଚର୍ଚ୍ଚା ଜୋର ଧରିଛି ।
  ସାଧାରଣ ନିର୍ବାଚନରେ ସମ୍ବଲପୁର ଲୋକ ସଭା ଆସନରୁ  ପ୍ରତିଦ୍ୱନ୍ଦ୍ୱିତା କରି ହାରିବା ପରେ ୨୦୧୪ ନିର୍ବାଚନରେ ରେଢ଼ାଖୋଲ ଆସନରେ ରୋହିତଙ୍କୁ ବିଜେଡି ପକ୍ଷରୁ ପ୍ରାର୍ଥୀ କରାଯାଇଥିଲା। ସେତେବେଳେ ସେ କଂଗ୍ରେସ ଦଳର ପ୍ରାର୍ଥୀ ଆସଫ୍‌ ଅଲି ଖାନ୍‌ଙ୍କୁ ୧୨ ହଜାର ଭୋଟରେ ପରାସ୍ତ କରିଥିଲେ। ଜିତିବା ସତ୍ତ୍ୱେ ରେଢ଼ାଖୋଲରେ ତାଙ୍କର ଲୋକପ୍ରିୟତା କମିଯାଇଥିବା ଲକ୍ଷ୍ୟ କରାଯାଇଥିଲା। ୨୦୧୯ ନିର୍ବାଚନ ସମୟରେ ରେଢ଼ାଖୋଲ ଆସନରେ ତାଙ୍କୁ ଦଳ ଭିତରେ ମଧ୍ୟ ବିରୋଧ ହୋଇଥିଲା। ଅନ୍ୟତମ ଆଶାୟୀ ପ୍ରମୋଦ ରଥଙ୍କୁ ବୁଝାଶୁଝା କରି ତାଙ୍କୁ  ରେଢ଼ାଖୋଲ ବିଧାନସଭା ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯିବା ସହ ରୋହିତଙ୍କୁ ଜିତାଇ ଆଣିବାକୁ ଦାୟିତ୍ୱ ଦିଆଯାଇଥିଲା। ପ୍ରମୋଦଙ୍କର ନାକଟିଦେଉଳ ଅଞ୍ଚଳରେ ଲୋକପ୍ରିୟତା ଏବଂ ରୋହିତଙ୍କ ବିରୋଧୀ ସୁଦର୍ଶନ ସାହୁଙ୍କୁ ବୁଝାଶୁଝା କରି ବିଜେଡିକୁ ବିଜୟୀ କରାଇବାରେ ପ୍ରମୋଦ ପ୍ରମୁଖ ଭୂମିକା ନେଇଥିଲେ। ଫଳରେ ୨୦୧୯  ସାଧାରଣ ନିର୍ବାଚନରେ ରୋହିତଙ୍କର ଭୋଟ ହାର ୨ପ୍ରତିଶତ କମିଥିଲେ ମଧ୍ୟ ସେ ଦ୍ୱିତୀୟ ଥର ବିଧାୟକ ହୋଇଥିଲେ। ତେବେ ଜିତିବା ପରେ ସମସ୍ତଙ୍କୁ ଏକଜୁଟ କରିବାରେ ରୋହିତ ପୁଣି ବିଫଳ ହେବା ସହ ସୁଦର୍ଶନ ସାହୁ ଏବଂ ପ୍ରମୋଦଙ୍କୁ ଅଣଦେଖା କରିଥିଲେ। ତେଣୁ ପଞ୍ଚାୟତ ନିର୍ବାଚନରେ ପ୍ରମୋଦ ଓ ସୁଦର୍ଶନ ମିଶି ରୋହିତଙ୍କ ପ୍ରାର୍ଥୀ ବିରୋଧରେ ପ୍ରାର୍ଥୀ ଦେଇ ନାକଟିଦେଉଳ ବ୍ଳକରେ ସମିତି ଗଠନ କରିବାରେ ସଫଳ ହୋଇଥିଲେ।  ରୋହିତଙ୍କୁ ପଞ୍ଚାୟତ ନିର୍ବାଚନ ପରେ ବିଜେଡିର ଶକ୍ତିଶାଳୀ ଗୋଷ୍ଠୀ ଘୋର ବିରୋଧ ଆରମ୍ଭ କରିଦେଇଥିଲା ।
ଅପରପକ୍ଷରେ ରୋହିତଙ୍କ ପ୍ରତି ବଢ଼ୁଥିବା ବିରୋଧକୁ ଦେଖି ପୂର୍ବତନ ମନ୍ତ୍ରୀ ତଥା ରେଢ଼ାଖୋଲର ପୂର୍ବତନ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ପୁଣିଥରେ ରେଢ଼ାଖୋଲମୁହାଁ ହେଲେଣି । ବିଭିନ୍ନ ସ୍ଥାନରେ ବିଧାୟକଙ୍କୁ ଅତିଥି ଭାବରେ ନ ଡାକି ତାଙ୍କ ବିରୋଧୀମାନଙ୍କୁ ନିମନ୍ତ୍ରଣ କରାଯାଉଥିବା ଦେଖିବାକୁ ମିଳୁଛି। ତେଣୁ ରୋହିତ ଆଗାମୀ ନିର୍ବାଚନରେ ରେଢ଼ାଖୋଲରୁ ପ୍ରାର୍ଥୀ ନ ହୋଇ ସମ୍ବଲପୁର ବିଧାନସଭାରୁ ପ୍ରାର୍ଥୀ ହେବାକୁ ଆଶା ବାନ୍ଧିଛନ୍ତି । ଏନେଇ ତାଙ୍କୁ ସବୁଜ ସଙ୍କେତ ମିଳିସାରିଛି ବୋଲି ତାଙ୍କ ସମର୍ଥକମାନେ କହିବୁଲୁଛନ୍ତି ା ଏଥିସହିତ ରୋହିତ ମଧ୍ୟ ସମ୍ବଲପୁର ବିଧାନସଭା ଅଞ୍ଚଳର ବିଭିନ୍ନ ଗୋଷ୍ଠୀର ନେତାଙ୍କୁ ଭେଟି ସମର୍ଥନ ଯୋଗାଡ଼ରେ ଲାଗି ପଡ଼ିଥିବା ଦେଖିବାକୁ ମିଳୁଛି। ଏପରି କି ଦଳୀୟ କାର୍ଯ୍ୟକ୍ରମରେ କର୍ମୀମାନଙ୍କୁ ନିଜେ ଫୋନ୍‌ କରି ଡାକୁଥିବା ତାଙ୍କର ଘନିଷ୍ଠମାନେ କହୁଛନ୍ତି।
  ଡ. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ନ ଥିବା ବେଳେ ବିରୋଧୀ ଦଳ ନେତା ତଥା ଭାଜପାର ବରିଷ୍ଠ ନେତା ଜୟନାରାୟଣ ମିଶ୍ର ଦୀର୍ଘ ମାସ ହେବ ସମ୍ବଲପୁରକୁ ଆସୁ ନ ଥିବାରୁ ରୋହିତ ସମ୍ବଲପୁରରେ ପ୍ରାର୍ଥୀ ହେବା ସୁରକ୍ଷିତ ମଣୁଛନ୍ତି ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ କହୁଛନ୍ତି। ତେବେ ସମ୍ବଲପୁରରେ ବିଭିନ୍ନ ଗୋଷ୍ଠୀରେ ବିଭକ୍ତ ବିଜେଡିର ସମସ୍ତ ନେତା ତାଙ୍କୁ କେତେଦୂର ସମର୍ଥନ କରିବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୁଣି ରାସେଶ୍ୱରୀ ୨୦୧୯ ନିର୍ବାଚନ ହାରିବା ସତ୍ତ୍ୱେ ନିଜର ସଙ୍ଗଠନକୁ ସୁଦୃଢ଼ କରି ରଖିଥିବା ଏବଂ ନିୟମିତ ବ୍ୟବଧାନରେ ବୈଠକ କରୁଥିବା ବେଳେ ନିଜେ ଟିକେଟ ଆଶାୟୀ ରହିଥିବା ତାଙ୍କ ସମର୍ଥକ କହୁଛନ୍ତି ।
ତେଣୁ ସେ ରୋହିତଙ୍କୁ ସମର୍ଥନ କରିବା ଏତେଟା ସହଜ ନୁହେଁ ।
ସେପଟେ କିଛି ମାସ ହେବ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ପୂର୍ବତନ ବିଜେଡି ଜିଲା ସଭାପତି ପ୍ରମୋଦ ରଥ ରେଢ଼ାଖୋଲ ନିର୍ବାଚନମଣ୍ଡଳୀରେ ଜନସମ୍ପର୍କ କାର୍ଯ୍ୟକ୍ରମ ଜାରି ରଖିବା ସେଠାକାର ଦଳୀୟ ସମୀକରଣକୁ ଘନ ଘନ ବଦଳାଇ ଦେଉଥିବା ଲକ୍ଷ୍ୟ କରାଯାଉଛି।  ତେବେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ରେଢ଼ାଖୋଲ ଟିକେଟ ମିଳିବା ନେଇ ତାଙ୍କର ସମର୍ଥକ ବେଶ୍‌ ଆଶାବାଦୀ ରହିଛନ୍ତି। ହେଲେ ରେଢ଼ାଖୋଲ ନିର୍ବାଚନମଣ୍ଡଳୀରେ ପ୍ରମୋଦ ରଥ ଏବଂ ସୁଦର୍ଶନ ସାହୁଙ୍କ ଆଗାମୀ ରଣନୀତି ବିଜେଡିର ରାଜନୈତିକ ଫଳାଫଳକୁ ପ୍ରଭାବିତ କରିବ ବୋଲି କୁହାଯାଉଛି।

Enter your email to get our daily news in your inbox.

All Right Reserved By Dharitri.Com

ସର୍ଫିଙ୍ଗ ପର୍ଯ୍ୟଟନ ମାନଚିତ୍ରରେ କୋଣାର୍କ

କୋଣାର୍କ,୩୦।୪(ଜ୍ୟୋତିରାଜ ମହାନ୍ତି):ସମୁଦ୍ରର ନୀଳ ଢ଼େଉରେ ଦୁଃସାହସିକ ଜଳକ୍ରୀଡ଼ା ସର୍ଫିଙ୍ଗ ପାଇଁ ଖାଲି ବିଦେଶ ନୁହେଁ, ଭାରତର ଯୁବବର୍ଗଙ୍କ ଆଗ୍ରହ ବଢ଼ିବାରେ ଲାଗିଛି। ପୁରୀ-କୋଣାର୍କ ବେଳାମାର୍ଗରେ ଅବସ୍ଥିତ...

ମଉଳିଯାଇଛି କୁଳ ବେଉସାର ନିଶା

ପଟ୍ଟାମୁଣ୍ଡାଇ,୩୦।୪(କଳ୍ପତରୁ ନାୟକ):ସମୟର ପରିବର୍ତନର ସୁଅରେ ବଦଳି ଯାଇଛି କୂଳ ବେଉସାର ନିଶା। ଧାତବ ବାସନର ବହୁଳ ବ୍ୟବହାର ଫଳରେ ମାଟିରେ ତିଆରି ଜିନିଷ ତାର ସତା...

୩ ଦଶନ୍ଧିରେ ହଜିଲାଣି ୭୦ ପ୍ରତିଶତ ହସ୍ତତନ୍ତ ଶିଳ୍ପ

କେନ୍ଦ୍ରାପଡ଼ା, ୩୦ା୪(ଜଗନ୍ନାଥ ଧଳ):ଅତ୍ୟାଧୁନିକ ମେଶିନ ଓ ଉନ୍ନତ ସୂତା ପାଇଁ କେନ୍ଦ୍ରାପଡ଼ା ଜିଲାର ପୁରାତନ ହସ୍ତତନ୍ତ ଶିଳ୍ପ ଡୁବିଯାଇଛି। ୩ ଦଶନ୍ଧି ମଧ୍ୟରେ ପ୍ରାୟ ୭୦...

ପଥର ଛଇକୁ ପୋଖରୀ ଦର୍ଶାଇ ଲକ୍ଷାଧିକ ଟଙ୍କା ଆତ୍ମସାତ

କାଳିଆପାଣି,୩୦ା୪(ଅସିତ ମହାନ୍ତ):ପୋଖରୀ ପୁନରୁଦ୍ଧାର ପାଇଁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳ କରି ଯାଜପୁର ଜିଲାର ସୁକିନ୍ଦା ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତରେ ଟଙ୍କା ଆତ୍ମସାତ୍‌...

ନୂଆ-ଅଭିଜ୍ଞଙ୍କ ମଧ୍ୟରେ କଡ଼ା ମୁକାବିଲା

ଯାଜପୁର,୩୦ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଏଯାଏ କେହି ମହିଳା ବିଧାୟିକା ହୋଇନାହାନ୍ତି। ଏପରି କି ଏହି ଆସନରେ କେବେ କେହି ମହିଳା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା...

ଏକାଠି ହେଲେ ଗୌତମ, ପୁଲିନ

ଝୁମ୍ପୁରୀ,୩୦ା୪(ସରୋଜ ନାୟକ):ଧୀରେ ଧୀରେ ଯାଜପୁର ରାଜନୀତି ରୋଚକ ମୋଡ଼ ଧରିଛି ା ସୋମବାର ଭାଜପାର ଯାଜପୁର ବିଧାୟକ ପ୍ରାର୍ଥୀ ଗୌତମ ରାୟଙ୍କ ସହ ହାତ ମିଳାଇଛନ୍ତି...

ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି, ତାହା କାମରେ କରି ଦେଖାନ୍ତି: ପାଣ୍ଡିଆନ୍‌

ମାଲକାନଗିରି/କାଲିମେଳା/କୋଟପାଡ଼, ୩୦ା୪ (ଦୁର୍ଯ୍ୟୋଧନ ପାତ୍ର/ଜୀବନକୃଷ୍ଣ ଦାସ/କେ.ରାଜଶେଖର ରାଓ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କୁହନ୍ତି, ତାହା କାମରେ କରି ଦେଖାନ୍ତି ବୋଲି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ୍‌...

ପ୍ରଚାର ପାଇଁ ଏସବୁ ନୂଆ ଟ୍ରେଣ୍ଡ୍‌ ଆପଣାଇଛନ୍ତି ନେତା

କଟକ,୩୦ା୪(ଶିଳ୍ପା ପ୍ରିୟଦର୍ଶିନୀ):ପ୍ରାର୍ଥୀମାନେ ରୋଡ୍‌ ଶୋ ଓ ସମାବେଶ ଜରିଆରେ ଭୋଟରଙ୍କ ନିକଟତର ହେବାକୁ ପ୍ରୟାସ ଚଳାଇଥିବା ଦେଖିବାକୁ ମିଳୁଛି । ହେଲେ ନିର୍ବାଚନ ପ୍ରଚାରକୁ ସହଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri