ପୁରୀ

ମିନି ଷ୍ଟାଡିୟମ କାମ ଆଗଉନି, ସାଧାରଣରେ ଅସନ୍ତୋଷ

କୋଣାର୍କ, ୧୮।୪ (ଡି.ଏନ୍‌.ଏ): କୋଣାର୍କ ଏନ୍‌ଏସି ଅଧୀନ ଭଗବତୀ ମହାବିଦ୍ୟାଳୟ ପରିସରରେ ମିନି ଷ୍ଟାଡିୟମ ନିିର୍ମାଣରେ ଅହେତୁକ ବିଳମ୍ବ ଘଟୁଛି। ଏଥିଯୋଗୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ସହ ନାନା ପ୍ରଶ୍ନ ସୃଷ୍ଟି ହୋଇଛି। ଛାତ୍ରୀଛାତ୍ରମାନେ ଖେଳାଖେଳି କରିବା ପାଇଁ ପୂର୍ବତନ…

କରୋନାରେ ନାଟ୍ୟକାର ବଟରାଜ ଦେବ ଗୋସ୍ବାମୀ ଓ ସ୍ତ୍ରୀଙ୍କ ଦେହାନ୍ତ

ପୁରୀ ଅଫିସ, ୧୮ା୪: ସୁପରିଚିତ ନାଟ୍ୟକାର, ଅଭିନେତା ତଥା ନିର୍ଦ୍ଦେଶକ ବଟରାଜ ଦେବ ଗୋସ୍ବାମୀ ଓ ତାଙ୍କ ସହଧର୍ମିଣୀ ରାଧାମଣି ଗୋସ୍ବାମୀଙ୍କର ଶନିବାର କରୋନାରେ ଜୀବନ ଯାଇଛି। ମୃତ୍ୟୁବେଳକୁ ବଟରାଜଙ୍କୁ ୭୩ବର୍ଷ ବୟସ ହୋଇଥିଲା। ଏହି ଦମ୍ପତି କରୋନାରେ ଆକ୍ରାନ୍ତ ହେବା…

ପୁଅ ଅଜିତଙ୍କ ପଛରେ ଚାଲିଗଲେ ମା’

ପୁରୀ ଅଫିସ,୧୭।୪: ପିପିଲି ଉପନିର୍ବାଚନ ପୂର୍ବରୁ ଗତ ୧୪ ତାରିଖରେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜଙ୍କ ଦେହାନ୍ତ ହୋଇଥିଲା। ଏହାର ଦିନ କେଇଟା ପରେ ତାଙ୍କ ମା’ କ୍ଷେତ୍ରମଣିଙ୍କ ପରଲୋକ ହୋଇଥିବା ସୂଚନା ମିଳିଛି। ତେବେ ସେ ମଧ୍ୟ…

ଆଜି ରାତିରୁ ଭକ୍ତଙ୍କୁ ଶ୍ରୀମନ୍ଦିର ମନା

ପୁରୀ ଅଫିସ,୧୭।୪: ଶନିବାରଠାରୁ ରାଜ୍ୟର ୨୦ ଜିଲାରେ ଆରମ୍ଭ ହେଉଛି ନାଇଟ୍‌ କର୍ଫ୍ୟୁ। ଏହାକୁ ଦୃଷ୍ଟିରେ ରଖି ଆଜି ରାତି ୮ଟାରୁ ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ଆଉ ଛଡ଼ା ଯିବ ନାହିଁ। ରାତି ୯ରୁ ନାଇଟ୍‌ କର୍ଫ୍ୟୁ ଲାଗୁ ହେଉଥିବାରୁ ପ୍ରଶାସନ…

ସୂର୍ଯ୍ୟମନ୍ଦିର ବନ୍ଦ, ନିରାଶରେ ଫେରିଲେ ପର୍ଯ୍ୟଟକ

କୋଣାର୍କ,୧୭।୪(ଡି.ଏନ.ଏ): ମହାମାରୀ କରୋନାର ଦ୍ୱିତୀୟ ଲହର ରାଜ୍ୟରେ କାୟା ବିସ୍ତାର କରିିଚାଲିଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ମେ ୧୫ ତାରିଖ ପର୍ଯ୍ୟନ୍ତ କୋଣାର୍କ ସୂର୍ଯ୍ୟମନ୍ଦିର ବନ୍ଦ ରଖିବା ଲାଗି କେନ୍ଦ୍ର ସଂସ୍କୃତି ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଶୁକ୍ରବାର ସୂର୍ଯ୍ୟମନ୍ଦିର…

ସପ୍ତାହରେ ୨ ଦିନ ଜଗା ଦର୍ଶନ ବନ୍ଦ

ପୁରୀ ଅଫିସ, ୧୬।୪: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଶନିବାର ଓ ରବିବାର ଦୁଇ ଦିନ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ। ଏହି ୨ ଦିନ ସାଧାରଣ…

ଆଜି ଛତିଶା ନିଯୋଗ ସହ ଶ୍ରୀମନ୍ଦିର ପ୍ରଶାସନର ଆଲୋଚନା

ପୁରୀ ଅଫିସ,୧୬।୪: ପୁରୀରେ ସଂକ୍ରମଣ ବଢ଼ିବା ପରେ ସହରରେ କୋଭିଡ୍‌ କଟକଣା ବଢ଼ିଛି। ୧୦ଦିନିଆ ଏନଫୋର୍ସମେଣ୍ଟ ଡ୍ରାଇଭ୍‌ରେ ପୁରୀ ସହର ଚିତ୍ର ବଦଳିଲାଣି। ପୋଲିସ ପ୍ରତି ଛକରେ ମାସ୍କ ଚେକିଂ କରୁଛି। ଶନିବାରଠାରୁ ପୁରୀରେ ନାଇଟ କର୍ଫ୍ୟୁ ଲାଗିବା ନେଇ ଯୋଜନା…

ପାଇପ୍‌ଲାଇନ ବିଛା କାର୍ଯ୍ୟରେ ଅନିୟମିତତା

ନିମାପଡ଼ା,୧୬।୪(ଡି.ଏନ୍‌.ଏ.): ନିମାପଡ଼ା ବ୍ଲକ ଅନ୍ତର୍ଗତ କଳାପାଞ୍ଚଣ ପଞ୍ଚାୟତର ମାଧିବରହମପୁର ଗ୍ରାମଠାରୁ ଉମାମହେଶ୍ୱରପୁର ଗ୍ରାମ ପର୍ଯ୍ୟନ୍ତ ପାନୀୟ ଜଳ ଯୋଗାଣ ନିମନ୍ତେ ପାଇପଲାଇନ ସଂଯୋଗ କାର୍ଯ୍ୟ ଚାଲିଛି। ପଞ୍ଚାୟତ ପକ୍ଷରୁ ୬ଲକ୍ଷ ଟଙ୍କା ଆର୍ଥିକ ଅନୁଦାନରେ ୪ଶହରୁ ଊର୍ଦ୍ଧ୍ୱ ମିଟରର ପାଇପଲାଇନ ବିଛା…

ମେ ୧୫ ଯାଏ ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିର ମନା

ନୂଆଦିଲ୍ଲୀ, ୧୬।୪(ପି.ଟି.):ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସମେତ କେନ୍ଦ୍ରୀୟ ସଂରକ୍ଷଣରେ ଥିବା ତଥା ଭାରତର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (ଏଏସ୍‌ଆଇ) ଅଧୀନରେ ଆସୁଥିବା ସମସ୍ତ ଐତିହ୍ୟ ସ୍ଥଳ ଓ ସଂଗ୍ରହାଳୟଗୁଡ଼ିକୁ ମେ’ ୧୫…

ଚିନ୍ତା ବଢ଼ାଉଛି ସଂକ୍ରମଣ: ଶ୍ରୀମନ୍ଦିର ସେବାରେ ଜଡ଼ିତ ଆଉ ୭ କରୋନା ଆକ୍ରାନ୍ତ ଚିହ୍ନଟ

ପୁରୀ ଅଫିସ,୧୫।୪: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ପୁରୀରେ ମଧ୍ୟ ଏହି ସଂଖ୍ୟା ବଢ଼ି ଚାଲିଛି। ଶ୍ରୀମନ୍ଦିର ସହ ବିଭିନ୍ନ ସେବାରେ ଜଡ଼ିତ ଆଉ ୭ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେବାୟତ,…

ପିପିଲି ଉପନିର୍ବାଚନ ସ୍ଥଗିତ

ଭୁବନେଶ୍ୱର,୧୪।୪: କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ ଯୋଗୁ ପିପିଲି ଉପର୍ନିବାଚନ ସ୍ଥଗିତ ହୋଇଛି। ଏନେଇ ଜିଲା ରିଟର୍ନିଂ ଅଫିସର ତଥା ପୁରୀ ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ ଏହି ସୂଚନା ଦେଇଛନ୍ତି। ୧୭ ତାରିଖରେ ପିପିଲି ଉପନିର୍ବାଚନ ପାଇଁ…

ପିପିଲିରେ ସାନି ନିର୍ବାଚନ: ଜିଲା ରିଟର୍ନିଂ ଅଫିସରଙ୍କ ରିପୋର୍ଟକୁ ଅପେକ୍ଷା

ଭୁବନେଶ୍ୱର,୧୪।୪: ପିପିଲି ଉପନିର୍ବାଚନ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ବୁଧବାର ପରଲୋକ ହୋଇଯାଇଛି। ଏନେଇ ରାଜ୍ୟ ନିର୍ବାଚନ ଅଧିକାରୀ(ସିଇଓ) ସୁଶୀଲ ଲୋହାନୀ କହିଛନ୍ତି, ଜିଲା ରିଟର୍ନିଂ ଅଫିସରଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି। ରିପୋର୍ଟ ଆସିବା ପରେ ଭାରତର ନିର୍ବାଚନ କମିଶନ(ଇସିଆଇ)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?