ଏଣିକି ସବୁଦିନ ଦାରୁଦିଅଁ ଦର୍ଶନ

ପୁରୀ ଅଫିସ,୧୧।୨: ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାରେ ଥିବା କଟକଣାକୁ କୋହଳ କରାଯାଇଛି। ବୁଧବାର ଏନେଇ ନୂଆ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଅର (ଏସ୍‌ଓପି) ଜାରି ହୋଇଛି। ନୂତନ ଏସ୍‌ଓପି ଅନୁଯାୟୀ ଏଣିକି ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରରେ ସବୁଦିନ ଦାରୁଦିଅଁଙ୍କ ଦର୍ଶନ କରିପାରିବେ। ପୂର୍ବରୁ ରବିବାର ସାଧାରଣ ଦର୍ଶନ ବନ୍ଦ ରହୁଥିଲା। ମାତ୍ର ନୂଆ ଏସ୍‌ଓପିରେ ଏହି କଟକଣାକୁ ହଟାଇ ଦିଆଯାଇଛି। ଏବେଠାରୁ ପ୍ରତ୍ୟେକ ରବିବାର ମଧ୍ୟ ସାଧାରଣ ଦର୍ଶନ ହେବ। ଆସନ୍ତା ରବିବାର ମହାପ୍ରଭୁଙ୍କର ପଦ୍ମବେଶ ପଡ଼ୁଥିବାବେଳେ ଶ୍ରଦ୍ଧାଳୁମାନେ ଏହି ଦୁର୍ଲ୍ଲଭ ବେଶ ଦର୍ଶନ କରିପାରିବେ। ସେହିଭଳି ଆନନ୍ଦବଜାରରେ ମହାପ୍ରସାଦ ସେବନ ଲାଗି ଅନୁମତି ମିଳିଛି। ନୂଆ ଏସ୍‌ଓପି ଆସନ୍ତା ୧୨ତାରିଖରୁ ଲାଗୁ ହେବ। ବୁଧବାର ସନ୍ଧ୍ୟାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନୂଆ ଏସ୍‌ଓପି ସଂକ୍ରାନ୍ତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ଏହି ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବିସ୍ତୃତ ସୂଚନା ଦେଇ କହିଛନ୍ତି, ଶ୍ରୀମନ୍ଦିର ପରିସରରେ ଦୀପ ବିକ୍ରି ଓ ପ୍ରଜ୍ଜ୍ୱଳନକୁ ମଧ୍ୟ ଅନୁମତି ଦିଆଯାଇଛି। ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ ସ୍ଥାନରେ ଶ୍ରଦ୍ଧାଳୁମାନେ ଦୀପ ଦାନ କରିବେ। ଶ୍ରଦ୍ଧାଳୁମାନେ କେବଳ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ। ସିଂହଦ୍ୱାର ବ୍ୟତୀତ ଅନ୍ୟ ଯେକୌଣସି ଦ୍ୱାର ଦେଇ ବାହାରକୁ ଆସିବେ। ଜୋତା, ମୋବାଇଲ ଆଦି ଷ୍ଟାଣ୍ଡରେ ରଖିଥିବା ଲୋକେ ଉତ୍ତର ଦ୍ୱାର ଦେଇ ବାହାରିଲେ ସେମାନଙ୍କୁ ଶ୍ରୀମନ୍ଦିର ଜୋତାଷ୍ଟାଣ୍ଡ ପାଖ ହେବ। ଏଣିକି ସାଧାରଣ ଦର୍ଶନ ବନ୍ଦ ପରେ ରାତ୍ର ସମୟରେ ସପ୍ତାହକୁ ୩ଥର ଶ୍ରୀମନ୍ଦିର ପରିସର ସାନିଟାଇଜ କରାଯିବ। ବ୍ୟାରିକେଡ୍‌ ଖୋଲାଯାଇଥିବାରୁ ଏଥର ଶ୍ରୀମନ୍ଦିର ମୁଖ୍ୟ ବ୍ୟାରିକେଡ୍‌୍‌ଠାରୁ କେବଳ ଧାଡ଼ି ଦର୍ଶନ ହେବ। ଜୋତାଷ୍ଟାଣ୍ଡର ବିପରୀତ ଦିଗରେ ଥିବା ବ୍ୟାରିକେଡ୍‌ଠାରୁ ଦର୍ଶନ ପାଇଁ ଧାଡ଼ି ହେବ। ଶ୍ରଦ୍ଧାଳୁମାନେ ସାଙ୍ଗରେ ପଲିଥିନ ନେଇ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ। ଏଭଳି କରୁଥିବା ବ୍ୟକ୍ତି ଶହେ ଟଙ୍କା ଜରିମାନା ଦେବେ। ଶ୍ରୀମନ୍ଦିର ପରିସରରେ ପାନ, ଗୁଟ୍‌ଖା ଖାଉଥିଲେ କିମ୍ବା ଛେପ ପକାଉଥିଲେ ୧ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ଶ୍ରୀମନ୍ଦିର ଭିତରେ ଥିବା ଦେବଦେବୀଙ୍କ ମୂର୍ତ୍ତି କିମ୍ବା କୀର୍ତ୍ତରାଜିକୁ ସ୍ପର୍ଶ ନ କରିବା ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେଇଛି। କୋଭିଡ୍‌ କଟକଣାକୁ ମାନି ଶ୍ରଦ୍ଧାଳୁମାନେ ଦର୍ଶନ କରିବେ। ଏଣିକି ସକାଳ ୬ଟାରୁ ସାଧାରଣ ଦର୍ଶନ ଆରମ୍ଭ ହେବ। ପୂର୍ବରୁ ସକାଳ ୬ରୁ ୭ଟା ପର୍ଯ୍ୟନ୍ତ କେବଳ ପୁରୀ ସହରବାସୀଙ୍କୁ ଦର୍ଶନ ମିଳିବା ନେଇ ନିୟମ ଥିବା ବେଳେ ନୂଆ ଏସ୍‌ଓପିରେ ଏହାକୁ ହଟାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri