ମୂଷାନଈ ସମ୍ପ୍ରସାରଣରେ ଯାଉଛି ଜଗନ୍ନାଥଙ୍କ ଜମି

ପୁରୀ ଅଫିସ,୨୩।୪: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତିକୁ ନିଜ ବ୍ୟକ୍ତିଗତ ସମ୍ପତ୍ତିରେ ପରିବର୍ତ୍ତିତ କରି ବିକ୍ରି କରାଯାଉଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏ ନେଇ ପୁରୀ ଜିଲାପାଳ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିକଟରେ ଅଭିଯୋଗ ହୋଇଛି। ମହାପ୍ରଭୁଙ୍କ ପାଇକ ସେବା କାର୍ଯ୍ୟ ସମ୍ପାଦନ କରୁଥିବା ବ୍ୟକ୍ତିମାନେ ଏହି ଜମିରେ ଚାଷବାସ କରିବା ସହ ଭୋଗ ଦଖଲରେ ରହି ଆସିଛନ୍ତି। ତେବେ ସଂପୃକ୍ତ ପରିବାର ଜଣେ ଅଂଶୀଦାର ସମ୍ପତ୍ତିକୁ ନିଜ ନାମକୁ କରାଇ ବିକ୍ରି କରୁଥିବା ଅନ୍ୟତମ ଅଂଶୀଦାର ଚନ୍ଦ୍ରଶେଖର ଗୁରୁ ଅଭିଯୋଗ କରିଛନ୍ତି।
ଗୁୁରୁଙ୍କ କହିବା ଅନୁଯାୟୀ, ମୂଷା ନଈ ସଂପ୍ରସାରଣ ନେଇ ଚାଲିଥିବା ଉନ୍ନୟନ କାର୍ଯ୍ୟରେ ସମଙ୍ଗ ମୌଜାରେ ଥିବା ମହାପ୍ରଭୁଙ୍କର ଏହି ସମ୍ପତ୍ତି ଅଧିଗ୍ରହଣ ହେଉଛି। ଯାହାର ମୂଲ୍ୟ ୭କୋଟିରୁ ଊର୍ଦ୍ଧ୍ୱ ହେବ। ୧୯୨୭-୨୮ ବନ୍ଦୋବସ୍ତ ଅନୁସାରେ ଏହି ସମ୍ପତ୍ତି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ହୋଇଥିବାରୁ ମୂଷାନଦୀ ସମ୍ପ୍ରସାରଣରେ ଯାଉଥିବା ଜମିର ମୂଲ୍ୟ ମହାପ୍ରଭୁଙ୍କୁ ମିଳିବା ଉଚିତ୍‌। ମାତ୍ର ୨୦୧୪-୧୫ରେ ଏହା ପରିବର୍ତ୍ତିତ ହୋଇ ପରିବାରର ଅଂଶୀଦାରମାନଙ୍କ ନାମକୁ କରାଯାଇଛି। ସେହିଭଳି ସଂପୃକ୍ତ ଜମିକୁ ନେଇ ପୁରୀ ସିଭିଲ୍‌ ଜଜ୍‌ ଜୁନିୟର ଡିଭିଜନ ଓ ଚକବନ୍ଦୀ କମିଶନରଙ୍କ କୋର୍ଟରେ ମକଦ୍ଦମା ଚାଲିଥିଲେ ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଏଥିରେ ପକ୍ଷଭୁକ୍ତ କରାଯାଇ ନାହିଁ। ଜମି ମହାପ୍ରଭୁଙ୍କର ହୋଇଥିବାବେଳେ ସେ କିଭଳି ଭାବେ ଏକ ପକ୍ଷ ହେବାରୁ ବଞ୍ଚିତ ହେଲେ ତାହା ଆଶ୍ଚର୍ଯ୍ୟଜନକ କଥା ବୋଲି ଗୁରୁ କହିଛନ୍ତି। ସମଙ୍ଗ ମୌଜା ଅନ୍ତର୍ଗତ ଖାତା ନମ୍ବର ୧୧୨୭, ପ୍ଲଟ୍‌ ନମ୍ବର ୩୯୦୬କୁ ଅଧିଗ୍ରହଣ ପାଇଁ ରହିଥିବା ବେଳେ ଏହାର ମାଲିକାନା ରେକର୍ଡ ଯାଞ୍ଚ କରି ଜଣାଯାଇପାରିବ। ସଂପୃକ୍ତ ଜମିର ରେକର୍ଡ ସଂଶୋଧନ କରିବାକୁ ସେ ଦାବି କରିଛନ୍ତି। ଅନ୍ୟପକ୍ଷରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି, ମହାପ୍ରଭୁଙ୍କ ଜମିକୁ ବ୍ୟକ୍ତିଗତ ସମ୍ପତ୍ତିରେ ପରିବର୍ତ୍ତିତ କରି ଦିଆଯାଇଥିବା ନେଇ ଅଭିଯୋଗ ଆସିଛି। ଅଭିଯୋଗ ଏବେ ତଦନ୍ତ ପରିସରଭୁକ୍ତ। ତଦନ୍ତ ସରିବା ପରେ ହିଁ ଏ ନେଇ ସ୍ପଷ୍ଟ ଚିତ୍ର ମିଳିବ। ରେକର୍ଡ ଯାଞ୍ଚ କରାଯାଇ ଖୋଜାଯିବ ଯେ ବାସ୍ତବରେ ତାହା ମହାପ୍ରଭୁଙ୍କ ଜମି କି ନୁହେଁ ଏବଂ ଏହା କେବେ ବ୍ୟକ୍ତିଗତ ସମ୍ପତ୍ତିରେ ପରିବର୍ତ୍ତିତ ହୋଇଛି। ଅଭିଯୋଗରେ ସତ୍ୟତା ଥିଲେ ସଂପୃକ୍ତ ତହସିଲଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି ଉପରେ ମନ୍ଥନ

ଦିଗପହଣ୍ଡି,୩ା୧୦(ଅଶେଷ ନାଥ ମିଶ୍ର): ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କର ନିରନ୍ତର ବୃତ୍ତିଗତ ଦକ୍ଷତା ବିକାଶ ଲକ୍ଷ୍ୟରେ ଦିଗପହଣ୍ଡି ନୂଆସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ମାସିକ କ୍ଲଷ୍ଟର ସ୍ତରୀୟ ସହଭାଗିତା…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

ନାଟକ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଣିଷ-ବନ୍ୟପ୍ରାଣୀ ସହାବସ୍ଥାନର ବାର୍ତ୍ତା

ଭଞ୍ଜନଗର,୩ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍‌ ଅନ୍ତର୍ଗତ ମୁଜାଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶନିବାର ୭୨ତମ ବନ୍ୟପ୍ରାଣୀ ସଂରକ୍ଷଣ ସପ୍ତାହ ପାଳିତ ହୋଇଯାଇଛି। ଏହି…

ତାରାତାରିଣୀ-ଦକ୍ଷିଣକାଳୀଙ୍କ ପୀଠରେ ଷୋଡ଼ଶ ଉପଚାର ପର୍ବ: ୧୦୮ ମାଠିଆ ଜଳରେ ମା’ଙ୍କ ସ୍ନାନ, ଘଣ୍ଟଘଣ୍ଟାରେ କମ୍ପୁଛି ରତ୍ନଗିରି

ପୁରୁଷୋତ୍ତମପୁର,୩ା୧୦ (ସବିତା ମିଶ୍ର): ପବିତ୍ର ପାର୍ବଣ ଋତୁ ଅବସରରେ ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀ ଓ ଦକ୍ଷିଣକାଳୀଙ୍କ ପୀଠରେ ଶନିବାର ରାତିରୁ ଆରମ୍ଭ ହୋଇଛି…

ନ୍ୟୁ ଚଣ୍ଡୀଗଡ଼ରେ ‘ରାହୁଲ ଝଡ଼’: ୮୦ ବଲ୍‌ରେ ଶତକ ମାରି ଧୋନିଙ୍କ ସମକକ୍ଷ, ଭାରତ ପାଇଁ ସାଜିଲେ ସଙ୍କଟମୋଚକ

ନ୍ୟୁ ଚଣ୍ଡୀଗଡ଼,୩।୧୦: ଭାରତୀୟ କ୍ରିକେଟ୍ ଦଳର ଭରସାଯୋଗ୍ୟ ଖେଳାଳି କେ ଏଲ୍ ରାହୁଲ ପୁଣି ଥରେ ନିଜର ଦମଦାର ପ୍ରଦର୍ଶନ ବଳରେ ଦଳର ସଙ୍କଟମୋଚକ ସାଜିଛନ୍ତି। ପ୍ରଥମ…

ଶତକରୁ ବଞ୍ଚିତ ହୋଇ ବି ଇତିହାସ ରଚିଲେ ରୋହିତ ଶର୍ମା, ଭାଙ୍ଗିଲେ ସଚିନଙ୍କ ୨୨ ବର୍ଷ ପୁରୁଣା ମହାରେକର୍ଡ

ନ୍ୟୁ ଚଣ୍ଡୀଗଡ଼,୩।୧୦: ନ୍ୟୁ ଚଣ୍ଡୀଗଡ଼ସ୍ଥିତ ପିସିଏ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ମାତ୍ର…

ହସ୍ପିଟାଲରେ ଭାରତୀୟ ପାଇଲଟଙ୍କୁ ଭେଟିଲେ ଦୁବାଇ କ୍ରାଉନ ପ୍ରିନ୍ସ, ପାଇଲଟଙ୍କୁ କଲେ ସଲାମ୍‌

ଦୁବାଇ,୩।୧୦: ଫ୍ଲାଏଦୁବାଇ ବିମାନରେ ସହ-ପାଇଲଟଙ୍କ ଆକ୍ରମଣ ସତ୍ତ୍ୱେ ସାହସ ଦେଖାଇଥିବା ଭାରତୀୟ ପାଇଲଟ ସ୍ମିତ ମଚ୍ଛାରଙ୍କୁ ଦୁବାଇ କ୍ରାଉନ ପ୍ରିନ୍ସ ଶେଖ ହାମଦାନ ବିନ ମହମ୍ମଦ ବିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?