ମୂଷାନଈ ସମ୍ପ୍ରସାରଣରେ ଯାଉଛି ଜଗନ୍ନାଥଙ୍କ ଜମି

ପୁରୀ ଅଫିସ,୨୩।୪: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତିକୁ ନିଜ ବ୍ୟକ୍ତିଗତ ସମ୍ପତ୍ତିରେ ପରିବର୍ତ୍ତିତ କରି ବିକ୍ରି କରାଯାଉଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏ ନେଇ ପୁରୀ ଜିଲାପାଳ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିକଟରେ ଅଭିଯୋଗ ହୋଇଛି। ମହାପ୍ରଭୁଙ୍କ ପାଇକ ସେବା କାର୍ଯ୍ୟ ସମ୍ପାଦନ କରୁଥିବା ବ୍ୟକ୍ତିମାନେ ଏହି ଜମିରେ ଚାଷବାସ କରିବା ସହ ଭୋଗ ଦଖଲରେ ରହି ଆସିଛନ୍ତି। ତେବେ ସଂପୃକ୍ତ ପରିବାର ଜଣେ ଅଂଶୀଦାର ସମ୍ପତ୍ତିକୁ ନିଜ ନାମକୁ କରାଇ ବିକ୍ରି କରୁଥିବା ଅନ୍ୟତମ ଅଂଶୀଦାର ଚନ୍ଦ୍ରଶେଖର ଗୁରୁ ଅଭିଯୋଗ କରିଛନ୍ତି।
ଗୁୁରୁଙ୍କ କହିବା ଅନୁଯାୟୀ, ମୂଷା ନଈ ସଂପ୍ରସାରଣ ନେଇ ଚାଲିଥିବା ଉନ୍ନୟନ କାର୍ଯ୍ୟରେ ସମଙ୍ଗ ମୌଜାରେ ଥିବା ମହାପ୍ରଭୁଙ୍କର ଏହି ସମ୍ପତ୍ତି ଅଧିଗ୍ରହଣ ହେଉଛି। ଯାହାର ମୂଲ୍ୟ ୭କୋଟିରୁ ଊର୍ଦ୍ଧ୍ୱ ହେବ। ୧୯୨୭-୨୮ ବନ୍ଦୋବସ୍ତ ଅନୁସାରେ ଏହି ସମ୍ପତ୍ତି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ହୋଇଥିବାରୁ ମୂଷାନଦୀ ସମ୍ପ୍ରସାରଣରେ ଯାଉଥିବା ଜମିର ମୂଲ୍ୟ ମହାପ୍ରଭୁଙ୍କୁ ମିଳିବା ଉଚିତ୍‌। ମାତ୍ର ୨୦୧୪-୧୫ରେ ଏହା ପରିବର୍ତ୍ତିତ ହୋଇ ପରିବାରର ଅଂଶୀଦାରମାନଙ୍କ ନାମକୁ କରାଯାଇଛି। ସେହିଭଳି ସଂପୃକ୍ତ ଜମିକୁ ନେଇ ପୁରୀ ସିଭିଲ୍‌ ଜଜ୍‌ ଜୁନିୟର ଡିଭିଜନ ଓ ଚକବନ୍ଦୀ କମିଶନରଙ୍କ କୋର୍ଟରେ ମକଦ୍ଦମା ଚାଲିଥିଲେ ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଏଥିରେ ପକ୍ଷଭୁକ୍ତ କରାଯାଇ ନାହିଁ। ଜମି ମହାପ୍ରଭୁଙ୍କର ହୋଇଥିବାବେଳେ ସେ କିଭଳି ଭାବେ ଏକ ପକ୍ଷ ହେବାରୁ ବଞ୍ଚିତ ହେଲେ ତାହା ଆଶ୍ଚର୍ଯ୍ୟଜନକ କଥା ବୋଲି ଗୁରୁ କହିଛନ୍ତି। ସମଙ୍ଗ ମୌଜା ଅନ୍ତର୍ଗତ ଖାତା ନମ୍ବର ୧୧୨୭, ପ୍ଲଟ୍‌ ନମ୍ବର ୩୯୦୬କୁ ଅଧିଗ୍ରହଣ ପାଇଁ ରହିଥିବା ବେଳେ ଏହାର ମାଲିକାନା ରେକର୍ଡ ଯାଞ୍ଚ କରି ଜଣାଯାଇପାରିବ। ସଂପୃକ୍ତ ଜମିର ରେକର୍ଡ ସଂଶୋଧନ କରିବାକୁ ସେ ଦାବି କରିଛନ୍ତି। ଅନ୍ୟପକ୍ଷରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି, ମହାପ୍ରଭୁଙ୍କ ଜମିକୁ ବ୍ୟକ୍ତିଗତ ସମ୍ପତ୍ତିରେ ପରିବର୍ତ୍ତିତ କରି ଦିଆଯାଇଥିବା ନେଇ ଅଭିଯୋଗ ଆସିଛି। ଅଭିଯୋଗ ଏବେ ତଦନ୍ତ ପରିସରଭୁକ୍ତ। ତଦନ୍ତ ସରିବା ପରେ ହିଁ ଏ ନେଇ ସ୍ପଷ୍ଟ ଚିତ୍ର ମିଳିବ। ରେକର୍ଡ ଯାଞ୍ଚ କରାଯାଇ ଖୋଜାଯିବ ଯେ ବାସ୍ତବରେ ତାହା ମହାପ୍ରଭୁଙ୍କ ଜମି କି ନୁହେଁ ଏବଂ ଏହା କେବେ ବ୍ୟକ୍ତିଗତ ସମ୍ପତ୍ତିରେ ପରିବର୍ତ୍ତିତ ହୋଇଛି। ଅଭିଯୋଗରେ ସତ୍ୟତା ଥିଲେ ସଂପୃକ୍ତ ତହସିଲଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ନାବାଳିକାଙ୍କୁ ବଳାତ୍କାର କରି ଯୁବକଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟର ମାନ୍ୟବର ବିଚାରପତି ବିଜୟ କୁମାର ମିଶ୍ର ଏକ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ତାଦେଶ ଶୁଣାଇଛନ୍ତି।...

ଓ୍ବାରେଣ୍ଟ ବଳରେ ୭ ଜଣଙ୍କୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୨୪ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ବିଭିନ୍ନ ମାମଲାରେ ଫେରାର ଥିବା ୭ ଜଣଙ୍କୁ ପୋଲିସ ଗିରଫ...

ଭାଜପାରେ ସାମିଲ ହେଲେ ବିଭିନ୍ନ ଦଳର ହଜାର ହଜାର କର୍ମୀ

ମୋରଡ଼ା,୨୪ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ସାଧାରଣ ନିର୍ବାଚନ ପାଇଁ ବେଶ୍‌ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ଗଣତନ୍ତ୍ରର ଏହି...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ଭୋଟରଙ୍କୁ ସଚେତନ କରୁଛନ୍ତି ପଦ୍ମଶ୍ରୀ ହଳଧର ନାଗ, କଂସ ମହାରାଜ ହୃଷୀକେଶ ଭୋଇ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ଅଭିନୟ ପ୍ରୟାସ...

ଝିଅ ନିର୍ବାଚନ ଲଢିବା ନେଇ ମୁହଁ ଖୋଲିଲେ ମହମ୍ମଦ ମୋକିମ

କଟକ, ୨୪।୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନ ୨୦୨୪ରେ ବାରବାଟୀ-କଟକ ଆସନକୁ ନେଇ କଂଗ୍ରେସକୁ ଘାରିଛି ଚିନ୍ତା। କଂଗ୍ରେସ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କ ଜାମିନକୁ ସୁପ୍ରିମକୋର୍ଟ ମଞ୍ଜୁର...

ଅବକାରୀ ଥାନା ପରିସରରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

ବଡ଼ବିଲ,୨୪।୪ (ଦେବପ୍ରିୟ ରଣା):କେନ୍ଦୁଝର ବଡବିଲ ଅବକାରୀ ଥାନା ପରିସରରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟିଏରୁ ଉଦ୍ଧର୍‌ବ ଟଙ୍କାର ଜବତ ହୋଇ ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri