ସାମାନ୍ୟ ବର୍ଷାରେ କୃତ୍ରିମ ବନ୍ୟା: ରାସ୍ତା ମରାମତି ଦାବି
କର୍ଲାମୁଣ୍ଡା,୭ା୭(ପ୍ରଦୀପ ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜର ଜାନିପଡ଼ା ପିଚୁ ରାସ୍ତାରେ ବର୍ଷା ପାଣି ଜମି ରହିଛି। ଫଳରେ ଲୋକଙ୍କୁ ଯିବା ଆସିବା କରିବାରେ ସମସ୍ୟା ସୃଷ୍ଟି ହେଉଛି। ଗତ କିଛି ମାସ ତଳେ କର୍ଲାମୁଣ୍ଡା ବ୍ଲକ ସଦର ରିଞ୍ଜଛକଠାରୁ…
ପ୍ରକ୍ରିୟାକରଣ ହେବ ଷ୍ଟ୍ରବେରୀ-ହଳଦୀ-କଫି, ରାଜ୍ୟ ମିଶନ ଶକ୍ତି ନିର୍ଦ୍ଦେଶିକା ଦାରିଙ୍ଗବାଡ଼ି ଆସି…
ଦାରିଙ୍ଗବାଡ଼ି,୭ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳକୁ ରବିବାର ରାଜ୍ୟ ମିଶନ ଶକ୍ତି ନିର୍ଦ୍ଦେଶିକା ତଥା ଆଇଏଏସ୍ ମନିକା ପ୍ରିୟଦର୍ଶିନୀ ଦାରିଙ୍ଗବାଡ଼ି ଗସ୍ତରେ ଆସିଥିଲେ। ସେ ଶନିବାର ସନ୍ଧ୍ୟାରେ ଦାରିଙ୍ଗବାଡ଼ି ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ପହଞ୍ଚିବା ପରେ ବିଡିଓ…
ଖୋଲିଲା ମା’ ମଝିଘରିଆଣୀଙ୍କ ୯ ହୁଣ୍ଡି, କଡ଼ାସୁରକ୍ଷାରେ ଚାଲିଛି ଗଣତି
ରାୟଗଡ଼ା,୭ା୭(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିର ହୁଣ୍ଡି ସୋମବାର ସକାଳ ୯ଟାରେ ଖୋଲାଯାଇଛି। ମନ୍ଦିରରେ ଥିବା ୯ଟି ଦାନହୁଣ୍ଡି ହୁଣ୍ଡି ଖୋଲାଯାଇ ଗଣତି ଆରମ୍ଭ କରାଯାଇଛି। ଚଳିତ ଥର ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ,…
କଟ୍ ଅଫ୍ ମାର୍କ ଆଗରେ ରେଭେନ୍ସା
କଟକ,୭ା୭: ସୋମବାର ପ୍ରକାଶ ପାଇଛି ଯୁକ୍ତ ଦୁଇ କଟ୍ ଅଫ୍ ମାର୍କ ତାଲିକା। ଏହି କଟ୍ ଅଫ୍ ମାର୍କରେ ରେଭେନ୍ସା ଆଗରେ ରହିଛି। କଳା, ବିଜ୍ଞାନ ଏବଂ ବାଣିଜ୍ୟରେ ରେଭେନ୍ସା ଆଗରେ ରହିଛି। କଳାରେ ୮୧.୩୩% ଥିବାବେଳେ ବିଜ୍ଞାନରେ ୯୧.୮୩% ଏବଂ…
ଅଟୋ ଓଲଟି ୨ ଗୁରୁତର, ୮ରୁ ଊର୍ଦ୍ଧ୍ୱ ଆହତ
ବଣାଇ,୭ା୭(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡ ମହୁଲପଦା ଥାନା ଅନ୍ତର୍ଗତ ଡଲେଇସରା ଗ୍ରାମରୁ ପ୍ରାୟ ୨୦ ଜଣ ଶ୍ରମିକଙ୍କୁ ଶିହିଡିହା ଗ୍ରାମକୁ ଚାଷ ଜମିରେ ତଳି କାମ ପାଇଁ ଆଣୁଥିବା ବେଳେ ଅଟୋ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୨…
ଘର ସମ୍ମୁଖରେ ବ୍ୟକ୍ତିଙ୍କୁ ହାଣି ଗଣ୍ଡିମୁଣ୍ଡ ଅଲଗା କରିଦେଲେ ଦୁର୍ବୃତ୍ତ
ଗୋପାଳପୁର,୭ା୭(ନବୀନ ରାଜ ଆଚାରୀ): ଗତ କିଛି ମାସ ହେଲା ଗଞ୍ଜାମ ଜିଲା ଅଶାନ୍ତ ହୋଇପଡ଼ିଛି। କେତେବେଳେ ହତ୍ୟା ଆଉ କେତେବେଳେ ଗଣବଳାତ୍କାର ଘଟଣା ସାରା ରାଜ୍ୟକୁ ଦୋହଲାଇ ଦେଇଛି। କିଛି ଦିନର ନୀରବତା ପରେ ପୁଣି ରବିବାର ରାତି ଗୋଳନ୍ଥରା ଥାନା…
ପରିବା କିଆରି ଜଗିଥିବାବେଳେ ଚାଷୀଙ୍କ ଉପରେ ଅଜାଡ଼ି ହୋଇପଡ଼ିଲା କାନ୍ଥ, ଆଉ ତା’ ପରେ…
ବଣାଇଁ,୭ା୭(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡ ଟିକାୟତପାଲି ଥାନା ଅନ୍ତର୍ଗତ ସରସରା ଗ୍ରାମରେ ଲଗାଣ ବର୍ଷା ଯୋଗୁ ନିଜ ପରିବା ବଗିଚାରେ ଜଗିଥିବା ଜଣେ ଚାଷୀଙ୍କ ଘର କାନ୍ଥ ପଡ଼ି ମୃତ୍ୟୁ ହୋଇଥିବା ଜଣାଯାଇଛି। ଗତ ପ୍ରାୟ ୧୩ ଦିନ…
ଭୋଜି କରିବାକୁ ଆସି ଜଳପ୍ରପାତରେ ଭାସିଗଲେ ଯୁବକ
ବଣାଇଁ,୭ା୭(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡ ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ବାଦଲଗିରି ଜଳପ୍ରପାତକୁ ଭୋଜି କରିବାକୁ ଆସିଥିବା ୧୩ ଜଣ ଯୁବକଙ୍କ ମଧ୍ୟରୁ ଗାଧୋଇବା ବେଳେ ଜଣେ ନିଖୋଜ ହୋଇଯାଇଥିବା ଘଟଣା ପ୍ରଚାରିତ ହେବା ପରେ ଏକ ଭିନ୍ନ ଧରଣର…
ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ପ୍ଲାଷ୍ଟିକ୍ ବର୍ଜନ ସହ ବୃକ୍ଷରୋପଣ
ଦାରିଙ୍ଗବାଡ଼ି,୭ା୭(ଅରୁଣ ସାହୁ): ମା’ ପାଇଁ ଗଛଟିଏ ଏହି ଥିମ୍ରେ ଏବେ ରାଜ୍ୟ ତଥା ରାଜ୍ୟ ବାହାରେ ବୃକ୍ଷରୋପଣ ହେଉଛି। ଏହି କ୍ରମରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ବନାଞ୍ଚଳ ପକ୍ଷରୁ ମିଳିତ ଭାବେ ଥାନା ପରିସର ମଧ୍ୟରେ ବୃକ୍ଷରୋପଣ କରାଯାଇଛି।…
୩୩ ବର୍ଷ ହେଲା ମିଳୁନି କୁଲାଡ଼ ଠାକୁରଙ୍କ ଅଳଙ୍କାର, ଭଣ୍ଡାର ଶୂନ୍ୟ
ଭଞ୍ଜନଗର,୭ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କୁଲାଡ଼ରେ ଆଜକୁ ୩୩ ବର୍ଷ ହେବ ଠାକୁରଙ୍କ ସୁନାବେଶ କିଛି ଅଲଗା ଦେଖିବାକୁ ମିଳୁଛି। ସରକାରଙ୍କ ପକ୍ଷରୁ କୁଲାଡ଼ ଜଗନ୍ନାଥ ମନ୍ଦିର ପରିଚାଳନା ହେଉଥିବା ବେଳେ ରବିବାର ଠାକୁରଙ୍କ ସୁନାବେଶ ପାଇଁ ଅଳଙ୍କାର…
ଗଛରେ ବାଇକ୍ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ
ବଘିଆପଡ଼ା,୭ା୭(ଶ୍ରୀକାନ୍ତ ସାହୁ): ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଜହ୍ନାପଙ୍କ-ଖଲିଆପାଲି ରାସ୍ତାର ତାଳଗରୀ ଛକରେ ରବିବାର ରାତିରେ ଏକ ବାଇକ ଆରୋହୀ ବିଜାପଦର ଗ୍ରାମକୁ ଯାଉଥିବା ସମୟରେ ଏକ ନିମ୍ବ ଗଛରେ ପିଟି ହେବାରୁ ବାଇକ ଆରୋହୀ ଗୁରୁତର ହୋଇଥିଲେ। ବିଜାପଦର…
ରଥଚକା ତଳେ ଚାପି ହୋଇ ନାବାଳକଙ୍କ ମୃତ୍ୟୁ
ବିନିକା,୭ା୭: ରଥଚକା ତଳେ ଚାପି ହୋଇ ଗୁରୁତର ଥିବା ନାବାଳକଙ୍କର ମୃତ୍ୟୁ ଘଟିଛି। ତେବେ ସୋମବାର କଟକ ସ୍ଥାନାନ୍ତର ବେଳେ ରେଢ଼ାଖୋଲ ନିକଟରେ ମୃତ୍ୟୁ ହୋଇଛି। କଂସାରୀପଡ଼ାରେ ବାହୁଡ଼ା ଯାତ୍ରା ବେଳେ ଏହି ଅଘଟଣ ଘଟିଥିଲା। ରଥଚକାରେ ଚାପି ହୋଇ ୪…
Archives


