ଆମ ଜିଲା ଖବର

ବିଲ୍ଟ କାଗଜକଳରେ ଉତ୍ତେଜନା: ଠିକା ଶ୍ରମିକଙ୍କୁ କାରଖାନାରେ ପୂରାଇଦେଲେନି

ଜୟପୁର,୫ା୬(ଡି.ଏନ୍‌.ଏ.): ଜୟପୁର ଗାଗନାପୁର ସ୍ଥିତ ବିଲ୍ଟ ସେୱା କାଗଜକଳରେ ପୁଣି ଅଶାନ୍ତି ଦେଖାଦେଇଛି। ବୁଧବାର ପୂର୍ବାହ୍ନରୁ ଠିକା ଶ୍ରମିକ କାରଖାନାକୁ ଯିବାବେଳେ ସୁରକ୍ଷାବଳ ସେମାନଙ୍କୁ ପ୍ରବେଶ କରାଇ ଦେଇନାହାନ୍ତି। ଠିକା ଶ୍ରମିକ କାର୍ଯ୍ୟରେ ଯୋଗ ନଦେବା ପାଇଁ କାଗଜକଳ କର୍ତ୍ତୃପକ୍ଷ ମନା…

ପାଟଣାରେ ମୁସଲିମ ଭଉଣୀଭାଇଙ୍କ ଇଦ୍‌ ପର୍ବ ପାଳିତ

ପାଟଣା,୫।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟଠାରେ ବୁଧବାର ସଂଖ୍ୟାଲଘୁ ମୁସଲିମ ଭଉଣୀଭାଇଙ୍କୁ ନେଇ ଇଦ୍‌ ପର୍ବ ପାଳିତ ହୋଇଯାଇଛି। ଏକ ମାସ ଧରି ଚାଲିଥିବା ଏହି ପର୍ବର ରମଜାନ ମାସର ଅନ୍ତିମ ଦିନରେ ମଙ୍ଗଳବାର ସାରେ ଇଦ୍‌ର ଜହ୍ନ ଦେଖିବା ପରେ…

କାଜିହାଟ ମଦ୍ରାସାରେ ଇଦ୍‌ ପାଳିତ: ୧୫ ହଜାର ମୁସଲମାନଙ୍କ ସମୂହ ନମାଜ ପାଠ

ନିଶ୍ଚିନ୍ତକୋଇଲି,୫।୬(ସ୍ବ.ପ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଅଧୀନ ବିଭିନ୍ନ ମଦ୍ରାସା ଓ ମସ୍‌ଜିଦରେ ଇଦ୍‌ ପାଳିତ ହୋଇଛି। ଜୟରାମପୁର ପଞ୍ଚାୟତ କାଜିହାଟ ମଦ୍ରାସାରେ ୧୫ ହଜାର ମୁସଲମାନ ସମୂହ ନମାଜ ପାଠ କରିଛନ୍ତି। ପରେ ଏକ ମିଳନ ହୋଇଥିଲା। ଏଠାରେ ହିନ୍ଦୁ…

ସ୍ବାମୀଙ୍କ ଅସୁସ୍ଥତା ଦର୍ଶାଇ ମହିଳା ଠକିନେଲେ ୫୦ ଲକ୍ଷ ଟଙ୍କା: ଥାନାର ଦ୍ୱାରସ୍ଥ ହେଲେ ସ୍ବୟଂ ସହାୟକ ଗୋଷ୍ଠୀ ମହିଳା

ଭବାନୀପାଟଣା,୫।୬(ଡି.ଏନ୍‌.ଏ.) : ସ୍ବାମୀଙ୍କ ଅସୁସ୍ଥତା କାରଣ ଦର୍ଶାଇ ଜଣେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଠାରୁ ଲକ୍ଷାଧିକ ଟଙ୍କା ଠକେଇ କରି ଫେରାର ହୋଇଯାଇଥିଲେ। ଠକେଇ ଶିକାର ମହିଳାମାନେ ଏହାର ତଦନ୍ତ କରି ନ୍ୟାୟ ପ୍ରଦାନ ଦାବିରେ ବୁଧବାର ଜିଲା ଏସ୍‌ପିଙ୍କୁ ଦାବିପତ୍ର…

ବଡ଼ବିଲ ଥାନା ଅଞ୍ଚଳରୁ ମୋବାଇଲ ଚୋରି ଘଟଣା: ଅଭିଯୁକ୍ତ ଗିରଫ, ୩ ମୋବାଇଲ ଜବତ

ବଡ଼ବିଲ,୫।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ପୋଲିସ ବୁଧବାର ମୋବାଇଲ ଚୋରି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୩ ଟି ମୋବାଇଲ ଜବତ କରିଛି। ଅଭିଯୁକ୍ତ ଜଣକ ହେଲେ ବାକଲ ହଟିଂ ଅଞ୍ଚଳର ସଞ୍ଜୟ ମହାନ୍ତ।…

ସାହାସପୁରାରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ନମାଜ ପାଠ

ବାହାନଗା,୫।୬(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ସାହାସପୁରା ଗ୍ରାମରେ ପବିତ୍ର ଇଦ-ଉଲ-ଫିତର୍‌ ପାଳନ କରାଯାଇଛି। ଏହି ଅବସରରେ ଗ୍ରାମର ମୁସଲିମ ଭାଇମାନଙ୍କ ଦ୍ବାରା ଦୁଇ ଗୋଷ୍ଠୀ ମଧ୍ୟରେ ଭିନ୍ନଭିନ୍ନ ସ୍ଥାନରେ ସମୂହ ନମାଜ ପାଠ କରାଯାଇଛି। ନସିମ ଗୋଷ୍ଠୀ ତରଫରୁ ଇଦ୍‌ଘା ପଡିଆରେ…

ରାଜସ୍ଥାନ କଂଗ୍ରେସରେ ଫାଟ: ପାଇଲଟଙ୍କୁ କରାଯାଉ ମୁଖ୍ୟମନ୍ତ୍ରୀ

ଜୟପୁର, ୫।୬: ଲୋକ ସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସରେ ଫାଟ ସୃଷ୍ଟି ହୋଇଛି। ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଜୟ ହାସଲ କରି ସରକାର ଗଢିଥିବା କଂଗ୍ରେସରେ ଏବେ ଦଳୀୟ କନ୍ଦଳ ଦେଖାଦେଇଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ହଟାଇ ସଚିନ…

ପୋଖରୀରେ ବୁଡ଼ି ନାବାଳିକା ମୃତ

ମହାକାଳପଡ଼ା,୫।୬(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ସୁନୀତି ପଞ୍ଚାୟତର ସ୍ଥାନୀୟ ବେଣାକନ୍ଧା ଗ୍ରାମରେ ବୁଧବାର ଏକ ଅଘଟଣ ଘଟିଛି। ଗାଧୋଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡ଼ିଯାଇ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତକ ହେଲେ ଗ୍ରାମର ଉଦୟ ପ୍ରଧାନଙ୍କ…

ବଲାଙ୍ଗୀରରେ ବିଶ୍ୱ ପରିବେଶ ଦିବସ ପାଳନ; ଗଛ ଲଗାଇ ଜୀବନ ବଞ୍ଚାଇବାକୁ ଜିଲାପାଳ ଦେଲେ ଆହ୍ବାନ

ବଲାଙ୍ଗୀର ଅଫିସ,୫।୬: କରଙ୍ଗାକଟା ବଞ୍ଚାଓ ଅଭିଯାନ ପକ୍ଷରୁ ବୁଧବାର ସ୍ଥାନୀୟ ଗାନ୍ଧୀ ଭବନରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଏଥିରେ ଜିଲାପାଳ ଅରିନ୍ଦମ ଡାକୁଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପରିବେଶ ପ୍ରଦୂଷଣ କାରଶରୁ ସମଗ୍ର ଜୀବଜଗତ ସତ୍ତା…

ଦାରିଙ୍ଗବାଡ଼ିରେ ମୃଦୁ ଭୂମିକମ୍ପ, ଲୋକେ ଆତଙ୍କିତ

ଦାରିଙ୍ଗବାଡ଼ି,୫।୬(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା। ଫଳରେ ଅଞ୍ଚଳବାସୀ ଆତଙ୍କିତ ହୋଇ ଘରୁ ବାହାରକୁ ବାହାରି ହୋହଲ୍ଲା କରିଥିଲେ। ଏଥିସହ ସେମାନେ ବହୁ ସମୟଧରି ଘରୁ ବାହାରେ ସମୟ ବିତାଇଥିଲେ…

ଭୁବନେଶ୍ୱର-ଝାରସୁଗୁଡା ବିମାନସେବା ଆରମ୍ଭ

ଭୁବନେଶ୍ୱର,୫।୬: ଭୁବନେଶ୍ୱରରୁ ଝାରୁସୁଗୁଡା ଓ ରାୟପୁରକୁ ବିମାନ ସେବା ବୁଧବାରରୁ ଆରମ୍ଭ ହୋଇଛି। ଭୁବନେଶ୍ୱରୁ ପ୍ରଥମ ବିମାନ ଉଡାଣ ଭରି ଝାରସୁଗୁଡାରେ ପହଞ୍ଚିଛି। ପୁଣି ଝାରସୁଗଡାରୁ ଭୂବନେଶ୍ୱରକୁ ଫେରିଥିଲା ଏଟିଆର-୭୨ ବିମାନ। ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଭୁବନେଶ୍ୱରରୁ ୭୨ଜଣ ଯାତ୍ରୀଙ୍କୁ…

ମୁନିଗୁଡା: ପରସ୍ପରକୁ ଆଲିଙ୍ଗନ କରି ‘ଇଦ୍‌ ମୁବାରକ’ ଜଣାଇଲେ ମୁସଲମାନ ଭାଇ

ମୁନିଗୁଡ଼ା,୫।୬(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ମୁନିଗୁଡ଼ାଠାରେ ମୁସ୍‌ଲିମ୍‌ ସଂପ୍ରଦାୟର ଲୋକଙ୍କ ପକ୍ଷରୁ ଇଦ୍‌ ପର୍ବ ମହା ଆଡ଼ମ୍ବର ସହ ପାଳିତ ହୋଇଛି। ମୁନିଗୁଡ଼ା ମୁସଲିମ୍‌ ସଂଘର ସଭାପତି ଏମ୍‌ଡି ଆୟୁବ ଓ ଶେଖ୍‌ ହବିବ୍‌ଙ୍କ ମିଳିତ ସଂଯୋଜନାରେ ମସ୍‌ଜିଦ ପରିସରରେ ସମସ୍ତ ମୁସଲମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?