ପୁରୀ

ଭିତରକାଠ ଦର୍ଶନରୁ ଭକ୍ତ ବଞ୍ଚିତ

ପୁରୀ ଅଫିସ,୧୯।୮:ଶ୍ରୀମନ୍ଦିରରେ ଭକ୍ତଙ୍କୁ ଭିତରକାଠ ଦର୍ଶନ ମିଳିପାରୁନାହିଁ। ଦୂରଦୂରାନ୍ତରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ସବୁ ସମୟରେ ଭିତରକାଠ ଦର୍ଶନ ପାଉନାହାନ୍ତି। ଫଳରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି। ସାଧାରଣତଃ ବାହାରକାଠରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସ୍ପଷ୍ଟ ଭାବେ ଦେଖିବା ସମ୍ଭବପର ହୋଇ…

ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମନୀତି ସମ୍ପନ୍ନ

ପୁରୀ ଅଫିସ, ୧୮ା୮: ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଗୁରୁବାର ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମନୀତି ସମ୍ପନ୍ନ ହୋଇଛି। ଶ୍ରୀବିଗ୍ରହମାନଙ୍କ ସନ୍ଧ୍ୟାଧୂପ ବେଶରେ ମହାପ୍ରଭୁ ୬ମୂର୍ତ୍ତି ଅଳଙ୍କାର ଲାଗି ହୋଇଥିଲେ। ପରେ ଜୟ ବିଜୟ ଦ୍ୱାର ବନ୍ଦ ହୋଇଥିଲା। ପୂଜାପଣ୍ଡା ପଞ୍ଚବର୍ଣ୍ଣ ମୁରୁଜରେ…

ମୁହାଣରୁ ମିଳୁଛି ଔଷଧୀୟ ନୀଳହରିତ ଶୈବାଳ

ପୁରୀ ଅଫିସ,୧୮।୮: କୋଭିଡ୍‌ ସଂକ୍ରମଣ ସମୟରେ ମଣିଷ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିର ଅବକ୍ଷୟ ପ୍ରମୁଖ ସ୍ବାସ୍ଥ୍ୟଗତ ସମସ୍ୟା ହୋଇଛି। ସମ୍ପ୍ରତି ସଂକ୍ରମଣ ପୂର୍ବ ଭଳି ଶୀର୍ଷରେ ନ ଥିଲେ ମଧ୍ୟ କରୋନାର ନୂଆ ଭାରିଆଣ୍ଟ ପୁଣି ଥରେ ରୋଗ ପ୍ରତିରୋଧ…

ପୁରୀ ଜିଲାରେ ୨ ଦିନ ସ୍କୁଲ ଛୁଟି

ପୁରୀ ଅଫିସ,୧୭।୮: ବନ୍ୟା ପରିସ୍ଥିତି ପାଇଁ ପୁରୀ ଜିଲାରେ ୨ ଦିନ ଲାଗି ସ୍କୁଲ ଛୁଟି । ୧୭ ତାରିଖ ଏବଂ ୧୮ ତାରିଖ ଦୁଇ ଦିନ ସ୍କୁଲ ଛୁଟି ରହିବ ବୋଲି ଜିଲାପାଳ ସମର୍ଥ ବର୍ମା ଘୋଷଣା କରିଛନ୍ତି। ଉଭୟ…

ଶ୍ରୀମନ୍ଦିରରେ ରାହୁରେଖା ଲାଗି ନୀତି ସମ୍ପନ୍ନ

ପୁରୀ ଅଫିସ,୧୭।୮: ଭାଦ୍ରବ କୃଷ୍ଣପକ୍ଷ ପଞ୍ଚମୀତିଥି ମଙ୍ଗଳବାର ଅବସରରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ସୁନା ରାହୁରେଖା ଲାଗି ନୀତି ସମ୍ପନ୍ନ ହୋଇଛି। ମହାପ୍ରଭୁଙ୍କ ବିଭିନ୍ନ ଗୁପ୍ତନୀତି ମଧ୍ୟରେ ଏହି ନୀତି ଅନ୍ୟତମ। ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ଦଇତାପତି ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ରାହୁରେଖା ଲାଗି…

ବନ୍ୟାଜଳ ଘେରରେ କଣାସ ଅଞ୍ଚଳବାସୀ

କଣାସ,୧୭ା୮(ସ୍ବ.ପ୍ର.): ରାଜ୍ୟରେ ଲଘୁଚାପଜନିତ ବର୍ଷା ଯୋଗୁ ଅଧିକାଂଶ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଉପରୁ ମୁଣ୍ଡରେ ବନ୍ୟାଜଳ ସମେତ ଲଗାଣ ବର୍ଷା ଯୋଗୁ ପୁରୀ ଜିଲା କଣାସ ବ୍ଲକର ଅଧିକାଂଶ ସ୍ଥାନରେ ଘାଇ ସୃଷ୍ଟି ହୋଇଯାଇଛି। ଫଳରେ ଗ୍ରାମର ରାସ୍ତାଗୁଡ଼ିକ…

ସମୁଦ୍ରରେ ଭାସିଗଲେ ୨ଯୁବକ: ଜଣେ ଉଦ୍ଧାର, ଅନ୍ୟ ଜଣେ ନିଖୋଜ

ପୁରୀ ଅଫିସ, ୧୫।୮: ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ଯୁବକ ନିଖୋଜ। ନିଖୋଜ ଯୁବକ ହେଉଛନ୍ତି ପଶ୍ଚିମବଙ୍ଗର ରବି ସିଂ। ଆଜି ଅପରାହ୍ନ ୫ଟା ସମୟରେ ରବି ସିଂ ତାଙ୍କର ଅନ୍ୟ ସାଙ୍ଗମାନଙ୍କ ସହ ପୁରୀ ଦିଗବାରେଣୀ ଛକ ନିକଟସ୍ଥ ସମୁଦ୍ରରେ…

ନାଟମଣ୍ଡପ ଉପରକୁ ଚଢ଼ିଗଲେ ଯୁବକ

ପୁରୀ ଅଫିସ,୧୫।୮: ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ନେଇ ପୁଣି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରବିବାର ଶ୍ରୀମନ୍ଦିର ନାଟମଣ୍ଡପ ଉପରିଭାଗ ତଥା ମଝିଦେଉଳ ଉପରକୁ ଜଣେ ଯୁବକ ଚଢ଼ିଯାଇଥିଲେ। ଚୂନରା ସେବାୟତ ଓ ଅଗ୍ନିଶମ ବାହିନୀର ମିଳିତ ଉଦ୍ୟମରେ ତାଙ୍କୁ ଉଦ୍ଧାର କରାଯାଇଛି।…

ମହାପ୍ରଭୁଙ୍କ ସରିଲା ଝୁଲଣ ଯାତ୍ରା

ପୁରୀ ଅଫିସ,୧୪ ।୮: ଶ୍ରାବଣ ଶୁକ୍ଳ ଦଶମୀ ତିଥିରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଥିବା ଝୁଲଣଯାତ୍ରା ଭାଦ୍ରବ ମାସ କୃଷ୍ଣ ପ୍ରତିପଦା ତିଥି ଶନିବାର ଶେଷ ହୋଇଛି। ପ୍ରତିଦିନ ପରି ଝୁଲଣର ଶେଷ ଦିନରେ ଶ୍ରୀମନ୍ଦିରରେ ସନ୍ଧ୍ୟା ଆଳତି ପରେ ମହାପ୍ରଭୁଙ୍କ ଆଜ୍ଞାମାଳ…

ଭଡ଼ାରେ ଲାଗୁଛି ଶରଧାବାଲି

ପୁରୀ ଅଫିସ,୧୪ ।୮: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ଆସିଲେ, ମନକୁ ଚାଲି ଆସେ ଶରଧାବାଲି। ଶ୍ରୀମନ୍ଦିର, ମହୋଦଧି ଓ ତୀର୍ଥ ପୁଷ୍କରିଣୀ ଭଳି ଶ୍ରୀଜଗନ୍ନାଥ ପରମ୍ପରାରେ ଶରଧାବାଲିର ମହତ୍ତ୍ବ ଓ ପ୍ରସିଦ୍ଧି ମଧ୍ୟ ସର୍ବଦା ସ୍ବତନ୍ତ୍ର। ହେଲେ ପୁରୀ ଶରଧାବାଲି ଏବେ…

ରତ୍ନଭଣ୍ଡାର ଖୋଲିବା ନେଇ ଜୋର୍‌ ଧରିଲା ଚର୍ଚ୍ଚା

ପୁରୀ ଅଫିସ,୧୩।୮:ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ଭେ (ଏଏସ୍‌ଆଇ) ଚିଠି ଲେଖିବା ପରେ ରତ୍ନଭଣ୍ଡାର ଖୋଲିବା ନେଇ ଚର୍ଚ୍ଚା ଜୋର ଧରିଛି। ଏହି ପ୍ରସଙ୍ଗରେ ଶ୍ରୀମନ୍ଦିର ପରିଚାଳନା କମିଟି କି ନିଷ୍ପତ୍ତି ନେଉଛି ତାହାରି…

ପିପିଲି ଟୋଲ୍‌ଗେଟ୍‌ ନିକଟରେ ଓଲଟିଲା ବସ୍‌: ଜଣେ ମୃତ ୨୦ ଆହତ

ପୁରୀ ଅଫିସ, ୧୨।୮: ଭୁବନେଶ୍ୱର- ପୁରୀ ରୋଡ଼ ପିପିଲି ଟୋଲ୍‌ ଗେଟ୍‌ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିଛି। ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଯାତ୍ରୀ ଆହତ ହୋଇଛନ୍ତି। ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri