ରତ୍ନଭଣ୍ଡାର ଖୋଲିବା ନେଇ ଜୋର୍‌ ଧରିଲା ଚର୍ଚ୍ଚା

ପୁରୀ ଅଫିସ,୧୩।୮:ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ଭେ (ଏଏସ୍‌ଆଇ) ଚିଠି ଲେଖିବା ପରେ ରତ୍ନଭଣ୍ଡାର ଖୋଲିବା ନେଇ ଚର୍ଚ୍ଚା ଜୋର ଧରିଛି। ଏହି ପ୍ରସଙ୍ଗରେ ଶ୍ରୀମନ୍ଦିର ପରିଚାଳନା କମିଟି କି ନିଷ୍ପତ୍ତି ନେଉଛି ତାହାରି ଉପରେ ସମସ୍ତଙ୍କ ନଜର ରହିଛି। ପରିଚାଳନା କମିଟି ସୁପାରିସ ଉପରେ ସବୁ କିଛି ନିର୍ଭର କରୁଛି। ତେଣୁ ଆଇନ ବିଭାଗକୁ ଶ୍ରୀମନ୍ଦିର ପରିଚାଳନା କମିଟି କ’ଣ ସୁପାରିସ କରିବ ତାହାକୁ ନେଇ ମଧ୍ୟ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ପରିଚାଳନା କମିଟି ବୈଠକରେ ଏଏସ୍‌ଆଇ ଚିଠିକୁ ଶ୍ରୀମନ୍ଦିର ପ୍ରଶାସନ ଉପସ୍ଥାପନ କରିବ। ରତ୍ନଭଣ୍ଡାର ଯାଞ୍ଚ ଓ ମରାମତି ପାଇଁ ଆବଶ୍ୟକ ପଦକ୍ଷେପ ନେବା ଲାଗି ଶ୍ରୀମନ୍ଦିର ପ୍ରଶାସନକୁ ଏଏସ୍‌ଆଇ ଚିଠି ଲେଖିଛି। ପରିଚାଳନା କମିଟି ବୈଠକରେ ଏନେଇ ଆଲୋଚନା କରାଯିବା ପରେ ସ୍ବୀକୃତି ଲାଗି ଆଇନ ବିଭାଗକୁ ପଠାଯିବ। ଏହାପରେ ରାଜ୍ୟ ସରକାର ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ମୁଖ୍ୟତଃ ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି ଉପରେ ସବୁକିଛି ନିର୍ଭର କରୁଛି ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା କହିଛନ୍ତି।
୨୦୧୮ରେ ରତ୍ନଭଣ୍ଡାର ଯାଞ୍ଚ ପାଇଁ ଗଠିତ କମିଟିର ସଦସ୍ୟ ତଥା ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡ଼ି କହିଛନ୍ତି, ୨୦୧୮ ମସିହାରେ ପ୍ରାଧିକୃତ କମିଟି ସ୍ଥିତି ଯାଞ୍ଚ ବେଳେ ଉଭୟ ବାହାର ଓ ଭିତର ରତ୍ନଭଣ୍ଡାରର ମରାମତି ଆବଶ୍ୟକ ବୋଲି ହୃଦ୍‌ବୋଧ କରିଥିଲା। ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିକୋଣରୁ ରତ୍ନଭଣ୍ଡାର ମରାମତି ନିହାତି ଆବଶ୍ୟକ। ତେଣୁ ମୋର ବ୍ୟକ୍ତିଗତ ମତ ହେଉଛି, ରତ୍ନଭଣ୍ଡାର ମରାମତି ଲାଗି କାର୍ଯ୍ୟକ୍ରମ ହାତକୁ ନିଆଯାଉ। ସେହିଭଳି ଶ୍ରୀମନ୍ଦିର ଭଣ୍ଡାର ମେକାପ ନାରାୟଣ ମେକାପ ମଧ୍ୟ ସମାନ କଥା କହିଛନ୍ତି। ସେ କହିଛନ୍ତି, ଭଣ୍ଡାର ମେକାପ ଭାବେ ଆମେ ଆମ ଦାୟିତ୍ୱ ସମ୍ପାଦନ କରିଛୁ। ବିଭିନ୍ନ ସମୟରେ ରତ୍ନଭଣ୍ଡାର ସ୍ଥିତି ଦୁର୍ବଳ ଥିବା ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରାଇଛୁ। ରତ୍ନଭଣ୍ଡାରରେ କ୍ରମାଗତ ଭାବେ ପାଣି ଗଳୁଥିବା ପ୍ରସଙ୍ଗ ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରାଇଛୁ। ପ୍ରଶାସନ ଏନେଇ ପଦକ୍ଷେପ ନେବା ଦରକାର। ତେବେ ପରିଚାଳନା କମିଟି ସଦସ୍ୟମାନେ ବୈଠକ ପୂର୍ବରୁ ଏନେଇ କ’ଣ ନିଷ୍ପତ୍ତି ନିଆଯିବ ତାହା କହିବା କଷ୍ଟ ବୋଲି ସେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଯେଉଁ ପରିଚାଳନା କମିଟି ରତ୍ନଭଣ୍ଡାର ପ୍ରସଙ୍ଗରେ ଆଲୋଚନାଠାରୁ ଦୂରେଇ ରହୁଛିି, ସେହି କମିଟି ଏହି ପ୍ରସଙ୍ଗରେ କ’ଣ ନିଷ୍ପତ୍ତି ନେବ କୋଟି କୋଟି ଜଗନ୍ନାଥପ୍ରେମୀଙ୍କର ତା’ ଉପରେ ନଜର ରହିବ। ସୂଚନା ଅଧିକାର କର୍ମୀ ଦିଲୀପ କୁମାର ବରାଳ କହିଛନ୍ତି, ସବୁଠୁ ବଡ଼ କଥା ହେଉଛି, ପରିଚାଳନା କମିଟିର ସୁପାରିସ ନିରପେକ୍ଷ ଭାବେ ଓ ସମସ୍ତଙ୍କ ମତକୁ ସମ୍ମାନ ଦେଇ କରାଯିବା ଦରକାର। ପରିଚାଳନା କମିଟିର ସୁପାରିସ ଅନୁଯାୟୀ ରାଜ୍ୟ ସରକାର ନିଷ୍ପତ୍ତି ନେବେ। ତେଣୁ ପରିଚାଳନା କମିଟି ଯାଞ୍ଚ ରିପୋର୍ଟ ଉପରେ ବିଚାରବିମର୍ଶ କରି ରତ୍ନଭଣ୍ଡାର ମରାମତି ଲାଗି ସୁପାରିସ କରିବା ଉଚିତ ବୋଲି ବରାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri