ଜିଦ୍‌ରେ ଅଟଳ ଉଭୟ ନିଯୋଗ

ପୁରୀ ଅଫିସ,୧।୨: ପୌଷ ପୂର୍ଣ୍ଣିମାରେ ଗୁରୁବାର ମହାପ୍ରଭୁଙ୍କ ସୁନାବେଶ ବା ରାଜରାଜେଶ୍ୱର ବେଶ ନୀତି ୫ଘଣ୍ଟା ବିଳମ୍ବ ହୋଇଥିଲା। ଏହାର କାରଣ ଖୋଜିବା ସହ ସମାଧାନ ଲାଗି ରବିବାର ଦ୍ୱିତୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଶନିବାର ପ୍ରଥମ ପର୍ଯ୍ୟାୟରେ ପୁଷ୍ପାଳକ ସେବାୟତଙ୍କ ସହ ବୈଠକ ସରିଥିବାବେଳେ ରବିବାର ଦ୍ୱିତୀୟ ପର୍ଯ୍ୟାୟରେ ଭଣ୍ଡାର ମେକାପ ନିଯୋଗ ସହ ଆଲୋଚନା ହୋଇଛି। ସେବାୟତମାନଙ୍କ ସହ ଜିଲାପାଳ ସମର୍ଥ ବର୍ମା ଏବଂ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ଆଲୋଚନା କରିଛନ୍ତି। ତେବେ ଦୁଇ ନିଯୋଗ ନିଜ ନିଜ ଜିଦ୍‌ରେ ଅଟଳ ରହିବାରୁ ସମାଧାନର ବାଟ ବାହାରି ପାରିନାହିଁ। ବୈଠକ ପରେ ଭଣ୍ଡାର ମେକାପ ନାରାୟଣ ମେକାପ ଗଣମାଧ୍ୟମକୁ କହିଛନ୍ତି, ଶ୍ରୀମନ୍ଦିର ସ୍ବତ୍ୱଲିପି ଅନୁଯାୟୀ ୩ଜଣ ପାଳିଆ ପୁଷ୍ପାଳକଙ୍କୁ ହିଁ ଅଳଙ୍କାର ପ୍ରଦାନ କରାଯାଇଥାଏ। କେବଳ ଯଜମାନ ବେଶ ଦିନ ୫ ଜଣ ପାଳିଆ ପୁଷ୍ପାଳକ ରତ୍ନବେଦିରେ ଶ୍ରୀଜୀଉଙ୍କ ସେବା କରିବେ। ମାତ୍ର ଅନ୍ୟ ଦିନରେ କେବଳ ୩ ଜଣଙ୍କୁ ହିଁ ଅନୁମତି ରହିଛି। ଏଣୁ ସ୍ବତ୍ୱଲିପି ଆଧାରରେ ଆମେ ନିର୍ଦ୍ଧାରିତ ପାଳିଆଙ୍କୁ ଅଳଙ୍କାର ପ୍ରଦାନ କରିବୁ। ଗତ ଗୁରୁବାର ପୌଷ ପୂର୍ଣ୍ଣିମାରେ ଅନୁଷ୍ଠିତ ସୁନାବେଶ ଦୈନିକ ଦିନର ସେବା ହୋଇଥିବାରୁ ଆମେ ୩ରୁ ଊର୍ଦ୍ଧ୍ୱ ପାଳିଆ ପୁଷ୍ପାଳକଙ୍କୁ ଅଳଙ୍କାର ଦେଇ ନ ଥିଲୁ। ଏହା ପ୍ରଶାସନକୁ ସ୍ପଷ୍ଟ ଭାବେ ଜଣାଇଛୁ।
ଇତିମଧ୍ୟରେ ଦୁଇ ନିଯୋଗର ସେବାୟତଙ୍କ ସହ ପ୍ରଶାସନର ପୃଥକ ପୃଥକ ଆଲୋଚନା ସରିଥିଲେ ମଧ୍ୟ କୌଣସି ନିଷ୍କର୍ଷ ବାହାରିପାରି ନାହିଁ। ପୁଷ୍ପାଳକ ସେବାୟତଙ୍କ କହିବା ଅନୁଯାୟୀ, ସେମାନେ ଗୋଷ୍ଠୀ ସେବା କରିବେ। ଶ୍ରୀଜୀଉଙ୍କ ଅଳଙ୍କାରର ଓଜନ ଅଧିକ ହୋଇଥିବାରୁ ୨୫ ଫୁଟ ଉପରକୁ ଏହାକୁ ଉଠାଇବା ସହଜ ହେଉନାହିଁ। ତେଣୁ ଗୋଷ୍ଠୀ ସେବା ଏକାନ୍ତ ଆବଶ୍ୟକ। ଅନ୍ୟପକ୍ଷରେ ମେକାପ ନିଯୋଗ କହିଛି, କେବଳ ଯଜମାନ ସେବାରେ ହିଁ ୫ ଜଣ ପାଳିଆଙ୍କୁ ଅଳଙ୍କାର ହସ୍ତାନ୍ତର କରିବୁ। ଅନ୍ୟ ଦିନରେ ୩ ପାଳିଆଙ୍କୁ ଅଳଙ୍କାର ଦେବୁ। ତେବେ ଜିଲାପାଳ ସମର୍ଥ ବର୍ମା ଏହି ପ୍ରସଙ୍ଗରେ ମତ ରଖି କହିଛନ୍ତି, ଉଭୟ ପକ୍ଷର ଯୁକ୍ତି ଶୁଣି ସାରିବା ପରେ ଆମେ ସମାଧାନର ରାସ୍ତା ଖୋଜୁଛୁ। କିଭଳି ଭାବେ ଏକ ମଝିରାସ୍ତା ଖୋଜାଯାଇ ସମସ୍ୟାର ସମାଧାନ କରାଯିବ ସେନେଇ ଆଲୋଚନା ଚାଲିଛି ବୋଲି ଜିଲାପାଳ ପ୍ରକାଶ କରିଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଉଭୟ ଗୋଷ୍ଠୀ ନିଜ ନିଜ ଜିଦ୍‌ରେ ଅଟଳ ରହିଥିବା ବେଳେ ପ୍ରଶାସନ ସମାଧାନର ରାସ୍ତା କିପରି ପାଇବ। ସ୍ବତ୍ୱଲିପି ଆଧାରରେ ନିଷ୍ପତ୍ତି ହେବ ନା ପ୍ରଶାସନ ସ୍ବତ୍ୱଲିପିରେ ପରିବର୍ତ୍ତନ କରି ସମସ୍ୟାର ସମାଧାନ ରାସ୍ତା ବାଛିବ। ତେବେ ସମାଧାନ ଯାହା ହେଉନା କାହିଁକି ଗୋଟିଏ କଥା ସ୍ପଷ୍ଟ ଯେ, ଶ୍ରୀମନ୍ଦିର ସ୍ବତ୍ୱଲିପି ଅନୁଯାୟୀ ପୌଷପୂର୍ଣ୍ଣିମାରେ ସୁନାବେଶ ପାଇଁ ୩ଜଣ ପୁଷ୍ପାଳକ ସେବାୟତଙ୍କୁ ଅନୁମତି ଥିଲା। ସେଥିପାଇଁ ଭଣ୍ଡାର ମେକାପଙ୍କ ଅଭିଯୋଗ ପରେ ଶ୍ରୀମନ୍ଦିର ପ୍ରଶାସନ ତୁରନ୍ତ ବେଶ ପାଇଁ କେବଳ ଅନୁମୋଦିତ ୩ ପାଳିଆଙ୍କୁ ସେବା କରିବା ଲାଗି କହିଥିଲା। ଉଲ୍ଲେଖଯୋଗ୍ୟ, ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁ ବହୁ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ଓ ମହାପ୍ରସାଦ ସେବନରୁ ବଞ୍ଚିତ ହୋଇଥିଲେ। ଫଳରେ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଲଘୁଚାପ ସକ୍ରିୟ: ପ୍ରବଳ ବର୍ଷା ସମ୍ଭାବନା, ଚେତାବନୀ ଜାରି

ଭୁବନେଶ୍ୱର,୨୫ା୮(ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗାଙ୍ଗେଟିକ୍‌ ପଶ୍ଚିମବଙ୍ଗ ଓ ତା’ର ପାଖାପାଖି ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି। ଏଥିସହ ସଂଲଗ୍ନ ଘୂର୍ଣ୍ଣିବଳୟ ସମୁଦ୍ର…

ଏହି ଦିନ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ, ଲଗାତାର ୪ ଦିନ ବନ୍ଦ ରହିବ…

ନୂଆଦିଲ୍ଲୀ,୨୫ା୮: ୫ ଦିନିଆ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ବିଳମ୍ବ, କାର୍ଯ୍ୟଦକ୍ଷତା ଭିତ୍ତିକ ପ୍ରୋତ୍ସାହନ (ପିଏଲ୍‌ଆଇ) ଯୋଜନାକୁ ନେଇ ମତଭେଦ, ପେନ୍‌ସନ ସମ୍ବନ୍ଧୀୟ ସମସ୍ୟା ଓ ଆହୁରି…

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ଗୁଡାରି ଏନଏସିକୁ ମିଳିବ ୨ କୋଟି ଟଙ୍କାର ପୁରସ୍କାର

ଗୁଡାରି,୨୪/୮(ପ୍ରମୋଦ କୁମାର ପତି): ଆସନ୍ତା ଅଗଷ୍ଟ ୩୧ ତାରିଖରେ ସ୍ବାୟତ୍ତ ଶାସନ ଦିବସ ପାଳନ ସମାରୋହରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(OUAT), ଭୁବନେଶ୍ୱରର ‘କୃଷି ଶିକ୍ଷା…

ନିଖୋଜ ନାବାଳିକା ଉଦ୍ଧାର: ସିଡ଼ବ୍ଲ୍ୟୁସିରେ ହାଜର କଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକା ଗତ ଜୁଲାଇ ୪ ତାରିଖରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିଲେ।…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri