ପୁଅକୁ ହରାଇବାର ଦେଢ଼ ମାସ ପରେ ବି ନ୍ୟାୟ ମାଗୁଛନ୍ତି ବାପା

ପିପିଲି,୨୦।୪(ସ୍ବ.ପ୍ର.): ପିପିଲିର ଗୁଡ଼ିଆପୋଖରୀ ଛକ ନିକଟସ୍ଥ ନିଶା ନିବାରଣ ସଂସ୍ଥା ଦିଶା ଫାଉଣ୍ଡେଶନରେ ମାନସିକ ବିକାରଗ୍ରସ୍ତ ଯୁବକ ଗୌତମ ମଲ୍ଲିକଙ୍କ ମୃତ୍ୟୁ ଘଟଣା ଏବେ ବି ରହସ୍ୟାବୃତ୍ତ ହୋଇ ରହିଛି। ଏହି କେନ୍ଦ୍ରରେ ସମ୍ପୃକ୍ତ ଯୁବକଙ୍କ ହାତଗୋଡ଼ ବାନ୍ଧି ନିର୍ମମ ଭାବେ ହତ୍ୟା କରାଯାଇଛି ବୋଲି ତାଙ୍କ ବାପା ସମ୍ବଲପୁର ଜିଲା ବରଗଡ଼ ଅଞ୍ଚଳର ଗୋଲଖ ବିହାରୀ ମଲ୍ଲିକ ଅଭିଯୋଗ ଆଣି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ତେବେ ଦେଢ଼ ମାସ ପରେ ବି ପୁଅକୁ ନ୍ୟାୟ ମିଳି ନ ଥିବା ଗୋଲଖ କହିଛନ୍ତି। ପିପିଲି ଥାନା ପୋଲିସ କେବଳ ୫ ଜଣ ଅନ୍ତେବାସୀଙ୍କୁ ଗିରଫ କରିଥିବାବେଳେ ଉକ୍ତ କେନ୍ଦ୍ରର ଅବହେଳା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ, ୨୪ ବର୍ଷୀୟ ପୁଅ ଗୌତମଙ୍କ ମାନସିକ ଅବସ୍ଥା ଭଲ କରିବା ପାଇଁ ତାଙ୍କୁ ଗୋଲଖ ଦିଶା ଫାଉଣ୍ଡେଶନକୁ ଆଣିଥିଲେ। ଏଠାରେ ପୁଅକୁ ରଖାଇବା ପରେ ସେବା ଯତ୍ନ ଆଦି ବାବଦରେ ଫାଉଣ୍ଡେଶନକୁ ପ୍ରତି ମାସରେ ୮ହଜାର ଟଙ୍କା ପଇଠ କରୁଥିଲେ। ପ୍ରତ୍ୟେକ ଦିନ ସେ ଗୌତମଙ୍କ ସହିତ ଫୋନ୍‌ରେ କଥା ହୋଇ ଭଲମନ୍ଦ ବୁଝୁଥିଲେ। ମାର୍ଚ୍ଚ ୧ରେ ଗୌତମଙ୍କ ସହିତ କଥା ହେବା ପାଇଁ ଗୋଲଖ ଉକ୍ତ କେନ୍ଦ୍ରକୁ ଫୋନ କରିଥିଲେ। ତେବେ କେନ୍ଦ୍ର ପକ୍ଷରୁ କଥାବାର୍ତ୍ତା ପାଇଁ ମନା କରିଦିଆଯିବା ସହ ଫୋନ କଲ୍‌ କାଟିଦିଆଯାଇଥିଲା। ତେବେ ପରଦିନ ଅର୍ଥାତ ମାର୍ଚ୍ଚ ୨ରାତି ୯ଟା ୩୦ରେ କେନ୍ଦ୍ର ପକ୍ଷରୁ ଗୋଲଖଙ୍କୁ ଫୋନରେ କୁହାଯାଇଥିଲା ଯେ, ଗୌତମଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଛି। ତେଣୁ ଶୀଘ୍ର ଆସି ଦେଖା କର। କିଛି ସମୟ ପରେ ପୁଣି ଫୋନ କରି ପୁଅର ମୃତ୍ୟୁ ହୋଇଯାଇଥିବା ସୂଚନା ଦିଆଯାଇଥିଲା। ଏହା ଶୁଣି ଗୋଲଖ ଧାଇଁଆସିଥିଲେ। ଏଠାରେ ପହଞ୍ଚି ଗୌତମଙ୍କ ଦୁଇ ହାତ ଓ ଗୋଡ଼ରେ ରଶି ବନ୍ଧା ଦାଗ ଥିବା ଦେଖିବାକୁ ପାଇଥିଲେ। ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣି ସେ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ପାଇଁ ଥାନାରେ ଏତଲା ଦେଇଥିଲେ। ଏ ନେଇ ପୋଲିସ ଏକ କେସ୍‌ (ନଂ. ୧୭୭/୨୧) ରୁଜୁ କରି ସିସିଟିଭି ଫୁଟେଜ ଆଧାରରେ କେନ୍ଦ୍ରର ୫ଜଣ ଅନ୍ତେବାସୀଙ୍କୁ ଗିରଫ କରିଥିଲା। ସେମାନେ ହେଲେ ବାଲିଅନ୍ତା ଥାନା ଯଶୁଆପୁର ଗ୍ରାମର ହରିବୋଲ ମହାପାତ୍ର, ପିପିଲି ଥାନା ସୁନାପଦା ଗ୍ରାମର ବିଶ୍ୱଜିତ୍‌ ପ୍ରଧାନ, ରଘୁନାଥପୁର ଥାନା ପଦ୍ମପୁର ଗ୍ରାମର ସୁକାନ୍ତ ସାହୁ, ପିପିଲି ଥାନା ବିଶୋଇ ସାହି ଗ୍ରାମର ରାଜୀବ୍‌ ବିଶୋଇ ଏବଂ ଭଞ୍ଜନଗର ଥାନା କୁମ୍ଭାରସାହି ଗ୍ରାମର ଶ୍ରୀକୃଷ୍ଣ ଜେନା। ତେବେ ପୋଲିସ ଦେଢମାସ ପରେ ବି କେନ୍ଦ୍ର କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ନ ଥିବାରୁ ଗୋଲକ ଅସନ୍ତୋଷ ପ୍ରକାଶ କରିଛନ୍ତି। ପୁଅର ନ୍ୟାୟ ପାଇଁ କେନ୍ଦ୍ରର ପରିଚାଳନା ନିର୍ଦ୍ଦେଶକଙ୍କୁ ଗିରଫ କରିବା ସହ ଉକ୍ତ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି। ଉକ୍ତ ସଂସ୍ଥାରେ ଚପଲ, ବେଲ୍ଟ ପ୍ରବେଶ ମନା ଥିବାବେଳେ ଗୌତମଙ୍କୁ କେମିତି ହତ୍ୟା କରାଗଲା ଓ ପରିଚାଳନା କର୍ମଚାରୀ ସେ ସମୟରେ କ’ଣ କରୁଥିଲେ ବୋଲି ଗୋଲକ ପ୍ରଶ୍ନ କରିଛନ୍ତି। ଗୌତମଙ୍କ ହତ୍ୟା ସମ୍ବନ୍ଧରେ ଫୋନ ଯୋଗେ ଭୁଲ ତଥ୍ୟ ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି। ପୋଲିସ ତୁରନ୍ତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆଗାମୀ ଦିନରେ ସେ ଥାନା ସମ୍ମୁଖରେ ଧାରଣା ଦେବେ ବୋଲି ଗୋଲଖ କହିଛନ୍ତି। ତେବେ ପିପିଲି ଥାନାଧିକାରୀ ଗୌରାଙ୍ଗ ଚରଣ ପୃଷ୍ଟି କହିଛନ୍ତି, ଏତଲା ଆଧାରରେ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସଂସ୍ଥା ବିରୋଧରେ ସିଧାସଳଖ କିଛି ଅଭିଯୋଗ ଆସିନାହିଁ। ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅନ୍ୟପକ୍ଷରେ ଉକ୍ତ କେନ୍ଦ୍ରର ପରିଚାଳନା ନିର୍ଦ୍ଦେଶକ ପ୍ରତାପ କୁମାର ମହାନ୍ତିଙ୍କୁ ପଚାରିବାରେ ‘ଥାନାରେ ଯାହା ଅଭିଯୋଗ ଅଛି, ସେ ଅନୁଯାୟୀ ପୋଲିସ ତଦନ୍ତ କରୁଥିବାରୁ ଅଧିକ କିଛି କହିପାରିବି ନାହିଁ’ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri