ଚାଷୀଙ୍କୁ ୧୧ ହଜାର ବିଦ୍ୟୁତ୍‌ ବିଲ୍‌

ସମ୍ବଲପୁର,୨୮ା୧୨ (ଭବାନୀ ଶଙ୍କର ଭୋଇ): ଯୁଯୁମୁରା ବ୍ଲକର କବରାପାଲିଠାରେ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ହେବାର ଦୁଇବର୍ଷ ପରେ ବି ଚାଷୀଙ୍କ କ୍ଷେତକୁ ପାଣି ମୁନ୍ଦାଏ ପହଞ୍ଚିପାରି ନାହିଁ। ହେଲେ ଦୁଇବର୍ଷରେ ୧୧ ହଜାର ଟଙ୍କାର ବିଜୁଳି ବିଲ ଚାଷୀଙ୍କ ଦ୍ୱାରା ଗଠିତ ପାଣି ପଞ୍ଚାୟତ ପାଖରେ ପହଞ୍ଚିଛି। ଏହାକୁ ନେଇ ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି।

ରାଜ୍ୟ ସରକାରଙ୍କ ଉଠା ଜଳସେଚନ ବିଭାଗ ପକ୍ଷରୁ ୨୦୨୧-୨୨ ଆର୍ଥିକ ବର୍ଷରେ କବରାପାଲି ଅଞ୍ଚଳର ୫୦ ଜଣ ଚାଷୀଙ୍କ ଜମିକୁ ଜଳସେଚିତ କରିବା ଲକ୍ଷ୍ୟରେ ୫୮ଲକ୍ଷ ଟଙ୍କା ବ୍ୟୟରେ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ଆରମ୍ଭ ହୋଇଥିଲା। ୬ମାସ ମଧ୍ୟରେ ନିକଟସ୍ଥ କୁଟୁରାଝୁରି ଜୋରରୁ ପାଇପ୍‌ ଯୋଗେ କବରାପାଲିର ଚାଷୀଙ୍କ ଜମିକୁ ପାଣି ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖାଯାଇଥିଲା। ଏହାପରେ ୫୦ ଜଣ ଚାଷୀଙ୍କୁ ନେଇ ରଣେଶ୍ୱର ରାମଚଣ୍ଡୀ ପାଣି ପଞ୍ଚାୟତ ୨ ଗଠନ କରାଯାଇଥିଲା। ଉଠାଜଳସେନ ପ୍ରକଳ୍ପରୁ ଚାଷୀମାନେ ସୁଫଳ ପାଇବାକୁ ଚିନ୍ତା କରିଥିବା ବେଳେ ଦୁଇବର୍ଷ ହେବ କ୍ଷେତକୁ ପାଣି ପହଞ୍ଚିବାର ନାଁ ଧରୁନାହିଁ। ଠିକାଦାରଙ୍କ ନିମ୍ନମାନର କାମ ଯୋଗୁ ମୋଟର ଚାଲୁ ହେବା କ୍ଷଣି ପାଇପ୍‌ ଫାଟି ପାଣି ବୋହୁଛି। ପାଇପ୍‌ ବିଛାଇବା ପାଇଁ ତିନିଫୁଟ ମାଟି ଖୋଳିବା କଥା। ହେଲେ ଠିକାଦାର ଅନେକ ସ୍ଥାନରେ ପାଇପ୍‌କୁ ୬ଇଞ୍ଚ ମାଟି ତଳେ ନେଇଥିବା ଯୋଗୁ ଟ୍ରାକ୍ଟର ଆଦି ଚଳାଚଳ ବେଳେ ତାହା ଖଣ୍ଡ ଖଣ୍ଡ ହୋଇଯାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଅନେକ କ୍ଷେତ୍ରରେ ପାଣିର ପ୍ରେସର ସମ୍ଭାଳି ନ ପାରି ପାଇପ୍‌ଗୁଡିକ ବାରମ୍ବାର ଫାଟି ଯାଉଥିବାରୁ ଚାଷୀମାନେ ପ୍ରକଳ୍ପ ଦ୍ୱାରା ଦୁଇବର୍ଷ ହେବ ଚାଷ କରିପାରୁ ନାହାନ୍ତି। ଏପରି କି ଗତବର୍ଷ ମରୁଡି ସମୟରେ ମଧ୍ୟ ପ୍ରକଳ୍ପ କୌଣସି କାମରେ ଲାଗି ନ ଥିଲା ବୋଲି ପାଣିପଞ୍ଚାୟତର ସଦସ୍ୟମାନେ କହିଛନ୍ତି। ଏପରିସ୍ଥଳେ ଉଠାଜଳସେଚନ ପ୍ରକଳ୍ପରେ ଠିକାଦାର ଦୁଇଟି ୧୫ ଏଚ୍‌ପିର ପାଣି ମୋଟର ଲଗାଇ ୬୫କେଭି ଟ୍ରାନ୍ସଫର୍ମରରେ ପାଣିପଞ୍ଚାୟତ ନାମରେ ବିଜୁଳି ସଂଯୋଗ କରାଇ ଦେଇଥିଲେ। ଏହାପରେ ଦୁଇବର୍ଷ ମଧ୍ୟରେ ୧୧ ହଜାର ଟଙ୍କାର ବିଜୁଳି ବିଲ ପାଣିପଞ୍ଚାୟତ ନାମରେ ଆସିଥିବା ବେଳେ ପାଣିପଞ୍ଚାୟତ ହାତକୁ କିନ୍ତୁ ଠିକାଦାର ମୋଟର ଚାବି ହସ୍ତାନ୍ତର କରିନାହାନ୍ତି। ପୁଣି ବିଲ ଜମା ନ ହେବାରୁ ବିଜୁଳି କାଟିଦେବା ନେଇ ବିଦ୍ୟୁତ୍‌ ବିଭାଗ ଚାଷୀଙ୍କୁ ବାରମ୍ବାର ତାଗିଦ କରିଆସୁଛି। ଏ ସମ୍ପର୍କରେ ଉଠାଜଳସେଚନ ବିଭାଗ କନିଷ୍ଠ ଯନ୍ତ୍ରୀ ସନ୍ତୋଷ ସାହୁଙ୍କୁ ପଚାରିବାରୁ ସେ କହିଥିଲେ, ଶୀଘ୍ର ପାଇପ୍‌ ମରାମତି କରି ଚାଷୀଙ୍କୁ ଚାବି ହସ୍ତାନ୍ତର କରିବାକୁ ସମ୍ପୃକ୍ତ ଠିକାଦାରଙ୍କୁ କୁହାଯାଇଛି। ତେବେ ଏପର୍ଯ୍ୟନ୍ତ ଚାଷୀଙ୍କୁ ପ୍ରକଳ୍ପ ହସ୍ତାନ୍ତର କରାଯାଇ ନ ଥିବାରୁ ଠିକାଦାର ହିଁ ବକେୟା ବିଜୁଳି ବିଲ ପଇଠ କରିବେ। ଏହାସହ ସେ ନିଜେ ଘଟଣାସ୍ଥଳକୁ ଯାଇ ଦୁଇଦିନ ଭିତରେ ପ୍ରକଳ୍ପ କାର୍ଯ୍ୟକାରୀ କରାଇବେ ବୋଲି ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଟକ ଲୋକ ସଭା ଆସନ: ଅଭିଜ୍ଞ ବନାମ ନୂଆ ଚେହେରା

କଟକ,୩୦।୪(ଶିଳ୍ପା ପ୍ରିୟଦର୍ଶିନୀ):କଟକ ସଂସଦୀୟ କ୍ଷେତ୍ରରେ ତ୍ରିମୁଖୀ ଲଢେଇ ହେବା ନେଇ ଆଲୋଚନା ହେଉଛି। ଲୋକ ସଭା ଆସନ ପାଇଁ ବିଜେଡି ସଂତୃପ୍ତ ମିଶ୍ର, ଭାଜପା ଭର୍ତ୍ତୃହରି...

‘ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରି ରାଜ୍ୟକୁ ୧ ନମ୍ବର କରିବା’

ଅନୁଗୋଳ,୩୦ା୪ (ଅମିତ କୁମାର ସାମଲ)/ ଆଠମଲ୍ଲିକ (ଉଦୀପ୍ତ ପୁରୋହିତ)/ ବଇଣ୍ଡା (ପରିକ୍ଷିତ ସାହୁ):ଓଡ଼ିଶାରେ ପ୍ରଥମ ଥର ଓ କେନ୍ଦ୍ରରେ ତୃତୀୟ ଥର ପାଇଁ ଭାଜପା ସରକାର...

ସର୍ଫିଙ୍ଗ ପର୍ଯ୍ୟଟନ ମାନଚିତ୍ରରେ କୋଣାର୍କ

କୋଣାର୍କ,୩୦।୪(ଜ୍ୟୋତିରାଜ ମହାନ୍ତି):ସମୁଦ୍ରର ନୀଳ ଢ଼େଉରେ ଦୁଃସାହସିକ ଜଳକ୍ରୀଡ଼ା ସର୍ଫିଙ୍ଗ ପାଇଁ ଖାଲି ବିଦେଶ ନୁହେଁ, ଭାରତର ଯୁବବର୍ଗଙ୍କ ଆଗ୍ରହ ବଢ଼ିବାରେ ଲାଗିଛି। ପୁରୀ-କୋଣାର୍କ ବେଳାମାର୍ଗରେ ଅବସ୍ଥିତ...

ମଉଳିଯାଇଛି କୁଳ ବେଉସାର ନିଶା

ପଟ୍ଟାମୁଣ୍ଡାଇ,୩୦।୪(କଳ୍ପତରୁ ନାୟକ):ସମୟର ପରିବର୍ତନର ସୁଅରେ ବଦଳି ଯାଇଛି କୂଳ ବେଉସାର ନିଶା। ଧାତବ ବାସନର ବହୁଳ ବ୍ୟବହାର ଫଳରେ ମାଟିରେ ତିଆରି ଜିନିଷ ତାର ସତା...

୩ ଦଶନ୍ଧିରେ ହଜିଲାଣି ୭୦ ପ୍ରତିଶତ ହସ୍ତତନ୍ତ ଶିଳ୍ପ

କେନ୍ଦ୍ରାପଡ଼ା, ୩୦ା୪(ଜଗନ୍ନାଥ ଧଳ):ଅତ୍ୟାଧୁନିକ ମେଶିନ ଓ ଉନ୍ନତ ସୂତା ପାଇଁ କେନ୍ଦ୍ରାପଡ଼ା ଜିଲାର ପୁରାତନ ହସ୍ତତନ୍ତ ଶିଳ୍ପ ଡୁବିଯାଇଛି। ୩ ଦଶନ୍ଧି ମଧ୍ୟରେ ପ୍ରାୟ ୭୦...

ପଥର ଛଇକୁ ପୋଖରୀ ଦର୍ଶାଇ ଲକ୍ଷାଧିକ ଟଙ୍କା ଆତ୍ମସାତ

କାଳିଆପାଣି,୩୦ା୪(ଅସିତ ମହାନ୍ତ):ପୋଖରୀ ପୁନରୁଦ୍ଧାର ପାଇଁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳ କରି ଯାଜପୁର ଜିଲାର ସୁକିନ୍ଦା ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତରେ ଟଙ୍କା ଆତ୍ମସାତ୍‌...

ନୂଆ-ଅଭିଜ୍ଞଙ୍କ ମଧ୍ୟରେ କଡ଼ା ମୁକାବିଲା

ଯାଜପୁର,୩୦ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଏଯାଏ କେହି ମହିଳା ବିଧାୟିକା ହୋଇନାହାନ୍ତି। ଏପରି କି ଏହି ଆସନରେ କେବେ କେହି ମହିଳା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା...

ଏକାଠି ହେଲେ ଗୌତମ, ପୁଲିନ

ଝୁମ୍ପୁରୀ,୩୦ା୪(ସରୋଜ ନାୟକ):ଧୀରେ ଧୀରେ ଯାଜପୁର ରାଜନୀତି ରୋଚକ ମୋଡ଼ ଧରିଛି ା ସୋମବାର ଭାଜପାର ଯାଜପୁର ବିଧାୟକ ପ୍ରାର୍ଥୀ ଗୌତମ ରାୟଙ୍କ ସହ ହାତ ମିଳାଇଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri