ରଥରେ ଭାଙ୍ଗିଲା ଅଧରପଣା ହାଣ୍ଡି

ପୁରୀ ଅଫିସ,୪ା୭: ସିଂହଦ୍ୱାର ସମ୍ମୁଖ ତିନିରଥ ଉପରେ ଶୁକ୍ରବାର ଅଧରପଣା ନୀତି ସମ୍ପନ୍ନ ହୋଇଛି। ବିନା ଭକ୍ତରେ ରଥାରୂଢ ଠାକୁରଙ୍କ ସମ୍ମୁଖରେ ଭଙ୍ଗାଯାଇଛି ୯ଟି ଅଧରପଣା ହାଣ୍ଡି। ତିନିରଥରେ ମଧ୍ୟାହ୍ନ ଧୂପ ବଢ଼ିବାପରେ ଆରମ୍ଭ ହୋଇଥିଲା ଅଧରପଣା ପାଇଁ ପ୍ରସ୍ତୁତି। ସିଂହଦ୍ୱାର ସମ୍ମୁଖ ଛାଉଣୀ ମଠ କୂଅରୁ ପାଣିଆ ଆପଟ ସେବକମାନେ ଗରାରେ ଜଳ ଆଣି ରଥ ଉପରେ ରହିଥିବା ପିତ୍ତଳ ହଣ୍ଡାରେ ଭର୍ତ୍ତି କରିଥିଲେ। ମଠ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅଧରପଣା ଲାଗି ଅଣାଯାଇଥିବା ଛେନା, ଛାଚି, ସର, କଦଳୀ, ଗୋଲମରିଚ, କର୍ପୁର, ଜାଇଫଳ ଓ କର୍ପୁର ଆଣି ରଥ ଉପରେ ରଖାଯାଇଥିଲା। ମହାପ୍ରଭୁଙ୍କ ଶ୍ରୀଅଧର ଉଚ୍ଚତାର ମାଟିରେ ନିର୍ମିତ ତିନୋଟି ଲେଖାଏ ହାଣ୍ଡି ପ୍ରତି ରଥ ଉପରେ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ରଖାଯାଇଥିଲା। ଭୋଗ ପୂର୍ବରୁ ଶ୍ରୀଅଧର ଆଗରେ ଖଣ୍ଡେ ଖଣ୍ଡେ ନୂଆ ଗାମୁଛା ଟେରା ବନ୍ଧାଯାଇଥିଲା। ଏହାପରେ ମହାସୁଆରମାନେ ଛେନା, ଛାଚି, ସର, କଦଳୀ, ଗୋଲମରିଚ, ଜାଇଫଳ ଆଦି ପକାଇ ଅଧର ପଣା ପ୍ରସ୍ତୁତ କରିଥିଲେ। ପୂଜାପଣ୍ଡା ସାମନ୍ତ ପଞ୍ଚୋପଚାରରେ ପୂଜା ଶେଷ କରିବା ପରେ ଅଧର ହାଣ୍ଡିକୁ ଭଙ୍ଗା ଯାଇଥିଲା। ହାଣ୍ଡି ଭାଙ୍ଗିବା ପରେ ପଣା ସବୁ ରଥ ତଳକୁ ବୋହି ଯାଇଥିଲା। ଉକ୍ତ ପଣାକୁ ଦେବଦେବୀ, ଭୂତପ୍ରେତ, କିନ୍ନର ଓ ରାକ୍ଷାସମାନେ ପାଇଥାନ୍ତି ବୋଲି ବିଶ୍ୱାସ ରହିଛି। ରାତି ୮ଟାରେ ଅଧରପଣା ନୀତି ଶେଷ ହେବାକୁ ଥିବାବେଳେ ଏହା ରାତି ୮ଟା ୧୨ରେ ସରିଥିଲା। ପ୍ରଥମେ ତାଳଧ୍ୱଜ ରଥରେ ସନ୍ଧ୍ୟା ୭ଟା ୫୪ରେ, ନନ୍ଦିଘୋଷ ରଥରେ ରାତି ୮ଟା ୯ରେ ଏବଂ ଶେଷରେ ଦର୍ପଦଳନ ରଥରେ ୮ଟା ୧୨ରେ ଅଧରପଣା ହାଣ୍ଡି ଭଙ୍ଗା ଯାଇଥିଲା। ଏହି ନୀତି ପାଇଁ ଆବଶ୍ୟକ ସମସ୍ତ ସାମଗ୍ରୀ ବଡ଼ ଓଡ଼ିଆ ମଠ, ରାଘବ ଦାସ ମଠ ଏବଂ ଶ୍ରୀମନ୍ଦିର ପ୍ରଶାସନ ଯୋଗାଇ ଦେଇଥିଲେ।
ତେବେ ଏଥର ବିନା ଭକ୍ତରେ ଅଧରପଣା ନୀତି ସମ୍ପନ୍ନ ହୋଇଛି। ଗତବର୍ଷ ଲକ୍ଷାଧିକ ଭକ୍ତ ମହାପ୍ରଭୁଙ୍କ ଏହି ଅଧରପଣା ନୀତି ଦର୍ଶନ କରିଥିଲେ। କିନ୍ତୁ ଏବର୍ଷ କୌଣସି ଭକ୍ତ ନାହାନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବିନା ଭକ୍ତରେ ଏହି ନୀତି ସମ୍ପନ୍ନ କରାଯାଇଛି। ଏଥିପାଇଁ ବଡ଼ଦାଣ୍ଡର ମାର୍କେଟ ଛକରୁ ସିଂହଦ୍ୱାର ଏବଂ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ୧୪୪ ଧାରା ମଧ୍ୟ ଜାରି କରାଯାଇଥିଲା।

ବିଧି ପୂର୍ବରୁ ଭାଙ୍ଗିଗଲା ଅଧରହାଣ୍ଡି
ଅଧରପଣା ନୀତିରେ ପ୍ରତି ରଥରେ ତିନୋଟି ଲେଖାଏ ମୋଟ ୯ଟି ଅଧରହାଣ୍ଡି ଭଙ୍ଗା ଯାଇଥାଏ। ହାଣ୍ଡିଗୁଡ଼ିକରେ ପଣା ଭର୍ତ୍ତି ହେବା ପରେ ଅଧରପଣା ଭୋଗ ହୋଇଥାଏ। ପୂଜାପଣ୍ଡା ସାମନ୍ତ ପଞ୍ଚୋପଚାରରେ ପୂଜା ସାରିବା ପରେ ହାଣ୍ଡିଗୁଡ଼ିକୁ ଭାଙ୍ଗି ଦିଆଯାଏ। ମାତ୍ର ବଳଭଦ୍ରଙ୍କ ରଥରେ ଅଧର ହାଣ୍ଡିରେ ପଣା ଭର୍ତ୍ତି କରାଯାଉଥିବାବେଳେ ତିନୋଟି ହାଣ୍ଡି ମଧ୍ୟରୁ ମଝି ହାଣ୍ଡିଟି ଭାଙ୍ଗି ଯାଇଥିଲା। ଫଳରେ ପଣା ସବୁ ବୋହି ଯାଇଥିଲା। ପରେ ଗୋଟିଏ ଛୋଟିଆ ହାଣ୍ଡି ସେହି ସ୍ଥାନରେ ରଖାଯାଇ ଅଧର ପଣା ନୀତି ସମ୍ପନ୍ନ ହୋଇଥିଲା। ଯଦିଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଉ ଗୋଟିଏ ନୂଆ ହାଣ୍ଡି ଯୋଗାଇ ଦିଆଯାଇଥିଲା କିନ୍ତୁ ତାହା ବ୍ୟବହାର ହୋଇ ନ ଥିଲା। ତାଳଧ୍ୱଜ ରଥରେ ଏକ ଛୋଟ ହାଣ୍ଡିରେ ହିଁ ନୀତି ସମ୍ପନ୍ନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇମ୍ରାନଙ୍କୁ ନେଇ ଏମିତି କହିଲେ କପିଲ ଦେବ, ହେଉଛି ବଡ଼ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ କପିଲ ଦେବ ପୁଣି ଥରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଇମ୍ରାନ ଖାନଙ୍କ ସମର୍ଥନରେ ବାହାରିଛନ୍ତି। ସମ୍ପ୍ରତି, 21 ଜଣ…

ରାହୁଲ ଗାନ୍ଧୀଙ୍କ ଉପରେ ରାଗିଗଲେ ଶଙ୍କରାଚାର୍ଯ୍ୟ, ଦେଲେ ସିଧା ଚେତାବନୀ

ନୂଆଦିଲ୍ଲୀ,୨୫।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମନୁସ୍ମୃତି ସମ୍ପର୍କିତ ବୟାନକୁ ନେଇ ଶଙ୍କରାଚାର୍ଯ୍ୟ ସ୍ବାମୀ ଅବିମୁକ୍ତେଶ୍ୱରାନନ୍ଦ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ମନୁସ୍ମୃତି ଏବଂ…

ଅସରପା ଶବ୍ଦକୁ ନେଇ ଏବେବି ରହିଛି ବିବାଦ, ପୁଣି ଉଠିଲାଣି CJIଙ୍କ କଥା? ଅଭିଜିତ ଦୀପକେଙ୍କ ଆଶ୍ଚର୍ଯ୍ୟଜନକ ଦାବି

ନୂଆଦିଲ୍ଲୀ,୨୫।୮: ‘କକ୍ରୋଚ’ ଶବ୍ଦର ବ୍ୟବହାରକୁ ନେଇ ରାଜନୈତିକ ବିବାଦ ଜାରି ରହିଛି। ଏହା ମଧ୍ୟରେ, କକ୍ରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଦାବି କରିଛନ୍ତି…

ବର୍ଷର ଶେଷ ଚନ୍ଦ୍ରଗ୍ରହଣ: ଚନ୍ଦ୍ରମାକୁ ଗ୍ରାସ କରିବେ ରାହୁ; ସଙ୍କଟରେ ଏହି ୫ ରାଶି, ହେବ ବଡ଼ କ୍ଷତି!

ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ୨୮ ଅଗଷ୍ଟରେ ଲାଗିବାକୁ ଯାଉଛି। ଜ୍ୟୋତିଷ ଅନୁସାରେ, ଏହି ଚନ୍ଦ୍ରଗ୍ରହଣ କୁମ୍ଭ ରାଶିରେ ଘଟିବ। ଏହି ସମୟରେ କୁମ୍ଭ ରାଶି ଉପରେ…

ଅଙ୍ଗନୱାଡି ସଂଘର ଅନଶନ ଆରମ୍ଭ, ଉପଜିଲାପାଳଙ୍କୁ ଦେଲେ ଦାବିପତ୍ର

ଗୁଣପୁର,୨୫।୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଅଙ୍ଗନୱାଡି କର୍ମୀମାନେ ଅନଶନ ଆରମ୍ଭ କରିଛନ୍ତି । ବିଭିନ୍ନ ଦାବି ନେଇ ମଙ୍ଗଳବାର ଠାରୁ ଏହି ବିକ୍ଷୋଭ ଆରମ୍ଭ କରିଛନ୍ତି…

ଜୀବିତ ଅଛନ୍ତି ମୋଜତାବା ଖାମେନେଇ; ଇରାନ ପ୍ରଥମ ଥର ପାଇଁ କହିଲା…

ତେହରାନ,୨୫।୮: ଇରାନର ମୋଜତାବା ଖାମେନେଇଙ୍କ ସ୍ଥିତି ସମ୍ପର୍କରେ ଥିବା ରହସ୍ୟର ସମାଧାନ ହୋଇଛି। ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ସମୟରେ ମୋଜତାବା ଖାମେନେଇ ଆହତ ହୋଇଥିଲେ।…

ଯୁବପିଢ଼ି ପାଇଁ ବଡ଼ ଘୋଷଣା କଲେ ସରକାର: ଆଗାମୀ ୬ ମାସରେ ମିଳିବ ୧ ଲକ୍ଷ ସରକାରୀ ନିଯୁକ୍ତି

ନୂଆଦିଲ୍ଲୀ,୨୫।୮: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଯୁବପିଢ଼ି ପାଇଁ ବଡ଼ ଘୋଷଣା କରିଛନ୍ତି। ଲକ୍ଷ୍ନୌରେ ୩,୪୪୬ ଜଣ ପ୍ରାବିଧିକ ସହାୟକ ଏବଂ ୧୨୬ ଜଣ…

ଫେସବୁକ୍‌ ଲାଇଭ୍‌ରେ ଆସି ଏମିତି କ’ଣ କହିଦେଲେ ମମତା: ଶୁଣିକି ଛାନିଆ ହେଲା ଭାଜପା!

କୋଲକାତା,୨୫।୮: ପଶ୍ଚିମବଙ୍ଗ ରାଜନୀତିରେ ଜାରି ରହିଥିବା ରାଜନୈତିକ ଟଣାଓଟରା ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀଙ୍କ ବଡ଼ ବୟାନ ସାମ୍ନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri