ଅଭିମାନ କଲେ ଭକ୍ତ: ଗରିବକୁ ମିଳିଲାନି ଦର୍ଶନ

ପୁରୀ ଅଫିସ, ୪।୧: ସର୍ବସାଧାରଣ ଦର୍ଶନବେଳେ ବଡଦାଣ୍ଡରେ ରବିବାର ଅନେକ ଏଭଳି ଶ୍ରଦ୍ଧାଳୁଙ୍କୁ ଦେଖିବାକୁ ମିଳିଥିଲା, ଯେଉଁମାନେ ବିନା କୋଭିଡ୍‌ ରିପୋର୍ଟରେ ଆସି ମହାପ୍ରଭୁଙ୍କ ଦୁଆରେ ଠିଆ ହୋଇ ଅଭିମାନ ଜାହିର କରୁଥିଲେ। ମହାପ୍ରଭୁଙ୍କ ଦର୍ଶନ ପାଇଁ କେତେଜଣ ଶ୍ରୀମନ୍ଦିର କର୍ତ୍ତୃପକ୍ଷଙ୍କୁ ନିବେଦନ କରୁଥିବାବେଳେ ଅନ୍ୟ କେତେଜଣ କେବଳ ପତିତପାବନ ଦର୍ଶନ କରି ଫେରିଥିଲେ। କଟକର ଶ୍ରୀବତ୍ସ ମହାନ୍ତି ଦର୍ଶନ ପାଇଁ ସପରିବାର ଆସି କେବଳ ପତିତପାବନ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିର ନ ଯାଇ ପାରିବାର କୋହ ସମ୍ଭାଳି ନ ପାରି ସେ କହିଛନ୍ତି, ଏତେ ଦିନର ଅପେକ୍ଷା କରି ଦେଖିବାକୁ ସୁଯୋଗ ମିଳିଲା। ମାତ୍ର ପୁରା ପରିବାର ପାଇଁ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ସଂଗ୍ରହ କରିବାର ସମ୍ବଳ ପାଖରେ ନାହିଁ। ତେଣୁ ବାଧ୍ୟ ହୋଇ ଏଇଠୁ ଫେରୁଛି।

ବିକ୍ରି ହେଲା କୋଭିଡ୍‌ ନେଗେଟିଭ ରିପୋର୍ଟ
ପୁରୀ ସହରର ଏକ ନିର୍ଦ୍ଦିଷ୍ଟ ଡାକ୍ତରଖାନା ରବିବାର ଦିନତମାମ୍‌ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ବାଣ୍ଟୁଥିବା ଦେଖିବାକୁ ମିଳିଥିଲା। ଜଗନ୍ନାଥ ଦର୍ଶନ ପାଇଁ ଏଭଳି ଅନେକ ପରିବାର ପୁରୀରେ ପହଞ୍ଚିଥିଲେ ଯେଉଁମାନଙ୍କ ପାଖରେ ନେଗେଟିଭ୍‌ ରିପୋର୍ଟ ନ ଥିଲା। ତେବେ ଏଭଳି ପରିବାରଙ୍କୁ ୨୪ ଘଣ୍ଟା ମଧ୍ୟରେ ସମ୍ପୃୃକ୍ତ ଡ଼ାକ୍ତରଖାନା ନେଗେଟିଭ୍‌ ରିପୋର୍ଟ ଯୋଗାଇ ଭଲ ବେପାର କରିଛି। ଶ୍ରୀମନ୍ଦିର ବ୍ୟାରିକେଡ୍‌ ପାଖରେ ଯେ କେହି ପହଞ୍ଚି କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ନ ଥିବା ନେଇ ପ୍ରକାଶ କରୁଥିଲେ ତାଙ୍କୁ ମୋଚିସାହିସ୍ଥିତ ଉକ୍ତ ଡାକ୍ତରଖାନାକୁ ଯିବାକୁ କୁହାଯାଉଥିଲା। ସକାଳ ବେଳା ଦର୍ଶନ କରିଥିବା ପ୍ରାୟ ଅଧା ଲୋକେ ଉକ୍ତ ଡାକ୍ତରଖାନରୁ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ନେଇ ଶ୍ରୀମନ୍ଦିର ଦର୍ଶନ କରିଛନ୍ତି। ତେବେ ତରବରିଆ ଭାବେ ଏକ ଘରୋଇ ହସ୍ପିଟାଲ୍‌ ଏତେ ମାତ୍ରାର ରକ୍ତ ନମୁନା ପରୀକ୍ଷା କରିବା ପ୍ରସଙ୍ଗ ଉପରେ ସନ୍ଦେହ ଉଠିଛି। କୋଭିଡ୍‌ ରିପୋର୍ଟରେ ହେରାଫେରି ହୋଇଥିବା ଓ ଟଙ୍କା ଲୋଭରେ କେବଳ କୋଭିଡ୍‌ ରିପୋର୍ଟ ଛାପି ଦିଆଯାଇଥିବା ଭଳି ସଙ୍ଗିନ ଆରୋପ ମଧ୍ୟ ଲାଗିଛି। ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ ଦୁର୍ବଳତା ରହିଥିବା କଥା ସାମ୍ନାକୁ ଆସିଛି। କୋଭିଡ୍‌ ରିପୋର୍ଟ ଯାଞ୍ଚକୁ ପ୍ରଶାସନ କେବଳ ନାମକୁ ମାତ୍ର କାର୍ଯ୍ୟକାରୀ କରୁଛି ଯାହା ଦ୍ୱାରା ବାସ୍ତବରେ କୋଭିଡ୍‌ ରିପୋର୍ଟର ପ୍ରମାଣତା ସନ୍ଦେହ ଘେରକୁ ଆସୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ଗରିବକୁ ମିଳିଲାନି ଦର୍ଶନ
ପୁରୀ ସରକାରୀ ଡାକ୍ତରଖାନା ପକ୍ଷରୁ କୋଭିଡ୍‌ ରିପୋର୍ଟ ପ୍ରଦାନ ଲାଗି କୌଣସି ବ୍ୟବସ୍ଥା ହୋଇନି। ବେସରକାରୀ ସଂସ୍ଥା ୫ଶହରୁ ୬ଶହ ଟଙ୍କା ମାଗୁଛନ୍ତି। ଏଭଳି ସ୍ଥଳେ ଗରିବ ଲୋକ କେବଳ ପତିତପାବନ ଦର୍ଶନ ହିଁ କରିପାରିଛି। ଯାହା ପାଖରେ ଟଙ୍କା ଅଛି, ସେ ଦର୍ଶନ କରିଥିବାବେଳେ ଆମେ କେବଳ ସମୟକୁ ଅପେକ୍ଷା କରିଛୁ। କେବେ ସବୁ ପ୍ରତିବନ୍ଧ ହଟିବ ଓ ଆମେ କାଳିଆକୁ ଦେଖିବୁ ବୋଲି ପୁରୀ ଜିଲା ଗୋପ ନିବାସୀ ସନାତନ ଜେନା କୋହଭରା କଣ୍ଠରେ କହିଛନ୍ତି। ସେ ସପରିବାର ପତିତପାବନ ଦର୍ଶନ କରି ଫେରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିକାଶଠାରୁ ଦୂରରେ ସ୍ବାଭିମାନ ଅଞ୍ଚଳବାସୀ

ମାଲକାନଗିରି,୨୩ା୨(ଡି.ଏନ୍‌.ଏ.): ଦେଶ ସ୍ବାଧୀନତା ପ୍ରାପ୍ତିର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଏବେ ବି ଆନ୍ଧ୍ର ସୀମାନ୍ତବର୍ତ୍ତୀ ମାଲକାନଗିରି ଜିଲା ସ୍ବାଭିମାନ...

ମାଓବାଦୀଙ୍କ ବର୍ବରତା: ଜାଳି ଦେଲେ ୭ ଗାଡ଼ି

ମାଲକାନଗିରି,୨୬ା୪: ଛତିଶଗଡ଼ରେ ଅପରେଶନ ପ୍ରହାର-୩କୁ ବିରୋଧ କରି ମାଓବାଦୀଙ୍କ ପକ୍ଷରୁ ଏପ୍ରିଲ ୨୬ରେ ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଏହାର ପ୍ରଭାବ ସୋମବାର ମାଲକାନଗିରି ଜିଲାରେ...

ଶୁଣ୍ଢରେ ଟେକି କଚାଡ଼ିଲା, ଅନ୍ତବୁଜୁଳା ବାହାର କରିଦେଲା ହାତୀ

ଭବାନୀପାଟଣା,୧୭ା୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଚିଙ୍ଗୁଡିସର ନିକଟରେ ଶନିବାର ସନ୍ଧ୍ୟାରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ତାଙ୍କ ନାମ...

ଦୁଆର ମୁହଁରୁ ନେଇଗଲେ ବାଇକ୍‌

ରାଉରକେଲା ଅଫିସ,୨୨।୧୦: ସେକ୍ଟର-୧୯ ସ୍ଥିତ ଏ’ ବ୍ଲକ କ୍ୱାଟର୍ସର ଦୁଆର ମୁହଁରୁ ଏକ ବାଇକ୍‌ ଚୋରି ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ଜଣେ ଯୁବକଙ୍କୁ...

ଭିତ୍ତିଭୂମି ଅଭାବରୁ ରକ୍ତ ସଂଗ୍ରହରେ ବାଧା

ବାରିପଦା ଅଫିସ,୧୫ା୪- ମୟୂରଭଞ୍ଜ ଜିଲାରେ ଥିବା ରକ୍ତ ଭଣ୍ଡାର ଜରିଆରେ ବହୁ ରୋଗୀ ଉପକୃତ ହେଉଛନ୍ତି। ଆବଶ୍ୟକତା ଠାରୁ ଅଧିକ ରକ୍ତ ସଂଗୃହିତ ହେଉଥିବା ବେଳେ...

ଛତିଶଗଡ଼, ଓଡ଼ିଶା ବିରୋଧରେ ଅଭିଯୋଗ

ସମ୍ବଲପୁର,୬।୧୧(ବ୍ୟୁରୋ): ସମ୍ବଲପୁର ଜିଲା ହୀରାକୁଦ ବିସ୍ଥାପିତଙ୍କ ଥଇଥାନ ଓ ପୁନର୍ବାସ ସମସ୍ୟା ଉପରେ ଏନ୍‌ଏଚ୍‌ଆର୍‌ସିରେ ଦାଖଲ ହୋଇଥିବା ସତ୍ୟପାଠରେ ଭୁଲ ତଥ୍ୟ ରହିଛି। ଓଡ଼ିଶା ଓ...

କଲେଜ ସମ୍ମୁଖରେ ଅଳିଆ ପକାଇବା ମହଙ୍ଗା ପଡିଲା ଆବର୍ଜନା ଭର୍ତ୍ତି ଟ୍ରାକ୍ଟର ଚାବି ଛଡାଇ ନେଲେ କାଉନସିଲର

ଗଞ୍ଜାମ,୨୦ା୯(ଡି.ଏନ.ଏ.): ଗଞ୍ଜାମ ସହର ପୁରୁଣା ଜାତୀୟ ରାଜପଥ ପାର୍ଶ୍ୱରେ ଥିବା କଲେଜ ସମ୍ମୁଖରେ ଗଞ୍ଜାମ ଏନଏସିର ଏକ ଅଳିଆ ବୋଝେଇ ଟ୍ରାକ୍ଟର ଅଳିଆ ପକାଉଥିଲେ। ଏହା...

କରୋନାକୁ ହରାଇ ଘରକୁ ଫେରିଲେ କ୍ରୀଡ଼ାଶିକ୍ଷକ

ବୁଗୁଡ଼ା,୨ା୮(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଅନ୍ତର୍ଗତ ବୁଗୁଡ଼ା ପିପୁଲସ କଲେଜର କ୍ରୀଡ଼ା ଶିକ୍ଷକ କ୍ରିଷ୍ଣା ରାଓ ପାତ୍ର ଶନିବାର ରାତିରେ କରୋନାକୁ ହରାଇ ସୁସ୍ଥ ହୋଇ...

Advertisement
Archives

Model This Week