ବଣସିଂହରେ ଗଡ଼ିଲା ପ୍ରଥମ ରଥ

ଢେଙ୍କାନାଳ ଅଫିସ, ୫।୭-ଢେଙ୍କାନାଳ ସଦର ବ୍ଲକ ବଣସିଂହରେ ଚଳିତବର୍ଷ ପ୍ରଥମ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଗୋଟିଏ ରଥରେ ମହାପ୍ରଭୁ ଜଗନ୍ନାଥ, ଭଉଣୀ ଦେବୀ ସୁଭଦ୍ରା ଏବଂ ବଡ଼ଭାଇ ବଳରାମ ମାଉସୀ ଘରକୁ ଏକାଠି ଯାତ୍ରା କରିଛନ୍ତି। ବଣସିଂହର ଆରାଧ୍ୟ ଦେବତା ପ୍ରଭୁ ଦଧିବାମନଜୀଉଙ୍କ ମନ୍ଦିରରୁ ଠାକୁରଙ୍କୁ ଗୋଟି ପହଣ୍ଡିରେ ରଥାରୁଢ଼ କରାଯାଇଥିଲା। ଦଧିବାମନଜୀଉଙ୍କ ସେବାୟତ ଅନ୍ତର୍ଯ୍ୟାମୀ ଶତପଥୀ ଛେରାପହଁରା କରିଥିଲେ। ଅପରାହ୍ନ ୧ଟାରେ ରଥ ଟଣାଯାଇ ସାଢେ ୪ଟାରେ ମାଉସୀ ମା’ଙ୍କ ମନ୍ଦିରରେ ପହଞ୍ଚତ୍ଥିଲା। ଘୋଷଯାତ୍ରାର ପ୍ରମୁଖ ଆକର୍ଷଣ ସାଜିଥିଲେ ବଣସିଂହ, ଶଙ୍କରପୁର ଗ୍ରାମର ମହିଳା ସଂକୀର୍ତ୍ତନମଣ୍ଡଳୀ। ରାମ ମନ୍ଦିର ପରିସରରେ ଥିବା ଏକ ପ୍ରକୋଷ୍ଠରେ ମାଉସୀ ମା’ଙ୍କ ଅସ୍ଥାୟୀ ମନ୍ଦିର କରାଯାଇଛି। ସେଠାରେ ୯ଦିନ ଧରି ପାରମ୍ପରିକ ନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବ।
ରମଣିରତ୍ନ ମହାରଣା, ଆଶୁତୋଷ ଶତପଥୀଙ୍କ ଉଦ୍ୟମରେ ରଥ ନିର୍ମାଣ କରାଯାଇଛି। ସରପଞ୍ଚ କପିଳ ଘଡ଼େଇ, ଅର୍ଜୁନ ଶତପଥୀ, ଅଖିଳ ହୋତା, ପରେଶ ପଣ୍ଡା, ବଣସିଂହ ଚାରଣ ଗୋଷ୍ଠୀ ଏବଂ ଗ୍ରାମ ଯୁବଗୋଷ୍ଠୀ ଶାନ୍ତିଶୃଙ୍ଖଳା ରକ୍ଷାରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଧାୟକଙ୍କ ଫେସ୍‌ବୁକ୍‌ ପୋଷ୍ଟ ନେଇ ଜୋର୍‌ଦାର ଚର୍ଚ୍ଚା

ଢେଙ୍କାନାଳ,୨୨ା୪(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଧୀର କୁମାର ସାମଲଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ସଦର...

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri