ଆବଶ୍ୟକ ହେଲେ ତାଲା ଭାଙ୍ଗିବୁ

ପୁରୀ,୭ା୭(ଅଜିତ୍‌ କୁମାର ମହାନ୍ତି)ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟର ପୂର୍ବତନ ବିଚାରପତି ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଥିବା ରତ୍ନଭଣ୍ଡାର ଯାଞ୍ଚ କମିଟିର ପ୍ରଥମ ବୈଠକ ଶନିବାର ଅନୁଷ୍ଠିତ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟଠାରେ ବିଚାରପତି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୧୬ଜଣିଆ ଟିମ୍‌ ସଦସ୍ୟ ରତ୍ନଭଣ୍ଡାର ଖୋଲିବା ନେଇ ବିସ୍ତୃତ ଆଲୋଚନା କରିଥିଲେ। ରତ୍ନଭଣ୍ଡାର ଖୋଲାଯିବା ନେଇ ତାରିଖ ନିର୍ଦ୍ଧାରିତ ହୋଇପାରିନି। ଆସନ୍ତା ୯ରେ କମିଟିର ଦ୍ୱିତୀୟ ବୈଠକରେ ଏନେଇ ନିଷ୍ପତ୍ତି ନିଆଯିବ। ଏପରି କି ଡୁପ୍ଲିକେଟ ଚାବିରେ ରତ୍ନଭଣ୍ଡାର ଚାବି ନ ଖୋଲିଲେ ଆମେ ତାଲା ଭାଙ୍ଗିବୁ ବୋଲି ଯାଞ୍ଚ କମିଟିର ଅଧ୍ୟକ୍ଷ ରଥ କହିଛନ୍ତି। କମିଟି ଅଧ୍ୟକ୍ଷଙ୍କ ଏଭଳି ମନ୍ତବ୍ୟ ପରେ ରତ୍ନଭଣ୍ଡାର ଖୋଲିବା ଆଶା ଦୃଢ଼ୀଭୂତ ହୋଇଛି।
ଦୀର୍ଘ ୨ ଘଣ୍ଟାର ରୁଦ୍ଧଦ୍ୱାର ବୈଠକ ପରେ ଅଧ୍ୟକ୍ଷ ରଥ କହିଛନ୍ତି, ସମସ୍ତ ଦିଗ ଉପରେ ଆଲୋଚନା କରାଯାଇଛି। ଏପରି କି ସମସ୍ତ କାଗଜପତ୍ରର ଯାଞ୍ଚ କରାଯାଇଛି। କାଗଜପତ୍ରରୁ ଜଣାପଡୁଛି ରତ୍ନଭଣ୍ଡାରର ଡୁପ୍ଲିକେଟ ଚାବି ଜିଲା ଟ୍ରେଜେରିରେ ରହିଛି। ଡୁପ୍ଲିକେଟ ଚାବିରେ ରତ୍ନଭଣ୍ଡାର ନ ଖୋଲିଲେ ତାଲା ଭଙ୍ଗାଯିବ। ତାଲା କିଭଳି ଭଙ୍ଗାଯିବ ସେନେଇ ଏସ୍‌ଓପି ପ୍ରସ୍ତୁତ କରାଯିବ। ପ୍ରସ୍ତୁତ ଏସ୍‌ଓପି ସରକାରଙ୍କଠାରେ ଉପସ୍ଥାପନ କରାଯିବ। ସେହିପରି ଆସନ୍ତା ୯ତାରିଖରେ ଦ୍ୱିତୀୟ ବୈଠକ ବସିବ। ଉକ୍ତ ବୈଠକରେ ଜିଲା ଟ୍ରେଜେରିରୁ ମିଳିଥିବା ଡୁପ୍ଲିକେଟ୍‌ ଚାବି କମିଟି ନିକଟରେ ଦାଖଲ କରାଯିବ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି ରତ୍ନଭଣ୍ଡାର ମରାମତି ନିମନ୍ତେ ଏକ ଏସ୍‌ଓପି କରାଯିବା ସହ ସରକାରଙ୍କଠାରୁ ଅନୁମତି ଅଣାଯିବ। ପରିଚାଳନା କମିଟି ବୈଠକ ବସି ଅଳଙ୍କାରଗୁଡ଼ିକୁ ରଖାଯିବା ସହ ଗଣତିମଣତି କରିବା ପାଇଁ ପ୍ରୟାସ କରିବ। ଅଳଙ୍କାର ଗଣତି ପାଇଁ ପରିଚାଳନା କମିଟି ବଣିଆଙ୍କୁ ଆଣିବେ। ଆଶା କରାଯାଉଛି, ମହାପ୍ରଭୁଙ୍କ ନୀଳାଦ୍ରିବିଜେ ପୂର୍ବରୁ ଏହାକୁ ମରାମତି କରାଯିବ। ମହାପ୍ରଭୁଙ୍କ ନୀତିକାନ୍ତି ପ୍ରଥମ ଏବଂ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ଦ୍ୱିତୀୟ। ତେଣୁ ମହାପ୍ରଭୁଙ୍କ ନୀତିକାନ୍ତିରେ କୌଣସି ବ୍ୟତିକ୍ରମ ହେବ ନାହିଁ ବୋଲି ଜଷ୍ଟିସ ରଥ କହିଛନ୍ତି। ଅନ୍ୟପଟେ ଅଳଙ୍କାରଗୁଡ଼ିକୁ ସୁରକ୍ଷିତ ଭାବରେ ଅନ୍ୟସ୍ଥାନକୁ ସ୍ଥାନାନ୍ତରିତ କରାଯିବ। କିନ୍ତୁ ଗଣତିମଣତି ଲମ୍ବା ପ୍ରକ୍ରିୟା ହୋଇଥିବାରୁ ରଥଯାତ୍ରା ସମୟରେ ଏହା ସମ୍ଭବ ନୁହେଁ ବୋଲି ବୈଠକରେ ମତ ପ୍ରକାଶ ପାଇଛି। ତଥାପି ଶୀଘ୍ର କରିବାକୁ ଚେଷ୍ଟା କରାଯାଉଛି। ବୈଠକରେ ରତ୍ନଭଣ୍ଡାର ମରାମତି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ରତ୍ନଭଣ୍ଡାର ଖୋଲାଗଲେ ଏହାର ମରାମତି ନେଇ ମହାପ୍ରଭୁଙ୍କ ରତ୍ନ ଆଭୂଷଣକୁ ଏକ ସ୍ବତନ୍ତ୍ର ସ୍ଥାନକୁ ସ୍ଥାନାନ୍ତର କରାଯିବା ସହ ଗଣତିରେ ଅତ୍ୟାଧୁନିକ ବ୍ୟବସ୍ଥାର ଉପଯୋଗ କରାଯିବ ଏବଂ ରତ୍ନର ଚିହ୍ନଟ ନେଇ ବଣିଆମାନଙ୍କୁ ନିଯୁକ୍ତ ନେଇ ପରିଚାଳନା କମିଟି ନିଷ୍ପତ୍ତି ନେବ ବୋଲି ଅଧ୍ୟକ୍ଷ ରଥ କହିଛନ୍ତି। ରଥଯାତ୍ରା ମଧ୍ୟରେ ରତ୍ନଭଣ୍ଡାର ଖୋଲିବା ପାଇଁ ଯାଞ୍ଚ କମିଟି ପ୍ରୟାସ କରିବ। ମହାପ୍ରଭୁ ଏହି ସମୟରେ ଗୁଣ୍ଡିଚା ଘରେ ଥିବାରୁ ନୀତିରେ ବ୍ୟାଘାତ ନ କରି ମରାମତି କାର୍ଯ୍ୟ ମଧ୍ୟ କରାଯାଇପାରିବ। ରତ୍ନଭଣ୍ଡାର ମରାମତି ପାଇଁ ସ୍ବତନ୍ତ୍ର ଏସ୍‌ଓପି କରାଯିବା ସହ ଅଳଙ୍କାର ଥାଇ ଯଦି ମରାମତି ସମ୍ଭବ ହେବନାହିଁ ତେବେ ଅଳଙ୍କାରର କିଭଳି ରକ୍ଷଣାବେକ୍ଷଣ କରାଯିବ ସେନେଇ ପରିଚାଳନା କମିଟି ନିଷ୍ପତ୍ତି ନେବ ବୋଲି ବୈଠକରେ ଆଲୋଚନା ହୋଇଛି। ତେବେ ଡୁପ୍ଲିକେଟ୍‌ ଚାବିରେ ରନତ୍ଭଣ୍ଡାର ଖୋଲୁଛି କି ନାହିଁ ତାହା ଦେଖିବାକୁ ଥିବାବେଳେ ୧୯୭୮ ମସିହା ରତ୍ନ ଗଣତି ରିପୋର୍ଟ ଆଧାରରେ ଗଣତି ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?