ଜିରୋ ନାଇଟ୍‌ ସେଲିବ୍ରେଶନ୍‌: ରାତି ୧୨ଟା ପରେ ମ୍ୟୁଜିକ ମନା

ଭୁବନେଶ୍ୱର,୩୦।୧୨: ନୂଆବର୍ଷ ପାଳନ ପାଇଁ ପୋଲିସ ପକ୍ଷରୁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସୁରକ୍ଷା ଦାୟିତ୍ୱରେ ୧୮ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହେବେ ବୋଲି ସୂଚନା ମିଳିଛି। ଏପରିକି ଜିରୋ ନାଇଟ୍‌ ଉତ୍ସବ ବେଳେ ଯେପରି କୌଣସି ଅଘଟଣ ନ ଘଟିବ ଏବଂ ଅପରାଧକୁ ପ୍ରତିହତ କରିବାକୁ ଟୁଇନ୍‌ ସିଟି କମିଶନରେଟ୍‌ ପୋଲିସ ପକ୍ଷରୁ ଭୁବନେଶ୍ୱରର ସମସ୍ତ ପୋଲିସ ଅଧିକାରୀଙ୍କୁ ସତର୍କ ଓ ସଜାଗ କରାଯାଇଛି।

ରାସ୍ତାରେ କୌଣସି ପ୍ରକାର ଉତ୍ସବ ପାଳନକୁ ବାରଣ କରାଯାଇଥିବାବେଳେ ଜିରୋ ନାଇଟ୍‌ ସେଲିବ୍ରେଶନ୍‌ ପାଇଁ ରାତି ୧୨ଟା ପରେ ମ୍ୟୁଜିକ ସିଷ୍ଟମ ବାଜିବା ଉପରେ କଟକଣା ଜାରି କରାଯାଇଛି। ରାଜଧାନୀର ୬ ପୋଲିସ ଜୋନ୍‌କୁ ସୁରକ୍ଷା ଦଦାରଖ ପାଇଁ ୪ଜଣ ଅତିରିକ୍ତ ଡିସିପିଙ୍କୁ ହାୟିତ୍ୱ ଦିଆଯାଇଛି। ଜୋନ-୧ ଓ ୨ରେ ଏଡିସିପି ସୁନାରାମ ହେମ୍ୱ୍ରମ, ଜୋନ-୩ରେ ଏଡିସିପି ସଞ୍ଜୟ କୁମାର ମହାପାତ୍ର, ଜୋନ-୪ରେ ଏଡିସିପି ଆରତି ଗିରି, ଜୋନ ୫ ଓ ୬ରେ ଏଡିସିପି ସୁବ୍ରତ କୁମାର ତଦାରଖ କରିବେ।

ନିର୍ଦ୍ଦେଶାନାମା ଅନୁଯାୟୀ, ସବୁ ଥାନା ସେମାନଙ୍କ ଅଞ୍ଚଳରେ ଯେଉଁ ହୋଟେଲ, କ୍ଲବ୍‌ ଓ ଅନ୍ୟାନ୍ୟ ପ୍ରତିଷ୍ଠାନରେ ନୂଆବର୍ଷ ଉତ୍ସବ ପାଳନ କରାଯାଉଛି, ସେଗୁଡ଼ିକୁ ଚିହ୍ନଟ କରିବେ। ସେଠାକାର ସ୍ଥାନ, କାର୍ଯ୍ୟକ୍ରମର ସମୟ ଏବଂ ଅନ୍ୟାନ୍ୟ ଦିଗ ଉପରେ ସମ୍ପୃକ୍ତ ଅନୁଷ୍ଠାନ ଓ ପ୍ରତିଷ୍ଠାନ ପୋଲିସକୁ ଆଗୁଆ ସୂଚନା ଦେବେ।

ସେହିପରି ଜିରୋ ନାଇଟ୍‌ ସେଲିବ୍ରେଶନ୍‌ କରୁଥିବା ଅନୁଷ୍ଠାନଗୁଡ଼ିକ ବିଭାଗୀୟ କର୍ତ୍ତୃପକ୍ଷଙ୍କଠାରୁ ସମସ୍ତ ପ୍ରକାର ଅନୁମତି ନେଇଛନ୍ତି କି ନାହିଁ, ତାହା ଯାଞ୍ଚ କରାଯିବ। ସେଠାରେ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମର ବିବରଣୀ, କେଉଁ ତାରକା ସେଠାକୁ ଆସିବେ, ଉତ୍ସବରେ ଭାଗ ନେଉଥିବା ସଦସ୍ୟଙ୍କ ସଂଖ୍ୟା ଏବଂ ଉତ୍ସବ ସ୍ଥଳରେ ଅନୁମୋଦିତ କ୍ଷମତା ଦିଗରେ ଆଗୁଆ ଯାଞ୍ଚ କରି ରିପୋର୍ଟ ଦେବାକୁ କୁହାଯାଇଛି।

ବିଶେଷକରି ପାଟ୍ରୋଲିଂ ଉପରେ ପୋଲିସ ପକ୍ଷରୁ ଅଧିକ ଧ୍ୟାନ ଦିଆଯାଇଛି। ଉତ୍ସବ ସ୍ଥଳ, ଏହାକୁ ସଂଯୋଗ କରୁଥିବା ରାସ୍ତା ଓ ପାର୍କ, ରେଷ୍ଟୁରାଣ୍ଟ, କଲେଜ ଓ ବସ୍ତି ଅଞ୍ଚଳ ଆଦି ସମ୍ୱେଦନଶୀଳ ସ୍ଥାନରେ ନିୟମିତ ପୋଲିସ ପାଟ୍ରୋଲିଂ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମହିଳା ଓ ଶିଶୁଙ୍କ ସୁରକ୍ଷା ସହ ସେମାନଙ୍କ ମୁକ୍ତ ଗତିବିଧି ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ କୁହାଯାଇଛି।

ନୂଆବର୍ଷ ରାତିରେ ମଦ୍ୟପାନଜନିତ ଗାଡ଼ିଚାଳନା ରୋକିବାକୁ ପୋଲିସ ପକ୍ଷରୁ ବ୍ଲକିଂ ଓ ଚେକିଂ କଡ଼ାକଡ଼ି କରାଯିବ। ସେହିପରି ଏହି ସମୟରେ ଅସାମାଜିକ ତତ୍ୱଙ୍କ ଉପରେ ପୋଲିସ ତୀକ୍ଷ୍ଣ ନଜର ରଖିବା ସହ ପୋଲିସ କର୍ମଚାରୀଙ୍କ ସୁରକ୍ଷା ପାଇଁ ଚେକିଂ ପଏଣ୍ଟରେ ଲୁହା ବ୍ୟାରିକେଡ୍‌ ରଖାଯିବାକୁ ପରାମର୍ଶ ଦିଆଯାଇଛି।

Dharitri – Odisha’s No.1 Odia Daily


Enter your email to get our daily news in your inbox.

All Right Reserved By Dharitri.Com

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ

କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…

ଭଡା ଘରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ: ୩ ବର୍ଷ ହେଲା…

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପୁରୁଣାପଡାର ଏକ ଭଡା ଘରୁ ଶୁକ୍ରବାର ଜଣେ ଡିଭିଏଫ(ଜିଲା ସ୍ୱେଚ୍ଛାସେବୀ ବାହିନୀ)ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ…

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

ଚାଷ କାମ ଚାଲିଥିବା ବେଳେ ବଜ୍ରପାତ: ଜଣେ ମୃତ ଜଣେ ଗୁରୁତର

ମହାକାଳପଡ଼ା, ୨୧।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁର ପଞ୍ଚାୟତର ଯଦୁପୁର ଖସାଡ଼ି ଗ୍ରାମ ନିକଟରେ ଚାଷ ଜମିରେ ବେଉଷଣ କାମ…

ଗ୍ରାମ୍ୟ ରାସ୍ତା ମରାମତି ପାଇଁ ସରପଞ୍ଚଙ୍କ ଦାବି: ଜିଲାପାଳଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ କଇଠଖଣ୍ଡି ଏବଂ ବୋରିପଦର ଗ୍ରାମ ଖାଲଖମା ରାସ୍ତା ଗୁଡ଼ିକୁ ତୁରନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri