ପୁରୀ

ରୋଗୀଙ୍କୁ ଘରୋଇ କ୍ଲିନିକ୍‌କୁ ପଠାଉଛନ୍ତି ଡାକ୍ତର

ପୁରୀ,୧୫ା୨(ଅଜିତ୍‌ ମହାନ୍ତି)ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅନେକ ଡାକ୍ତର ଦୀର୍ଘଦିନ ଧରି କାର୍ଯ୍ୟ କରି ଆସୁଥିବାବେଳେ ସେମାନଙ୍କ ମନମୁଖୀ କାର୍ଯ୍ୟ ନେଇ ରୋଗୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ମାତ୍ର ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ଏବେ…

ଶ୍ରୀମନ୍ଦିର ଉପରେ ଉଡ଼ିବନି ଡ୍ରୋନ୍‌, ନୋ ଫ୍ଲାଇଙ୍ଗ୍‌ ଜୋନ୍‌ ଘୋଷଣା

ପୁରୀ,୧୪ା୨: ଏଣିକି ଶ୍ରୀମନ୍ଦିର ଉପରେ ଆଉ ଉଡ଼ି ପାରିବନି ଡ୍ରୋନ୍‌। ଶ୍ରୀଜଗନ୍ନାଥ ମନ୍ଦିରରେ ଶାନ୍ତି ଓ ନିରାପତ୍ତା ଦୃଷ୍ଟିରୁ ପୁରୀ ପୋଲିସ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଶ୍ରୀମନ୍ଦିର ଉପରେ ନୋ ଫ୍ଲାଇଙ୍ଗ୍‌ ଜୋନ୍‌ ଘୋଷଣା ସହିତ ଭିତରେ ମୋବାଇଲରେ…

ଏପ୍ରିଲ ୧୪ ରେ ପାଳନ ହେବ ପଣା ସଂକ୍ରାନ୍ତି, ମୋହର ମାରିଲେ ମୁକ୍ତି ମଣ୍ଡପ ପଣ୍ଡିତ

ପୁରୀ,୧୨।୨: ଏପ୍ରିଲ ୧୪ ତାରିଖରେ ପାଳନ ହେବ ମହାବିଷୁବ ପଣା ସଂକ୍ରାନ୍ତି। ଏପ୍ରିଲ ୧୩ ନା ୧୪ ତାରିଖରେ ପଣା ସଂକ୍ରାନ୍ତି ହେବ ତାହାକୁ ନେଇ ସଂଶୟ ଉପୁଜିଥିଲା। ଯେଉଁଥିପାଇଁ ସୋମବାର ପୁରୀରେ ପାଞ୍ଜି ବୈଠକ ବସିଥିଲା। ବୈଠକରେ ମୁକ୍ତି ମଣ୍ଡପ…

Video: ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇଲେ ୟୁଟ୍ୟୁବର: ପଦାରେ ପଡ଼ିଲା ସୁରକ୍ଷା ତ୍ରୁଟି, ଭିଡିଓ ଭାଇରାଲ୍

ପୁରୀ,୧୨।୨: ସୋସିଆଲ ମିଡିଆରେ ଏକ ଭିଜୁଆଲ୍ ଭାଇରାଲ ହୋଇଛି ଯେଉଁଥିରେ ପୁରୀର ଜଗନ୍ନାଥ ମନ୍ଦିର ଉପରେ ଡ୍ରୋନ୍ ଉଡୁଥିବା ଦେଖିବାକୁ ମିଳୁଛି। କିଭଳି ଏବଂ କେଉଁ ପରିସ୍ଥିତିରେ ଯୁବକ ଜଣକ ଏହି ଦୁଃଶାହାସ କରିପାରିଲେ, ସୁରକ୍ଷାକର୍ମୀ ଏହି ସମୟରେ କ’ଣ କରୁଥିଲେ…

ସୁଦର୍ଶନଙ୍କ ବାଲୁକାକଳା ଦେଖି ବିମୋହିତ ହେଲେ ପ୍ରଖ୍ୟାତ ଗାୟକ ଜୁବିନ୍‌ ନୌଟିଆଲ

ପୁରୀ ଅଫିସ,୯।୨: ପୁରୀ ବେଳାଭୂମିରେ ‘ତମେ ଚାହିଁଲ ବୋଲି ଚକା ଆଖି’ ବାଲୁକା କଳାକୃତି ଦେଖି ଅଭିଭୂତ ହୋଇଛନ୍ତି ବଲିଉଡର ପ୍ରଖ୍ୟାତ ଗାୟକ ଜୁବିନ୍‌ ନୌଟିଆଲ । ଓଲିଉଡ଼ ସଂଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦଙ୍କ ସଂଗୀତକୁ ଗାଇଥିଲେ ଜୁବିନ୍‌ । ଶୁକ୍ରବାର ପୁରୀ…

ଶ୍ରୀମନ୍ଦିର ହୁଣ୍ଡି ଟଙ୍କା ଚୋରି କରି ଧରାପଡ଼ିଲେ ପିଅନ

ପୁରୀ ଅଫିସ,୯।୨(ଅଜିତ ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ହୁଣ୍ଡିକୁ ନେଉଥିବା ଦାନ ଟଙ୍କା ଗଣତି ବେଳେ ଚୋରି କରି ଜଣେ ପିଅନ ଧରାପଡ଼ିଛନ୍ତି । ଶ୍ରୀମନ୍ଦିର ଭିତରେ ଡୋନେସନ ସେଲ୍‌ରେ ଟଙ୍କା ଗଣତି ବେଳେ ଏହା ଘଟିଛି। ସିସିଟିଭି…

ଅର୍ପଣ ରଥରୁ ସଂଗ୍ରହ ହୋଇଛି ୩ କୋଟି ଟଙ୍କା: ଶ୍ରୀମନ୍ଦିର ପ୍ରଶାସନ

ପୁରୀ,୮ା୨: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ଅବସରରେ ରାଜ୍ୟବ୍ୟାପୀ ବୁଲିଥିବା ଜଗନ୍ନାଥଙ୍କ ଅର୍ପଣ ରଥରୁ ସଂଗ୍ରହ ଚାଉଳ ଏବଂ ଟଙ୍କା ସଂଗ୍ରହ ତଥା ବ୍ୟବହାରକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ) ଗୁରୁବାର ସ୍ପଷ୍ଟୀକରଣ ଜାରି…

ଯୁବକଙ୍କୁ ରାସ୍ତାରେ ନିସ୍ତୁକ ପିଟିଲେ ଏଏସ୍‌ଆଇ

ପିପିଲି, ୮ା୨(ପ୍ରଭାତ ମହାପାତ୍ର/ଦୁର୍ଗାମାଧବ ମିଶ୍ର)ପିପିଲି ପୋଲିସର ଦବଙ୍ଗଗିରି। ଜଣେ ଯୁବକଙ୍କୁ ରାସ୍ତାରେ ନିସ୍ତୁକ ମାଡ଼ ମାରିଲେ ପୋଲିସ ଅଧିକାରୀ। ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ପୋଲିସ ଅଧିକାରୀ ଜଣକ ବାଡ଼ିରେ ଯୁବକଙ୍କ ହାତ ଓ ଗୋଡ଼କୁ ନିସ୍ତୁକ ପିଟୁଥିବାର…

କୋଣାର୍କରେ ଓଡ଼ିଶା ଟ୍ରାଭେଲ୍‌‌ ବଜାର ୨୦୨୪ ଉଦ୍‌‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ପୁରୀ,୭।୨: ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଭାରତୀୟ ବାଣିଜ୍ୟ ଓ ଶିଳ୍ପ ମହାସଂଘର ମିଳିତ ସହଯୋଗରେ ଆଜିଠାରୁ କୋଣାର୍କଠାରେ ଓଡ଼ିଶା ଟ୍ରାଭେଲ୍‌‌ ବଜାର ୨୦୨୩-୨୪ର ପଞ୍ଚମ ସଂସ୍କରଣ ଆରମ୍ଭ ହୋଇଛି । ଏହାକୁ ପ୍ରଦର୍ଶନୀକୁ…

ଅର୍ପଣ ଚାଉଳରେ ଉଷୁନା ମିଶିଥିବା ଅଭିଯୋଗ

ପୁରୀ,୬ା୨(ଅଜିତ୍‌ ମହାନ୍ତି):ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସମୟରେ ସାରା ରାଜ୍ୟରେ ଅର୍ପଣ ରଥ ବୁଲିଥିଲା। ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭକ୍ତମାନେ ଗୁଆ ଓ ଚାଉଳ ଦାନ କରିଥିଲେ। ଉକ୍ତ ଚାଉଳରେ ଖେଚୁଡ଼ି ଓ କାନିକା ପ୍ରସ୍ତୁତ କରାଯାଇ ମହାପ୍ରଭୁଙ୍କ ନିକଟରେ ଭୋଗ ଲଗାଯାଇ…

‘ଇଣ୍ଡିଆ ବୁକ ରେକଡର୍‌ସ’ରେ ସ୍ଥାନ ପାଇଲେ କୋଣାର୍କର ସରିତା

କୋଣାର୍କ,୬।୨(ଜ୍ୟୋତିରାଜ ମହାନ୍ତି):ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ପ୍ରଶିକ୍ଷିତ କୋଣାର୍କ ଅଞ୍ଚଳର ତଥା ଓଡ଼ିଶାର ଜଣେ ସୁପରିଚିତ ବରିଷ୍ଠ ବାଲୁକା ଶିଳ୍ପୀ ସରିତା ଗୋଚ୍ଛାୟତ ଭାରତର ପ୍ରଥମ ମହିଳା ବାଲୁକା ଶିଳ୍ପୀ ଭାବେ ଦେଶରେ ପ୍ରଥମ ଥର ପାଇଁ ଇଣ୍ଡିଆ…

ସେବାୟତଙ୍କ ମଧ୍ୟରେ ତୁଟିଲା ବିବାଦ: ୩ ଘଣ୍ଟା ବିଳମ୍ବରେ ଚାଲିଛି ନୀତିକାନ୍ତି

ପୁରୀ,୫।୨: ଶ୍ରୀମନ୍ଦିରରେ ସୁଆର ଓ ମହାସୁଆର ସେବାୟତଙ୍କ ମଧ୍ୟରେ ଥିବା ବିବାଦର ଶେଷରେ ସମାଧାନ ହୋଇଛି। ପରେ ଶ୍ରୀମନ୍ଦିର ଭୋଗ ମଣ୍ଡପରୁ ରବିବାର ରାତିର ଶତାଧିକ ଅଭଡ଼ା କୂଡ଼ୁଆ ବାହାରିଛି। ମାତ୍ର ଏହି ବିବାଦ ଯୋଗୁ ମହାପ୍ରଭୁଙ୍କ ନୀତିକାନ୍ତି ୩ ଘଣ୍ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?