ଲିଜ୍, ଶ୍ରୀଜଗନ୍ନାଥ ଜମିର ସ୍ଥାୟୀ ସମାଧାନ ହେଉ
ପୁରୀ ଅଫିସ,୧୯।୧: ପୁରୀ ସହରରେ ଥିବା ପୌରାଞ୍ଚଳ ଲିଜ୍ ଜମି, ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତି, ଇକୋ-ସେନ୍ସିଟିଭ୍ ଜମି ଭଳି ଅନେକ ମାମଲାର ସ୍ଥାୟୀ ସମାଧାନ ପାଇଁ ପୁରୀ ଜିଲା ଭାଜପା ଦାବି କରିଛି। ସୋମବାର ଏକ ଖବରଦାତା ସମ୍ମିଳନୀରେ ପୁରୀ ବିଧାୟକ ଜୟନ୍ତ…
ଏସ୍ପିଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ
କୋଣାର୍କ,୧୯।୧(ଡି.ଏନ୍.ଏ.): କୋଣାର୍କ ସୂର୍ଯ୍ୟମନ୍ଦିର ପରିସରରୁ ବାଲି ଚୋରି ଘଟଣାରେ ୪ ସପ୍ତାହ ମଧ୍ୟରେ ତଦନ୍ତ ସାରିବାକୁ ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏହି ଘଟଣା ସମ୍ପର୍କରେ କୋଣାର୍କ ଆଞ୍ଚଳିକ ବିକାଶ ପରିଷଦ ସଭାପତି ସୁବାସ ନାୟକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୂଚନା…
ନୂଆ ରୂପ ପାଇବ ପୁରୀ ରାଜଭବନ
ପୁରୀ ଅଫିସ,୧୮।୧: ଆସନ୍ତା ରଥଯାତ୍ରା ପୂର୍ବରୁ ପୁରୀ ରାଜଭବନ ନୂଆ ରୂପ ପାଇବ। ଗତ ଫନୀ ମହାବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଐତିହାସିକ ପୁରୀ ରାଜଭବନର ସଂରକ୍ଷଣ ଓ ପୁନରୁଦ୍ଧାର ପାଇଁ ଏବେ ପ୍ରକ୍ରିୟା ଆରମ୍ଭ ହୋଇଛି। ରବିବାର ରାଜ୍ୟପାଳ ପ୍ରଫେସର ଗଣେଶୀ…
ଦିନକରେ ସରିଲା ଡଲଫିନ୍ ଗଣନା
ବ୍ରହ୍ମଗିରି,୧୮।୧(ଡି.ଏନ୍.ଏ.): ଚିଲିକାରେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ଇର୍ୱାଡି ଡଲ୍ଫିନର ଗଣନା ରବିବାର କରାଯାଇଥିଲା। ବନ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ)ଙ୍କ ମିଳିତ ଉଦ୍ୟମରେ ଗୋଟିଏ ଦିନରେ ଗଣନା କାର୍ଯ୍ୟ ସରିଥିଲେ ମଧ୍ୟ ଫଳାଫଳ ଅଘୋଷିତ ରହିଛି। ଇର୍ୱାଡି ଡଲ୍ଫିନ…
ଲାଞ୍ଚ ଓ କର୍ତ୍ତବ୍ୟରେ ଅବହେଳା: ପୋଲିସ ଏସ୍ଆଇ ନିଲମ୍ବିତ, ଏଏସ୍ଆଇ ଗିରଫ
ପୁରୀ ଅଫିସ,୧୮।୧: ଲାଞ୍ଚ ନେବା ଓ କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶନ କରିବା ପୁରୀ ଜିଲା ପୋଲିସର ୨ଜଣ ଅଧିକାରୀଙ୍କ ପାଇଁ ମହଙ୍ଗା ପଡ଼ିଛି। ଜଣଙ୍କୁ ଗିରଫ କରାଯାଇଥିବାବେଳେ ଅନ୍ୟ ଜଣଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ଏ ସଂକ୍ରାନ୍ତରେ ରବିବାର ଏକ ଖବରଦାତା…
ବୋମାମାଡ଼ ଘଟଣା: ୭ ଗିରଫ
ପୁରୀ ଅଫିସ,୧୮।୧: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୋମାମାଡ଼ ଘଟଣାରେ ପୁରୀ ବାସେଳିସାହି ଥାନା ପୋଲିସ ୭ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କଠାରୁ ବିପୁଳ ମାରଣାସ୍ତ୍ର ଜବତ ହୋଇଛି। ଏ ନେଇ ରବିବାର ପୁରୀ ଏସ୍ପି କନୱର ବିଶାଲ ସିଂ ଖବରଦାତା ସମ୍ମିଳନୀରେ…
୨୧ରୁ ବିନା କୋଭିଡ୍ ରିପୋର୍ଟରେ ଦର୍ଶନ
ପୁରୀ ଅଫିସ,୧୮।୧: ଆସନ୍ତା ୨୧ତାରିଖରୁ ବିନା କୋଭିଡ୍ ନେଗେଟିଭ୍ ରିପୋର୍ଟରେ ଦାରୁଦିଅଁଙ୍କ ଦର୍ଶନ ଆରମ୍ଭ ହେବ। ସ୍ବତନ୍ତ୍ର ଏସ୍ଓପି ମାନି ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରକୁ ଯାଇପାରିବେ। ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ଧାଡ଼ି ବ୍ୟବସ୍ଥା କରାଯିବ ବୋଲି ପୁରୀ ଜିଲାପାଳ…
ଚିଲିକାରେ ଡଲ୍ଫିନ ଗଣନା ଆରମ୍ଭ
ବ୍ରହ୍ମଗିରି,୧୭।୧(ଡି.ଏନ୍.ଏ.): ଚିଲିକାରେ ମୁଖ୍ୟ ଆକର୍ଷଣ ପାଲଟିଥିବା ‘ଇରାଓ୍ବାଡି’ ଡଲ୍ଫିନର ଗଣନା କାର୍ଯ୍ୟ ରବିବାର ସକାଳୁ ଆରମ୍ଭ ହୋଇଛି । ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଓ ବନବିଭାଗର ମିଳିତ ଉଦ୍ୟମରେ ଏହି ଗଣନା ଚାଲିଛି। ଗଣନା କାର୍ଯ୍ୟରେ ୧୮ଟି ଦଳ ସାମିଲ ହୋଇଛନ୍ତି।
ପୁରୀରେ ପହଞ୍ଚିଲା କୋଭିଡ୍ ଟିକା
ପୁରୀ ଅଫିସ,୧୩।୧: ପୁରୀରେ କୋଭିଡ-୧୯ ଭାକ୍ସିନ ପହଞ୍ଚିଛି। ପୁରୀ ସଦର ମହକୁମା ମୁଖ୍ୟ ଚିକିତ୍ସାଳୟ ଶୀତଳଭଣ୍ଡାରରେ ଭାକ୍ସିନ୍ ରହିଛି। ୭ଶହ ଫାଇଲରେ ୭ ହଜାର ଡୋଜ୍ ପୁରୀରେ ପହଞ୍ଚିଛି। ପ୍ରଥମ ପର୍ଯ୍ୟାୟ ଟିକାକରଣ ଆସନ୍ତା ୧୬ ତାରିଖରେ ଆରମ୍ଭ ହେବ। ୧୦,୭୭୯…
ଲାଞ୍ଚ ନ ଦେବାରୁ ବିଲ୍ ବନ୍ଦ ଅଭିଯୋଗ
କୋଣାର୍କ,୧୨।୧(ଡି.ଏନ.ଏ.): କୋଣାର୍କ ଏନ୍ଏସି ପକ୍ଷରୁ ରିଙ୍ଗ୍ରୋଡ୍ଠାରେ ୮୫ ଲକ୍ଷ ଟଙ୍କା ବ୍ୟୟରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ କରାଯାଇଛି। ୮ମାସ ତଳୁ କାର୍ଯ୍ୟ ସରିଥିଲେ ମଧ୍ୟ ଏଯାଏ ଏହା କାର୍ଯ୍ୟକ୍ଷମ ହୋଇ ନ ଥିବାରୁ ଏହା ପରିସର ଏବେ ଜଙ୍ଗଲିଆ ହୋଇଗଲାଣି।…
ମହାପ୍ରଭୁଙ୍କୁ ସୂର୍ଯ୍ୟ-ଚନ୍ଦ୍ର ଦାନ
ପୁରୀ ଅଫିସ, ୧୧।୧: ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ରବିବାର ଭୁବନେଶ୍ୱର ନିବାସୀ ପଦ୍ମଚରଣ ପାତ୍ର ୩ ହଳ ସୁବର୍ଣ୍ଣ ସୂର୍ଯ୍ୟ-ଚନ୍ଦ୍ର ଦାନ କରିଛନ୍ତି। ପଦ୍ମଚରଣ ସସ୍ତ୍ରୀକ ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ପହଞ୍ଚି ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କୁ ୩ ହଳ ସୁବର୍ଣ୍ଣ ସୂର୍ଯ୍ୟ-ଚନ୍ଦ୍ର…
ତୈଳ ସନ୍ଧାନରେ ଫୁଟୁଛି ଡିନାମାଇଟ୍, ଫାଟିଲା ଘର
ଗୋପ,୧୧।୧(ଡି.ଏନ୍.ଏ.): ପୁରୀ ଜିଲାର ଗୋପ, କୋଣାର୍କ ଅଞ୍ଚଳରେ ତୈଳ ସନ୍ଧାନ ଚାଲୁଥିବାବେଳ ମାଟି ତଳେ ଡିନାମାଇଟ ଫୁଟୁଛି। ଗାଁ ନିକଟରେ ଡିନାମାଇଟ ଫୁଟୁଥିବାରୁ ଗ୍ରାମବାସୀ ଆତଙ୍କିତ ହୋଇପଡୁଛନ୍ତି। ଏପରିକି ଡିନାମାଇଟ ଫୁଟିବାରୁ ଗୋପ ବ୍ଲକ ଅଧୀନ ଆମ୍ବିଳି ଗାଁରେ ଘର, ଛାତ…

