ଜିଇବାର ରାହା ଖୋଜୁଛନ୍ତି ସବ୍‌ନମ୍‌: ଦୁଇ କିଡ୍‌ନୀ ନଷ୍ଟ, ଚିକିତ୍ସା ପାଇଁ ସମ୍ବଳ ନାହିଁ

ପିପିଲି, ୯।୧(ସ୍ବ.ପ୍ର.): ପୁରୀ ଜିଲା ପିପିଲି ପୌରାଞ୍ଚଳ ଅଧୀନ ଭବାନୀପୁର ୮ନଂ. ୱାର୍ଡର ବାସିନ୍ଦା ହେଉଛନ୍ତି ସବ୍‌ନମ୍‌(୨୬)। ତାଙ୍କର ଦୁଇଟିଯାକ କିଡ୍‌ନୀ ନଷ୍ଟ ହୋଇଯାଇଛି। ତାଙ୍କ ଚିକିତ୍ସାରେ ଅର୍ଥାଭାବ ବାଧକ ସାଜିଛି। ସ୍ବାମୀ ପରିତ୍ୟକ୍ତା ସବ୍‌ନମ୍‌ ଏବେ ନିଜ ବୃଦ୍ଧ ବାପାଙ୍କ ପାଖରେ ଆଶ୍ରୟ ନେଇଛନ୍ତି। ଦୁଃଖକଷ୍ଟ ଏବଂ ଅଭାବ ଅନଟନ ଭିତରେ ତାଙ୍କର ଜୀବନ ବିତୁଛି। ଏଭଳି ସ୍ଥିତିରେ ଅସହାୟା ସବ୍‌ନମ୍‌ଙ୍କୁ ୪ବର୍ଷ ପୁଅର ଚିନ୍ତା ଘାରିଛି। ସେ କିପରି ଜୀଇଁବ, ପାଠ ପଢ଼ି ନିଜ ଭବିଷ୍ୟତ ଗଢିବ ଆଦି ନାନା ଚିନ୍ତା ତାଙ୍କ ମନକୁ ଭାରାକ୍ରାନ୍ତ କରିଦେଉଛି।

କୋହଭରା କଣ୍ଠରେ ସବ୍‌ନମ୍‌ କହିଛନ୍ତି, ୨୦୧୫ରେ ସେ କଟକ ଅଞ୍ଚଳରେ ବିବାହ କରିଥିଲେ। ପରେ ତାଙ୍କର ପୁଅଟିଏ ଜନ୍ମ ହୋଇଥିଲା। ଶାଶୁଘର ଲୋକେ ଖୁବ୍‌ ଖୁସି ହୋଇଥିଲେ। ତେବେ ପରବର୍ତ୍ତୀ ସମୟରେ ତାଙ୍କର ଦୁଇଟି ଯାକ କିଡ୍‌ନୀ ସମସ୍ୟା ଥିବା ଜଣାପଡ଼ିଥିଲା। ଏହା ଜାଣି ସ୍ବାମୀ ଓ ଶାଶୁଘର ଲୋକେ ତାଙ୍କୁ ଜୋର ଜବରଦସ୍ତ ବିଦା କରିଦେଇଥିଲେ। କୋଳରେ ଶିଶୁଟିଏ ଥିବାରୁ ସେ ଆଶ୍ରୟ ପାଇଁ ବାଧ୍ୟ ହୋଇ ବାପଘରକୁ ଚାଲିଆସିଥିଲେ। ବୃଦ୍ଧ ପିତାଙ୍କ ଉପରେ ବୋଝ ସଦୃଶ ହୋଇ ଦୁଃଖକଷ୍ଟରେ ଚଳିଲେ। ତାଙ୍କ ବାପା ଧାରକରଜ କରିବା ସହ ଘରର ଆସବାବପତ୍ର ବିକି ଦେଇ ଚିକିତ୍ସା କରାଇଥିଲେ ବି ସେ ସୁସ୍ଥ ହୋଇ ନ ଥିଲେ। ଫଳରେ ଏବେ ଯନ୍ତ୍ରଣାସିକ୍ତ ଜୀବନ ଜୀଉଁଛନ୍ତି। କେବଳ ପୁଅ ପାଇଁ ସେ ବଞ୍ଚତ୍ ରହି ସଂଘର୍ଷ କରିବାକୁ ଚାହଁୁଛନ୍ତି ବୋଲି ସବ୍‌ନମ୍‌ ପ୍ରକାଶ କରିଛନ୍ତି। ତାଙ୍କ ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଆବଶ୍ୟକ । ତେଣୁ ସରକାର ଓ ବଦାନ୍ୟ ବ୍ୟକ୍ତି ତାଙ୍କ ପ୍ରତି ସହାୟତାର ହାତ ବଢ଼ାଇବାକୁ ସବ୍‌ନମ୍‌ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri