୮ବର୍ଷ ହେଲା ଗଛମୂଳେ ଚାଲିଛି ଦମକଳ କେନ୍ଦ୍ର
କଣାସ,୨୩।୨(ସ୍ବ.ପ୍ର): କଣାସ ବ୍ଲକରେ ଦମକଳ କେନ୍ଦ୍ର ସ୍ଥାପନ ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ବାରମ୍ବାର ଦାବି ହେବାରୁ ୨୦୧୩ ଫେବୃୟାରୀ ୧୨ରେ ମୁଖ୍ୟମନ୍ତ୍ରୀ ପଞ୍ଚାୟତ ସମିତି ସଭାଗୃହ ନିକଟରେ ଥିବା ଏକ ବରଗଛ ତଳେ ଅସ୍ଥାୟୀ ଭାବେ ଦମକଳ କେନ୍ଦ୍ର ଉଦ୍ଘାଟନ କରିଥିଲେ।…
୩୦ ଏକର ଜଙ୍ଗଲ ପୋଡ଼ିଗଲା
କୋଣାର୍କ,୨୨।୨(ଡି.ଏନ୍.ଏ): କୋଣାର୍କ ବାଲୁଖଣ୍ଡ ବନ୍ୟପ୍ରାଣୀ ଅଭୟାରଣ୍ୟ ଅନ୍ତର୍ଗତ କରମଙ୍ଗା ଇଡିସିରେ ରବିବାର ଅଗ୍ନିକାଣ୍ଡ ଘଟିଛି। ପ୍ରାୟ ୩୦ ଏକର ଜଙ୍ଗଲରେ ଥିବା ବହୁ ଝାଉଁ, ଆକାଶିଆ, କାଜୁଗଛ ପୋଡ଼ିଯାଇଛି। ତେବେ ନିଅଁା ଲାଗିବାର କାରଣ ସ୍ପଷ୍ଟ ହୋଇପାରିନାହିଁ। ସୂଚନା ଅନୁଯାୟୀ, ଅପରାହ୍ନରେ…
ପେଟ୍ରୋଲରେ ପାଣି ମିଶାକୁ ନେଇ ଉତ୍ତେଜନା
ଗୋପ,୨୨।୨(ଡି.ଏନ୍.ଏ.): ଗୋପ-ନିମାପଡ଼ା ରାସ୍ତାରେ ଥିବା ଏକ ପେଟ୍ରୋଲ ପମ୍ପରେ ପେଟ୍ରୋଲରେ ପାଣି ମିଶିବାକୁ ନେଇ ରବିବାର ଉତ୍ତେଜନା ଦେଖାଯାଇଥିଲା। ବହୁ ଯୁକ୍ତିତର୍କ ପରେ ଟାଙ୍କି ମାଲିକ ବାଇକ୍ ଆରୋହୀଙ୍କୁ ଟଙ୍କା ଫେରାଇବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା। ସୂଚନାଯୋଗ୍ୟ, ଗୋପ ହାପି କଲୋନୀର…
ଅବାଧରେ ଚାଲିଛି ବେଆଇନ ଇଟାଭାଟି
ନିମାପଡ଼ା,୨୨।୨(ଡି.ଏନ୍.ଏ.): ନିମାପଡ଼ା ବ୍ଲକର ଡେଣୁଅଁ, ମିଟେଇପୁର, ଭୋଗ୍ରଶାଳଦା, ଭିଲିଗ୍ରାମ, ସଲଙ୍ଗ, ବାମନାଳ, ହରିପୁର, ତମାଳୋ, ତୁଳସୀପୁର, ବାହାରେଣା, ଭୋଦର, କଳାପାଞ୍ଚଣ, ଛଣିଜଙ୍ଗ, ଅରିଷଣ୍ଢ ସମେତ ୩୨ ପଞ୍ଚାୟତ ଓ ଏନ୍ଏସିର ପାଟପୁର, ହାଟସାହି, ନୂଆରକରି, ଦିପିରେଣ୍ଟା, ଅଳନ୍ଧା, ଭୁବନପୁର, ତଳଅଣ୍ଢିଆ, ଅଣ୍ଡିଆସାହି…
ଚାଲୁନି ପାସେଞ୍ଜର ଟ୍ରେନ୍, ବାଧୁଛି ବସ୍ ଭଡ଼ା
ପୁରୀ ଅଫିସ,୨୧।୨: କୋଭିଡ୍-୧୯ ସ୍ଥିତିରେ ସୁଧାର ଆସିବା ପରଠାରୁ ଦେଶର ବିଭିନ୍ନ ସ୍ଥାନରେ ପାସେଞ୍ଜର ରେଳସେବା ଆରମ୍ଭ ହେଲାଣି। ହେଲେ ଓଡ଼ିଶା ଦେଇ ଚାଲୁଥିବା ପୂର୍ବତଟ ରେଳପଥ ଅନ୍ତର୍ଗତ ରେଳସେବାରେ ପାସେଞ୍ଜର ସେବା ଏଯାବତ୍ ଆରମ୍ଭ ହୋଇପାରିନି। ଅଳ୍ପ କେତେକ ଏକ୍ସପ୍ରେସ୍…
ଦାରୁଦିଅଁ ଦର୍ଶନ ପାଇଁ ୬୫ କି.ମି. ଚାଲିଲେ ୨ ଦୃଷ୍ଟିହୀନ
ପୁରୀ ଅଫିସ,୧୯।୨:ଦାରୁଦିଅଁଙ୍କ ପ୍ରତି ମନରେ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିଭାବନା ଦୁଇଜଣ ଦୃଷ୍ଟିହୀନ ଶ୍ରଦ୍ଧାଳୁଙ୍କୁ ଗୁରୁବାର ଶ୍ରୀକ୍ଷେତ୍ରକୁ ଟାଣି ଆଣିଥିଲା। ସେମାନେ ପ୍ରାୟ ୬୫ କି.ମି. ଚାଲିଚାଲି ଭୁବନେଶ୍ୱରରୁ ପୁରୀରେ ପହଞ୍ଚିଥିଲେ। ଏଠାରେ ପହଞ୍ଚିବା ପରେ ପ୍ରଶାସନ ପକ୍ଷରୁ ଜଣେ ଯାତ୍ରୀ…
ମହାପ୍ରଭୁଙ୍କୁ ଦର୍ଶନ କଲେ କଙ୍ଗନା
ପୁରୀ ଅଫିସ୍,୧୯।୨: ବଲିଉଡ ଅଭିନେତ୍ର୍ରୀ କଙ୍ଗନା ରାଣାୱତ ଶୁକ୍ରବାର ସକାଳୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଞ୍ଚିବା ସମୟରେ ସିଂହାରୀ ସେବାୟତ ମଧୁସୂଦନ ସିଂହାରୀ ତାଙ୍କୁ ପାଛୋଟି ଶ୍ରୀମନ୍ଦିର ଭିତରକୁ ନେଇଥିଲେ। ପତିତପାବନଙ୍କୁ ଦର୍ଶନ କରିବା ପରେ…
ରଥକାଠ ପୂଜାର୍ଚ୍ଚନା
ପୁରୀ ଅଫିସ,୧୭।୨:ପବିତ୍ର ଶ୍ରୀପଞ୍ଚମୀରେ ମଙ୍ଗଳବାର ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରଥକାଠ ପୂଜାର୍ଚ୍ଚନା କରାଯାଇଛି। ଶ୍ରୀନଅର ସମ୍ମୁଖ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଏହି ପୂଜାର୍ଚ୍ଚନା ସମ୍ପନ୍ନ ହୋଇଛି। ନୟାଗଡ଼ ବନଖଣ୍ଡରୁ ଆସିଥିବା କାଠ ମଧ୍ୟରୁ ତିନିଖଣ୍ଡ ୧୨ ଫୁଟିଆ ଧଉରା କାଠକୁ ପୂଜାର୍ଚ୍ଚନା…
୧୮ରୁ ଚନ୍ଦ୍ରଭାଗା ପଡ଼ିଆରେ ୧୪୪ ଧାରା
ପୁରୀ ଅଫିସ, ୧୭।୨:ଚଳିତବର୍ଷ ସୀମିତ ସଂଖ୍ୟକ ଲୋକଙ୍କୁ ନେଇ କୋଭିଡ୍ କଟକଣା ମଧ୍ୟରେ ଚନ୍ଦ୍ରଭାଗା ମାଘ ମେଳା ଆୟୋଜନ ହେବ। ଜନସମାଗମ ଯୋଗୁ କରୋନା ସଂକ୍ରମଣର ଆଶଙ୍କା ଥିବାରୁ ଚନ୍ଦ୍ରଭାଗା ମେଳା ପଡ଼ିଆରେ ୧୪୪ ଧାରା ଲାଗୁ କରାଯିବ। ଆସନ୍ତା ୧୮…
ମହାପ୍ରଭୁଙ୍କୁ ୨.୫ କୋଟିର ଅଳଙ୍କାର
ପୁରୀ ଅଫିସ,୧୭।୨: ବସନ୍ତପଞ୍ଚମୀ ତଥା ରଥକାଠ ଅନୁକୂଳ ଅବସରରେ ମଙ୍ଗଳବାର ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିରକୁ ଜନୈକ ଭକ୍ତ ୮କିଲୋରୁ ଊର୍ଦ୍ଧ୍ୱ ଓଜନର ସୁନା ଓ ରୁପା ଅଳଙ୍କାର ଦାନ କରିଛନ୍ତି। ଏହି ଅଳଙ୍କାର ମଧ୍ୟରେ ବଳଭଦ୍ରଙ୍କର ୪୦ଟି ଶ୍ରୀମୁଖ ପଦ୍ମ, ୨ଟି…
ଜରାଜୀର୍ଣ୍ଣ ଅବସ୍ଥାରେ ବାଳିକା ଉଚ୍ଚ ବିଦ୍ୟାଳୟ
କଣାସ,୧୬।୨ (ସ୍ବ.ପ୍ର.) କଣାସ ବ୍ଲକ କଣାସ ପଞ୍ଚାୟତରେ ଥିବା ମହନ୍ତ ବନମାଳୀ ଦାସ ବାଳିକା ଉଚ୍ଚ ବିଦ୍ୟାଳୟର ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ଏହି ବିଦ୍ୟାଳୟ ଫନୀ ସମୟରେ ବହୁ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏଯାବତ ମରାମତି ହୋଇପାରି ନାହିଁ। ଅଧିକାଂଶ ଶ୍ରେଣୀଗୃହ ଭାଙ୍ଗିଯାଇଥିବାବେଳେ…
ଜୁନ୍ ୧ରୁ ଶ୍ରୀମନ୍ଦିର ଐତିହ୍ୟ କରିଡର କାମ
ପୁରୀ ଅଫିସ,୧୬।୨: ଶ୍ରୀମନ୍ଦିର ଐତିହ୍ୟ କରିଡର ସଂକ୍ରାନ୍ତ ନକ୍ସା ତଥା ଚିଠା ପ୍ରସ୍ତାବ ଚୂଡ଼ାନ୍ତ ହୋଇ ଅନୁମୋଦନ ପାଇଛି। ଆସନ୍ତା ଜୁନ୍ ୧ରୁ ଐତିହ୍ୟ କରିଡର କାର୍ଯ୍ୟ ଆରମ୍ଭ ହେବ। ସୋମବାର ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି…
Archives


