ବିନା ଲାଇଫ ଜ୍ୟାକେଟରେ ଯାତ୍ରା

ବାଲୁଗାଁ,୯।୨(ଡି.ଏନ୍‌.ଏ.): ଚିଲିକାରେ ବାରମ୍ବାର ଡ଼ଙ୍ଗାବୁଡ଼ି ଘଟଣା ପରେ ଯାତ୍ରୀ ପରିବହନ ନିମନ୍ତେ ସରକାରଙ୍କ ପକ୍ଷରୁ ଏକ ନିର୍ଦ୍ଦିଷ୍ଟ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ତେବେ କେତେଜଣ ଡଙ୍ଗା ଚାଳକ ବିନା ଲାଇଫ୍‌ ଜ୍ୟାକେଟ୍‌ରେ ଯାତ୍ରୀ ପରିବହନ କରୁଥିବା ଦେଖିବାକୁ ମିଳିଛି। ପ୍ରକାଶଯେ, ୨୦୧୮ ଜୁନ୍‌ ୧୬ରେ କାଳିଜାଈ ଦର୍ଶନ ସାରି ଫେରୁଥିବା ଏକ ଡଙ୍ଗା କାଳବୈଶାଖର ଯୋଗୁ ଗଭୀର ପାଣିରେ ବୁଡ଼ିଯିବା ଫଳରେ ସେଥିରେ ଥିବା ୬ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଅନୁରୂପଭାବେ ଗତବର୍ଷ ଫେବୃୟାରୀରେ ଏକ ମାଛଧରା ଡଙ୍ଗାରେ କାଳିଜାଈ ଦର୍ଶନ ସହ ବଣଭୋଜି କରି ଫେରୁଥିବା ବେଳେ ଭାରସାମ୍ୟ ହରାଇ ଡଙ୍ଗାଟି ବୁଡ଼ି ଯାଇଥିଲା । ଏହି ଘଟଣାରେ ୨୫ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୯ଜଣ ଗୁରୁତର ହୋଇଥିଲେ। ଏହା ପୂର୍ବରୁ ମଧ୍ୟ ବହୁ ଦୁର୍ଘଟଣା ନଜିର ରହିଛି । ବାରମ୍ବାର ଦୁର୍ଘଟଣା ଘଟିବାରୁ ଚିଲିକାରେ ୩ମାସ ପାଇଁ ଡଙ୍ଗା ଚଳାଚଳ ବନ୍ଦ ରହିଥିଲା। ପରବର୍ତ୍ତୀ ସମୟରେ ପ୍ରଶାସନ ପକ୍ଷରୁ ଚିଲିକାରେ ଯାତ୍ରୀ ପରିବହନ ପାଇଁ ଏକ ନିର୍ଦ୍ଦିଷ୍ଟ ଗାଇଡଲାଇନ୍‌ ପ୍ରଣୟନ କରାଯାଇଥିଲା। ବେଆଇନ୍‌ ଭାବେ ମାଛ ଧରା ଡଙ୍ଗାରେ ଯାତ୍ରୀ ପରିବହନକୁ ସମ୍ପୂୂର୍ଣ୍ଣ ନିଷିଦ୍ଧ ଘୋଷଣା କରାଯାଇଥିଲା । ଏଥିସହ ଯାତ୍ରୀବାହୀ ଡଙ୍ଗାରେ ପ୍ରତ୍ୟେକ ଯାତ୍ରୀ ଲାଇଫ୍‌ ଜ୍ୟାକେଟ୍‌ ପରିଧାନ ବାଧ୍ୟତାମୂଳକ ସହ ଡଙ୍ଗାରେ ଲାଇଫ୍‌ ବଏ, ଜୀବନ ରକ୍ଷାକାରୀ ଅନ୍ୟାନ୍ୟ ସାମଗ୍ରୀ ସହ ବୀମାକରଣ ଏବଂ ରେଜିଷ୍ଟ୍ରେଶନ୍‌ ଭୁକ୍ତ କରିବା ପାଇଁ ଡଙ୍ଗା ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ କିଛି ମାସ ପ୍ରଶାସନର ଏହି ନିୟମକୁ ଡଙ୍ଗା ମାଲିକମାନେ ମାନିଥିବା ବେଳେ ପୁଣି ଏହି ନିୟମକୁ ପାଳନ କରାଯାଉ ନ ଥିବା ଦେଖିବାକୁ ମିଳିଛି। ଡଙ୍ଗାରେ ସମସ୍ତ ଆନୁଷଙ୍ଗିକ ସାମଗ୍ରୀ ମହଜୁଦ୍‌ ଥିଲେ ମଧ୍ୟ ଯାତ୍ରୀମାନେ ଲାଇଫ୍‌ ଜ୍ୟାକେଟ୍‌ ନ ପିନ୍ଧି ବିପଦପୂର୍ଣ୍ଣ ଭାବେ ଯାତ୍ରା କରୁଛନ୍ତି । ଏ ସମ୍ପର୍କରେ ବାଲୁଗାଁସ୍ଥିତ ମୋଟରବୋଟ୍‌ ଆସୋସିଏଶନ୍‌ ସମ୍ପାଦକ କୃଷ୍ଣଚନ୍ଦ୍ର ବେହେରା କହିଛନ୍ତି, ଲାଇଫ୍‌ ଜ୍ୟାକେଟ୍‌ ପରିଧାନ ପାଇଁ ମାଇକ୍‌ ମାଧ୍ୟମରେ ଅବଗତ କରାଯାଉଛି। ଏଥିସହ ଯାତ୍ରୀଙ୍କୁ ବାରମ୍ବାର ଲାଇଫ ଜ୍ୟାକେଟ ପିନ୍ଧିବା ପାଇଁ କୁହାଯାଉଥିଲେ ମଧ୍ୟ ସେମାନେ ପିନ୍ଧୁ ନାହାନ୍ତି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବେଧଡ଼କ ଚାଲିଛି ବେଆଇନ କରତକଳ

ରୂପ୍‌ସା,୭।୧(ଡି.ଏନ.ଏ.)- ବାଲେଶ୍ୱର ଜିଲା ସଦର ବ୍ଲକ ସମେତ ବସ୍ତା, ବାଲିଆପାଳ ଓ ଭୋଗରାଇ ଆଦି ଅଞ୍ଚଳରେ ଅବାଧରେ ବେଆଇନ ଭାବେ କରତକଳ ଚାଲୁଥିବା ଅଭିଯୋଗ ହେଉଛି।...

ସୋମବାରଠାରୁ ଏସ୍‌ଭି ନିରତାରେ ୩୩ ଭାଗ କର୍ମଚାରୀ କାର୍ଯ୍ୟରେ ଯୋଗଦେବେ: ପାନଛେପ ନ ପକାଇବା, ସାମାଜିକ ଦୂରତ୍ୱ ପ୍ରତି ଗୁରୁତ୍ୱ

କଣ୍ଟାପଡ଼ା,୩ା୫(ଡି.ଏନ୍‌.ଏ.) : କେନ୍ଦ୍ର ସରକାର ମହାମାରୀ କରୋନା ନିୟନ୍ତ୍ରଣ କରିବାକୁ ଆସନ୍ତା ୨ ସପ୍ତାହ ପର୍ଯ୍ୟନ୍ତ ସାରାଦେଶରେ ପୁନର୍ବାର ଲକ୍‌ଡାଉନ ଘୋଷଣା କରିଛନ୍ତି। ତେବେ ଦେଶର...

ବନୋଜ ବିଶ୍ୱାଳ ଶ୍ରେଷ୍ଠ ମତ୍ସ୍ୟଜୀବୀ

ସଜନାଗଡ଼,୨୫।୧(ଡି.ଏନ.ଏ.)-କୃଷକ ଆମ ଦେଶର ମେରୁଦଣ୍ଡ ସଦୃଶ। ବର୍ତ୍ତମାନ କୃଷି ଉପରେ ନିର୍ଭର କରୁଥିବା କୃଷିଜୀବୀ ମାନଙ୍କର ଜୀବନଧାରଣ ମାନର ପରିବର୍ତ୍ତନ ନିମନ୍ତେ ଗୁରୁବାର ଭୁବନେଶ୍ୱର ଜନତା...

ଏମ୍‌ପିଙ୍କ ଚାଳଘରେ ଖାଇଲେ ରେଳମନ୍ତ୍ରୀ

ସଜନାଗଡ଼,୮।୧(ଡି.ଏନ.ଏ.): ବାଲେଶ୍ୱର ଗସ୍ତରେ ଆସିଥିବା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବାଲେଶ୍ୱର ଷ୍ଟେଶନରେ ମେମୁ ଟ୍ରେନ ଚଳାଚଳ ଶୁଭାରମ୍ଭ ଓ ନୀଳଗିରି ଗୋପୀନାଥପୁରରେ ଷ୍ଟେଶନ ଶିଳାନ୍ୟାସ କରିବା...

ଯନ୍ତ୍ରଣାରେ ଶିଶୁକନ୍ୟା, ଚିନ୍ତାରେ ମା’ ବାପା: ସରକାରୀ ଚିକିତ୍ସା ସହାୟତାକୁ ଅପେକ୍ଷା

ବୈଶିଙ୍ଗା,୨୨ା୯(ଡି.ଏନ୍‌.ଏ.)-ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ କେନ୍ଦୁଆ ପଞ୍ଚାୟତ ଚୁଆପଦା ଗ୍ରାମର ବର୍ଷକର ଶିଶୁକନ୍ୟା ଦୁର୍ଗା। ମୁଣ୍ଡର ଆକାର ଅସ୍ବାଭାବିକ ଭାବେ ବୃଦ୍ଧି ପାଉଛି। ମେରୁଦଣ୍ଡ...

ସକାଳ ୮ରେ ପହଣ୍ଡି, ମଧ୍ୟାହ୍ନରେ ରଥଟଣା

ପୁରୀ ଅଫିସ, ୩୦।୬: ଆସନ୍ତା ୧ତାରିଖରେ ବାହୁଡ଼ା ଯାତ୍ରା। ନବଦିନାତ୍ମକ ଯାତ୍ରା ଶେଷ କରି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ଚତୁର୍ଦ୍ଧାବିଗ୍ରହ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜୋରସୋର...

ରାୟଗଡ଼ାରେ ବିଜେଡିର ହିମିରିକା ଆଗୁଆ

ରାୟଗଡ଼ା ଅଫିସ୍‌, ୨୩।୫: ରାୟଗଡା ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରଥମ ରାଉଣ୍ଡ ଗଣତିରେ ବିଜେଡି ଆଗୁଆ ରହିଛି। ବିଜେଡିର ପ୍ରାର୍ଥୀ ଲାଲ୍‌ ବିହାରୀ ହିମିରିକା ୩୫୯...

୫ ମାସ ହେବ ଜାଲ ବିଛାଇଥିଲା ଏସ୍‌ଟିଏଫ୍‌: ୨ ବାଘ ଛାଲ ଜବତ, ସମିତିସଭ୍ୟ ଗିରଫ

ଭୁବନେଶ୍ୱର, ୧୪। ୬(ବ୍ୟୁରୋ)/ ନୟାଗଡ଼ ଅଫିସ/ ରଣପୁର(ସ୍ବ.ପ୍ର.): ଖୋର୍ଦ୍ଧା ବନଖଣ୍ଡ ଅନ୍ତର୍ଗତ ନୟାଗଡ଼ ଜିଲାର ରଣପୁର ରେଞ୍ଜ ଅଜାମୁଗଣ୍ଡ ଗାଁରୁ ଶୁକ୍ରବାର କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ଟିମ୍‌...

Advertisement


Archives

Model This Week