ଭଡ଼ାରେ ଲାଗୁଛି ଶରଧାବାଲି

ପୁରୀ ଅଫିସ,୧୪ ।୮: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ଆସିଲେ, ମନକୁ ଚାଲି ଆସେ ଶରଧାବାଲି। ଶ୍ରୀମନ୍ଦିର, ମହୋଦଧି ଓ ତୀର୍ଥ ପୁଷ୍କରିଣୀ ଭଳି ଶ୍ରୀଜଗନ୍ନାଥ ପରମ୍ପରାରେ ଶରଧାବାଲିର ମହତ୍ତ୍ବ ଓ ପ୍ରସିଦ୍ଧି ମଧ୍ୟ ସର୍ବଦା ସ୍ବତନ୍ତ୍ର। ହେଲେ ପୁରୀ ଶରଧାବାଲି ଏବେ ସମ୍ପୂର୍ଣ୍ଣ ରୂପେ ସଙ୍କୁଚିତ ହୋଇଯାଇଛି। ସେଠାରେ ବସ୍‌, ଟ୍ରକ୍‌ ଭଡ଼ାରେ ପାର୍କିଂ କରୁଥିବାରୁ ଜାଗାଟି ଏକ ଛୋଟିଆ ବର୍ଗାକାର କ୍ଷେତ୍ର ମଧ୍ୟରେ ସୀମିତ ହୋଇରହିଛି। ଫଳରେ ଶୌଚାଳୟଠାରୁ ଆରମ୍ଭ କରି ହୋଟେଲର ଆବର୍ଜନା ପାଣି ପର୍ଯ୍ୟନ୍ତ ସବୁ ପ୍ରକାରର ବର୍ଜ୍ୟବସ୍ତୁ ଶରଧାବାଲିରେ ପଡ଼ୁଛି। କେବଳ ରଥଯାତ୍ରା ଆସିଲେ ପ୍ରଶାସନ ଏହାକୁ ସାମାନ୍ୟ ସଫା କରି ପୁଣିଥରେ ତିନି ରଥ ପାଇଁ ପ୍ରସ୍ତୁତ ରଖୁଛି। ଶରଧାବାଲିକୁ ମୁଣ୍ଡରେ ମାରିବା ପାଇଁ ଭକ୍ତ କୋଷ କୋଷ ଦୂରରୁ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚୁଥିଲେ ମଧ୍ୟ ଏହାର ଏକ ବଡ଼ ଅଂଶ ଏବେ ବଡ଼ ଯାନବାହନର ପାର୍କିଂରେ ପରିଣତ ହୋଇଛି। ତାହାର ପବିତ୍ରତା ରକ୍ଷା କରିବା ଦିଗରେ ପ୍ରଶାସନ ମଧ୍ୟ ଧ୍ୟାନ ଦେଉ ନାହିଁ।
ସାହିତି୍ୟକ ବଦ୍ରି ମିଶ୍ର କହିଛନ୍ତି, ଶରଧାବାଲି ଭାର୍ଗବୀ ନଦୀର ଶାଖା ନଦୀ ମାଳିନୀ ନଦୀକୁ ରାଜା ଭାନୁଦେବଙ୍କ ସ୍ତ୍ରୀ ଶ୍ରଦ୍ଧାଙ୍କ ଉଦ୍ୟମରେ ପୋତାଯାଇ ଶ୍ରୀମନ୍ଦିରରୁ ଗୁଣ୍ଡିଚାଘର ଯାଏଁ ହୋଇଥିଲା। ବଡ଼ଦାଣ୍ଡ ଓ ରାଣୀଙ୍କ ନାମାନୁସାରେ ଏହି ସ୍ଥାନର ନାମ ହୋଇଥିଲା ଶରଧାବାଲି। ମାତ୍ର ବ୍ରିଟିଶ ଶାସନଠାରୁ ସ୍ବାଧୀନତାର ୭୫ ବର୍ଷ ମଧ୍ୟରେ ରାଜ୍ୟ ସରକାର କିମ୍ବା ଜିଲା ପ୍ରଶାସନ ଶରଧାବାଲି ସୁରକ୍ଷା ଓ ପ୍ରତିଷ୍ଠା ମର୍ଯ୍ୟାଦା ଦେବା ଦିଗରେ କୌଣସି କାର୍ଯ୍ୟକ୍ରମ ହାତକୁ ନେଇନାହାନ୍ତି। ସହରର ବିକାଶ ପାଇଁ ୨୦୦୨ରେ ବଡ଼ଦାଣ୍ଡ ଜାତୀୟ ରାଜପଥ ଭାବେ ଘୋଷଣା ହେଲା। ନିଷ୍ପତ୍ତି ଅନୁଯାୟୀ ଶରଧାବାଲିରେ ପିଚୁ ଆସ୍ତରଣ ପଡ଼ିଲା। ସେ ସମୟରେ ପୁରୀ ଏମ୍‌ପି ତଥା କେନ୍ଦ୍ର ଇସ୍ପାତ ମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀଙ୍କ ଉଦ୍ୟମରେ ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସଂଲଗ୍ନ ଏକ ଛୋଟ ଅଞ୍ଚଳରେ ଶରଧାବାଲି ବଞ୍ଚି ରହିଲା। ଲୁହା ବ୍ୟାରିକେଡ୍‌ ମଧ୍ୟରେ ଫଳକ ମରାଗଲା, ପବିତ୍ର ଶରଧାବାଲି, ଶ୍ରୀମନ୍ଦିର ପ୍ରଶାସନ। ହେଲେ ଏହାପରଠାରୁ ଶରଧାବାଲିର ବିକାଶ ଦିଗରେ ଜିଲା ପ୍ରଶାସନ ଧ୍ୟାନ ଦେଇ ନାହିଁ। ଓଲଟା କ୍ରମଶଃ ଏହା ଜବରଦଖଲ ହୋଇଆସିଛି। ପୁରୀକୁ ଆସୁଥିବା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଶରଧାବାଲିର ମାହାତ୍ମ୍ୟକୁ ଅନୁଭବ କରିପାରୁ ନାହାନ୍ତି। ଶରଧାବାଲି ଭଳି ଏକ ଐତିହ୍ୟକୁ କିଛିବର୍ଷ ହେବ ପୌରସଂସ୍ଥା ଭଡ଼ାରେ ଲଗାଉଛି। ଦିନକୁ ୧୦ ହଜାର ଟଙ୍କାରେ ଶରଧାବାଲିରେ ପୁସ୍ତକ ମେଳା ଓ କୁମାର ଉତ୍ସବ ଭଳି ବିଭିନ୍ନ କାର୍ଯ୍ୟକ୍ରମ, ଗାଡ଼ି ପାର୍କିଂ କରି ଭଡ଼ାରେ ଲାଗୁଛି। ଶରଧାବାଲି ମାଲିକାନା ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଥିବାବେଳେ ମ୍ୟୁନିସିପାଲିଟି ଏହାକୁ ଭଡ଼ାରେ ଲଗାଇ ଟଙ୍କା ଆଦାୟ କରିବାରେ ବ୍ୟସ୍ତ। ଶ୍ରୀମନ୍ଦିର ପ୍ରଶାସନ ହୁଣ୍ଡିକୁ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କା ଆସୁଥିବା ବେଳେ ଶରଧାବାଲିର ବିକାଶ ପାଇଁ ପ୍ରଶାସନ କାହିଁକି ତତ୍ପରତା ଦେଖାଉନି ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି।
ଶରଧାବାଲିକୁ ଜବରଦଖଲ ମୁକ୍ତ କରି ଏହାର ଆଗ ସାମ୍ନାରୁ ଉଠା ଦୋକାନୀଙ୍କୁ ଉଠାଇ ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟକରଣ କରି ଶରଧାବାଲିର ଗୌରବ ଫେରାଇ ଅଣାଯାଉ ବୋଲି ସାମାଜିକ କର୍ମୀ ସ୍ବାଧୀନ ପଣ୍ଡା କହିଛନ୍ତି। ପୁରୀ ସହରର ଏହି ଐତିହ୍ୟକୁ ସୁରକ୍ଷା ନ ଯୋଗାଇଲେ ଶରଧାବାଲି ଦିନେ ମାନସପଟରୁ ହଜିଯିବ ବୋଲି ସେ ଆଶଙ୍କା କରିଛନ୍ତି। ଅନ୍ୟପକ୍ଷେ ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ ସ୍ବାଇଁ କହିଛନ୍ତି, ଶରଧାବାଲିରେ ମେଳା, ଉତ୍ସବ ହେଲେ ସାନିଟେଶନ୍‌ ଫି ଆଦାୟ ହେଉଛି। ଶରଧାବାଲି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅଧୀନରେ ଥିବାବେଳେ ମ୍ୟୁନିସିପାଲିଟି ରକ୍ଷଣାବେକ୍ଷଣ ଦାୟିତ୍ୱରେ ରହିଛି। ଏହି ଐତିହ୍ୟର ସୌନ୍ଦର୍ଯ୍ୟକରଣ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା କରି କାର୍ଯ୍ୟକ୍ରମ ହାତକୁ ନିଆଯିବ। ସେହିପରି ଶ୍ରୀମନ୍ଦିରର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି, ରଥଯାତ୍ରା ପାଇଁ ଶରଧାବାଲି ବ୍ୟାରିକେଡ ଖୋଲାଯାଇଥିଲା। ପୁନଶ୍ଚ ପ୍ରଶାସନ ପକ୍ଷରୁ ଏହା ବ୍ୟାରିକେଡିଂ କରାଯିବାକୁ ନିର୍ଦ୍ଦେଶ ଜାରି ହୋଇଛି। ଖୁବ୍‌ଶୀଘ୍ର ଲୁହା ବ୍ୟାରିକେଡ୍‌ କରାଯିବ। ଅନ୍ୟପଟେ ଏହା ଏକ ହେରିଟେଜ ହୋଇଥିବା ହେତୁ ଏହାକୁ ଭଡ଼ା ଲଗାଇବା ଉଚିତ ନୁହେଁ। ମାତ୍ର ପୁରୀ ପୌର ସଂସ୍ଥା ସହ ଏ ନେଇ ଆଲୋଚନା କରାଯିବ। ପୌରସଂସ୍ଥା ବିକାଶ କାର୍ଯ୍ୟ କରିବାକୁ ଚାହିଁଲେ, ସବୁ ପ୍ରକାର ସହଯୋଗ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

‘ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟେନି’

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)- ସାଧାରଣ ନିର୍ବାଚନକୁ ନେଇ ଘଡ଼ିକୁ ଘୋଡ଼ା ଛୁଟୁଛି । ଏହାକୁ ନେଇ ଦଳୀୟ ନେତା, ପ୍ରାର୍ଥୀଙ୍କ ବୟାନବାଜି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ...

ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଆନନ୍ଦପୁର,୩୦।୪: ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଏନେଇ ସେ ନିଜର ଇସ୍ତଫାପତ୍ର...

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ସ୍ବାଧୀନ ପ୍ରାର୍ଥୀ ଘାସିରାମ ମାଝି

ନୂଆପଡ଼ା,୩୦ା୪ (ମକାରୁ ବେମାଲ): ନୂଆପଡ଼ା ନିର୍ବାଚନମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା ଘାସିରାମ ମାଝି ମଙ୍ଗଳବାର ଆରାଧ୍ୟ ଦେବତା କଣାଭୈରା ମନ୍ଦିରରେ ପୂଜାପାଠ...

ବିଜେଡି ଛାଡ଼ିଲେ ସୁର ସେଠୀ

କାକଟପୁର,୩୦।୪: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ। ଦଳ ଟିକେଟ ଦେଇ ନ ଥିବାରୁ ଅସନ୍ତୁଷ୍ଟ ଥିବା ବେଳେ ମଙ୍ଗଳବାର ସେ...

ଲୋକଙ୍କ ସ୍ନେହ ଶ୍ରଦ୍ଧା ମୋ ପାଇଁଁ ଆଶୀର୍ବାଦ: ସଞ୍ଜୀବ

ଭଣ୍ଡାରିପୋଖରୀ,୩୦।୪(ରବିନାରାୟଣ ଖିଲାର): ଲୋକଙ୍କ ସ୍ନେହ, ଶ୍ରଦ୍ଧା ତାଙ୍କ ପାଇଁଁ ଆଶୀର୍ବାଦ ବୋଲି ଭଣ୍ଡାରିପୋଖରୀ ବିଧାୟକ ପ୍ରାର୍ଥୀ ସଞ୍ଜୀବ କୁମାର ମଲ୍ଲିକ ରାମଚନ୍ଦ୍ରପୁର ପଞ୍ଚାୟତରେ ଅନୁଷ୍ଠିତ  ବିଜେଡି...

ପୋଲିସ-ମାଓବାଦୀ ଗୁଳି ବିନିମୟ: ଦୁଇ ମହିଳାଙ୍କ ସମେତ ୭ ମାଓବାଦୀ ମୃତ

ମାଲକାନଗିରି,୩୦।୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୨ ମହିଳାଙ୍କ ସହ ୭ ମାଓବାଦୀଙ୍କ ମୃତ୍ୟୁ...

ସାନଖେମୁଣ୍ଡି ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ରମେଶ ଜେନା

ଛତ୍ରପୁର,୩୦।୪(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କୁ କଂଗ୍ରେସ ପୁଣି ପ୍ରାର୍ଥୀ କରି ରିପିଟ୍‌ କରିଛି। ସାନଖେମୁଣ୍ଡି ବିଧାନସଭା ଆସନ ପାଇଁ...

ଖରାକୁ ଖାତିର ନ କରି ବାଇକ୍‌ରେ ବୁଲି ପ୍ରଚାର କଲେ ପ୍ରାର୍ଥୀ

କେସିଙ୍ଗା,୩୦।୪(ତୁମେଶ୍ୱର ସାହୁ):କେସିଙ୍ଗା,୩୦।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକ ଅଧୀନ ବୋରିଆ, ପର୍ଥଲା, କିକିଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ପ୍ରଚାର କରିଛନ୍ତି ବିଜେଡିର ଉଭୟ ପ୍ରାର୍ଥୀ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri