ସୀମାନ୍ତ କୋଟିଆରେ ଘୋଷଯାତ୍ରା

ପଟ୍ଟାଙ୍ଗି,୫।୭(ଡି.ଏନ୍‌.ଏ.): ସାରା ରାଜ୍ୟରେ ଯେଉଁଦିନ ରଥଯାତ୍ରା ହୁଏ, ତାହା ପରଦିନ ପଟ୍ଟାଙ୍ଗି ବ୍ଲକ ସୀମାନ୍ତ କୋଟିଆ ପଞ୍ଚାୟତରେ ଗଡ଼େ ଶ୍ରୀଜୀଉଙ୍କ ରଥ। ୨୦୦୨ ମେ’ ୧ରେ ଗଜପତି ମହାରାଜାଙ୍କ ଦ୍ୱାରା ଏଠାରେ ମନ୍ଦିର ପ୍ରତିଷ୍ଠା ହେବା ପରଠାରୁ ଦୀର୍ଘ ବର୍ଷ ଧରି ଏହି ନିଆରା ପରମ୍ପରା ଚଳିଆସୁଛି। ଗୁରୁବାର ପହଣ୍ଡି କରି ତିନି ଠାକୁରଙ୍କୁ ରଥାରୂଢ଼ କରାଯାଇଥିଲା। ଶୁକ୍ରବାର ଶାବର ଶ୍ରୀକ୍ଷେତ୍ର ପୂଜକ ପ୍ରଶାନ୍ତ ପଣ୍ଡା ପୂଜାର୍ଚ୍ଚନା କରିବା ପରେ ପରମ୍ପରା ଅନୁଯାୟୀ ସିଦ୍ଧେଶ୍ୱର ଗେମେଲ ଛେରା ପହଁରା କରିଥିଲେ। ପ୍ରଭୁ ଜଗନ୍ନାଥଙ୍କ ସ୍ଥାୟୀ ପୂଜକ ମୁଗୁରି ତାଡିଙ୍ଗି ସହଯୋଗ କରିଥିଲେ। ଏହାପରେ ଡାହୁକ ପଠାଣି ସାହୁଙ୍କ ଡାକର ତାଳରେ ସ୍ଥାନୀୟ ଭକ୍ତ ଅପରାହ୍ନ ଗୋଟାଏରେ ରଥଟଣା ଆରମ୍ଭ କରିଥିଲେ। କୋଟିଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନିକଟସ୍ଥ ଜଗନ୍ନାଥ ମନ୍ଦିରରୁ ରଥ ଟାଣି ତିନି ଠାକୁରଙ୍କୁ ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ହୋଇଥିବା ମାଉସୀ ମା’ ମନ୍ଦିରରେ ଅପରାହ୍ନ ୨ଟା ୧୫ରେ ପହଞ୍ଚାଇଥିଲେ ଭକ୍ତ। ଏହି ଅବସରରେ ପଟ୍ଟାଙ୍ଗି ବିଧାୟକ ପ୍ରୀତମ ପାଢ଼ୀ, କୋରାପୁଟ ବିଧାୟକ ରଘୁରାମ ପଡାଲ, ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗି, ପୂର୍ବତନ ବିଧାୟିକା ଚନ୍ଦ୍ରମା ସାନ୍ତା, ପଞ୍ଚାୟତ ସମିତି ଅଧ୍ୟକ୍ଷ ଜଗତଜ୍ୟୋତି ପାଙ୍ଗି, ଜିଲା ପରିଷଦ ଅଧ୍ୟକ୍ଷ ତୁଳସୀ କିର୍ସାନି, ବିଡିଓ କରୁଣାକର ପ୍ରଧାନ, ତହସିଲଦାର ଡ. ଅରୁଣ ଖଣ୍ଡା, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଭାଗବତ ମୁର୍ମୁ ଶ୍ରୀଜୀଉଙ୍କ ଦର୍ଶନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣପୁରର ସୁଧାରାଣୀଙ୍କୁ ସମ୍ମାନସୂଚକ ଡକ୍ଟରେଟ୍, ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ

ଗୁଣପୁର,୧।୬(ସଂକେତ ପାତ୍ର): ରାୟଗଡ଼ା ଜିଲାର ଗୁଣପୁର ସହର ପୁରୁଣା ବସ୍‌ଷ୍ଟାଣ୍ଡ ଅଞ୍ଚଳସ୍ଥ ବେବର୍ତ୍ତା ସାହିର ବାସିନ୍ଦା ତଥା ସମାଜସେବୀ ଚିନାରି ସୁଧାରାଣୀ (୪୩ଙ୍କୁ ତାଙ୍କର ଉଲ୍ଲେଖନୀୟ ସାମାଜିକ…

କାଳବୈଶାଖୀର କରାଳ ରୂପ: ଭାଙ୍ଗିଲା ୬ ପରିବାରର ଘର

ଟିକିରି,୧।୬ (ପ୍ରଫୁଲ୍ଲ କୁମାର ବେହେରା): ରାୟଗଡା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ମୁନୁଷ ଗାଁ ପଞ୍ଚାୟତରେ ଶନିବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। କାଳବୈଶାଖୀ ପ୍ରଭାବରେ…

ଓପିଏସ୍‌ସିରେ ଜିଲା ପାଇଁ ଗୌରବ ଆଣିଥିବା ସପ୍ତେଶ୍ୱରଙ୍କୁ ସମ୍ବର୍ଦ୍ଧନା

ଟିକିରି, ୧।୬(ପ୍ରଫୁଲ୍ଲ କୁମାର ବେହେରା) ରାୟଗଡା ଜିଲା କାଶୀପୁର ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଓପିଏସ୍‌ସିରେ ଉତ୍ତୀର୍ଣ୍ଣ ସପ୍ତେଶ୍ୱର ନାଏକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ଟିକିରିସ୍ଥିତ…

ଦାଦନ ଖଟିବାକୁ ଯାଇଥିବା ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ, ମୃତଦେହ ଆଣିବା ପାଇଁ ପ୍ରଶାସନକୁ ଗୁହାରି

ଗୁଣୁପୁର,୩୧।୫( ସୁଜାତା ପାଢ଼ୀ): ଆନ୍ଧ୍ରକୁ ଦାଦନ ଖଟିବାକୁ ଯାଇଥିବା ଗୁଣପୁର ବ୍ଳକ୍ ଶଗଡା ଗ୍ରାମର ଜୈନକ ଯୁବତୀ ବିଲମା ଗମାଙ୍ଗ (୨୬)ଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି…

ବଂଶଧାରା ଆନିକଟ ପାଇଁ ଦାବି ଉଠାଇଲା ଏବିଭିପି: ମୁଖ୍ୟମନ୍ତ୍ରୀଙ୍କୁ ଭେଟି…

ଗୁଣପୁର, ୩୦।୫ (ସୁଜାତା ପାଢ଼ୀ): ଭୁବନେଶ୍ୱରରେ ଆୟୋଜିତ ଏବିଭିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଅବସରରେ ଗୁଣପୁର ଶାଖାର କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ସାକ୍ଷାତ କରି ବଂଶଧାରା…

କଳା ଅନ୍ଧାର କରି ମାଡ଼ିଆସିଲା କାଳବୈଶାଖୀ: ଉଡାଇନେଲା ଛପର, ପରଘରେ ମୁଣ୍ଡ ଗୁଞ୍ଜିଛନ୍ତି….

କଲ୍ୟାଣସିଂହପୁର, ୩୦।୫(ଦୀପକ କୁମାର ପରିଡା): ରାୟଗଡା ଜିଲାର କଲ୍ୟାଣସିଂହପୁର ବ୍ଲକ୍ ସଦରରେ ଶୁକ୍ରବାର ରାତିରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି। ଜୋରଦାର ପବନ ଓ ବର୍ଷାର ପ୍ରଭାବରେ…

ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ଦେବ ବିଜୁ ସ୍ବାଭିମାନ ମଞ୍ଚ କୋଲନରାରେ ଭାସ୍କର ରାଓଙ୍କ ଶକ୍ତି ପ୍ରଦର୍ଶନ

ଗୁଣପୁର,୩୦॥୫(ସୁଜାତା ପାଢ଼ୀ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ଟାଣୁଆ ନେତା ତଥା ପୂର୍ବତନ ରାଜ୍ୟ ସଭା ସଭ୍ୟ ଏନ୍‌.ଭାସ୍କର ରାଓ। ରାୟଗଡା…

ଗାଁରେ ପଶି ଲୋକଙ୍କୁ କାମୁଡ଼ିଲା ପାଗଳା କୁକୁର

ଗୁଡ଼ାରି,୨୮।୫(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଅସଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସିଲିମି ଗ୍ରାମରେ ଗୁରୁବାର ପାଗଳା କୁକୁର ଆତଙ୍କ ଦେଖିବାକୁ ମିଳିଥିଲା। କୁକୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri