ଜିଦ୍‌ରେ ଅଟଳ ଉଭୟ ନିଯୋଗ

ପୁରୀ ଅଫିସ,୧।୨: ପୌଷ ପୂର୍ଣ୍ଣିମାରେ ଗୁରୁବାର ମହାପ୍ରଭୁଙ୍କ ସୁନାବେଶ ବା ରାଜରାଜେଶ୍ୱର ବେଶ ନୀତି ୫ଘଣ୍ଟା ବିଳମ୍ବ ହୋଇଥିଲା। ଏହାର କାରଣ ଖୋଜିବା ସହ ସମାଧାନ ଲାଗି ରବିବାର ଦ୍ୱିତୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଶନିବାର ପ୍ରଥମ ପର୍ଯ୍ୟାୟରେ ପୁଷ୍ପାଳକ ସେବାୟତଙ୍କ ସହ ବୈଠକ ସରିଥିବାବେଳେ ରବିବାର ଦ୍ୱିତୀୟ ପର୍ଯ୍ୟାୟରେ ଭଣ୍ଡାର ମେକାପ ନିଯୋଗ ସହ ଆଲୋଚନା ହୋଇଛି। ସେବାୟତମାନଙ୍କ ସହ ଜିଲାପାଳ ସମର୍ଥ ବର୍ମା ଏବଂ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ଆଲୋଚନା କରିଛନ୍ତି। ତେବେ ଦୁଇ ନିଯୋଗ ନିଜ ନିଜ ଜିଦ୍‌ରେ ଅଟଳ ରହିବାରୁ ସମାଧାନର ବାଟ ବାହାରି ପାରିନାହିଁ। ବୈଠକ ପରେ ଭଣ୍ଡାର ମେକାପ ନାରାୟଣ ମେକାପ ଗଣମାଧ୍ୟମକୁ କହିଛନ୍ତି, ଶ୍ରୀମନ୍ଦିର ସ୍ବତ୍ୱଲିପି ଅନୁଯାୟୀ ୩ଜଣ ପାଳିଆ ପୁଷ୍ପାଳକଙ୍କୁ ହିଁ ଅଳଙ୍କାର ପ୍ରଦାନ କରାଯାଇଥାଏ। କେବଳ ଯଜମାନ ବେଶ ଦିନ ୫ ଜଣ ପାଳିଆ ପୁଷ୍ପାଳକ ରତ୍ନବେଦିରେ ଶ୍ରୀଜୀଉଙ୍କ ସେବା କରିବେ। ମାତ୍ର ଅନ୍ୟ ଦିନରେ କେବଳ ୩ ଜଣଙ୍କୁ ହିଁ ଅନୁମତି ରହିଛି। ଏଣୁ ସ୍ବତ୍ୱଲିପି ଆଧାରରେ ଆମେ ନିର୍ଦ୍ଧାରିତ ପାଳିଆଙ୍କୁ ଅଳଙ୍କାର ପ୍ରଦାନ କରିବୁ। ଗତ ଗୁରୁବାର ପୌଷ ପୂର୍ଣ୍ଣିମାରେ ଅନୁଷ୍ଠିତ ସୁନାବେଶ ଦୈନିକ ଦିନର ସେବା ହୋଇଥିବାରୁ ଆମେ ୩ରୁ ଊର୍ଦ୍ଧ୍ୱ ପାଳିଆ ପୁଷ୍ପାଳକଙ୍କୁ ଅଳଙ୍କାର ଦେଇ ନ ଥିଲୁ। ଏହା ପ୍ରଶାସନକୁ ସ୍ପଷ୍ଟ ଭାବେ ଜଣାଇଛୁ।
ଇତିମଧ୍ୟରେ ଦୁଇ ନିଯୋଗର ସେବାୟତଙ୍କ ସହ ପ୍ରଶାସନର ପୃଥକ ପୃଥକ ଆଲୋଚନା ସରିଥିଲେ ମଧ୍ୟ କୌଣସି ନିଷ୍କର୍ଷ ବାହାରିପାରି ନାହିଁ। ପୁଷ୍ପାଳକ ସେବାୟତଙ୍କ କହିବା ଅନୁଯାୟୀ, ସେମାନେ ଗୋଷ୍ଠୀ ସେବା କରିବେ। ଶ୍ରୀଜୀଉଙ୍କ ଅଳଙ୍କାରର ଓଜନ ଅଧିକ ହୋଇଥିବାରୁ ୨୫ ଫୁଟ ଉପରକୁ ଏହାକୁ ଉଠାଇବା ସହଜ ହେଉନାହିଁ। ତେଣୁ ଗୋଷ୍ଠୀ ସେବା ଏକାନ୍ତ ଆବଶ୍ୟକ। ଅନ୍ୟପକ୍ଷରେ ମେକାପ ନିଯୋଗ କହିଛି, କେବଳ ଯଜମାନ ସେବାରେ ହିଁ ୫ ଜଣ ପାଳିଆଙ୍କୁ ଅଳଙ୍କାର ହସ୍ତାନ୍ତର କରିବୁ। ଅନ୍ୟ ଦିନରେ ୩ ପାଳିଆଙ୍କୁ ଅଳଙ୍କାର ଦେବୁ। ତେବେ ଜିଲାପାଳ ସମର୍ଥ ବର୍ମା ଏହି ପ୍ରସଙ୍ଗରେ ମତ ରଖି କହିଛନ୍ତି, ଉଭୟ ପକ୍ଷର ଯୁକ୍ତି ଶୁଣି ସାରିବା ପରେ ଆମେ ସମାଧାନର ରାସ୍ତା ଖୋଜୁଛୁ। କିଭଳି ଭାବେ ଏକ ମଝିରାସ୍ତା ଖୋଜାଯାଇ ସମସ୍ୟାର ସମାଧାନ କରାଯିବ ସେନେଇ ଆଲୋଚନା ଚାଲିଛି ବୋଲି ଜିଲାପାଳ ପ୍ରକାଶ କରିଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଉଭୟ ଗୋଷ୍ଠୀ ନିଜ ନିଜ ଜିଦ୍‌ରେ ଅଟଳ ରହିଥିବା ବେଳେ ପ୍ରଶାସନ ସମାଧାନର ରାସ୍ତା କିପରି ପାଇବ। ସ୍ବତ୍ୱଲିପି ଆଧାରରେ ନିଷ୍ପତ୍ତି ହେବ ନା ପ୍ରଶାସନ ସ୍ବତ୍ୱଲିପିରେ ପରିବର୍ତ୍ତନ କରି ସମସ୍ୟାର ସମାଧାନ ରାସ୍ତା ବାଛିବ। ତେବେ ସମାଧାନ ଯାହା ହେଉନା କାହିଁକି ଗୋଟିଏ କଥା ସ୍ପଷ୍ଟ ଯେ, ଶ୍ରୀମନ୍ଦିର ସ୍ବତ୍ୱଲିପି ଅନୁଯାୟୀ ପୌଷପୂର୍ଣ୍ଣିମାରେ ସୁନାବେଶ ପାଇଁ ୩ଜଣ ପୁଷ୍ପାଳକ ସେବାୟତଙ୍କୁ ଅନୁମତି ଥିଲା। ସେଥିପାଇଁ ଭଣ୍ଡାର ମେକାପଙ୍କ ଅଭିଯୋଗ ପରେ ଶ୍ରୀମନ୍ଦିର ପ୍ରଶାସନ ତୁରନ୍ତ ବେଶ ପାଇଁ କେବଳ ଅନୁମୋଦିତ ୩ ପାଳିଆଙ୍କୁ ସେବା କରିବା ଲାଗି କହିଥିଲା। ଉଲ୍ଲେଖଯୋଗ୍ୟ, ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁ ବହୁ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ଓ ମହାପ୍ରସାଦ ସେବନରୁ ବଞ୍ଚିତ ହୋଇଥିଲେ। ଫଳରେ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହାରୁଥିବା ମ୍ୟାଚକୁ ଜିତାଇବା ପରେ ତିଳକ ବର୍ମାଙ୍କ ବଡ଼ ବୟାନ, ଖୁଲାସା କରି କହିଲେ- NZ ବିପକ୍ଷରେ ଆମର ଏମିତି ଥିଲା ପ୍ଲାନ୍‌

ନୂଆଦିଲ୍ଲୀ, ୨୫।୧୦: ଚେଜ କରିବା ସମୟରେ ୨୬ଟି ବଲରେ ୬ଟି ଚୌକା ଓ ୧ଟି ଛକା ସହ ଅପରାଜିତ ୫୧ ରନର ମ୍ୟାଚ ବିଜୟୀ ପାଳି ଖେଳିଥିଲେ…

IPL ୨୦୨୭ରେ ଖେଳିବେ କି ନାହିଁ ଧୋନୀ? ଶେଷରେ ଦେଲେ ବଡ଼ ବୟାନ, ପ୍ରଶଂସକ ଶୁଣିଲେ…

ନୂଆଦିଲ୍ଲୀ, ୨୫।୧୦: IPL ୨୦୨୭ରେ ଖେଳିବେ କି ନାହିଁ ଏମଏସ ଧୋନୀ? ନିଜେ ନେଇପାରୁନାହାନ୍ତି ନିଷ୍ପତ୍ତି। ଧୋନୀ କହିଛନ୍ତି ଯେ ଡିସେମ୍ବର ମାସ ପୂର୍ବରୁ ସେ ନିଜ…

ନମନ ଧୀର ଆସିବା ପରେ ଟିମ ଇଣ୍ଡିଆରୁ ବାଦ ପଡ଼ିପାରନ୍ତି ଏହି ୩ ଷ୍ଟାର୍‌ ଖେଳାଳି, ନାଁ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ, ୨୫।୧୦: ଟିମ ଇଣ୍ଡିଆକୁ ଏମିତି ଜଣେ ଫିନିଶର ମିଳିଯାଇଛନ୍ତି, ଯିଏ ଶେଷ ଓଭରଗୁଡ଼ିକରେ ନିଜ ଦମରେ ମ୍ୟାଚର ମୋଡ଼ ବଦଳାଇ ପାରିବେ। ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ…

ନିର୍ବାଚନୀ ରାଲିରେ ଟ୍ରମ୍ପ୍‌ଙ୍କ ବଡ଼ ଦାବି, ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ…

ଓ୍ବାଶିଂଟନ,୨୪ା୧୦: ଆମେରିକାରେ ମଧ୍ୟବର୍ତ୍ତିକାଳୀ ନିର୍ବାଚନ ପାଇଁ ପ୍ରଚାର ଜୋର୍‌ ଧରିଥିବା ବେଳେ ସେଥିରେ ଅପରେଶନ ସିନ୍ଦୂର ସ୍ଥାନ ପାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଉଚ୍ଚ ଟାରିଫ୍‌ ଧମକ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ତିଲକ ବର୍ମା, ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବନିଲେ ନମ୍ବର ୧…

ନୂଆଦିଲ୍ଲୀ, ୨୪।୧୦: ଭାରତୀୟ ଯୁବ କ୍ରିକେଟର୍ ତିଲକ ବର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଏକ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଶନିବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ…

ଭୁବନେଶ୍ୱର କୁମାରଙ୍କ ଜର୍ସି ନମ୍ବର ‘୮୭’ର ରହସ୍ୟ, କ୍ରିକେଟର୍‌ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ, ୨୪।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ ଯାଦୁ ଦେଖିବାକୁ ମିଳିନାହିଁ। ଦୀର୍ଘ ଦିନ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ…

ବୋମା ଖାଇ ୨ ଗୋରୁ ଗୁରୁତର, ତଦନ୍ତ ନିର୍ଦ୍ଦେଶ

ଖମାର,୨୪।୧୦(ରଜନୀକାନ୍ତ ମହାରଣା): ଅନୁଗୋଳ ଜିଲା ଖମାର ଥାନା ଅନ୍ତର୍ଗତ ରଜଡ଼ଙ୍ଗ ଗାଁ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ପାଇଁ ଜଙ୍ଗଲରେ ବିଛାଯାଇଥିବା ବୋମା ଖାଇ ୨ଟି ଗୋରୁ ଶୁକ୍ରବାର…

ବରଗଡ଼ ମୁଖ୍ୟ କେନାଲରେ ୨ମାସ ଆସିବନି ପାଣି: ଏହି ଦିନଠାରୁ ଯୋଗାଣ ବନ୍ଦ, ଚିନ୍ତାରେ ଚାଷୀ

ବରଗଡ଼, ୨୪।୧୦ (ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲରେ ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ କରାଯିବ। ଦୀର୍ଘ ୨ ମାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?