ବିଶ୍ୱ ଦରବାରରେ ଚମକିଲେ ଓଡ଼ିଆ ଝିଅ ବୈଶାଳୀ
ଭୁବନେଶ୍ୱର,୪।୭(ବ୍ୟୁରୋ): ବିଶ୍ୱ ଦରବାରରେ ଚମକିଲେ ଓଡ଼ିଆ ଝିଅ। ପୁରୀରେ ଜନ୍ମିତ ତଥା ଇଂଲଣ୍ଡର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଟପ୍ପର ବୈଶାଳୀ ମହାନ୍ତି ଜାତିସଂଘର ନୀତି ଅଧିକାରୀ ଭାବେ ନିଯୁକ୍ତ ଓଡ଼ିଶାକୁ ଗର୍ବିତ କରିଛନ୍ତି। ଜୁଲାଇ ପହିଲାରେ ସେ ନୂତନ ଦାୟିତ୍ୱ ଗ୍ରହଣ କରିଥିବା…
ଆଜି ରତ୍ନବେଦିକୁ ବିଜେ କରିବେ ଦାରୁଦିଅଁ
ପୁରୀ ଅଫିସ,୪ା୭: ଜନ୍ମବେଦିରୁ ବାହୁଡ଼ି ସିଂହଦ୍ୱାର ସମ୍ମୁଖ ତିନିରଥ ଉପରେ ଏବେ ଚତୁର୍ଦ୍ଧାବିଗ୍ରହ। ଭକ୍ତଶୂନ୍ୟ ସୁନାବେଶ ପରେ ଶୁକ୍ରବାର ରଥ ଉପରେ ସମ୍ପନ୍ନ ହୋଇଛି ଅଧରପଣା ନୀତି। ଶନିବାର ନୀଳାଦ୍ରିବିଜେ। ରତ୍ନବେଦିକୁ ବିଜେ କରିବେ ଦାରୁଦିଅଁ। ଏଥିସହିତ ଶେଷ ହେବ ଶ୍ରୀଗୁଣ୍ଡିଚା…
ରଥରେ ଭାଙ୍ଗିଲା ଅଧରପଣା ହାଣ୍ଡି
ପୁରୀ ଅଫିସ,୪ା୭: ସିଂହଦ୍ୱାର ସମ୍ମୁଖ ତିନିରଥ ଉପରେ ଶୁକ୍ରବାର ଅଧରପଣା ନୀତି ସମ୍ପନ୍ନ ହୋଇଛି। ବିନା ଭକ୍ତରେ ରଥାରୂଢ ଠାକୁରଙ୍କ ସମ୍ମୁଖରେ ଭଙ୍ଗାଯାଇଛି ୯ଟି ଅଧରପଣା ହାଣ୍ଡି। ତିନିରଥରେ ମଧ୍ୟାହ୍ନ ଧୂପ ବଢ଼ିବାପରେ ଆରମ୍ଭ ହୋଇଥିଲା ଅଧରପଣା ପାଇଁ ପ୍ରସ୍ତୁତି। ସିଂହଦ୍ୱାର…
ଅଧରପଣା: ପୂର୍ବେ ହେଉଥିଲା ୧୨ ହାଣ୍ଡି
ପୁରୀ ଅଫିସ,୩।୭: ପ୍ରତିବର୍ଷ ହେଉଥିବା ରଥଯାତ୍ରା ଅପେକ୍ଷା ଏଥର ଘୋଷଯାତ୍ରା ସମ୍ପୂର୍ଣ୍ଣ ସ୍ବତନ୍ତ୍ର। ମହାମାରୀ କରୋନାର ବିଭୀଷିକା ମଧ୍ୟରେ ଏଥର ରଥଯାତ୍ରା ହେବ ନା ନାହିଁ ତାକୁ ନେଇ ଶେଷ ପର୍ଯ୍ୟନ୍ତ ଅନିଶ୍ଚିତତା ଲାଗିରହିଥିଲା। ଶେଷରେ ଭକ୍ତଶୂନ୍ୟ ରଥଯାତ୍ରା ଲାଗି ସୁପ୍ରିମ୍କୋର୍ଟ…
ଆଜି ଅଧରପଣା
ପୁରୀ ଅଫିସ,୩।୭: ସିଂହଦ୍ୱାର ସମ୍ମୁଖରେ ଥିବା ତିନିରଥ ଉପରେ ଶୁକ୍ରବାର ଅଧରପଣା ନୀତି ସମ୍ପନ୍ନ ହେବ। ଏଥିଲାଗି ସ୍ବତନ୍ତ୍ର ହାଣ୍ଡି ତିଆରି ସରିଛି। ତାହାକୁ ଅଧରପଣା ହାଣ୍ଡି କୁହାଯାଏ। ଏହି ହାଣ୍ଡିରେ ପଣା ପ୍ରସ୍ତୁତ ହୋଇ ଦାରୁବିଗ୍ରହଙ୍କ ପାଖରେ ଲାଗି ହେବ।…
ସୁନାବେଶରେ ୩ ଠାକୁର
ପୁରୀ ଅଫିସ,୨ା୭: ସରି ଆସୁଛି ଶ୍ରୀଗୁଣ୍ଡିଚା ମହୋତ୍ସବ। ବୁଧବାର ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦିରୁ ରତ୍ନବେଦି ଅଭିମୁଖେ ବାହୁଡ଼ି ଆସିଥିଲେ ମହାପ୍ରଭୁ। ଗୁରୁବାର ସିଂହଦ୍ୱାର ସମ୍ମୁଖରେ ରଥାରୂଢ ଦାରୁଦିଅଁଙ୍କ ସୁନାବେଶ ବା ବଡ଼ତଢାଉ ବେଶ ହୋଇଛି। ମହଣ ମହଣ ସୁବର୍ଣ୍ଣ ଅଳଙ୍କାରରେ…
ଆଜି ମହାପ୍ରଭୁଙ୍କ ସୁନାବେଶ
ପୁରୀ ଅଫିସ,୨।୭: ଗୁରୁବାର ଆଷାଢ଼ ଶୁକ୍ଳ ଦ୍ୱାଦଶୀ। ଏହି ପବିତ୍ର ତିଥିରେ ମହାପ୍ରଭୁଙ୍କ ସୁନାବେଶ ବା ବଡ଼ ତଢ଼ାଉ ବେଶ ହେବ। ରଥାରୂଢ଼ ଦାରୁବିଗ୍ରହ ମହଣ ମହଣ ସୁନାରେ ସଜେଇ ହେବେ। ତେବେ ମହାପ୍ରଭୁଙ୍କ ଏହି ଦୁଲର୍ଲଭ ବେଶ ଭକ୍ତମାନେ ଦେଖିପାରିବେ…
ସିଂହଦ୍ୱାର ସମ୍ମୁଖରେ ଲାଗିଲା ୩ ରଥ
ପୁରୀ ଅଫିସ,୧।୭-ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡିଛନ୍ତି ତିନିଠାକୁର। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ, ବଳଭଦ୍ରଙ୍କ ତାଳଧ୍ୱଜ ଓ ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ରଥ ସିଂହଦ୍ୱାରରେ ପହଞ୍ଚିବା ପରେ ଶେଷ ହୋଇଛି ବାହୁଡା ଯାତ୍ରା। ସେବାୟତମାନେ ତିନି ରଥରେ ତିନି ଠାକୁରଙ୍କୁ ଟାଣି ଟାଣି ଆଣିଥିଲେ।…
ବାହୁଡ଼ାରେ ମହାପ୍ରଭୁଙ୍କ ରଥଟଣା ଆରମ୍ଭ
ପୁରୀ ଅଫିସ, ୧।୭: ନବଦିନାତ୍ମକ ଯାତ୍ରା ଶେଷ କରିବା ପରେ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ୁଛନ୍ତି ମହାପ୍ରଭୁ। ଭକ୍ତଶୂନ୍ୟ ବାହାଡ଼ାଯାତ୍ରାରେ ମହାପ୍ରଭୁଙ୍କ ନୀତିକାନ୍ତି ସଅଳ ଅନୁଷ୍ଠିତ ହୋଇଥିଲା। ଧାର୍ଯ୍ୟ ସମୟର ୩୫ ମିନିଟ ପୂର୍ବରୁ ମହାପ୍ରଭୁଙ୍କ ରଥଟଣା ଆରମ୍ଭ ହୋଇଛି। ପୂର୍ବାହ୍ନ ୧୧ଟା…
ଛେରାପହଁରା କଲେ ଗଜପତି ମହାରାଜା
ପୁରୀ ଅଫିସ, ୧।୭: ରଥରେ ମଦନମୋହନ ବିଜେ କରିବା ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରା ପହଁରା କରିବା ପାଇଁ ପହଞ୍ଚିଥିଲେ। ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥରେ ଗଜପତି ଛେରା ପହଁରା କରିସାରିବା ପରେ ନନ୍ଦିଷେଷ ରଥରେ…
ବାହୁଡୁଛନ୍ତି ମହାପ୍ରଭୁ
ପୁରୀ ଅଫିସ, ୧।୭: ନବଦିନାତ୍ମକ ଯାତ୍ରା ପରେ ଶ୍ରୀମନ୍ଦିର ଅଭିମୁଖେ ବାହୁଡୁଛନ୍ତି ମହାପ୍ରଭୁ। ସେଥିପାଇଁ ସଅଳ ନୀତିକାନ୍ତି ପରେ ଧାର୍ଯ୍ୟ ସମୟର ୩୫ ମିନିଟ ପୂର୍ବରୁ ଅର୍ଥାତ୍ ୭.୨୫ରେ ବାହାଡ଼ା ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ଚକ୍ରରାଜ ଶ୍ରୀ ସୁଦର୍ଶନ ପହଣ୍ଡି…
ଥାନାରେ ନାବାଳିକାଙ୍କୁ ବଳାତ୍କାର ଘଟଣା: କ୍ରାଇମ୍ବ୍ରାଞ୍ଚ ନେଲା ତଦନ୍ତ ଭାର
କଟକ/ପୁରୀ ଅଫିସ/ସୁନ୍ଦରଗଡ଼(ଡି.ଏନ୍.ଏ.),୧ା୭: ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଭିତରେ ଜଣେ ନାବାଳିକାଙ୍କୁ ବାରମ୍ବାର ବଳାତ୍କାର ଓ ଗର୍ଭପାତ ଘଟଣାର ତଦନ୍ତ ଭାର କ୍ରାଇମ୍ବ୍ରାଞ୍ଚକୁ ପ୍ରଦାନ କରାଯାଇଛି। ମଙ୍ଗଳବାର ଏନେଇ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ସୂଚନା ଦେଇଛନ୍ତି। ନାବାଳିକା ବଳାତ୍କାର ମାମଲାର…
Archives


