ଲାଞ୍ଚ ନ ଦେବାରୁ ବିଲ୍‌ ବନ୍ଦ ଅଭିଯୋଗ

କୋଣାର୍କ,୧୨।୧(ଡି.ଏନ.ଏ.): କୋଣାର୍କ ଏନ୍‌ଏସି ପକ୍ଷରୁ ରିଙ୍ଗ୍‌ରୋଡ୍‌ଠାରେ ୮୫ ଲକ୍ଷ ଟଙ୍କା ବ୍ୟୟରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ କରାଯାଇଛି। ୮ମାସ ତଳୁ କାର୍ଯ୍ୟ ସରିଥିଲେ ମଧ୍ୟ ଏଯାଏ ଏହା କାର୍ଯ୍ୟକ୍ଷମ ହୋଇ ନ ଥିବାରୁ ଏହା ପରିସର ଏବେ ଜଙ୍ଗଲିଆ ହୋଇଗଲାଣି। ଏପରିସ୍ଥଳେ ଏହାର ବିଲ୍‌ ପାସ୍‌କୁ ନେଇ ବିବାଦ ମୁଣ୍ଡ ଟେକିଛି। ଲାଞ୍ଚ ନ ଦେବାରୁ ବିଲ୍‌ ମିଳୁ ନ ଥିବା ଠିକାଦାର ସଞ୍ଜୟ କୁମାର ଖୁଣ୍ଟିଆ ଗୁରୁତର ଅଭିଯୋଗ ଆଣିଛନ୍ତି। ସହକାରୀ ଯନ୍ତ୍ରୀ ୩ଲକ୍ଷ ଟଙ୍କା ଉତ୍କୋଚ ଦାବି କରୁଥିବା ନେଇ ସେ ମୁଖ୍ୟମନ୍ତ୍ରୀ, ୫-ଟି ସଚିବ ଓ ପୁରୀ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇ ନ୍ୟାୟ ନିବେଦନ କରିଛନ୍ତି।
ସଞ୍ଜୟ ତାଙ୍କ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ସରକାରୀ ନିୟମ ଓ ଏଗ୍ରିମେଣ୍ଟ ଅନୁସାରେ ୮ ମାସ ତଳୁ କଲ୍ୟାଣ ମଣ୍ଡପ କାର୍ଯ୍ୟ ସାରିଛନ୍ତି। ଏଥିସହ ଅତିରିକ୍ତ ଭାବେ ବିଦ୍ୟୁତ୍‌ ଓ ପାନୀୟ ଜଳ ଯୋଗାଣ କାର୍ଯ୍ୟ କରିଛନ୍ତି। ଏହି ଅତିରିକ୍ତ କାର୍ଯ୍ୟ ପାଇଁ ବ୍ୟୟ ଅଟକଳ ହୋଇ ନ ଥିଲେ ମଧ୍ୟ ପରେ ଅତିରିକ୍ତ ଏଷ୍ଟିମେଟ୍‌ କରାଯାଇ ବିଲ୍‌ ଦିଆଯିବ ବୋଲି ସହକାରୀ ଯନ୍ତ୍ରୀ ଶୁଭେନ୍ଦୁ ମିଶ୍ର ପ୍ରତିଶ୍ରୁତି ଦେବା ପରେ ସେ ଏହି କାର୍ଯ୍ୟ ଶେଷ କରିଥିଲେ। କଲ୍ୟାଣ ମଣ୍ଡପର ଫାଇନାଲ ବିଲ୍‌ ୨୦ଲକ୍ଷ ଓ ଅତିରିକ୍ତ କାର୍ଯ୍ୟର ବିଲ୍‌ ପାସ ପାଇଁ ଯନ୍ତ୍ରୀ ମିଶ୍ର ୩ ଲକ୍ଷ ଟଙ୍କା ଲାଞ୍ଚ ଦାବି କରି ତାଙ୍କୁ ବାରମ୍ବାର ଅଫିସ୍‌କୁ ଦୌଡାଇ ନିରାଶ କରୁଛନ୍ତି। ବିଲ୍‌ ମିଳୁ ନ ଥିବାରୁ କଞ୍ଚା ମାଲ୍‌ ଯୋଗାଇଥିବା ସଂସ୍ଥା ବକେୟା ରାଶି ଦେଇ ନ ପାରି ମାନସିକ ଆଘାତ ପାଉଛନ୍ତି। ତେଣୁ ବିଲ୍‌ ପାସ୍‌ ସହ ସମ୍ପୃକ୍ତ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ନିବେଦନ କରିଛନ୍ତି। ରାଜ୍ୟବାସୀଙ୍କୁ ସ୍ବଚ୍ଛ ଶାସନ ଓ ସେବା ଯୋଗାଇବାକୁ ମୁଖ୍ୟମନ୍ତ୍ରୀ ସବୁବେଳେ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଉଛନ୍ତି। ଏଥିସହ ଦୁର୍ନୀତି ହଟାଇବାକୁ ‘୫-ଟି’ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିଛନ୍ତି। ହେଲେ ଅଧିକାରୀଙ୍କ ଦୁର୍ନୀତିଖୋର ମନୋବୃତ୍ତି ସରକାରୀ ଯୋଜନା ଲୋକଙ୍କ ହିତରେ ଲାଗିପାରୁନି। ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବ ନିଶ୍ଚିତ ଏହା ଉପରେ ପଦକ୍ଷେପ ନେବେ ବୋଲି ସଞ୍ଜୟ ଆଶା ରଖିଛନ୍ତି। ଏଥିସହ ସେ ମଧ୍ୟ ନଗର ଉନ୍ନୟନ ବିଭାଗ ସଚିବ, ନିର୍ଦ୍ଦେଶକ, ଏନ୍‌ଏସି ଦାୟିତ୍ୱରେ ଥିବା ପ୍ରଶାସକ, ପୁରୀ ଜିଲାପାଳ ଓ ନିର୍ବାହୀ ଅଧିକାରୀଙ୍କୁ ମଧ୍ୟ ବକେୟା ବିଲ୍‌ ପାସ୍‌ ପାଇଁ ନିବେଦନ କରିଛନ୍ତି।
ସହକାରୀ ଯନ୍ତ୍ରୀ ଶୁଭେନ୍ଦୁ ମିଶ୍ର କହିଛନ୍ତି, ମୋ ବିରୋଧରେ ହୋଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ। ତଦନ୍ତ ହେଲେ ମୁଁ ସମ୍ପୂର୍ଣ୍ଣ ସହଯୋଗ କରିବି। ତେବେ ବିଲ୍‌ ବନ୍ଦ ପ୍ରସଙ୍ଗକୁ ସେ ଏଡ଼ାଇଯାଇଥିଲେ। ନିର୍ବାହୀ ଅଧିକାରୀ ଏମ୍‌. ଶ୍ରୀନିବାସଙ୍କୁ ପଚାରିବାରୁ କାର୍ଯ୍ୟରେ କିଛି ତ୍ରୁଟି ଥିବା ହେତୁ ଜେଇ ବିଲ୍‌ରେ ଦସ୍ତଖତ କରୁନାହାନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି-ଭାଜପା-କଂଗ୍ରେସକୁ ମୟୂରଭଞ୍ଜରେ ଟକ୍କର ଦେବ ଏହି ଦଳ, ଘୋଷଣା କଲା ପ୍ରାର୍ଥୀ

ମୟୂରଭଞ୍ଜ,୨୯।୩: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଝିଅ ପୁଣିଥରେ ଚଳିତ ନିର୍ବାଚନରେ ମଇଦାନକୁ ଓହ୍ଲାଇଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(JMM) ଶିବୁ ସୋରେନଙ୍କ ଝିଅ ଅଞ୍ଜନି...

ପୈତୃକ ଗାଁରୁ ପ୍ରଚାର ମଇଦାନକୁ ଓହ୍ଲାଇଲେ ପ୍ରଦୀପ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲୋକସଭା ଆସନ ପାଇଁ ଭାଜପା ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଛି। ବରଗଡ଼ ଲୋକସଭା କ୍ଷେତ୍ର ଅଧୀନ ବିଜେପୁର ନିର୍ବାଚନ ମଣ୍ଡଳି ପୈତୃକ...

ନବବିବାହିତ ଯୁବକଙ୍କୁ ଗଳାକାଟି ହତ୍ୟା

ଗଜପତି,୨୯।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋସାଣି ବ୍ଲକ ଗୁରାଣ୍ଡି ଥାନା ଅଧୀନ ତୋଟାଗୁମ୍ବୁଡା ଗାଁରେ ଏକ ଅଘଟଣ ଘଟିଛି। ଜଣେ ନବବିବାହିତ ଯୁବକଙ୍କୁ ଗଳାକାଟି ଅତି...

ଗୁଡ୍‌ ଫ୍ରାଇଡେରେ ପ୍ରାର୍ଥନା କରି ନିର୍ବାଚନ ପ୍ରଚାର ଆରମ୍ଭ କଲେ ଦିଲୀପ ତିର୍କୀ

ସୁନ୍ଦରଗଡ,୨୭ା୩(ଜୟ ନାରାୟଣ ମେଣ୍ଡୁଳି): ଚର୍ଚ୍ଚରେ ପ୍ରାର୍ଥନା କରି ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ଲୋକସଭା ପ୍ରାର୍ଥୀ ଦିଲୀପ ତିର୍କୀ। ପ୍ରାର୍ଥୀ ଘୋଷଣା ହେବା ପରେ ଶୁକ୍ରବାର...

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri