ସୁନାବେଶ ନୀତିରେ ୫ ଘଣ୍ଟା ବିଳମ୍ବ

ପୁରୀ ଅଫିସ,୨୯।୧: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସୁନାବେଶ ତଥା ରାଜରାଜେଶ୍ୱର ବେଶ ନୀତିକାନ୍ତିରେ ଗୁରୁବାର ୫ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ବିଳମ୍ବ ଘଟିଛି। ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁ ଏହି ବିଳମ୍ବ ହୋଇଥିବାବେଳେ ସହସ୍ରାଧିକ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ ଓ ମହାପ୍ରସାଦ ପାଇବାରୁ ବଞ୍ଚିତ ହୋଇ ଅସନ୍ତୋଷ ପ୍ରକାଶ କରି ନିରାଶରେ ଫେରିଛନ୍ତି।
ସୂଚନା ଅନୁଯାୟୀ, ସକାଳ ଧୂପ ୯ଟା ୪୦ରେ ସରିଥିଲା। ପୂର୍ବାହ୍ନ ୧୧ଟା ସୁଦ୍ଧା ଅନ୍ୟତମ ସୁନାବେଶ ଅର୍ଥାତ୍‌ ରାଜରାଜେଶ୍ୱର ବେଶ ଆରମ୍ଭ ହେବ ବୋଲି ଆଶା କରାଯାଉଥିଲା। ମାତ୍ର ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁ ବେଶ ନେଇ ୫ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ବିଳମ୍ବ ଘଟିଥିଲା। ଫଳରେ ପୌଷ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ହଜାର ହଜାର ଶ୍ରଦ୍ଧାଳୁ ସୁନାବେଶ ଦର୍ଶନରୁ ବଞ୍ଚିତ ହୋଇଥିଲେ। ଅପରାହ୍ନ ପ୍ରାୟ ୫ଟାରେ ବେଶ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟାରେ ସମ୍ପନ୍ନ ହୋଇଥିଲା। ରାତି ୮ଟା ଯାଏ ମହାପ୍ରସାଦ ବାହାରି ପାରି ନ ଥିଲା। ଦର୍ଶନାର୍ଥୀମାନେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ନ କରି ଓ ମହାପ୍ରସାଦ ନ ପାଇ ମନଦୁଃଖରେ ଫେରିଥିଲେ। ନୀତିକାନ୍ତିରେ ବିଳମ୍ବ ହେବା ପରେ ସେବାୟତଙ୍କ ବିବାଦ ତୁଟାଇବା ପାଇଁ ଜିଲାପାଳ ସମର୍ଥ ବର୍ମା ଓ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ସେବାୟତଙ୍କ ସହ ଆଲୋଚନା କରିଥିଲେ। ଏହାପରେ ନୀତି ଆରମ୍ଭ ହୋଇଥିବା ସୂଚନା ମିଳିଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର କହିଛନ୍ତି, ମହାପ୍ରଭୁଙ୍କ ବେଶ ଆରମ୍ଭ ବେଳେ ରତ୍ନବେଦି ଉପରେ ସଂଖ୍ୟାଧିକ ସିଂହାରୀ ସେବାୟତ ଚଢ଼ିବା ନେଇ ବିବାଦ ହୋଇଛି। ସିଂହାରୀ ପୁଷ୍ପାଳକ ଓ ଭଣ୍ଡାର ମେକାପଙ୍କ ମଧ୍ୟରେ ଏହି ବିବାଦ ଦେଖା ଦେଇଛି। କେତେ ସଂଖ୍ୟକ ପୁଷ୍ପାଳକ ସେବାୟତ ରତ୍ନବେଦି ଉପରେ ଚଢ଼ିବେ ଓ କାହା ଅଧିକାରରେ କେଉଁ ଦାୟିତ୍ୱ ରହିଛି, ଏହି ପ୍ରସଙ୍ଗ ନେଇ ଦୁଇ ନିଯୋଗ ମଧ୍ୟରେ ସ୍ପଷ୍ଟତା ନାହିଁ। ତେବେ ବିବାଦ ଉପୁଜିବା ପରେ ପ୍ରଥମେ ବିବାଦ ତୁଟାଇ ନୀତି ଆରମ୍ଭ କରାଯାଇଛି। ଏହି ବିଳମ୍ବ ନେଇ ଦୁଇ ନିଯୋଗକୁ ରିପୋର୍ଟ ତଲବ ହେବ। ଦୁଇ ନିଯୋଗ ସହ ଜିଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ଆଲୋଚନା କରି ସ୍ଥାୟୀ ସମାଧାନର ରାସ୍ତା ଖୋଜିବେ। କୋଭିଡ୍‌ କଟକଣା ମଧ୍ୟରେ ଶ୍ରୀମନ୍ଦିର ଖୋଲିବା ପରଠାରୁ ସବୁ ସ୍ବାଭାବିକ ଥିବା ବେଳେ ମହାପ୍ରଭୁଙ୍କ ସ୍ବତନ୍ତ୍ର ରାଜରାଜେଶ୍ୱର ବେଶ ଦିନରେ ଏଭଳି ବିଳମ୍ବକୁ ନେଇ ଭକ୍ତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ରାଜରାଜେଶ୍ୱର ବେଶ ଦେଖିବାକୁ ଭୁବନେଶ୍ୱରରୁ ଆସିଥିବା ଦୀପକ ବେହେରା କହିଛନ୍ତି, ମଧ୍ୟାହ୍ନ ୧୨.୩୦ରେ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ ମଧ୍ୟ ସୁନାବେଶ ଦେଖିବାର ସୁଯୋଗ ମିଳି ନ ଥିଲା। ପରେ ଶ୍ରୀମନ୍ଦିରରୁ ବାହାରି ଆସି ଅପରାହ୍ନ ୪ଟାରେ ପୁଣି ଥରେ ଯିବା ପାଇଁ ଆଗ୍ରହୀ ଥିଲୁ। ମାତ୍ର ସେତେବେଳ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହୋଇ ନ ଥିବା ଜାଣି ବାଧ୍ୟ ହୋଇ ବିନା ସୁନାବେଶ ଦର୍ଶନରେ ଘରକୁ ଫେରୁଛି। ସେହିଭଳି ସେ ମହାପ୍ରସାଦ ସେବନରୁ ବଞ୍ଚିତ ହୋଇଥିବା କଥା ମଧ୍ୟ କହିଛନ୍ତି। ଅନ୍ୟପକ୍ଷରେ ବିଳମ୍ବରେ ହେଉ ପଛେ ବେଶ ସରିବା ପରେ ଦର୍ଶନାର୍ଥୀଙ୍କ ସଂଖ୍ୟା ସନ୍ଧ୍ୟା ବେଳେ କ୍ରମାଗତ ଭାବେ ବଢ଼ିବାରେ ଲାଗିଥିଲା। ଅପେକ୍ଷାରେ ଥିବା ଭକ୍ତମାନେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରବେଶ କରିଥିଲେ। ଅନ୍ୟପକ୍ଷରେ ଗୁରୁବାର ଶ୍ରୀମନ୍ଦିର ହୁଣ୍ଡିରୁ ୬ ଲକ୍ଷ ୩୬ ହଜାର ୨୩୨ ଟଙ୍କା, ୧୫୦ ମିଲିଗ୍ରାମ ସୁନା ଓ ୪୫ ଗ୍ରାମ ୪ଶହ ମିଲିଗ୍ରାମ ରୁପା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri