ଲାଞ୍ଚ ନ ଦେବାରୁ ବିଲ୍ ବନ୍ଦ ଅଭିଯୋଗ
କୋଣାର୍କ,୧୨।୧(ଡି.ଏନ.ଏ.): କୋଣାର୍କ ଏନ୍ଏସି ପକ୍ଷରୁ ରିଙ୍ଗ୍ରୋଡ୍ଠାରେ ୮୫ ଲକ୍ଷ ଟଙ୍କା ବ୍ୟୟରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ କରାଯାଇଛି। ୮ମାସ ତଳୁ କାର୍ଯ୍ୟ ସରିଥିଲେ ମଧ୍ୟ ଏଯାଏ ଏହା କାର୍ଯ୍ୟକ୍ଷମ ହୋଇ ନ ଥିବାରୁ ଏହା ପରିସର ଏବେ ଜଙ୍ଗଲିଆ...
ମହାପ୍ରଭୁଙ୍କୁ ସୂର୍ଯ୍ୟ-ଚନ୍ଦ୍ର ଦାନ
ପୁରୀ ଅଫିସ, ୧୧।୧: ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ରବିବାର ଭୁବନେଶ୍ୱର ନିବାସୀ ପଦ୍ମଚରଣ ପାତ୍ର ୩ ହଳ ସୁବର୍ଣ୍ଣ ସୂର୍ଯ୍ୟ-ଚନ୍ଦ୍ର ଦାନ କରିଛନ୍ତି। ପଦ୍ମଚରଣ ସସ୍ତ୍ରୀକ ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ପହଞ୍ଚି ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କୁ ୩ ହଳ ସୁବର୍ଣ୍ଣ...
ତୈଳ ସନ୍ଧାନରେ ଫୁଟୁଛି ଡିନାମାଇଟ୍, ଫାଟିଲା ଘର
ଗୋପ,୧୧।୧(ଡି.ଏନ୍.ଏ.): ପୁରୀ ଜିଲାର ଗୋପ, କୋଣାର୍କ ଅଞ୍ଚଳରେ ତୈଳ ସନ୍ଧାନ ଚାଲୁଥିବାବେଳ ମାଟି ତଳେ ଡିନାମାଇଟ ଫୁଟୁଛି। ଗାଁ ନିକଟରେ ଡିନାମାଇଟ ଫୁଟୁଥିବାରୁ ଗ୍ରାମବାସୀ ଆତଙ୍କିତ ହୋଇପଡୁଛନ୍ତି। ଏପରିକି ଡିନାମାଇଟ ଫୁଟିବାରୁ ଗୋପ ବ୍ଲକ ଅଧୀନ ଆମ୍ବିଳି ଗାଁରେ ଘର,...
ଭକ୍ତଙ୍କ ପାଇଁ ଖୁସି ଖବର: ୨୧ରୁ ହଟିବ କାଳିଆ ଦର୍ଶନ କଟକଣା
ପୁରୀ ଅଫିସ,୧୦।୧: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଉ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦରକାର ପଡ଼ିବନି। ଆସନ୍ତା ୨୧ ତାରିଖରୁ ଏହି କଟକଣା ହଟିଯିବ। ଏନେଇ ରବିବାର ଅନୁଷ୍ଠିତ ସମୀକ୍ଷା ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର...
ଜିଇବାର ରାହା ଖୋଜୁଛନ୍ତି ସବ୍ନମ୍: ଦୁଇ କିଡ୍ନୀ ନଷ୍ଟ, ଚିକିତ୍ସା ପାଇଁ ସମ୍ବଳ ନାହିଁ
ପିପିଲି, ୯।୧(ସ୍ବ.ପ୍ର.): ପୁରୀ ଜିଲା ପିପିଲି ପୌରାଞ୍ଚଳ ଅଧୀନ ଭବାନୀପୁର ୮ନଂ. ୱାର୍ଡର ବାସିନ୍ଦା ହେଉଛନ୍ତି ସବ୍ନମ୍(୨୬)। ତାଙ୍କର ଦୁଇଟିଯାକ କିଡ୍ନୀ ନଷ୍ଟ ହୋଇଯାଇଛି। ତାଙ୍କ ଚିକିତ୍ସାରେ ଅର୍ଥାଭାବ ବାଧକ ସାଜିଛି। ସ୍ବାମୀ ପରିତ୍ୟକ୍ତା ସବ୍ନମ୍ ଏବେ ନିଜ ବୃଦ୍ଧ...
୪ ଆନ୍ତଃ ଜିଲା ହାଇଓ୍ବେ ଲୁଟେରା ଗିରଫ
ସାକ୍ଷୀଗୋପାଳ,୮।୧(ଡି.ଏନ୍.ଏ.): ଜାତୀୟ ରାଜପଥରେ କ୍ରମାଗତ ଲୁଟ୍ କରୁଥିବା ଆନ୍ତଃଜିଲା ଲୁଟେରା ଗ୍ୟାଙ୍ଗର ୪ ଜଣ ଲୁଟେରାଙ୍କ ସହିତ ଚୋରି ଜିନିଷ ରଖିଥିବା ଅନ୍ୟ ଦୁଇ ଜଣଙ୍କୁ ଶୁକ୍ରବାର ସତ୍ୟବାଦୀ ପୋଲିସ ଗିରଫ କରିଛି। ସେମାନେ ହେଲେ ଗଡ଼ିଶାଗଦା ଥାନା ନଇକୁଳପାଟଣା...
୪୫୫ ପ୍ରଶିକ୍ଷାର୍ଥୀ ନାବିକଙ୍କ ପାସିଂ ଆଉଟ ପରେଡ୍
ବାଲୁଗାଁ,୬।୧(ଡି.ଏନ୍.ଏ.): ଭାରତୀୟ ନୌସେନା ବିଭାଗ ଚିଲିକା ଶାଖା ତାଲିମ କେନ୍ଦ୍ରରେ ମଙ୍ଗଳବାର ୪୫୫ଜଣ ପ୍ରଶିକ୍ଷାର୍ଥୀ ନାବିକଙ୍କ ପାସିଂ ଆଉଟ୍ ପରେଡ୍ ଅନୁଷ୍ଠିତ ହୋଇଯାଇଛି। ଏହି ତାଲିମ କେନ୍ଦ୍ରଟି ନାବିକଙ୍କ ନିମନ୍ତେ ପ୍ରାରମ୍ଭିକ ପ୍ରଶିକ୍ଷଣ କେନ୍ଦ୍ର ଅଟେ। ଏହି ପରେଡ୍କୁ ଭାଇସ୍...
ଚିଲିକାରେ ୧୨. ୪୨ ଲକ୍ଷ ପକ୍ଷୀ
ବାଲୁଗଁା,୬।୧(ଡି.ଏନ୍.ଏ.): ଚିଲିକାରେ ମଙ୍ଗଳବାର ପକ୍ଷୀ ଗଣନା ସମାପ୍ତ ହୋଇଛି। ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ)ର ମିଳିତ ଆନୁକୂଲ୍ୟରେ ଏହି ପକ୍ଷୀ ଗଣନା କରାଯାଇଥିଲା। ବିଭାଗ ପକ୍ଷରୁ ପ୍ରକାଶିତ ଗଣନା ରିପୋର୍ଟ ଅନୁଯାୟୀ ଗତବର୍ଷ ସମଗ୍ର...
ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିକ୍ଷୋଭ
ପୁରୀ ଅଫିସ/ନିମାପଡ଼ା/ପିପିଲି, ୬ା୧ (ଡି.ଏନ୍.ଏ./ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ଥାନା ଅଧୀନ ନୃତାଙ୍ଗସ୍ଥିତ ଯଁକୁଟି ନିକଟରେ ଭାଜପା ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳ ଶନିବାର ହତ୍ୟା କରାଯାଇଥିଲା। ଏହି ଘଟଣାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି...
ଗୋ-ରକ୍ଷା, ମନ୍ଦିର ସୁରକ୍ଷାକୁ ଗୁରୁତ୍ୱ
ପୁରୀ ଅଫିସ,୬ା୧: ପୁରୀସ୍ଥିତ ରାଧାବଲ୍ଲଭ ମଠରେ ମଙ୍ଗଳବାର ଅଖିଳ ଭାରତୀୟ ସନ୍ଥ ସମିତି ଓଡ଼ିଶା ଶାଖାର ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମିତିର ଓଡ଼ିଶା ଶାଖା ସଭାପତି ସ୍ବାମୀ ଶଙ୍କରାନନ୍ଦ ଗିରି ପୌରୋହିତ୍ୟ କରିଥିଲେ। ଅଯୋଦ୍ଧାରେ ନିର୍ମାଣାଧୀନ ରାମ ମନ୍ଦିର...
ଗହଳି କମାଇଛି କୋଭିଡ୍ ରିପୋର୍ଟ
ପୁରୀ ଅଫିସ,୫।୧: ଶ୍ରୀମନ୍ଦିରରେ ଦର୍ଶନ ପାଇଁ ରବିବାର ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିଲା। ପ୍ରାୟ ୪ ହଜାର ଭକ୍ତ ଦାରୁଦିଅଙ୍କ ଦର୍ଶନ କରିଥିଲେ। ତେଣୁ ଆଗାମୀ ଦିନଗୁଡ଼ିକରେ ଭକ୍ତଙ୍କ ସଂଖ୍ୟା ବଢ଼ିବ ବୋଲି ଅନୁମାନ କରାଯାଉଥିଲା। ମାତ୍ର ସୋମବାର ଶ୍ରଦ୍ଧାଳୁଙ୍କ ସଂଖ୍ୟା...
ଅଭିମାନ କଲେ ଭକ୍ତ: ଗରିବକୁ ମିଳିଲାନି ଦର୍ଶନ
ପୁରୀ ଅଫିସ, ୪।୧: ସର୍ବସାଧାରଣ ଦର୍ଶନବେଳେ ବଡଦାଣ୍ଡରେ ରବିବାର ଅନେକ ଏଭଳି ଶ୍ରଦ୍ଧାଳୁଙ୍କୁ ଦେଖିବାକୁ ମିଳିଥିଲା, ଯେଉଁମାନେ ବିନା କୋଭିଡ୍ ରିପୋର୍ଟରେ ଆସି ମହାପ୍ରଭୁଙ୍କ ଦୁଆରେ ଠିଆ ହୋଇ ଅଭିମାନ ଜାହିର କରୁଥିଲେ। ମହାପ୍ରଭୁଙ୍କ ଦର୍ଶନ ପାଇଁ କେତେଜଣ ଶ୍ରୀମନ୍ଦିର...
Archives


