ଆରମ୍ଭ ହେଲା ରଥ ଭଙ୍ଗା

ପୁରୀ ଅଫିସ, ୨୬ା୭: ସିଂହଦ୍ୱାର ସମ୍ମୁଖରେ ଥିବା ତିନିରଥ ମଧ୍ୟରୁ ଶୁକ୍ରବାର ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଭଙ୍ଗା ଆରମ୍ଭ ହୋଇଛିି। ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ୱରେ ଏହା ଭଙ୍ଗା ଯାଉଛି। ଏହି କାମରେ ୧୦ ଜଣ ଭୋଇ ସେବକ ନିୟୋଜିତ ହୋଇଛନ୍ତିି। ସୂଚନା ମୁତାବକ, ସକାଳ ୯ଟାରେ ଦର୍ପଦଳନ ରଥରେ ଭୋଇ ସେବକମାନେ ଲଡୁ ମାହାର୍ଦ୍ଦ ଓ ନଡ଼ିଆ ଆଣି ରଖିଥିଲେ। ଭୋଇ ସର୍ଦ୍ଦାର ରଥରେ ନଡ଼ିଆ ବାଡେଇବା ପରେ ଆରମ୍ଭ ହୋଇଥିଲା ରଥଭଙ୍ଗା କାମ। ଉପର ଆଡୁ ରଥ ଭଙ୍ଗା ଯାଉଛିି। ପ୍ରଥମ ଦିନରେ ରଥର କଳସ, ଖପୁରି, ପାରାଭାଡ଼ି, ପୋଟଳ, ପୋଟଳ ପାରେଣି, ଖମ୍ବି ଏବଂ ଓରା, ତୃତୀୟ ଭୂଇଁ, ଦ୍ୱିତୀୟ ଭୂଇଁ, ଅନ୍ଧାରୀ ତାଗ, କଇଞ୍ଚତ୍, ମୂଳ ଭୂଇଁ, ସିଂହାସନ, ପ୍ରଭା ଓ ଚାରିଦ୍ୱାର ଭଙ୍ଗାଯାଇଛିି। ରଥ ଭଙ୍ଗାଯାଇ ବାହାରୁଥିବା କାଠକୁ ଦୋଳବେଦି ପରିସରରେ ରଖାଯାଇଛିି। ଏହାକୁ ଠାକୁରଙ୍କ କୋଠଭୋଗ ଜାଳେଣି ପାଇଁ ବ୍ୟବହାର କରାଯିବ। ରଥର ପ୍ରଭା, ଚକ, ଗୁଜ, ଅସୁଆରୀ ପ୍ରଭୃତି ବିକ୍ରି କରାଯିବ। ଦର୍ପଦଳନ ରଥ ସମ୍ପୂର୍ଣ୍ଣ ଭାଙ୍ଗିବାକୁ ଆହୁରି ପ୍ରାୟ ୩ ଦିନ ସମୟ ଲାଗିବ ବୋଲି ଭୋଇ ସର୍ଦ୍ଦାର ସୂଚନା ଦେଇଛନ୍ତିି।


Enter your email to get our daily news in your inbox.

All Right Reserved By Dharitri.Com

ଗରିମା ଦିବସ: ସଫେଇ କର୍ମୀ ପ୍ରତାପ ଦଳେଇଙ୍କ ପତ୍ନୀଙ୍କୁ ୧୦ ଲକ୍ଷ ଟଙ୍କାର ବୀମା ରାଶି

ଭୁବନେଶ୍ୱର, ୨୨।୮: ସଫେଇ କର୍ମୀଙ୍କ ସୁରକ୍ଷା, ସାମାଜିକ ସୁରକ୍ଷା ଓ ମର୍ଯ୍ୟାଦା ବୃଦ୍ଧି ଲକ୍ଷ୍ୟରେ ଆଜି ଗରିମା ଦିବସ ୨୦୨୬ ପାଳିତ ହୋଇଛି। ଏହି ଅବସରରେ ଲୋକସେବା…

ପୁଣି ଲଘୁଚାପ ସମ୍ଭାବନା: ୨୪ ଘଣ୍ଟାରେ ସ୍ପଷ୍ଟ ହେବ ଚିତ୍ର

ଭୁବନେଶ୍ୱର, ୨୨।୮: ଉତ୍ତର ବଙ୍ଗୋପସାଗର ଉପରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି। ଉତ୍ତର ବଙ୍ଗୋପସାଗର ସଂଲଗ୍ନ ପଶ୍ଚିମବଙ୍ଗ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ…

ମହଙ୍ଗା ପଡ଼ିବ ସରକାରୀ ଜମି ଜବରଦଖଲ: ପୁଣି କବ୍‌ଜା କଲା ବିଡିଏ

ଭୁବନେଶ୍ୱର,୨୨ା୮(ରବିନାରାୟଣ ଜେନା):ଶଙ୍କରପୁର ମୌଜାରେ ସରକାରୀ ଜମି ଜବରଦଖଲ କରିବା ଏବଂ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ର ପାଚେରି ଭାଙ୍ଗିବା ଜଣେ ଜବରଦଖଲକାରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେବ। ଏନେଇ…

୧୦ ଜିଲାରେ ହେବ ବମ୍ପର ନିଯୁକ୍ତି: ୨,୭୮୦ କୋଟିର ନିବେଶ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର,୨୨ା୮(ରବିନାରାୟଣ ଜେନା):ଓଡ଼ିଶାକୁ ବିକାଶର ଶୀର୍ଷରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଶିଳ୍ପ ଓ ପୁଞ୍ଜି ନିବେଶ ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ଶୁକ୍ରବାର ୨,୭୮୦ କୋଟି ଟଙ୍କାର…

ପୁଣି ଏକ ଲଘୁଚାପ ସମ୍ଭାବନା: ୨୧ ଜିଲାକୁ ଝଡ଼ବର୍ଷା ସତର୍କତା

ଭୁବନେଶ୍ୱର, ୨୧ା୮(ବନ୍ଦନା ସେଠୀ) – ୪ଦିନ ହେବ ରାଜ୍ୟରେ ବର୍ଷା ନ ଥିବାବେଳେ ଖରା ଓ ଗୁଳୁଗୁଳି ଜାରି ରହିଛି। ଏପରିସ୍ଥିତିରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ…

ମହିଳା ଉଦ୍ୟୋଗୀଙ୍କ ପାଇଁ ‘ଉଦ୍ୟମୀ ଶକ୍ତି’ ଜାତୀୟ ସେମିନାର

ଭୁବନେଶ୍ୱର, ୨୧।୮: ମହିଳା ଉଦ୍ୟୋଗୀଙ୍କୁ ବଜାର ସହ ଯୋଡ଼ିବା, ଡିଜିଟାଲ ପ୍ଲାଟଫର୍ମରେ ସୁଯୋଗ ସୃଷ୍ଟି କରିବା ଏବଂ ସରକାରୀ ଯୋଜନାର ଲାଭ ପହଞ୍ଚାଇବା ଲକ୍ଷ୍ୟରେ ‘ଉଦ୍ୟମୀ ଶକ୍ତି’…

୨ ଯନ୍ତ୍ରୀଙ୍କୁ ୫ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ, ଜାଣନ୍ତୁ କାରଣ…

କୋଣାର୍କ,୨୧।୮: ରାସ୍ତା ନିର୍ମାଣରେ ଅନିୟମିତତା ଅଭିଯୋଗରେ ୨ଜଣ ଯନ୍ତ୍ରୀଙ୍କୁ ୫ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ। ଖବର ପାଇ ବଳଙ୍ଗା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ…

ବରିଷ୍ଠ IPS ସ୍ତରରେ ଅଦଳବଦଳ: ଜାଣନ୍ତୁ କାହାକୁ କେଉଁ ଦାୟିତ୍ୱ

ଭୁବନେଶ୍ୱର,୨୧।୮: ରାଜ୍ୟ ସରକାର ବରିଷ୍ଠ IPS ସ୍ତରରେ ଅଦଳବଦଳ କରିଛନ୍ତି। ପୋଲିସ ପ୍ରଶାସନକୁ ଅଧିକ ସୁଦୃଢ଼ ଓ ସକ୍ରିୟ କରିବା ଲକ୍ଷ୍ୟରେ ବରିଷ୍ଠ IPS ଅଧିକାରୀମାନଙ୍କୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri