ଗୋ-ରକ୍ଷା, ମନ୍ଦିର ସୁରକ୍ଷାକୁ ଗୁରୁତ୍ୱ

ପୁରୀ ଅଫିସ,୬ା୧: ପୁରୀସ୍ଥିତ ରାଧାବଲ୍ଲଭ ମଠରେ ମଙ୍ଗଳବାର ଅଖିଳ ଭାରତୀୟ ସନ୍ଥ ସମିତି ଓଡ଼ିଶା ଶାଖାର ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମିତିର ଓଡ଼ିଶା ଶାଖା ସଭାପତି ସ୍ବାମୀ ଶଙ୍କରାନନ୍ଦ ଗିରି ପୌରୋହିତ୍ୟ କରିଥିଲେ। ଅଯୋଦ୍ଧାରେ ନିର୍ମାଣାଧୀନ ରାମ ମନ୍ଦିର ପାଇଁ ପ୍ରତ୍ୟେକ ବ୍ୟକ୍ତି ଅନୂ୍ୟନ୍ୟ ୧୦ ଟଙ୍କା ଦାନ କରିବା ପାଇଁ ଅଧିବେଶନରେ ନିବେଦନ କରାଯାଇଛି। ରାମଜନ୍ମ ଭୂମିଠାରେ ସମସ୍ତ ଭକ୍ତଙ୍କ ସୁବିଧା ଦର୍ଶନ ପାଇଁ ସମିତି ନିଷ୍ପତ୍ତି ନେଇଛି। ସେଠାରେ ମ୍ୟୁଜିୟମ୍‌, ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ପ୍ରଦର୍ଶନ ପାଇଁ ସମିତି ପକ୍ଷରୁ ବ୍ୟବସ୍ଥା କରାଯିବ। ମନ୍ଦିର ପରିଚାଳନା କାର୍ଯ୍ୟରେ ଦୁଇ ଜଣ ଆଇଏଏସ୍‌ ଅଫିସର, ୨/୩ ଜଣ ଆଇପିଏସ୍‌ ଅଫିସର ଓ ମନ୍ଦିର ପାଇଁ ସ୍ବତନ୍ତ୍ର ପୋଲିସ ବ୍ୟବସ୍ଥା କରିବା ଉପରେ ସମିତି ଦାବି କରିଛି। ମନ୍ଦିର ପାଇଁ ଏକ ମିଡିଆ ଅଫିସ ନିର୍ମାଣ କରାଯିବ। ଏତଦ୍‌ବ୍ୟତୀତ ଧର୍ମରକ୍ଷା, ଗୋ-ରକ୍ଷା, ମନ୍ଦିର ଓ ସନ୍ଥଙ୍କ ସୁରକ୍ଷା ଭଳି ପ୍ରସଙ୍ଗ ଉପରେ ଉକ୍ତ ଅଧିବେଶନରେ ଆଲୋଚନା ହୋଇଥିଲା। ନକଲି ସନ୍ଥମାନଙ୍କୁ ଚିହ୍ନଟ କରି ଦଣ୍ଡିତ କରାଯିବା ଉପରେ ସମିତି ନିଷ୍ପତ୍ତି ନେଇଛି। ଜନ୍ମ ନିୟନ୍ତ୍ରଣକୁ ଅଗ୍ରାଧିକାର ଦେଇ କମନ୍‌ ସିଭିଲ୍‌ କୋର୍ଡ ଲାଗୁ କରିବା ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେବା ପାଇଁ ସମତି ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହି ବୈଠକରେ ରାଧାବଲ୍ଲଭ ମଠ ମହନ୍ତ ରାମକୃଷ୍ଣ ଦାସ, ସ୍ବାମୀ ସତ୍ୟାନନ୍ଦ ଗିରି ମହାରାଜ ଓ ଶ୍ରଦ୍ଧାନନ୍ଦ ସରସ୍ବତୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଦାୟ ହେଉଛି ରାଜସ୍ବ, ହେଉନି ପଙ୍କୋଦ୍ଧାର, ଶୁଖିଲା ପଡ଼ିଛି ପୋଖରୀ

ଅମରପାଲି,୧୫ା୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ପଞ୍ଚାୟତର ଅମରପାଲି ଗ୍ରାମରେ ଥିବା ପୋଖରୀଗୁଡ଼ିକର ଦୁରବସ୍ଥାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଗ୍ରାମରେ ମୋଟ୍‌ ୭ଟି…

ଦୁଇ ଓସିଏସ୍‌ଙ୍କୁ ସମ୍ମାନିତ କଲେ ଜିଲାପାଳ, କହିଲେ ସମସ୍ତ ପ୍ରକାରର ଲୋକଙ୍କୁ କିପରି…

କେସିଙ୍ଗା,୧୫ା୬(ତୁମେଶ୍ୱର ସାହୁ): ଓଡ଼ିଶା ପ୍ରଶାସନିକ ସେବାର ଫଳାଫଳ ପ୍ରକାଶିତ ପରେ ଉତ୍ତୀର୍ଣ୍ଣ ହୋଇଥିବା କଳାହାଣ୍ଡି ଜିଲାର କେସିଙ୍ଗା ସହରର ଚତୁର୍ଥ ସ୍ଥାନରେ ଥିବା କନକ ଜୈନ ଏବଂ…

ମୋଦିଙ୍କ ସହ ସେଲ୍‌ଫି ନେଲେ ଫ୍ରାନ୍ସ ରାଷ୍ଟ୍ରପତି: ଫଟୋ ଶେୟାର କରି ଲେଖିଲେ…

ନାଇସ୍‌,୧୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଇସ୍‌ ଗସ୍ତ ସମୟରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକରଁଙ୍କୁ ଭେଟି ଆନନ୍ଦ ପ୍ରକାଶ କରିଥିଲେ। ଦୁଇ ନେତା ‘ଇଣ୍ଡିଆ ଇନୋଭେଟ୍ସ ୨୦୨୬’…

ଘରକୁ ଧକ୍କାଦେଲା ସ୍କର୍ପିଓ, ଦୁର୍ଘଟଣାରେ ଚାଲିଗଲା ଚାଳକଙ୍କ ଜୀବନ

ପାଟଣା,୧୫ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାରପଡ଼ା ୨୨୦ ନମ୍ବର ଜାତୀୟ ରାଜପଥର ବଡ଼ବିଲ ନିକଟର ସୋମବାର ଭୋର୍‌ରୁ ଏକ ସ୍କର୍ପିଓ ଭାରସାମ୍ୟ ହରାଇ ଏକ ଘରକୁ…

ମଣ୍ଡିରୁ ଉଠୁନି ଧାନ, ରାସ୍ତା ଅବରୋଧ କଲେ ଚାଷୀ

ଭବାନୀପାଟଣା,୧୫ା୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ରବି ଧାନକିଣା ଅଚଳାବସ୍ଥା ଜାରି ରହିଛି। ଯାହାକୁ ନେଇ ଜିଲାର ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ଜୁନାଗଡ଼…

ଥାନା ଭିତରେ ଝିଅଙ୍କୁ ଛୁରିଭୁସି ହତ୍ୟାକଲେ ବାପା: କାରଣ ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ଲକ୍ଷ୍ନୌ,୧୫ା୬:ଉତ୍ତରପ୍ରଦେଶର ବାନ୍ଦା ଜିଲା ଅନ୍ତର୍ଗତ ବଦୌସା ଥାନା ଭିତରେ ଶୁକ୍ରବାର ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ତାଙ୍କ ବାପା ଛୁରିଭୁସି ହତ୍ୟା କରିଛନ୍ତି। ବାନ୍ଦା ଏସ୍‌ପି ପଳାଶ…

ଏଇ ଭାରତରେ

ସବୁଜ ଶକ୍ତି ଜୀବନର ଆଧାର ବୋଲି ଉପଲବ୍ଧି କରିଛନ୍ତି ବ୍ୟାଙ୍କର ରାଜଶ୍ରୀ ନାମ୍ବିୟାର। ସେ ଇକୋଫାଇ ଷ୍ଟାର୍ଟଅପ୍‌ର ସହପ୍ରତିଷ୍ଠାତା ଭାବେ ଦୁଇ କିମ୍ବା ତିନି ଚକିଆ ବିଦ୍ୟୁତ୍‌ଚାଳିତ…

ତଥ୍ୟର କୋଳାହଳରେ କାହାଣୀ

ଜିର ସମୟକୁ ଯଦି ‘ଡାଟା’ ବା ‘ତଥ୍ୟ’ର ଯୁଗ ବୋଲି କୁହାଯାଏ, ତାହା ଭୁଲ ହେବ ନାହିଁ। ପ୍ରତି ମୁହୂର୍ତ୍ତରେ ଯେତେ ତଥ୍ୟ ସୃଷ୍ଟି ହେଉଛି, ସବୁକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri