ସହାୟତା ଅପେକ୍ଷାରେ ବିତୁଛି ଦିନ

ବାହାନଗା, ୧୨ା୭(ଡି.ଏନ.ଏ.)- ବାଲେଶ୍ୱର ଜିଲା ବାହାନଗା ବ୍ଳକ ରୂପଖଣ୍ଡ ଗ୍ରାମରେ ପକ୍ଷାଘାତ େଋାଗୀ ଶୁକମଣି ମହାଳିକଙ୍କ ପରିବାର ଅସହାୟ ସ୍ଥିତିିରେ ଦିନ ବିତାଉଛନ୍ତି। ଶୁକମଣିଙ୍କ ସ୍ବାମୀ ତ୍ରିଲୋଚନ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁ ଆଉ କାମଧନ୍ଦା କରିପାରୁ ନାହାନ୍ତି। ଏହି ବୃଦ୍ଧ ଦମ୍ପତିଙ୍କ ଏକମାତ୍ର ପୁତ୍ର ସୁଦର୍ଶନ ମା’ ବାପାଙ୍କ ମୁହଁରେ ଦାନା ଦେବାକୁ କାମଧନ୍ଦା କରି ସଂଘର୍ଷ ଜାରି ରଖିଛନ୍ତି। ଅର୍ଥାଭାବ କାରଣରୁ ରୋଗଣା ମା’ଙ୍କୁ ଡାକ୍ତରଖାନା ନେଇ ଚିକିତ୍ସା କରି ପାରୁ ନ ଥିବାରୁ ସେ ହତାଶ ହୋଇପଡିଛନ୍ତି। ସରକାରଙ୍କଠାରୁ କିଛି ସହାୟତା ପାଇବା ଆଶା ନେଇ ସୁଦର୍ଶନ ନିଜ ରୋଗଣା ମା’ଙ୍କୁ ଧରି ଜିଲାପାଳଙ୍କ ଜନଶୁଣାଣି ଶିବିରକୁ ଆସି ଗୁହାରି ଜଣାଇ ଫେରିଛନ୍ତି। ଏହି ଦୁଃଖୀ, ଅଭାବୀ ପରିବାର ଏବେ ସରକାରୀ ସହାୟତା ଅପେକ୍ଷାରେ ଦିନ ବିତାଉଥିବା କହିଛନ୍ତି।
ମାତ୍ର ୧୦ଗୁଣ୍ଠ ଚାଷ ଜମିକୁ ଛାଡିଦେଲେ ଏହି ପରିବାରର ଅନ୍ୟ କିଛି ସମ୍ବଳ ନାହିଁ ା ସେହି ଜମିକୁ ଚାଷ କରି ଦୁଃଖକଷ୍ଟେ ଚଳନ୍ତି। ୮ବର୍ଷ ତଳେ ଶୁକମଣି ରୋଗାକ୍ରାନ୍ତ ହେବାରୁ ପରିବାର ଲୋକେ ତାଙ୍କୁ ବିଭିନ୍ନ ସରକାରୀ ଚିକିତ୍ସାଳୟକୁ ନେଇ ଡାକ୍ତରଙ୍କୁ ଦେଖାଇଥିଲେ। ରୋଗ ଭଲ ହେବା ବଦଳରେ ଦିନକୁ ଦିନ ସେ ଅଧିକ ଅସୁସ୍ଥ ହୋଇ ଶେଷରେ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କୁ କଟକ ନେଇ ଚିକିତ୍ସା କରାଇବାକୁ ଡାକ୍ତରମାନେ ପରାମର୍ଶ ଦେଉଥିବା ବେଳେ ପରିବାର ଲୋକେ ଅର୍ଥାଭାବରୁ କଟକ ନେବାକୁ ସମର୍ଥ ହୋଇପାରିନାହାନ୍ତି। ସରକାର ଗରିବ ଲୋକଙ୍କ ଲାଗି ବିଭିନ୍ନ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ଏହି ପରିବାର ସେଥିରୁ ବଞ୍ଚିତ ହୋଇଛନ୍ତି। ବର୍ତ୍ତମାନ ବର୍ଷାଦିନେ ସେମାନେ ରହୁଥିବା ସାହିରୁ ମୁଖ୍ୟ ରାସ୍ତାକୁ ବାହାରିବା କଷ୍ଟକର ହୋଇପଡିଛି। ପୂର୍ବରୁ ସାହି ଲୋକେ ଯେଉଁ ସରକାରୀ ଜମି ଦେଇ ଯିବାଆସିବା କରୁଥିଲେ, ତାହା ଜବରଦଖଲ ହୋଇଯାଇଛି। ଏଣୁ ସାହି ଲୋକେ ବିଲହୁଡା ଦେଇ ଯାତାୟାତ କରୁଛନ୍ତି। ଏଭଳି ସ୍ଥିତିରେ ଶୁକମଣିଙ୍କୁ ଚିକିତ୍ସା ଲାଗି କିଭଳି ବାହାରକୁ ନେବେ ଏହି ଚିନ୍ତା ପରିବାରକୁ ଘାରିିିଛି। କୌଣସି ସହୃଦୟ ବ୍ୟକ୍ତି ସହାୟତାର ହାତ ବଢାଇଲେ ସେ ତାଙ୍କ ମା’ ଶୁକମଣିଙ୍କୁ ଚିକିତ୍ସା କରାଇପାରନ୍ତେ ବୋଲି ସୁଦର୍ଶନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ସରପଞ୍ଚରୁ ବିଧାୟିକା ପ୍ରାର୍ଥୀ

ବାଲେଶ୍ୱର,୨୧।୪(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲାର ଦୁଇଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛି। ରେମୁଣା ବିଧାନସଭା କ୍ଷେତ୍ରରୁ ବିଦ୍ୟାସ୍ମିତା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri