ନାଟ୍ୟ କଳା ମହାସଂଘର ସାଙ୍ଗଠନିକ ସଭା: ସରକାରୀ ପ୍ରୋତ୍ସାହନ ଯୋଗାଇ ଦିଆଯାଉ

ଜୁନାଗଡ,୨୬।୭(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ସହର ଆରଏମ୍‌ସି ଗୋଦାମଠାରେ ଶୁକ୍ରବାର ନାଟ୍ୟ କଳା ମହାସଂଘର ଏକ ସାଙ୍ଗଠନିକ ସଭା ଅନୁଷ୍ଠିତ ହୋଇଯାଇଛି। ଜୁନାଗଡ ଓ ଗୋଲାମୁଣ୍ଡା ବ୍ଲକ ଜୋନ ନାଟ୍ୟ କଳାସଂଘ ପକ୍ଷରୁ ଏହାକୁ ଆୟୋଜନ କରାଯାଇଥିଲା। ଏଥିରେ କଳାହାଣ୍ଡି ଜିଲା ସମେତ ପଡୋଶୀ ନୂଆପଡା, ନବରଙ୍ଗପୁର ଓ ଛତିଶଗଡ ଅଞ୍ଚଳର ନାଟ୍ୟ କଳାକାରମାନେ ଯୋଗଦେଇଥିଲେ। ଜୟପାଟଣା ବ୍ଲକ ସଭାପତି ନବିନ ଧଙ୍ଗଡାମାଝିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ମହାସଂଘ ସଭାପତି ପ୍ରିୟ ରଞ୍ଜନ ପଣ୍ଡା, ମୁଖ୍ୟବକ୍ତା ଭାବେ ମହାସଂଘ ସମ୍ପାଦକ ଡମ୍ବରୁଧର ବାଗ, ସମ୍ମାନିତ ଅତିଥି ଭାବେ ମହାସଂଘର ଉପସଭାପତି ପଦ୍ମକିଶୋର ଦୁର୍ଗା, ମହାସଂଘର ଉପଦେଷ୍ଟା ମନୋଜ କୁମାର ଦାସ, ନାଟ୍ୟଗୁରୁ ହୁକମତ୍‌ ନାଗେଶ, କୋକସରା ବ୍ଲକ ସଭାପତି ଭିକାରୀ ଦୁର୍ଗା, ସମ୍ପାଦକ କମଲ କୁମାର, କଲମପୁର ସଭାପତି ଅଶୋକ କର, କୃଷ୍ଣଚନ୍ଦ୍ର ଲେଞ୍ଜିଆ ପ୍ରମୁଖ ଯୋଗଦେଇଥିଲେ। ନାଟ୍ୟ କଳାକାରଙ୍କୁ ସରକାରଙ୍କ ପକ୍ଷରୁ କୌଣସି ପ୍ରୋତ୍ସାହନ ଯୋଗାଇ ଦିଆଯାଉ ନ ଥିବାରୁ ସେମାନେ ଏବେ ଦୟନୀୟ ଅବସ୍ଥାରେ ଜୀବନ ଯାପନ କରୁଛନ୍ତି। ଅନେକ କଳାକାର ବାଧ୍ୟ ହୋଇ ପେଟ ପାଇଁ ନିଜ ବୃତ୍ତିକୁ ଛାଡି ଦାଦନ ଖଟିଯିବା ସହ ଅନ୍ୟାନ କାମଧନ୍ଦା କରୁଛନ୍ତି। ଫଳରେ ଓଡିଶାର ସର୍ବପ୍ରାଚୀନ ନାଟ୍ୟ କଳା ଦିନକୁ ଦିନ ଲୋପ ପାଇବାକୁ ବସିଛି। ସରକାରଙ୍କ ପକ୍ଷରୁ ନାଟ୍ୟ କଳାକାରଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଆଗଲେ ପୁଣିଥରେ ଉକ୍ତ କଳାକାରମାନେ ନିଜର ବୃତ୍ତିକୁ ଆପଣାଇ ଲୋକଙ୍କୁ ମନୋରଞ୍ଜନ କରିପାରିବେ ବୋଲି ସଭାରେ ବକ୍ତାମାନେ ଉଦ୍‌ବୋଧନ ଦେଇଥିଲେ। ସେହିପରି ନାଟ୍ୟକଳାକାରଙ୍କୁ ଏକତ୍ର ହୋଇ ସଙ୍ଗଠନକୁ ମଜଭୁଥ୍‌ କରିବା ସହ କଳାକୁ ପ୍ରସାରିତ କରିବା ପାଇଁ ଆହ୍ବାନ ଦିଆଯାଇଥିଲା। କାର୍ଯ୍ୟକ୍ରମକୁ ବେଦବର ଡୋଙ୍ଗରୀ ପରିଚାଳନା କରିଥିଲେ। ନାଟ୍ୟଗୁରୁ ସୁଧାଂଶୁ ଶେଖର ନାଏକ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୀପ୍ତଙ୍କୁ ରୋକିବାକୁ ବିଜେଡିର ମହିଳା କାର୍ଡ

ଭବାନୀପାଟଣା,୨୪।୪(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ବିଧାନସଭା ଆସନ ପାଇଁ ପ୍ରମୁଖ ରାଜନୈତିକ ଦଳ ଭାଜପା, ବିଜେଡି ଓ କଂଗ୍ରେସ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି।...

ମତଦାନ କେନ୍ଦ୍ର ନ ହେଲେ ଭୋଟ୍‌ ବର୍ଜନ କରିବେ ଗ୍ରାମବାସୀ

କୋକସରା,୨୦ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଗମ୍ଭାରୀଗୁଡ଼ା ପଞ୍ଚାୟତ ସିର୍ଲିଗୁଡା ହେଉଛି ଏକ ରାଜସ୍ବ ଗ୍ରାମ। ତେବେ ଏହି ଗ୍ରାମର ଭୋଟର ପ୍ରତିବର୍ଷ...

ଅସ୍ଥିଶଲ୍ୟ ବିଭାଗରେ ଅସ୍ତ୍ରୋପଚାର ଠପ୍‌

ଭବାନୀପାଟଣା,୧୮।୪(ଉତ୍ତମ କୁମାର ଦାଶ)କଳାହାଣ୍ଡିବାସୀ ମେଡ଼ିକାଲ କଲେଜ ଆରମ୍ଭ ହେବାରୁ ଖୁସୀ ହୋଇଥିଲେ। ହେଲେ ଜିଲା ହସ୍ପିଟାଲ ଓ ଶହୀଦ ରେଣ୍ଡୋ ମାଝି ମେଡ଼ିକାଲ କଲେଜ ମଧ୍ୟରେ...

ତ୍ରିମୁଖୀ ଟକ୍କର ସମ୍ଭାବନା

ଗୋଲାମୁଣ୍ଡା,୧୭।୪(ବଟକୃଷ୍ଣ ପଣ୍ଡା):କଳାହାଣ୍ଡି ଜିଲା ଜୁନାଗଡ଼ ବିଧାନସଭା କ୍ଷେତ୍ରରେ ରାଜନୈତିକ ଉଷ୍ମତା ଦିନକୁ ଦିନ ବୃଦ୍ଧି ପାଉଛି। ଏହି ବିଧାନସଭା କ୍ଷେତ୍ର ପାଇଁ ୩ ପ୍ରମୁଖ ଦଳ...

ବିଜେଡିରୁ ଇସ୍ତଫା ଦେଲେ ଚିତ୍ତରଞ୍ଜନ

ଭବାନୀପାଟଣା/ନର୍ଲା,୧୫।୪(ଉତ୍ତମ କୁମାର ଦାଶ/ ସନ୍ତୋଷ ପାତ୍ର): ସାଧାରଣ ନିର୍ବାଚନ ପୂର୍ବରୁ କଳାହାଣ୍ଡି ବିଜେଡିକୁ ଶକ୍ତ ଧକ୍କା ଲାଗିଛି। ସୋମବାର ବିଜେଡିରୁ ରାଜ୍ୟ ସମ୍ପାଦକ ଚିତ୍ତରଞ୍ଜନ ମଣ୍ଡଳ...

ଶଙ୍ଖ ଛାଡି ପଦ୍ମ ଧରିଲେ ଶର୍ମିଷ୍ଠା

ଭବାନୀପାଟଣା,୧୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ନିକଟସ୍ଥ ସିଂଝରଣଠାରେ ରବିବାର ଭାଜପାର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜେଡି, କଂଗ୍ରେସର ଅନେକ କାର୍ଯ୍ୟକର୍ତ୍ତା...

ଅଧିଷ୍ଠାତ୍ରୀ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ଆରମ୍ଭ

କୋକସରା,୧୫।୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ): କଳାହାଣ୍ଡି ଜିଲା କୋକସରା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ଠାକୁରାଣୀଙ୍କ ଚୈତ୍ରଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି ଗାଁ ଦାଣ୍ଡ। ସୋମବାର ସକାଳୁ...

୫ରୁ ୨ଟି ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ

ଲାଞ୍ଜିଗଡ଼,୧୫।୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁର ପଞ୍ଚାୟତରେ ସମନ୍ବିତ ଶିଶୁ ବିକାଶ ଯୋଜନା ଫେଲ୍‌ ହୋଇଥିବା ଅଭିଯୋଗ ହେଉଛି। ତ୍ରିଲୋଚନପୁର ପଞ୍ଚାୟତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri