ଶ୍ରୀମନ୍ଦିର ପାଖ ୧୦୦ମିଟର ନିଷିଦ୍ଧାଞ୍ଚଳ, ନ୍ୟାଶନାଲ ମନୁମେଣ୍ଟର ପ୍ରସ୍ତାବିତ ବାଇ-ଲ ପ୍ରକାଶ

ପୁରୀ ଅଫିସ,୭।୨: ନ୍ୟାଶନାଲ୍‌ ମନୁମେଣ୍ଟ ଆକ୍ଟ(ଏନ୍‌ଏମ୍‌ଏ) ଅନୁସାରେ ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ-ଲ ପ୍ରସ୍ତୁତ କରାଯାଇଛି। ଏଥିରେ ଶ୍ରୀମନ୍ଦିର ଐତିହ୍ୟ ସଂକ୍ରାନ୍ତ ଚିଠା ସର୍ବସାଧାରଣଙ୍କ ଅବଗତି ନିମନ୍ତେ ତିଆରି କରାଯାଇଛି। ଶ୍ରୀମନ୍ଦିରକୁ ଲାଗି ଶହେ ମିଟର ପରିଧିକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ନିଷିଦ୍ଧାଞ୍ଚଳଠାରୁ ୨ଶହ ମିଟର ପରିଧିକୁ ନିୟନ୍ତ୍ରିତ ଅଞ୍ଚଳ ରୂପେ ଘୋଷଣା କରାଯାଇଛି। ନିଷିଦ୍ଧାଞ୍ଚଳରେ କୌଣସି ବି ନିର୍ମାଣ କାର୍ଯ୍ୟ କରିବା ନେଇ ସମ୍ପୂର୍ଣ୍ଣ ରୂପେ ବାରଣ କରାଯାଇଥିବା ବେଳେ ନିୟନ୍ତ୍ରିତ ଅଞ୍ଚଳରେ ଯେକୌଣସି ପ୍ରକାର ନିର୍ମାଣ ପୂର୍ବରୁ ନ୍ୟାଶନାଲ ମନୁମେଣ୍ଟ କର୍ତ୍ତୃପକ୍ଷଙ୍କର ଅନୁମତି ବାଧ୍ୟତାମୂଳକ ବୋଲି ବାଇ-ଲରେ ଉଲ୍ଲେଖ ରହିଛି। ଏପରିକି ନିୟନ୍ତ୍ରିତ ଅଞ୍ଚଳରେ ନିର୍ମାଣ କରାଯିବାକୁ ଥିବା ଘରର ଉଚ୍ଚତା ୯ ମିଟର ମଧ୍ୟରେ ସୀମିତ ରଖିବା ନେଇ ଏଥିରେ କୁହାଯାଇଛି। ପ୍ରସ୍ତାବିତ ବାଇ-ଲକୁ ନେଇ କୌଣସି ପ୍ରକାର ଅଭିଯୋଗ କିମ୍ବା ମତାମତ ଦାଖଲ କରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି। ଆସନ୍ତା ୧୮ ତାରିଖ ମଧ୍ୟରେ ଏସଂକ୍ରାନ୍ତ ଅଭିଯୋଗ ଦାଖଲ କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଗିରଫ ପରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର,୨୯।୧୦(ବ୍ୟୁରୋ): ମନୀଷ ଅନୁରାଗ ଦାସ ହତ୍ୟା ମାମଲା ପରେ ବିବାଦ ଘେରକୁ ଆସି ଜେଲରେ ଥିବା ବହିଷ୍କୃତ କନଷ୍ଟେବଳ ପ୍ରସନ୍ନ ବେହେରାଙ୍କ ଅଡ଼ୁଆ ବଢିବାରେ ଲାଗିଛି।...

୨୦ରେ ମହାପ୍ରଭୁ ପିନ୍ଧିବେ ଘୋଡ଼

ପୁରୀ ଅଫିସ,୧୮ା୧୨: ଶୀତ ଜୋର୍‌ ଧରିବା ଆରମ୍ଭ କଲାଣି। ତେଣୁ ମହାପ୍ରଭୁଙ୍କୁ ଶୀତ ପ୍ରକୋପରୁ ସୁରକ୍ଷିତ ରଖିବା ପାଇଁ ଘୋଡ଼ ଲାଗି କରାଯିବ। ଦରଜି ସର୍ଦ୍ଦାର...

ପରିଚାଳନାଗତ ତ୍ରୁଟି : ବନ୍ଦ ହେଲା ୧୧ ସରକାରୀ ସ୍କୁଲ

ପାରାଦୀପ,୧୦ା୬(ସ୍ବ.ପ୍ର.): ପରିଚାଳନାଗତ ତ୍ରୁଟି, ଦଣ୍ଡ ବ୍ୟବସ୍ଥା ଉଚ୍ଛେଦ, ଗୁଣାତ୍ମକ ପାଠ୍ୟକ୍ରମର ଅଭାବ ଓ ଶିକ୍ଷା କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପ ଆଦି କାରଣରୁ ସରକାରୀ ବିଦ୍ୟାଳୟଗୁଡିକ ରୁଗ୍‌ଣ...

ଗ୍ୟାସ୍‌ ଲିକ୍‌ରୁ ଅଗ୍ନିକାଣ୍ଡ: ଜଳିଗଲା ସମସ୍ତ ଆସବାବପତ୍ର

ପାପଡ଼ାହାଣ୍ଡି/ମଇଦଳପୁର,୬।୨(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ମାଝୀଗୁଡ଼ା ପଞ୍ଚାୟତ ନୂଆଗୁଡ଼ା ଗ୍ରାମର ହେମନ୍ତ ବିଶୋଇଙ୍କ ଘରେ ଗୁରୁବାର ଗ୍ୟାସ ଲିକ୍‌ରୁ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର...

ମୋହନାରେ ମତଦାନ ଜାରି

ଆର.ଉଦୟଗିରି,୧୬।୨(ଡି.ଏନ୍‌.ଏ): ଗଜପତି ଜିଲାର ମୋହନା ବ୍ଲକରେ ପ୍ରଥମ ପର୍ଯ୍ୟାୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ...

ସାପ କାମୁଡିବା ପରେ ଜଣାପଡିଲା କରୋନା ପଜିଟିଭ

ଶଙ୍କରାଖୋଲ,୩୦ା୭(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ଚକାପାଦ ବ୍ଲକ ଚକାପାଦ ଗ୍ରାମର ଜଣେ ବ୍ୟକ୍ତିଙ୍କୁ ମଙ୍ଗଳବାର ରାତିରେ ଘରେ ଶୋଇଥିବାବେଳେ ସାପ କାମୁଡି ଦେଇଥିଲା। ପରିବାର ଲୋକେ ତାଙ୍କୁ...

ତାତିଲେ ମରୁଡ଼ି ବୀମା ଟଙ୍କାରୁ ବଞ୍ଚିତ ଚାଷୀ: ବ୍ୟାଙ୍କ ସମ୍ମୁଖରେ ଧାରଣାଦେବାକୁ ଚେତାବନୀ

ପରଜଙ୍ଗ, ୧୯।୭(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗସ୍ଥିତ ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା ଆନୁକୂଲ୍ୟରେ ଋଣ ନେଇଥିବା ୨୦୮ ଚାଷୀ ମରୁଡ଼ି ବୀମା ଟଙ୍କା ପାଇବାରୁ...

ଡହ ଡହ ଖରାରେ ଚାଉଳ, ଭତ୍ତା ବଣ୍ଟନ

ଆର.ଉଦୟଗିରି,୧।୫: ଗତ କିଛି ଦିନ ହେଲା ରାଜ୍ୟରେ ପ୍ରଚଣ୍ଡ ଗୀଷ୍ମପ୍ରବାହ ଜାରି ରହିଛି। ପ୍ରବଳ ଖରାକୁ ଦୃଷ୍ଟିରେ ରଖି ସରକାର ଲୋକଙ୍କୁ ଛାଇରେ ରହିବାକୁ କହିବା...

Advertisement
Archives

Model This Week