ଏଫଏମ୍‌ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ: ‘ଚାକିରି ପଛରେ ନ ଗୋଡ଼ାଇ ନିଯୁକ୍ତି ସୁଯୋଗ ସୃଷ୍ଟି କର’

ବାଲେଶ୍ୱର ଅଫିସ, ୧୨।୭-ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ(ଏଫଏମ୍‌ ୟୁନିଭରସିଟି)ର ଏକବିଂଶତମ ପ୍ରତିଷ୍ଠା ଦିବସ ଗୁରୁବାର ପାଳିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟ କୁଳପତି ଡ. ମଧୁମିତା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଝାଡ଼ଖଣ୍ଡ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ମୁଖ୍ୟଅତିଥି ଭାବେ ଯୋଗଦେଇ କଳା ଓ ସାହିତ୍ୟ ବିନା ଜୀବନ ଅସମ୍ପୂର୍ଣ୍ଣ ବୋଲି କହିଥିଲେ ା ଏବେ ସମସ୍ତେ ସମୟକୁ ପ୍ରାଧାନ୍ୟ ଦେଉଛନ୍ତି ା ସମୟ ସହିତ ତାଳ ଦେଇ ଚାଲିବା ସହିତ ରାଜନୀତି, ବାଣିଜ୍ୟ ବ୍ୟାପାର, ନିଯୁକ୍ତି ଭଳି ପ୍ରତ୍ୟେକ କ୍ଷେତ୍ରରେ ପ୍ରତିଯୋଗୀ ମନୋଭାବ ରଖିବାକୁ ପଡିବ ବୋଲି ସେ କହିଥିଲେ ା ମାନସିକ ଓ ଶାରୀରିକ ଅନଗ୍ରସର ବ୍ୟକ୍ତିଙ୍କୁ ଉପେକ୍ଷା ନ କରି ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ସେ ପରାମର୍ଶ ଦେଇଥିଲେ। ଚାକିରୀ ପଛରେ ନ ଗୋଡ଼ାଇ ନିଜ ଜ୍ଞାନ ଏବଂ ପରିଶ୍ରମ ବଳରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ହେବ ବୋଲି ସେ କହିଥିଲେ। ଏହି ଅବସରରେ ରାଜ୍ୟପାଳ ମୁର୍ମୁ ବିଶ୍ୱବିଦ୍ୟାଳୟର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ଝାଡ଼ଖଣ୍ଡରେ ଥିବା ବିଶ୍ୱବିଦ୍ୟାଳୟଗୁଡ଼ିକରେ ଓଡ଼ିଆ ଭାଷାକୁ ପ୍ରାଧାନ୍ୟ ଦେବା ପାଇଁ ସେ ଚେଷ୍ଟା କରିବେ ବୋଲି କହିଥିଲେ।
ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ସଚ୍ଚିଦାନନ୍ଦ ଦେହୁରୀ ସ୍ବାଗତ ଭାଷଣ ଦେଇ ବିଶ୍ୱବିଦ୍ୟାଳୟର ଦୀର୍ଘ ୨୧ ବର୍ଷର ସଫଳତା ସମ୍ପର୍କରେ ବର୍ଣ୍ଣନା କରିଥିଲେ। ରେଜିଷ୍ଟ୍ରାର ଅମର ସିଂ ସୋରେନ୍‌ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗର ପ୍ରାଧ୍ୟାପିକା, ପ୍ରାଧ୍ୟାପକ, ଛାତ୍ରୀଛାତ୍ରଙ୍କର କୃତିତ୍ୱ ସମ୍ପର୍କରେ ଉଦ୍‌ବୋଧନ ଦେବା ସହ ଉକ୍ତ ବିଶ୍ୱବିଦ୍ୟାଳୟ କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ସୁନାମ ଅର୍ଜନ କରିଥିବା ତଥ୍ୟ ଉପସ୍ଥାପନା କରିଥିଲେ। ଉତ୍ସବରେ ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟର ଜାତୀୟ ସେବା ସଂସ୍ଥାର ପ୍ରୋଗ୍ରାମ ଅଫିସର ପ୍ରଭାତ ରଞ୍ଜନ ଦାସ, ରୂପ୍‌ସା ନୀଳମଣି ମହାବିଦ୍ୟାଳୟର ଛାତ୍ର ରାକେଶ କୁମାର ବାରିକଙ୍କୁ ଜାତୀୟ ସେବା ସଂସ୍ଥାର ଶ୍ରେଷ୍ଠ ସ୍ବେଚ୍ଛାସେବୀ ଭାବେ ସମ୍ମାନିତ କରାଯାଇଥିଲା। ନାଇଜରର ନିର୍ଦ୍ଦେଶକ ତଥା ବିଶିଷ୍ଟ ବୈଜ୍ଞାନିକ ଡ. ସୁଧାକର ପଣ୍ଡା, ବିଶିଷ୍ଟ ଲେଖକ ତଥା ଗୀତିକାର ଇଂ. ଅଭୟ ସୂତାର, ଯୁବ ବୈଜ୍ଞାନିକ ନୀଳମାଧବ ବେହେରାଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟର ତ୍ରୟୋମାସିକ ପତ୍ରିକା ‘ନ୍ୟୁଜ୍‌ ଲେଟର’ ମୁଖ୍ୟ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ଅତିରିକ୍ତ ଜିଲାପାଳ ସମ୍ବିତ ନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ସାମାଜିକ ବିଜ୍ଞାନ ବିଭାଗର ସହକାରୀ ପ୍ରାଧ୍ୟାପିକା ସିପ୍ରା ସାଗରିକା ଏବଂ କୁଳପତିଙ୍କ ବ୍ୟକ୍ତିଗତ ସହାୟକ ଦୀପକ କୁୁମାର ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ବଡ଼ ଧରଣର ଲୁଟ୍, ଶୋଇଥିବା ବେଳେ ଲୁଟିନେଲେ ୨୦ଲକ୍ଷ….

ଖଇରା,୨୩।୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ କୁରୁଣ୍ଟା ପଞ୍ଚାୟତ ଅଧୀନ ବାରିଙ୍ଗିଆ ଗ୍ରାମରେ ବଡ଼ ଧରଣର ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri