ହସ୍ପିଟାଲ ନାଁରେ ସାଇବର ଠକେଇ ଅପରାଧ

ପୁରୀ ଅଫିସ,୧୯।୪: ରାଜ୍ୟରେ ଦିନକୁ ଦିନ ସାଇବର ଠକେଇ ଅପରାଧ ବୃଦ୍ଧି ପାଇବାରେ ଲାଗିଛି। ଏ ନେଇ ଲୋକଙ୍କୁ ବାରମ୍ବାର ସଚେତନ କରାଯାଉଥିଲେ ମଧ୍ୟ ଠକମାନେ ନୂଆ ତରିକା ଆପଣାଉଥିବାର ଦେଖିବାକୁ ମିଳିଛି। ପୂର୍ବରୁ ଲୋକଙ୍କୁ ବ୍ୟାଙ୍କ ଆକାଉଣ୍ଟ ନମ୍ବର, ଏଟିଏମ୍‌ ତଥ୍ୟ, ମେସେଜ ଲିଙ୍କ, ଓଟିପି ନେଇ ଠକେଇ କରୁଥିବାବେଳେ ଏବେ କରୋନା ସମୟରେ ଠକମାନେ ହସ୍ପିଟାଲ ଉପରେ ନଜର ପକାଇଛନ୍ତି। ଠକମାନେ ଏବେ ହସ୍ପିଟାଲର ନମ୍ବର ହ୍ୟାକ କରି ଲୋକଙ୍କଠାରୁ ବିଭିନ୍ନ ତଥ୍ୟ, ଟଙ୍କା ଠକେଇ କରୁଥିତ୍ବା ଅଭିଯୋଗ ହୋଇଛି। ଏଭଳି ଘଟଣା ପୁରୀ ସହରର ଏକ ଘରୋଇ ହସ୍ପିଟାଲ(ଇ-୨୪) ନାଁରେ ଲୋକଙ୍କୁ ଠକେଇ କରୁଥିବା ରବିବାର ଟାଉନ ଥାନାରେ ଅଭିଯୋଗ ହୋଇଛି। ଏହାକୁ ନେଇ ପୋଲିସ ଉକ୍ତ ଫୋନ ନମ୍ବର ଜରିଆରେ ତଦନ୍ତ ଚଳାଇଛି।
ସୂଚନା ଅନୁଯାୟୀ, ଉକ୍ତ ହସ୍ପିଟାଲ୍‌କୁ ଶନିବାର ଏକ ଫୋନ୍‌ କଲ୍‌ ଆସିଥିଲା। ହସ୍ପିଟାଲ କର୍ମଚାରୀ ଫୋନ୍‌ ଉଠାଇବା ପରେ ସାଇବର ଠକମାନେ ନିଜକୁ ଗୁଗଲ କର୍ମଚାରୀ ବୋଲି ପରିଚୟ ଦେଇଥିଲେ। ଗୁଗଲରେ ହସ୍ପିଟାଲର ଲୋକପ୍ରିୟତା ଓ ବ୍ୟାପକତା ବଢ଼ାଇବା ଉଦ୍ଦେଶ୍ୟରେ ଫୋନ୍‌ କରିଥିବା ହସ୍ପିଟାଲ କର୍ମଚାରୀଙ୍କୁ କହିଥିଲେ। ଗୁଗଲରେ ଏହି ହସ୍ପିଟାଲ୍‌ର ରେଟିଂକୁ ବଢ଼ାଇବା ସହ ଗୁଗଲ ସର୍ଚ୍ଚ ଇଞ୍ଜିନରେ ହସ୍ପିଟାଲ୍‌କୁ ଆଗରେ ରଖିବା ପାଇଁ କିଛି ସାଧାରଣ ପ୍ରୋସିଜିଓର ଫଲୋ କରିବା ପାଇଁ କୁହାଯାଇଥିଲା। ସାଧାରଣ ଭାଷାରେ କହିଲେ, ଜଣେ ବ୍ୟକ୍ତି ଗୁଗଲରେ ହସ୍ପିଟାଲ୍‌ ସର୍ଚ୍ଚ କଲେ ଅନେକ ହସ୍ପିଟାଲ ସମ୍ପର୍କିତ ସୂଚନା ମିଳିଥାଏ। ତେବେ ସେଠାରେ ସର୍ଚ୍ଚରେ ଇ-୨୪ ହସ୍ପିଟାଲର ନାମକୁ ଅଗ୍ରାଧିକାରରେ ଦେଖାଇବା ନେଇ ସାଇବର ଠକମାନେ ପ୍ରଲୋଭନ ଦେଖାଇଥିଲେ। ଏଥିପାଇଁ ହସ୍ପିଟାଲର କର୍ମଚାରୀଙ୍କୁ ଡବଲ୍‌ ଜିରୋ ଟାଇପ୍‌ କରିବାକୁ କୁହାଯାଇଥିଲା। କର୍ମଚାରୀ ଜଣକ ସାଇବର ଠକଙ୍କ ନିର୍ଦ୍ଦେଶ ଅନୁଯାୟୀ ଡବଲ୍‌ ଜିରୋ ଟାଇପ୍‌ କରିବା ପରେ କଲ୍‌ କଟିଯାଇଥିଲା। ଏହାପରେ ରବିବାର ସକାଳୁ ଏଭଳି ଅନେକ ଅଭିଯୋଗ ସାମ୍ନାକୁ ଆସିଥିଲା, ଯେଉଁଥିରୁ ଜଣାପଡ଼ିଥିଲା ଯେ ଉକ୍ତ ହସ୍ପିଟାଲ୍‌ ଦ୍ୱାରା ପ୍ରଦତ୍ତ ନମ୍ବରକୁ କେହି କଲ୍‌ କଲେ କଲ୍‌ଟି ସିଧାସଳଖ ସାଇବର ଠକଙ୍କ ପାଖରେ ପହଞ୍ଚୁଛି। ଏହାପରେ ସାଇବର ଠକମାନେ ହିନ୍ଦୀରେ ଲୋକଙ୍କ ସହ କଥା ହେଉଛନ୍ତି। କୋଭିଡ୍‌ ରିପୋର୍ଟ ଓ ଭ୍ୟାକ୍ସିନେଶନ୍‌ ପାଇଁ ୟୁପିଆଇ ମାଧ୍ୟମରେ ଟଙ୍କା ଦେବା ପାଇଁ କୁହାଯାଉଛି। ସାଧାରଣ ଲୋକେ ଭ୍ରମିତ ହୋଇ ଟଙ୍କା ମଧ୍ୟ ଦେଇଛନ୍ତି। କୋଭିଡ୍‌ ଟେଷ୍ଟ ଓ ଭ୍ୟାକ୍ସିନେସନ୍‌ ପାଇଁ ବ୍ୟକ୍ତି ପିଛା ୩ଶହରୁ ୪ଶହ ଟଙ୍କା ମଗାଯାଉଥିବା ଜଣାପଡ଼ିଛି। ଏ ନେଇ ଉକ୍ତ ହସ୍ପିଟାଲର ନିର୍ଦ୍ଦେଶିକା ଈପ୍ସିତା ମିଶ୍ର କହିଛନ୍ତି, ସାଇବର କ୍ରାଇମ ନେଇ ଆସୁଥିବା ଅଭିଯୋଗ ସତ୍ୟ । କିଛି ଲୋକୋ ଆମ ହସ୍ପିଟାଲକୁ କଲ୍‌ କରି ସାଇବର ଠକେଇର ଶିକାର ହୋଇଛନ୍ତି। ତେଣୁ ତୁରନ୍ତ ଟାଉନ ଥାନାର ଦ୍ୱାରସ୍ଥ ହୋଇଛୁ। ଅନ୍ୟପକ୍ଷେ ସାଇବର ଠକମାନେ ହସ୍ପିଟାଲର ଯେଉଁ ନମ୍ବରରେ କଲ୍‌ ଫରୱାର୍ଡ ସୁବିଧାକୁ ଅନ୍‌ କରାଇଥିଲେ ତାହାକୁ ଡିଆକ୍ଟିଭେଟ୍‌ କରି ଦିଆଯାଇଛି। ସମ୍ପୃକ୍ତ ସିମ୍‌ର ଟେଲିକମ୍‌ କମ୍ପାନୀକୁ କଲ୍‌ କରି ଆମେ ସମସ୍ୟାର ସମାଧାନ କରିସାରିଛୁ। ଉଭୟ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ଓ ଜନସାଧାରଣଙ୍କୁ ଏନେଇ ସଚେତନ ମଧ୍ୟ କରାଇଛୁ। ତେବେ ସାଇବର କ୍ରାଇମ ହୋଇଥିବା ଅଭିଯୋଗ ହେବା ପରେ ନିର୍ଦ୍ଦେଶିକା ମିଶ୍ର ଉକ୍ତ ନମ୍ବରକୁ କଲ୍‌ କରି ଜାଣିବାକୁ ପାଇଥିଲେ ଯେ ହସ୍ପିଟାଲ୍‌ ନମ୍ବର ଫରୱାର୍ଡ ହୋଇଛି ଓ ସାଇବର ଠକମାନେ ନମ୍ବରକୁ ବ୍ୟବହାର କରି ଟଙ୍କା ଲୁଟିବାକୁ ଉଦ୍ୟମ କରୁଛନ୍ତି। ସେହିଭଳି ସ୍ଥାନୀୟ ନରେନ୍ଦ୍ରକୋଣର ବାସିନ୍ଦା ରମାମଣି ସାହୁ ସାଇବର ଠକେଇର ଶିକାର ହେବାରୁ ଅଳ୍ପକେ ବର୍ତ୍ତିଯାଇଥିବା ସେ କହିଛନ୍ତି। ତାଙ୍କ କହିବା ଅନୁଯାୟୀ ୨ୟ ଡୋଜ୍‌ ଭ୍ୟାକ୍ସିନ୍‌ ପାଇଁ ସେ ଇ-୨୪ ହସ୍ପିଟାଲ୍‌ ଫୋନ୍‌ କରିଥିବା ବେଳେ କଲ୍‌ ସାଇବର ଠକଙ୍କ ପାଖରେ ଲାଗିଥିଲା। ସେମାନେ ତାଙ୍କୁ ଅନଲାଇନ୍‌ରେ ଟଙ୍କା ଦେବା ପାଇଁ କହିଥିଲେ। କିନ୍ତୁ ସେ ଟଙ୍କା ନ ଦେଇ ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କୁ ଏ ନେଇ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri