ଜୁନ୍‌ ୧ରୁ ଶ୍ରୀମନ୍ଦିର ଐତିହ୍ୟ କରିଡର କାମ

ପୁରୀ ଅଫିସ,୧୬।୨: ଶ୍ରୀମନ୍ଦିର ଐତିହ୍ୟ କରିଡର ସଂକ୍ରାନ୍ତ ନକ୍ସା ତଥା ଚିଠା ପ୍ରସ୍ତାବ ଚୂଡ଼ାନ୍ତ ହୋଇ ଅନୁମୋଦନ ପାଇଛି। ଆସନ୍ତା ଜୁନ୍‌ ୧ରୁ ଐତିହ୍ୟ କରିଡର କାର୍ଯ୍ୟ ଆରମ୍ଭ ହେବ। ସୋମବାର ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରଥମେ ଐତିହ୍ୟ କରିଡର ଚୂଡ଼ାନ୍ତ ନକ୍ସାକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଲାଗିକରାଯାଇଥିଲା। ପରେ ବୈଠକରେ ଏହାର ରୂପରେଖ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇ ଶ୍ରୀମନ୍ଦିର ପରିଚାଳନା କମିଟି ମାଧ୍ୟମରେ ଅନୁମୋଦନ ଦିଆଯାଇଥିଲା।
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ମଞ୍ଚାସୀନ ଥିଲେ। ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ହେରିଟେଜ କରିଡରକୁ ୯ଟି ସୋପାନରେ ବିଭକ୍ତ କରାଯିବ। ଗ୍ରୀନ୍‌ ବଫର ବଳୟ, ଅନ୍ତଃପ୍ରଦକ୍ଷିଣ ରାସ୍ତା, ଲ୍ୟାଣ୍ଡସ୍କେପ ଜୋନ୍‌, ବାହ୍ୟ ପ୍ରଦକ୍ଷିଣ ରାସ୍ତା, ପବ୍ଲିକ୍‌ କନ୍‌ଭିନିଏନ୍ସ ଜୋନ୍‌, ସର୍ଭିସ୍‌ ଲେନ୍‌ ଓ ସଟଲ୍‌ କମ୍‌ ଏମରଜେନ୍ସି ଲେନ୍‌, ମିଶ୍ର ଟ୍ରାଫିକ୍‌ ଲେନ୍‌ ଓ ଜେବ୍ରା କ୍ରସିଂ ଭଳି ପେଡେଷ୍ଟ୍ରିଆନ୍‌ ଚଲାପଥ ଆଦି ସୋପାନ ରହିବ। ମେଘନାଦ ପାଚେରିକୁ ଲାଗି ଦୁଇମିଟର ଚଉଡ଼ା ରାସ୍ତା ଶ୍ରୀମନ୍ଦିର କର୍ମଚାରୀଙ୍କ ଚଲାବୁଲା ଓ ପାଚେରି ମରାମତି ପାଇଁ ଛଡ଼ାଯିବ। ଗ୍ରୀନ୍‌ ବଫର୍‌ ଜୋନ୍‌ର ବଳକା ୫ ମିଟର ଜାଗାରେ ୧ ଫୁଟ୍‌ ଉଚ୍ଚତାର ଲ୍ୟାଣ୍ଡସ୍କେପ ପାହାଚମାନ ପ୍ରସ୍ତୁତ ହେବ। ଏହି ଖସଡ଼ାକୁ ଫୁଲ ମାଧ୍ୟମରେ ସୁସଜ୍ଜିତ କରି ରଖାଯିବ। ୧୦ ମିଟର ଅନ୍ତଃ ପ୍ରଦକ୍ଷିଣ ଜୋନ୍‌କୁ ଶ୍ରଦ୍ଧାଳୁଙ୍କ ଚଲାପଥ ଭାବେ ବ୍ୟବହାର କରାଯିବ। ଶ୍ରୀମନ୍ଦିର ଉତ୍ସବ ବେଳେ ଚଳପ୍ରଚଳ ପାଇଁ ଓ ଶ୍ରୀମନ୍ଦିର ଚାରିପାଖ ବୁଲି ଦେଖିବା ପାଇଁ ଏହି ଜୋନ୍‌ ବ୍ୟବହାର କରାଯିବ। ସେହିଭଳି ୧୪ ମିଟରର ଲ୍ୟାଣ୍ଡସ୍କେପ ଜୋନ୍‌ରେ ଏକ ବିରାଟ ଉଦ୍ୟାନ ପ୍ରସ୍ତୁତ ହେବ। ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ସହ ଜଡ଼ିତ ଥିବା ଉଦ୍ଭିଦମାନ ଉକ୍ତ ଜୋନ୍‌ରେ ଦେଖିବାକୁ ମିଳିବ। ବାହ୍ୟ ପ୍ରଦକ୍ଷିଣ ଜୋନ୍‌ରେ କେବଳ ବଡ଼ ବଡ଼ ବୃକ୍ଷରୋପଣ କରାଯିବ। ଏହାର ଛାଇ ଶ୍ରଦ୍ଧାଳୁଙ୍କୁ ଆରାମ ଦେବ। ସେହିଭଳି ୧୦ ମିଟର ବିଶିଷ୍ଟ ପବ୍ଲିକ୍‌ କନଭିନିଏନ୍ସ ଜୋନ୍‌ରେ ଭକ୍ତଙ୍କ ପାଇଁ ସବୁ ପ୍ରକାର ସୁବିଧା ରହିବ। ବିଶ୍ରାମ ଗୃହ, ପାନୀୟଜଳ, ସୂଚନା କେନ୍ଦ୍ର ଓ ଦାନାର୍ଥ ଗ୍ରହଣ କେନ୍ଦ୍ର ଏଠାରେ ରହିବ। ସେହିଭଳି ୫ ମିଟର ବିଶିଷ୍ଟ ଏକ ସେବା ଲେନ୍‌ ଓ ୪.୫ ମିଟର ଚଉଡ଼ା ଅଞ୍ଚଳକୁ ଜରୁରିକାଳୀନ ସ୍ଥିତିରେ ବ୍ୟବହାର କରାଯିବ। ଏହାପରେ ୭.୫ ମିଟର ଟ୍ରାଫିକ୍‌ ଲେନ୍‌ ଦେଖିବାକୁ ମିଳିବ। ଏଠାରେ ଯାନବାହନ ଚଳାଚଳ ଲାଗି ବ୍ୟବସ୍ଥା ସହ ଟ୍ରାଫିକ୍‌ ଲେନକୁ ଶ୍ରୀମନ୍ଦିର ପାଖ ସାହିଗୁଡ଼ିକ ସହ ସଂଯୋଗ କରାଯିବ। ଶେଷରେ ୭ ମିଟର ଲମ୍ବା ଚଲାପଥ ଓ ଏହାକୁ ଲାଗି ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀଙ୍କ ଉଦ୍ଦେଶ୍ୟରେ ପାର୍କିଂ ବ୍ୟବସ୍ଥା ରହିବ। ହେରିଟେଜ୍‌ ପୂର୍ବାଞ୍ଚଳରେ ଏକ ବିଶାଳ ଖୋଲା ସ୍ଥାନ ଛଡ଼ାଯିବ। ରଥଯାତ୍ରା ଏବଂ ଅନ୍ୟ ପର୍ବପର୍ବାଣୀ ସମୟରେ ଶ୍ରୀଜୀଉଙ୍କ ନୀତିକାନ୍ତି ଲାଗି ଏହାକୁ ବ୍ୟବହାର କରାଯିବ। ଏଠାରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଏକାଠି ହୋଇପାରିବେ।
ଅନ୍ୟପକ୍ଷରେ ଦର୍ଶନ ବ୍ୟବସ୍ଥା ନେଇ ବ୍ୟାପକ ପ୍ରସ୍ତୁତି ହୋଇଛି। ସିଂହଦ୍ୱାରର ଦକ୍ଷିଣ-ପୂର୍ବ ଦିଗରେ ଏକ ଅଭ୍ୟର୍ଥନା କେନ୍ଦ୍ର ରହିବ। ୬ହଜାର ଲୋକ ଏକକାଳୀନ ଧାଡ଼ିରେ ଠିଆ ହୋଇପାରିବେ। ୪ହଜାର ଲୋକ ଏକକାଳୀନ ଆସବାବପତ୍ର ରଖିପାରିବା ଭଳି ବ୍ୟାଗେଜ୍‌ କାଉଣ୍ଟର କିମ୍ବା କ୍ଲୋକ୍‌ ରୁମ୍‌, ସିକ୍ୟୁରିଟି ସିଷ୍ଟମ୍‌, ବହି ଦୋକାନ ବ୍ୟବସ୍ଥା ହେବ। ୩ଟି ମିନି କ୍ଲୋକ୍‌ ରୁମ୍‌, ୩ଟି ସୂଚନା ଓ ଦାନକେନ୍ଦ୍ର କିଓସ୍କୋ, ୫ଟି ଶେଲ୍ଟର ପାଭିଲିୟନ୍‌, ପୁରୁଷ ଓ ମହିଳାଙ୍କ ପାଇଁ ୩ଟି ଲେଖାଏ ଶୌଚାଳୟ, ସେବାୟତଙ୍କ ପାଇଁ ୨ଟି ଶୌଚାଳୟ, ଗୋଟିଏ ପୋଲିସ ସେବା କେନ୍ଦ୍ର, ଏଟିଏମ୍‌ କିଓସ୍କୋ, ଭଜନ ମଣ୍ଡପ ଏବଂ ୫ଶହ ଲୋକ ବସିବା ଭଳି ସଂସ୍କୃତି ମଣ୍ଡପ ତିଆରି ହେବ। ଶ୍ରୀମନ୍ଦିର ରିସେପ୍ସନ୍‌ ସେଣ୍ଟର ତଥା ଦର୍ଶନ ବ୍ୟବସ୍ଥା ପାଇଁ ୮୫ ହଜାର ବର୍ଗ ଫୁଟ୍‌ ଅଞ୍ଚଳକୁ ବ୍ୟବହାର କରାଯିବ। ଅନ୍ୟପକ୍ଷରେ ୭୫ ମିଟର ବଳୟ ମଧ୍ୟରେ ପଡ଼ୁଥିବା ମଠର ଉନ୍ନୟନ କାର୍ଯ୍ୟ ହାତକୁ ନିଆଯିବ। ଉତ୍କଳୀୟ କାରୁକାର୍ଯ୍ୟ ଆଧାରରେ ଏହି ମଠଗୁଡ଼ିକର ବିକାଶ କରାଯିବ। ନିର୍ମାଣ ବେଳେ ମଠଗୁଡ଼ିକର ସ୍ବତନ୍ତ୍ରତାକୁ ଧ୍ୟାନ ଦିଆଯିବ।
ଉଲ୍ଲେଖଯୋଗ୍ୟ, ଶ୍ରୀମନ୍ଦିର ହେରିଟେଜ କରିଡର ପାଇଁ ରାଜ୍ୟ କ୍ୟାବିନେଟ୍‌ ୮ଶହ କୋଟି ଟଙ୍କା ଅନୁମୋଦନ କରିଥିଲେ। ପ୍ରସ୍ତାବିତ ଚିଠା ପାଇଁ ୩ଶହ ପ୍ରସ୍ତାବ ଆସିଥିବା ବେଳେ ୩ଟି କମିଟି ଗଠନ ହୋଇଥିଲା। ଏହି ତିନି କମିଟି ଚିଠା ପ୍ରସ୍ତୁତ ନେଇ ୫୦ରୁ ଊର୍ଦ୍ଧ୍ୱ ବୈଠକ କରିଛନ୍ତି। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ସରିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଚିଠା ପ୍ରସ୍ତାବ ସମ୍ପର୍କରେ ସବିଶେଷ ତଥ୍ୟ ରଖିଛନ୍ତି। ବଳକା ଜମି ଅଧିଗ୍ରହଣ କାର୍ଯ୍ୟ ତୁରନ୍ତ ସରିବ ଏବଂ ଆସନ୍ତା ଜୁନ ୧ରୁ ଐତିହ୍ୟ କରିଡର କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଛନ୍ତି। ଉକ୍ତ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ଆଇନ ବିଭାଗ ସଚିବ ଲଲାଟେନ୍ଦୁ ଜେନା, ଜିଲାପାଳ ସମର୍ଥ ବର୍ମା, ଏସ୍‌ପି କନୱର ବିଶାଲ ସିଂ ଏବଂ ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନ ପୌର ନିର୍ବାଚନ, ୧୦ରୁ ୪ରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କଲା ଭାଜପା

ଜୟପୁର,୧୪ା୯: ରାଜସ୍ଥାନ ପୌର ନିର୍ବାଚନରେ ଶାସକ ଭାଜପା ୧୦ଟି ପୌର ନିଗମ ମଧ୍ୟରୁ ୪ଟିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହିତ ଶାସକ ଦଳ ୪,୧୭୯ଟି ଓ୍ବାର୍ଡ…

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?