ପୁରୀ

ବିପଦସଙ୍କୁଳ ଅଙ୍ଗନଓ୍ବାଡି କେନ୍ଦ୍ରରେ ପାଠପଢ଼ା

ଗୋପ,୫।୨(ଡି.ଏନ୍‌.ଏ): ଗୋପ ବ୍ଲକରେ ଅନେକ ଅଙ୍ଗନଓ୍ବାଡି କେନ୍ଦ୍ର ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଛି। ଇତିମଧ୍ୟରେ ଧାର୍ଯ୍ୟ ସମୟସୀମା ଶେଷ ହୋଇଯାଇଥିଲେ ସୁଦ୍ଧା ଅନେକ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ। ଫଳରେ କୋମଳମତି ଶିଶୁମାନେ ବିପଦସଙ୍କୁଳ ଗୃହରେ ପାଠ ପଢିବାକୁ ବାଧ୍ୟ ହେଉଛନ୍ତି।…

ପ୍ରଥମେ ନୂଆ ରିଂ ରୋଡ୍‌, ବ୍ୟବସାୟୀଙ୍କୁ ଥଇଥାନ

କୋଣାର୍କ,୫।୨(ଡି.ଏନ୍‌.ଏ): ଖୁବଶୀଘ୍ର ବିଶ୍ୱ ପ୍ରସିଦ୍ଧ କୋଣାର୍କ ନୂଆ ରୂପ ନେବାକୁ ଯାଉଛି। ଏଥିପାଇଁ କୋଣାର୍କ ସୌନ୍ଦର୍ଯ୍ୟକରଣ ଯୋଜନାରେ କାର୍ଯ୍ୟ ବଣ୍ଟନ କରାଯାଇଥିବାବେଳେ ଗୁରୁବାର ଏ ନେଇ ଜିଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ…

ଆଜି ବନକଲାଗି ନୀତି: ୪ ଘଣ୍ଟା ସର୍ବସାଧାରଣଙ୍କ ଦର୍ଶନ ବନ୍ଦ

ପୁରୀ ଅଫିସ, ୩।୨: ଶ୍ରୀମନ୍ଦିରରେ ବୁଧବାର ମହାପ୍ରଭୁଙ୍କର ବନକ ଲାଗି ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗ ମଣ୍ତପ ପରେ ଦତ୍ତ ମହାପାତ୍ର ସେବାୟତମାନେ ରତ୍ନବେଦୀରେ ମହାପ୍ରଭୁଙ୍କ ଏହି ଗୁପ୍ତ ନୀତି ଆରମ୍ଭ କରିବେ । ବନକଲାଗି ନୀତି ପାଇଁ…

ଭଙ୍ଗା ଘରେ ଅଙ୍ଗନଓ୍ବାଡ଼ି କେନ୍ଦ୍ର

କାକଟପୁର,୩।୨(ଡି.ଏନ୍‌.ଏ.): ଚଳିତ ମାସ ୧ ତାରିଖରୁ ରାଜ୍ୟରେ ଥିବା ସମସ୍ତ ଅଙ୍ଗନଓ୍ବାଡି କେନ୍ଦ୍ର ଖୋଲିଛି। ହେଲେ କାକଟପୁର ବ୍ଲକ କୁଣ୍ଢେଇ ପଞ୍ଚାୟତର ବାଜପୁର ଗ୍ରାମରେ ଥିବା ୨ ଅଙ୍ଗନଓ୍ବାଡି କେନ୍ଦ୍ର ଅସୁରକ୍ଷିତ ଭାବେ ଏକ ବିଦ୍ୟାଳୟର ଗୃହରେ ଚାଲିଥିବା ଦେଖିବାକୁ ମିଳିଛି।…

ବକୁଳବନ ମହୋତ୍ସବ ନେଇ ପ୍ରସ୍ତୁତି ବୈଠକ

ସାକ୍ଷୀଗୋପାଳ,୩।୨(ଡି.ଏନ୍‌.ଏ.): ଓଡ଼ିଶାର ଅନ୍ୟତମ ଐତିହ୍ୟ ପୀଠ ସତ୍ୟବାଦୀ ବକୁଳବନ ସ୍ମୃତି ଉଜ୍ଜୀବିତ ରଖିବା ଲକ୍ଷ୍ୟରେ ଆୟୋଜିତ ବକୁଳବନ ମହୋତ୍ସବ ନେଇ ଏକ ପ୍ରସ୍ତୁତି ବୈଠକ ପଞ୍ଚସଖା ସ୍ବମୃତି ସମାଧି ପୀଠରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ମହୋତ୍ସବ କମିଟିର ସଭାପତି ସାଧୁଚରଣ ବେହେରା…

ଅସ୍ତରଙ୍ଗରେ ଭିଜିଲାନ୍ସର ଖୋଳତାଡ଼

ଅସ୍ତରଙ୍ଗ,୩।୨(ଡି.ଏନ୍‌.ଏ.): ପୁରୀ ଜିଲା ମୃତ୍ତିକା ସଂରକ୍ଷଣ ବିଭାଗ ଅଧୀନରେ ଅସ୍ତରଙ୍ଗ ବ୍ଲକରେ ଚାରାରୋପଣ ଓ ରାଡ୍‌ ଯୋଜନାରେ ଦୁର୍ନୀତି ହୋଇଥିବା ଅଭିଯୋଗରେ ମଙ୍ଗଳବାର ଭୁବନେଶ୍ୱର ଭିଜିଲାନ୍ସର ଡିଏସପି ଅନୁପମା ମହାପାତ୍ରଙ୍କ ନେତୃତ୍ୱରେ ୬ଜଣିଆ ଟିମ୍‌ ୨ ପଞ୍ଚାୟତରେ ଖୋଳତାଡ଼ କରିଛନ୍ତି। ସୂଚନାଯୋଗ୍ୟ,…

ଶେଷ ଦିନରେ ୩ଜଣଙ୍କ ନାମାଙ୍କନ ଦାଖଲ

ପିପିଲି,୨।୨(ସ୍ବ.ପ୍ର.): ପିପିଲି ବ୍ଲକ ନୂଆଶାସନ ପଞ୍ଚାୟତର ସରପଞ୍ଚ ଉପନିର୍ବାଚନ ପାଇଁ ସୋମବାର ନାମାଙ୍କନ ଦାଖଲର ଶେଷ ଦିନ ଥିଲା। ତେବେ ଶେଷଦିନରେ ୩ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଭାଜପା ସମର୍ଥିତ ପ୍ରାର୍ଥୀ ସୌମ୍ୟକାନ୍ତ ଦାଶ, କଂଗ୍ରେସ ସମର୍ଥିତ ପ୍ରାର୍ଥୀ ପ୍ରଶାନ୍ତ…

ମୁଖ୍ୟ ଚିକିତ୍ସାଳୟ ବୁଲିଲେ ଜିଲାପାଳ

ପୁରୀ ଅଫିସ,୨।୨: ପୁରୀ ଜିଲାପାଳ ସମର୍ଥ ବର୍ମା ସୋମବାର ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ଓପିଡି, ରେଜିଷ୍ଟ୍ରେଶନ କାଉଣ୍ଟର, ଏକ୍ସରେ, ଆଇପିଡି, ନିରାମୟ ସେଣ୍ଟର ବୁଲି ସ୍ଥିତି ପରଖିଛନ୍ତି। ସ୍ବାସ୍ଥ୍ୟ ଭିତ୍ତିଭୂମିର ସମୀକ୍ଷା କରିବା ସହ…

ପୁରୀରେ ପର୍ଯ୍ୟଟକ ଦମ୍ପତିଙ୍କୁ ମାଡ଼

ପୁରୀ ଅଫିସ,୨।୨: ପଶ୍ଚିମବଙ୍ଗରୁ ପୁରୀ ଆସିଥିବା ପର୍ଯ୍ୟଟକ ଦମ୍ପତିଙ୍କୁ ସୋମବାର ମାଡ଼ ମରାଯାଇଛି। ଏ ନେଇ ସମୁଦ୍ରକୂଳ ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୋଲିସ ଏହି ଘଟଣାର ତଦନ୍ତ ଚଳାଇଥିଲେ ବି ଅଭିଯୁକ୍ତଙ୍କୁ ଗିରଫ କରିପାରିନାହିଁ। ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗ ଆସାନସୋଲ୍‌ର…

ଶିଶୁପୁତ୍ର ଗୁପ୍ତାଙ୍ଗରେ ଚେଙ୍କ

ଗୋପ,୧ା୨(ଡି.ଏନ୍‌.ଏ.): ଗୋପ ଥାନା ଅନ୍ତର୍ଗତ ହେଲାରି ଗ୍ରାମରେ ଶନିବାର ସନ୍ଧ୍ୟାରେ ଜଣେ ୪ ବର୍ଷର ଶିଶୁପୁତ୍ରର ଗୁପ୍ତାଙ୍ଗ ସମେତ ଶରୀରର ଏକାଧିକ ସ୍ଥାନରେ ଚେଙ୍କ ଦିଆଯାଇଛି। ପାରିବାରିକ ବିପଦକୁ କେନ୍ଦ୍ରକରି ଗ୍ରାମର ଜଣେ ୧୬ ବର୍ଷୀୟା ନାବାଳକ ଏପରି କାଣ୍ଡ ଘଟାଇଛନ୍ତି।…

ଜିଦ୍‌ରେ ଅଟଳ ଉଭୟ ନିଯୋଗ

ପୁରୀ ଅଫିସ,୧।୨: ପୌଷ ପୂର୍ଣ୍ଣିମାରେ ଗୁରୁବାର ମହାପ୍ରଭୁଙ୍କ ସୁନାବେଶ ବା ରାଜରାଜେଶ୍ୱର ବେଶ ନୀତି ୫ଘଣ୍ଟା ବିଳମ୍ବ ହୋଇଥିଲା। ଏହାର କାରଣ ଖୋଜିବା ସହ ସମାଧାନ ଲାଗି ରବିବାର ଦ୍ୱିତୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଶନିବାର ପ୍ରଥମ ପର୍ଯ୍ୟାୟରେ ପୁଷ୍ପାଳକ…

ପୋଲ ଉପରେ ପୁଅ, ଝିଅକୁ ବସାଇ ମା’ର ଆତ୍ମହତ୍ୟା ଉଦ୍ୟମ

ଗୋପ, ୩୧।୧(ଡି.ଏନ୍‌.ଏ.): ପୁରୀ ଜିଲା ଅନ୍ତର୍ଗତ ଗୋପ-ବାଲିଘାଇ ରାସ୍ତାର ଗୋପ ବଜାର ନିକଟ କୁଶଭଦ୍ରା ପୋଲ ଉପରେ ଶନିବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଘଟିଥିଲା। ଜଣେ ମହିଳା ନିଜର ଦୁଇ ପିଲାଙ୍କୁ ପୋଲ ଉପରେ ବସାଇ ଆତ୍ମହତ୍ୟା କରିବାକୁ ଯାଉଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?