ଭିତରକାଠ ଦର୍ଶନରୁ ଭକ୍ତ ବଞ୍ଚିତ

ପୁରୀ ଅଫିସ,୧୯।୮:ଶ୍ରୀମନ୍ଦିରରେ ଭକ୍ତଙ୍କୁ ଭିତରକାଠ ଦର୍ଶନ ମିଳିପାରୁନାହିଁ। ଦୂରଦୂରାନ୍ତରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ସବୁ ସମୟରେ ଭିତରକାଠ ଦର୍ଶନ ପାଉନାହାନ୍ତି। ଫଳରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି। ସାଧାରଣତଃ ବାହାରକାଠରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସ୍ପଷ୍ଟ ଭାବେ ଦେଖିବା ସମ୍ଭବପର ହୋଇ ନ ଥାଏ। ଏଣୁ ଭିତରକାଠ ଦର୍ଶନର ବ୍ୟବସ୍ଥା ରହିଛି। ମାତ୍ର ଶ୍ରୀମନ୍ଦିର ପ୍ରଶାସନ ବିଧିବଦ୍ଧ ଭାବେ ଭିତରକାଠ ଦର୍ଶନ ବନ୍ଦ କରି ନ ଥିଲେ ମଧ୍ୟ ଗତ କିଛିଦିନ ହେଲା ଶ୍ରୀମନ୍ଦିର କମାଣ୍ଡର ଏବଂ ଜେଟିପି ମନମୁଖି ଭାବେ ଭକ୍ତଙ୍କୁ ଛାଡ଼ୁ ନ ଥିବା ଅଭିଯୋଗ ହେଉଛି। ସନ୍ଧ୍ୟାଧୂପଠାରୁ ଭକ୍ତଙ୍କୁ ଭିତରକାଠକୁ ଛଡ଼ାଯାଉନାହିଁ। ତେବେ କାହିଁକି ଏହି ଦର୍ଶନ ଅନୁମତି ମିଳୁନାହିଁ ସେନେଇ ଶ୍ରୀମନ୍ଦିର ପ୍ରଶାସନର କେହି ମୁହଁ ଖୋଲୁନାହାନ୍ତି। ଏ ନେଇ ଶ୍ରୀମନ୍ଦିର କମାଣ୍ଡର ରବି ମିଶ୍ରଙ୍କୁ ପଚରାଯିବାରେ କହିଛନ୍ତି, କାରଣ କହିପାରିବି ନାହିଁ। କେବଳ ବର୍ଷା ଯୋଗୁ ଗୋଟିଏ ଦିନ ଦର୍ଶନ ବନ୍ଦ ରହିଥିଲା। ଅନ୍ୟ ସମସ୍ତ ଦିନ ଚନ୍ଦନଲାଗି ପର୍ଯ୍ୟନ୍ତ ଦର୍ଶନ ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ କେହି ବାନ୍ତି କରିଦେବା ଆଶଙ୍କାରେ ଦର୍ଶନକୁ ବନ୍ଦ କରାଯାଉଥିବା ଶୁଣିବାକୁ ମିଳୁଛି। ତେବେ ଏ ନେଇ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ନ ହେବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଉଲ୍ଲେଖଯୋଗ୍ୟ, ସନ୍ଧ୍ୟାଧୂପଠାରୁ ଚନ୍ଦନଲାଗି ଶେଷ ପର୍ଯ୍ୟନ୍ତ ପ୍ରାୟ ଦେଢ଼ରୁ ୨ଘଣ୍ଟା ସମୟ ରହିଥାଏ। ଯେଉଁ ସମୟରେ ଭକ୍ତଙ୍କୁ ଦର୍ଶନ ସୁଯୋଗ ଦିଆଯାଉନାହିଁ। ଶ୍ରୀମନ୍ଦିର ପ୍ରଶାସନ ଏ ସମ୍ପର୍କରେ ଜାଣିଶୁଣି ଚୁପ୍‌ ବସିଥିବା ଅଭିଯୋଗ ହେଉଛି। ଭକ୍ତ ସତ୍ୟବ୍ରତ ପରିଡ଼ା କହିଛନ୍ତି, ବାହାରକାଠ ଦର୍ଶନରୁ ଭକ୍ତଙ୍କୁ ରୋକାଯାଉଛି। ଏ ନେଇ ପଚାରିଲେ, ଭକ୍ତମାନେ ବାନ୍ତି କରିଦେଲେ ମହାପ୍ରଭୁଙ୍କ ନୀତି ବାଧାପ୍ରାପ୍ତ ହେବା ଆଶଙ୍କା ଥିବା ଶ୍ରୀମନ୍ଦିର ପୋଲିସ କହୁଛନ୍ତି। ତେବେ ଭିତରକାଠ ଦର୍ଶନ ବେଳେ ଭକ୍ତ ଯଦି ବାନ୍ତି କରନ୍ତି ତେବେ ବି ନୀତି ବିଳମ୍ବ ହେବାର ଆଶଙ୍କା ରହୁଛି। ମଙ୍ଗଳଆଳତି, ସକାଳଧୂପ ଓ ମଧ୍ୟାହ୍ନ ଧୂପ ସମେତ ଅନ୍ୟ ସମୟରେ ବାହାରକାଠ ଦର୍ଶନ ହେଉଛି। ତେବେ ସନ୍ଧ୍ୟାଧୂପ ପରେ ଅଲଗା ନିୟମ କାହିଁକି ବୋଲି ପରିଡ଼ା ପ୍ରଶ୍ନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଭିତରକାଠ ଦର୍ଶନ ସମ୍ପର୍କିତ ମାମଲା (ଡବ୍ଲ୍ୟୁପିସି-୯୦୯୮/୨୦୧୬)ର ଶୁଣାଣିରେ ହାଇକୋର୍ଟ ରାୟ ଦେଇଥିଲେ ଯେ, ମଙ୍ଗଳ ଆଳତିଠାରୁ ଚନ୍ଦନଲାଗି ପର୍ଯ୍ୟନ୍ତ ଭକ୍ତମାନେ ଭିତରକାଠ ଦର୍ଶନ ପାଇପାରିବେ। ଏହି କ୍ରମରେ ୨୦୧୮ ଏପ୍ରିଲ ୧୬ ତାରିଖଠାରୁ ଶ୍ରୀମନ୍ଦିରରେ ଭିତରକାଠ ପର୍ଯ୍ୟନ୍ତ ଦର୍ଶନ ହୋଇଥିଲା। ଏହା ପୂର୍ବରୁ ବର୍ଷ ବର୍ଷ ଧରି ଭକ୍ତମାନେ ଗର୍ଭଗୃହକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରୁଥିଲେ। ସୂଚନା ଅଧିକାର କର୍ମୀ ଦିଲୀପ ବରାଳ କହିଛନ୍ତି, ଶ୍ରୀମନ୍ଦିର ପ୍ରଶାସନ ଏନେଇ ସ୍ପଷ୍ଟ ମତ ରଖୁ। ଭକ୍ତଙ୍କର ଜାଣିବାର ଅଧିକାର ରହିଛି ଯେ, ସନ୍ଧ୍ୟା ଧୂପ ପରେ ଭିତରକାଠ ଦର୍ଶନ ହେଉଛି କି ନାହିଁ। ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଉଲ୍ଲଂଘନ କରାଯାଉଥିଲେ ମଧ୍ୟ ପ୍ରଶାସନ ମିଛ କହୁଛି। ଏଣୁ ଶ୍ରୀମନ୍ଦିର ପ୍ରଶାସନ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରି ଏନେଇ ସୂଚନା ଦେବା ଉଚିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?