ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ

ପୁରୀ,୭ା୭: ଆଜି  ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏନେଇ ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଛି। ମହାପ୍ରଭୁଙ୍କ ପହଣ୍ଡି ଅପରାହ୍ନ ୧ଟା ୧୦ମିନିଟରୁ ଆରମ୍ଭ କରାଯିବାକୁ ଧାର୍ଯ୍ୟ କରାଯାଇଥିଲା। ପହଣ୍ଡି ଅପରାହ୍ନ ଅଢ଼େଇଟା ସୁଦ୍ଧା ସାରିବାକୁ ନିଷ୍ପତ୍ତି ହୋଇଥିଲା। ତେବେ ନିର୍ଦ୍ଧାରିତ ସମୟର ଦେଢ଼ ଘଣ୍ଟାରୁ ଆହୁରି ପୂର୍ବରୁ ଆରମ୍ଭ ହୋଇଯାଇଛି ପହଣ୍ଡି। ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ହୋଇଥିଲା। ପ୍ରଭୁ ସୁଦର୍ଶନ ରଥାରୂଢ଼ ହେବା ପରେ ଏବେ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଛି।

ଅପରାହ୍ନ ୪ଟାରେ ଛେରାପହଁରା ଓ ଅପରାହ୍ନ ୫ଟାରେ ରଥ ଟାଣିବାକୁ ନୀତି ନିର୍ଘଣ୍ଟ ହୋଇଛି। ତେବେ ଲାଗୁଛି ତା’ ପୂର୍ବରୁ ଅନ୍ୟାନ୍ୟ ନୀତିକାନ୍ତି ଓ ଛେରାପହଁରା ନୀତି ସଂପନ୍ନ ହୋଇଯିବ।

ଘୋଷଯାତ୍ରାର ଅବ୍ୟବହିତ ପୂର୍ବରୁ ଶନିବାର ପ୍ରତିପଦା ତିଥିରେ ଶ୍ରୀମନ୍ଦିରରେ ସକାଳଧୂପ ଶେଷ ହେବାପରେ ରଥଖଳାକୁ ଆଜ୍ଞାମାଳ ବିଜେ ହୋଇଥିଲା। ୩ ଜଣ ପୂଜାପଣ୍ଡା ପଟିଦିଅଁଙ୍କଠାରୁ ଆଜ୍ଞାମାଳ ଆଣିଥିଲେ। ଏହାପରେ ଘଣ୍ଟ ଛତା କାହାଳୀ ସହ ପୂଜାପଣ୍ଡା ସାମନ୍ତ ରଥଖଳାକୁ ଆଜ୍ଞାମାଳା ବିଜେ କରିଥିଲେ। ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ରଥରେ, ଦ୍ୱିତୀୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ, ଶେଷରେ ମା’ ସୁଭଦ୍ରାଙ୍କ ଦେବଦଳନ ରଥରେ ଆଜ୍ଞାମାଳ ବିଜେ କରାଯାଇଥିଲା। ଏହାପରେ ଭୋଇ ସେବକମାନେ ରଥରେ ଦଉଡି଼ ସଂଯୋଗ କରିଥିଲେ। ବିଜେ କାହାଳୀ ଦିଆଯିବା ପରେ ପରମ୍ପରା ଅନୁଯାୟୀ ପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖକୁ ଟଣାଯାଇଥିଲା। ପରେ ଦେବଦଳନ ରଥ ଏବଂ ଶେଷରେ ତାଳଧ୍ୱଜ ରଥକୁ ଟଣାଯାଇ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଞ୍ଚାଯାଇଥିଲା। ସିଂହଦ୍ୱାର ସମ୍ମୁଖରେ ଲାଗିବା ପରେ ତିନି ରଥକୁ ପୋଲିସ ପକ୍ଷରୁ ଲୁହା ବ୍ୟାରିକେଡ୍‌ ଦ୍ୱାରା ଆବଦ୍ଧ କରାଯାଇଥିଲା। ଅପରପକ୍ଷରେ ତିଥି କ୍ଷୟ ଯାଉଥିବାରୁ ଚଳିତ ବର୍ଷ ରଥଯାତ୍ରା ଦିନ ହିଁ ନବଯୌବନ ଓ ନେତ୍ରୋତ୍ସବ ପଡୁଛି। ତେଣୁ ଭକ୍ତମାନେ ମହାପ୍ରଭୁଙ୍କର ନବଯୌବନ ଦର୍ଶନରୁ ବଞ୍ଚିତ ହୋଇଛନ୍ତି। ରବିବାର ରଥ ଉପରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ସହ ରଥଟାଣି ନିଜକୁ ଧନ୍ୟ ମନେକରିବେ।


Enter your email to get our daily news in your inbox.

All Right Reserved By Dharitri.Com

NEET-UG ପ୍ୟାଟର୍ଣ୍ଣରେ ହେବ ବଡ଼ ପରିବର୍ତ୍ତନ, ସୁପ୍ରିମକୋର୍ଟରେ ଯୋଜନାର ରୂପରେଖା ପ୍ରଦାନ କଲେ ସରକାର

ନୂଆଦିଲ୍ଲୀ,୫।୮: ଜାତୀୟ ଡାକ୍ତରୀ ପ୍ରବେଶିକା ପରୀକ୍ଷା, NEET-UGର ଢାଞ୍ଚାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଚାଲିଛି। କେନ୍ଦ୍ର ସରକାର ଏକ ସତ୍ୟପାଠ ମାଧ୍ୟମରେ ସୁପ୍ରିମକୋର୍ଟକୁ ଏହା ଜଣାଇ…

ଆନନ୍ଦପୁର ରିଂ ରୋଡ଼ର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ପଞ୍ଚାୟତରାଜ ମନ୍ତ୍ରୀ, ଦାବି ଜଣାଇଲେ ସ୍ଥାନୀୟ ଲୋକେ

ବଞ୍ଚୋ, ୫।୮:(ପ୍ରଦୋଷ ବିଶ୍ୱାଳ ): ଆନନ୍ଦପୁର ନିର୍ବାଚନମଣ୍ଡଳୀର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ତଥା ଆନନ୍ଦପୁର ରିଂ ରୋଡ଼କୁ ଆଜି ଓଡ଼ିଶା ସରକାରଙ୍କ ପଞ୍ଚାୟତରାଜ ଏବଂ ପାନୀୟ ଜଳ…

ମୁଖ୍ୟମନ୍ତ୍ରୀଙ୍କ ଜିଲାରେ ତାତିଲେ Gen-G: ଏହି ଦାବିକୁ ନେଇ ରାଜରାସ୍ତାକୁ ଓହ୍ଲାଇଲେ ଛାତ୍ରୀଛାତ୍ର

କେନ୍ଦୁଝର,୫।୮ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଐତିହ୍ୟ ସମ୍ପନ୍ନ ଧରଣୀ ଧର ସୟଂ ଶାସିତ ମହାବିଦ୍ୟାଳୟର ସୁରକ୍ଷା ଦାବି ଜୋର୍‌ ଧରିଛି। ଜିଲାର ଏକ ମାତ୍ର ସାଧାରଣ…

୭୫ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ ପାଇଁ ରହିଛନ୍ତି ଜଣେ ମହିଳା ସୂପରଭାଇଜର-ସିଡ଼ିପିଓ: ଖାଲି ପଦବୀ ପୂରଣ ଦାବି

କର୍ଲାମୁଣ୍ଡା,୫।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ୧୨ଟି ପଞ୍ଚାୟତରେ ରହିଛି ୬୨ଟି ରାଜସ୍ବ ଗ୍ରାମ। ଶିଶୁ, ଗର୍ଭବତୀ, ପ୍ରସୂତୀ, କିଶୋରୀ ବାଳିକାମାନଙ୍କ ପାଇଁ ସରକାରଙ୍କ…

ଜଣେ ଶିକ୍ଷକରେ ଚାଲିଛି ଶିକ୍ଷାଦାନ: ସମସ୍ୟା ସମାଧାନର ପ୍ରତିଶ୍ରୁତି ଦେଲେ ବିଇଓ

କର୍ଲାମୁଣ୍ଡା,୫।୮(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ବୋରପଦର ଗ୍ରାମ ପଞ୍ଚାୟତ ବତିକୁପା ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘଦିନ ଧରି ମାତ୍ର ଜଣେ ଶିକ୍ଷକଙ୍କ ଭରସାରେ ପାଠପଢ଼ା ଚାଲିଥିବାରୁ…

ଭାଜପାକୁ ବଡ଼ ଝଟକା! ୩ ଟିଏମସି ଏମପିଙ୍କ ନିଷ୍ପତ୍ତିକୁ ନେଇ ବଢିଲାଣି ରାଜନୈତିକ ଚର୍ଚ୍ଚା

କୋଲକାତା,୫।୮: ପଶ୍ଚିମବଙ୍ଗ ରାଜନୀତି ବର୍ତ୍ତମାନ ସରଗରମ ହେବାରେ ଲାଗିଛି। ପୂର୍ବରୁ ଟିଏମସିରୁ ଅଲଗା ହୋଇ ଏକ ପୃଥକ ଗୋଷ୍ଠୀରେ ଯୋଗ ଦେଇଥିବା ତିନି ଜଣ ମୁସଲିମ ଏମପିଙ୍କ…

ରେଭେନ୍ସା ୱାର୍ଡେନଙ୍କୁ ଦୁର୍ବ୍ୟବହାର କଲେ ବିଧାୟକ: ଇସ୍ତଫା ପରେ ରାଜରାସ୍ତାକୁ ଓହ୍ଲାଇଲେ ୱାର୍ଡେନ

କଟକ,୫।୮(ପ୍ରଭୁ କଲ୍ୟାଣ ପାଲ୍‌): ରେଭେନ୍ସା ବିଶ୍ୱବିଦ୍ୟାଳୟରେ ନ୍ୟାୟ ଦାବି ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି ଶିକ୍ଷକ ଓ ୱାର୍ଡେନ। ପଦଯାତ୍ରା କରି କୁଳପତିଙ୍କୁ ଦାବି ଜଣାଇଛନ୍ତି ଆନ୍ଦୋଳନକାରୀ। ଗତକାଲି…

ବିଶ୍ୱକପ ପୂର୍ବରୁ ଅଜିତ ଅଗରକରଙ୍କୁ ଯଦି ବାଦ ଦିଆଯାଏ, ତେବେ ଟିମ ଇଣ୍ଡିଆର ନୂଆ ମୁଖ୍ୟ ଚୟନକର୍ତ୍ତା କିଏ ହେବେ? ୩ ନାମକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୫।୮: ଭାରତୀୟ କ୍ରିକେଟରେ ପରିବର୍ତ୍ତନର ସମୟ ଆସିଯାଇଛି ବୋଲି ମନେ ହେଉଛି। ଟିମ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କୁ ତାଙ୍କ ପଦବୀରୁ ହଟାଯାଇପାରେ। ବିସିସିଆଇ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri