ବାହାର କାଠରୁ ଦର୍ଶନ କଲେ ଶ୍ରଦ୍ଧାଳୁ

ପୁରୀ ଅଫିସ,୨୦।୪: ନୂତନ ଏସ୍‌ଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର) ଅନୁଯାୟୀ ସୋମବାର ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିର ଭିତରେ ଓ ବାହାରେ କଟକଣାକୁ କଡ଼ାକଡ଼ି କରାଯାଇଛି। ଭିତରକାଠ ଦର୍ଶନ ବନ୍ଦ ରହିଛି। ତେଣୁ ବାହାର କାଠ ନିକଟରୁ ଭକ୍ତମାନେ ଦାରୁଦିଅଁଙ୍କ ଦର୍ଶନ କରିଛନ୍ତି। ବାହାର ରାଜ୍ୟରୁ ଆସିଥିବା ଶ୍ରଦ୍ଧାଳୁମାନେ ୯୬ ଘଣ୍ଟା ପୂର୍ବରୁ କୋଭିଡ୍‌ ଆର୍‌ଟି-ପିସିଆର୍‌ ନେଗେଟିଭ୍‌ ରିପୋର୍ଟ କିମ୍ବା ଭାକ୍ସିନେଶନ୍‌ ରିପୋର୍ଟ ଦେଖାଇ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ। କିଓସ୍କୋ ବ୍ୟବସ୍ଥାକୁ ପୁଣି ଥରେ ଲାଗୁ କରାଯାଇଛି। ଓଡ଼ିଶାର ଯେକୌଣସି ସ୍ଥାନରୁ ଆସିଥିବା ଲୋକେ ପରିଚୟପତ୍ର ଦେଖାଇ ଦର୍ଶନ ସୁବିଧା ପାଇଛନ୍ତି। ସାମାଜିକ ଦୂରତା, ସାନିଟାଇଜେଶନ୍‌ ଓ ମାସ୍କ ପରିଧାନକୁ ଶ୍ରୀମନ୍ଦିର ପ୍ରଶାସନ କଡ଼ାକଡ଼ି କରିଛି। ସୋମବାର ରାଜ୍ୟ ବାହାରୁ ଆସିଥିବା କେତେଜଣ ଶ୍ରଦ୍ଧାଳୁ ଆଣ୍ଟିଜେନ୍‌ ରିପୋର୍ଟ କାର୍ଡ ଆଣିଥିଲେ। ତେବେ ପ୍ରଶାସନ ଆର୍‌ଟି-ପିସିଆର୍‌ ଟେଷ୍ଟ ରିପୋର୍ଟକୁ ବାଧ୍ୟତାମୂଳକ କରିଥିବାରୁ ସେମାନଙ୍କୁ ମନ୍ଦିର ଭିତରକୁ ଛଡ଼ାଯାଇ ନ ଥିଲା। ଫଳରେ ସେମାନେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇ ନିରାଶରେ ଫେରିଥିଲେ। ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି, ରାଜ୍ୟ ବାହାରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଆର୍‌ଟି-ପିସିଆର୍‌ ରିପୋର୍ଟ ବାଧ୍ୟତାମୂଳକ। ସେହିପରି ଭାକ୍ସିନେସନ୍‌ ସରିଥିଲେ ଦର୍ଶନ ସୁଯୋଗ ମିଳିବ। ନଚେତ୍‌ ଦର୍ଶନ ପାଇଁ ଅନୁମତି ଦିଆଯିବ ନାହିଁ। ଶ୍ରୀମନ୍ଦିର ସହ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ମଧ୍ୟରେ କରୋନା ସଂକ୍ରମଣ ବ୍ୟାପୁଥିବାରୁ ଶ୍ରୀମନ୍ଦିର ପ୍ରଶାସନ କଟକଣାକୁ କୋହଳ କରିବାକୁ ଚାହୁଁନାହିଁ ବୋଲି ଜେନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ: ୪ଟି ସ୍ଥାନରେ ଏକକାଳୀନ ଚଢାଉ

କେସିଙ୍ଗା/ଭବାନୀପାଟଣା,୨୮।୧୨(ସ୍ବ.ପ୍ର.): ଭିଜିଲାନ୍ସ ହାତରେ ଧରା ପଡିଲେ କଳାହାଣ୍ଡି ଜିଲା ଭବାନୀପାଟଣା ପୌରପାଳିକାର ସହକାରୀ ନିର୍ବାହୀ ଯନ୍ତ୍ରୀ ସମୀର ଠାକୁର। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ...

ବର୍ଷାଦିନିଆ ରୋଗକୁ ରୋକିବେ ପ୍ରଗତି ସାଥୀ

ଭୁବନେଶ୍ୱର, ୧୮ା୭(ବ୍ୟୁରୋ): ବର୍ଷାଦିନରେ ଜଳ ବାହିତ ରୋଗ ତଥା ପରିମଳ ଜନିତ ରୋଗରୁ ରାଜଧାନୀକୁ ରକ୍ଷା କରିବା ଲାଗି ‘ସୋସିଆଲି ସ୍ମାର୍ଟ ଭୁବନେଶ୍ୱର’ ଯୋଜନାରେ ‘ପ୍ରଗତି...

ପ୍ରାକୃତିକ ସୌନ୍ଦର୍ଯ୍ୟ ନଷ୍ଟକୁ ପରିବେଶ ପ୍ରଦୂଷଣ

ରାୟଗଡ଼ା,୪।୩(ସ୍ବ.ପ୍ର.): ରାୟଗଡ଼ା ଜିଲାରେ ବଢ଼ି ଚାଲିଛି ବ୍ୟାପକ ବେଆଇନ କାରବାର। ବିଶେଷ ଭାବେ ପଥର, ମୋରମ ଓ ବାଲି ଚୋରା ଚାଲାଣ ସାଧାରଣ ଘଟଣା ହୋଇଗଲାଣି।...

ଅବସରପ୍ରାପ୍ତ ଫରେଷ୍ଟରଙ୍କୁ ୨ବର୍ଷ ଜେଲ

ବ୍ରହ୍ମପୁର ଅଫିସ,୨୭ା୧୨: ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ଗୋପୀନାଥପୁର ଗ୍ରାମର ଅଶୋକ କୁମାର ହୋତା ଭଞ୍ଜନଗର ସମ୍ମନ୍ବିତ ଜଳ ବିଭାଜିକା ପ୍ରକଳ୍ପ କର୍ମଚାରୀ ତଥା...

ପରିବା ମାର୍କେଟ୍‌କୁ ତିନିପଟରୁ ସିଲ୍‌ କଲା ପ୍ରଶାସନ

ଗୁଡଭେଲା,୨୪ା୪(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ତୁଷୁରା ସହରରେ ପ୍ରତ୍ୟେକ ଦିନ ସକାଳ ୬ଟାରୁ ୧୧ଟା ପର୍ଯ୍ୟନ୍ତ ହାଟ ବସୁଥିବା ବେଳେ ଲୋକେ ଦୁଇ ଚକିଆରେ ପନିପରିବା କିଣିବା...

ଉପକୂଳରେ ୨ ଦିନିଆ ମିଳିତ ସମରାଭ୍ୟାସ

ପାରାଦୀପ,୬।୧୧(ସ୍ବ.ପ୍ର.): ଓଡ଼ିଶା ଓ ପଶ୍ଚିମବଙ୍ଗର ପୂର୍ବଉପକୂଳରେ ୨ ଦିନିଆ ମିଳିତ ସମରାଭ୍ୟାସ ଗୁରୁବାରଠାରୁ ଆରମ୍ଭ ହୋଇଛି। ଏହି କ୍ରମରେ ପାରାଦୀପ ସାମୁଦ୍ରିକ ଥାନା ଓ ଆଖପାଖ...

ରଟିଣା ସରକାରୀ ଜମିରୁ ମୋରମ ଲୁଟ୍‌:ମାସେ ଧରି ଚାଲିଛି, ଟେର୍‌ ପାଉନାହାନ୍ତି ଅଧିକାରୀ

ଖଇରା, ୨।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ତହସିଲ ବର୍ତ୍ତନା ରାଜସ୍ବ କ୍ଷେତ୍ର ଅଧୀନ ବାଲିଗଡ଼ ଦଖଲରେ ଥିବା ସରକାରୀ ଜମିରୁ ଲକ୍ଷ ଲକ୍ଷ ଟଙ୍କାର ମୋରମ ଲୁଟ୍‌...

ଅବକାରୀ ବିଭାଗ ଓ ପୋଲିସ ପକ୍ଷରୁ ମିଳିତ ଚଢାଉ: ୧୮୦୦ ଲିଟର ପୋଚ ନଷ୍ଟ

ଭୁବନ,୧୭।୫(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ଶୁକ୍ରବାର ଭୁବନ ଅଞ୍ଚଳରେ ଚଢ଼ାଉ କରାଯାଇ ୧୮୦୦ ଲିଟର ମହୁଲ ପୋଚ ସହ...

Advertisement
Archives

Model This Week