ବୀର ପୁଅକୁ ଝୁରୁଛି ବଡ଼ସୁଅଁ।ଳ : ଶହୀଦ ଅଜିତ୍ଙ୍କୁ ଚାହିଁ ବସିଛନ୍ତି ସଭିଏଁ
କାମାକ୍ଷାନଗର, ୨୦।୬(ଡି.ଏନ୍.ଏ.) – ଆତଙ୍କବାଦୀଙ୍କ ସହ ଲଢ଼ି ଶହୀଦ ହୋଇଛନ୍ତି ଅଜିତ୍ ସାହୁ। ହଠାତ୍ ଏହି ଘଟଣାକୁ ବିଶ୍ୱାସ କରିପାରି ନ ଥିବା ସାଙ୍ଗସାଥୀ, ବନ୍ଧୁବାନ୍ଧବ, ପରିବାର, ଆତ୍ମୀୟସ୍ବଜନ ଏବେ ସତ୍ୟତା ଜାଣିଲେଣି। ଏବେ ଅଫେରା ଦୁନିଆରେ ଅଜିତ୍। ସେ ଆଉ…
ବିଶ୍ରାମାଗାରରୁ ନବଜାତ ଶିଶୁକନ୍ୟା ଉଦ୍ଧାର : ଜିଲା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଗଲା
ଢେଙ୍କାନାଳ ଅଫିସ,୨୦।୬ – ଢେଙ୍କାନାଳ ଜିଲା ଯୋରନ୍ଦା ନିକଟ ତେରମାଇଲ ଛକସ୍ଥିତ ଯାତ୍ରୀ ବିଶ୍ରାମାଗାରରୁ ବୁଧବାର ସକାଳ ୫ଟା ୨୦ରେ ଅସହାୟ ଅବସ୍ଥାରେ ପଡ଼ିଥିବା ଏକ ନବଜାତ ଶିଶୁକନ୍ୟାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଢେଙ୍କାନାଳ ଯିବା ପାଇଁ ବସ୍କୁ ଅପେକ୍ଷା କରିଥିବା…
ସତ୍ କହେଲେ ଭାରପ୍ରାପ୍ତ ଚିକିତ୍ସା ଅଧ୍କାରୀ; ଧରାପଡ଼ଲା ପିଏଚ୍ଇଓକଁର ମିଛ୍
ଲୋଇସିଂହା,୨୦।୬(ଡି.ଏନ.ଏ) ସୁଆସ୍ତିଅ ସଚେତନତାର ଲାଗି ସରକାର ଲାଖ୍ ଲାଖ୍ ଟଁକା ପାଏନ୍ ମିତାର ଖରଚ୍ କରୁଛନ୍। ହେଲେ ବିଭାଗୀୟ ଅଧ୍କାରୀ, କରମ୍ଚାରୀମାନକର ଅବହେଲରୁ ସୁଆସ୍ତିଅ ସଚେତନତା କାଯ୍କରମ ଜନସାଧାରନକଁର ପାସକେ ପୁହୁଁଚି ନାଇଁ ପାରବାର। ଇଆଡ଼େ ସଚେତନତା ଅଭାବୁ ଗାଁଗଁଡ଼ାମାନକେ ନାନା…
ଅଭିଯୁକ୍ତ ପ୍ରେମିକଙ୍କୁ ଧରୁନି ପୋଲିସ : ଏସ୍ପିଙ୍କ ଦ୍ୱାରସ୍ଥ ହେଲେ ଗର୍ଭବତୀ ଯୁବତୀ
ଅନୁଗୋଳ ଅଫିସ, ୨୦।୬ – ଅନୁଗୋଳକୁ ସିଲାଇ ତାଲିମ ନେବାକୁ ଆସୁଥିବା ବେଳେ ଡେରଜାଙ୍ଗ ଗ୍ରାମର ସୁବାସ ବେହେରାଙ୍କ ସହ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ପରେ ବିବାହ ପ୍ରତିଶ୍ରୁତି ଦେଇ ସୁବାସ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ଏବେ…
ହୋଲ୍ଡିଂ ଟିକସ ଆଦାୟରେ ପକ୍ଷପାତିତା ଅଭିଯୋଗ : ସରକାରୀ କାର୍ଯ୍ୟାଳୟ ପ୍ରତି ଅନୁକମ୍ପା
ଅନୁଗୋଳ ଅଫିସ, ୨୦।୬ – ଅନୁଗୋଳ ପୌରପାଳିକାର ଆୟ ବୃଦ୍ଧି ଉପରେ ଗୁରୁତ୍ୱ ଦେଉଛନ୍ତି ଜିଲାପାଳ ମନୋଜ କୁମାର ମହାନ୍ତି। ବିଭିନ୍ନ ସମୀକ୍ଷା ବୈଠକରେ ଏ ନେଇ ପୌର ପ୍ରଶାସନକୁ ସେ ବାରମ୍ବାର ପରାମର୍ଶ ଦେଉଛନ୍ତି। ତଦନୁଯାୟୀ ପୌରପାଳିକା ପକ୍ଷରୁ ମଧ୍ୟ…
ଅନୁଗୋଳରେ ଯାଞ୍ଚ ହେଉନି ଲିଚୁର ମାନ
ଅନୁଗୋଳ ଅଫିସ, ୨୦।୬ – ବିହାରରେ ଏନସେଫାଲାଇଟ୍ସରେ ଆକ୍ରାନ୍ତ ହୋଇ ଶିଶୁମୃତ୍ୟୁ ବଢିଚାଲିଛି। ଲିଚୁ ଖାଇବା ଯୋଗୁ ଏପରି ହେଉଥିବା ସନ୍ଦେହ କରାଯିବା ପରେ ବଜାରରେ ଥିବା ଲିଚୁରେ କ୍ଷତିକାରକ ରାସାୟନିକ ପଦାର୍ଥ ରହୁଛିକି ନା ତାହାର ଯାଞ୍ଚ ପାଇଁ ସ୍ବାସ୍ଥ୍ୟ…
ଭତା, ଆବାସ ଯୋଜନାରୁ ବଁଚିତ୍ ଉର୍ବଶୀ
ଲାଠୋର, ୨୦ା୬ (ଡି.ଏନ୍.ଏ): କେନ୍ଦ୍ର ଆର ରାଏଜ୍ ସରକାର ଇନ୍ଦିରା ଗାନ୍ଧୀ, ମଧୁବାବୁ ପେନସନ ଯୋଜନାରେ ବୁଢ଼ାବୁଢ଼ି, ବିଧବା, ଛାର୍ରି, ଦିବ୍ୟାଙ୍ଗମାନକୁ ଭତା ଯୁଗେଇ ଦେଉଛନ୍। ସେନ୍ତା ଗରିବ୍ ଦୁଖି, ନିଅଁାସିମାନକୁ ଆବାସ ଯୋଜନାରେ ପକାଘର ଯୁଗେଇ ଦେଉଛନ୍। ହେଲେ ଅନେକ…
ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଜିଲାସ୍ତରୀୟ ମକ୍ ଡ୍ରିଲ : ଧନଜୀବନ ରକ୍ଷା କୌଶଳ ପ୍ରଦର୍ଶନ
ଅନୁଗୋଳ ଅଫିସ, ୨୦।୬ – ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକମାନଙ୍କ ଧନଜୀବନର ସୁରକ୍ଷା କରିବା ପାଇଁ ବୁଧବାର ଅନୁଗୋଳ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲାସ୍ତରୀୟ ମକ୍ ଡ୍ରିଲ ଆୟୋଜିତ ହୋଇଯାଇଛି। ଜିଲାପାଳ ମନୋଜ କୁମାର ମହାନ୍ତି…
ବିଦ୍ୟୁତ୍ ଶର୍ଟ ସର୍କିଟରୁ ନିଆଁ ଲାଗିଲା: ୨ ଭଉଣୀ ମୃତ, ମା’ ଭାଇ ଆହତ
ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୨୦ା୬- କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ କେଳାପଡ଼ା ପଞ୍ଚାୟତ ଗେରୁପଡ଼ା ଗଁାରେ ମଙ୍ଗଳବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ୍ ଶର୍ଟ ସର୍କିଟ ଯୋଗୁ ଘରେ ନିଆଁ ଲାଗିଯିବାରୁ ୨ ଭଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ ମା’…
ଦକ୍ଷତା ବିକାଶ କେନ୍ଦ୍ରକୁ ଜିଲାପାଳଙ୍କ ପରିଦର୍ଶନ
ଛତ୍ରପୁର,୨୦ା୬(ଡି.ଏନ.ଏ)-ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ବୁଧବାର ପୂର୍ବାହ୍ନରେ ଅଚାନକ ଛତ୍ରପୁରଠାରେ ଥିବା ୨ଟି ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା ଓ ବିଜୁ ଦକ୍ଷତା ବିକାଶ କେନ୍ଦ୍ର ପରିଦର୍ଶନରେ ଯାଇଥିଲେ। କେନ୍ଦ୍ରରେ ଛାତ୍ରୀଛାତ୍ରମାନଙ୍କ ସହ ଆଲୋଚନା କରିବା ସହ ହଷ୍ଟେଲ,…
ଗୋଷ୍ଠୀ ସଂଘର୍ଷ: ଜଣେ ମୃତ, ୩ ଆହତ
ହାତୀଓଟ,୨୦ା୬-ଗଞ୍ଜାମ ଜିଲା ପୋଲସରା ଥାନା ପାଣ୍ଡିରିପଡ଼ା ପଞ୍ଚାୟତ ଇଚ୍ଛାପୁର ଗ୍ରାମରେ ମଙ୍ଗଳବାର ରାତିରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ତିନି ଜଣ ଆହତ ହୋଇଛନ୍ତି। ମୃତକ ହେଲେ ପାଣ୍ଡିରିପଡ଼ାର ପୂର୍ବତନ ସରପଞ୍ଚ ଦଣ୍ଡପାଣି ନାୟକଙ୍କ ପୁଅ ସୁଶାନ୍ତ।…
ଖର୍ଚ୍ଚ ହୋଇପାରୁନି ରୁଷା ପାଣ୍ଠି
ବ୍ରହ୍ମପୁର ଅଫିସ୍,୨୦ା୬-ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଏବଂ ଏହା ଅଧୀନରେ ଥିବା ମହାବିଦ୍ୟାଳୟଗୁଡ଼ିକ ରାଷ୍ଟ୍ରୀୟ ଉଚ୍ଚତ୍ତର ଶିକ୍ଷା ଅଭିଯାନ(ରୁଷା) ପାଣ୍ଠି ଖର୍ଚ୍ଚ କରିପାରୁନାହାନ୍ତି। ଗୋଟିଏ ପଟେ ମହାବିଦ୍ୟାଳୟଗୁଡ଼ିକରେ ନାନା ସମସ୍ୟା ଦେଖାଦେଇଛି। ଭିତ୍ତିଭୂମି ଦୁର୍ବଳ ହୋଇଗଲାଣି। ଏହାର ସାମାଧାନ ପାଇଁ ରୁଷା ପାଣ୍ଠି ମିଳୁଛି।…

