ଅଜଗର ଉଦ୍ଧାର

ଠାକୁରମୁଣ୍ଡା,୨୬ା୭(ଡି.ଏନ୍‌.ଏ.)- ମୟୁରଭଞ୍ଜ ଜିଲା ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଭରାଣ୍ଡିହା ପଞ୍ଚାୟତର ଗମ୍ଭାରୀଆ ଗ୍ରାମରୁ ବନବିଭାଗ ଏକ ଅଜଗର ଉଦ୍ଧାର କରିଛି। ଶୁକ୍ରବାର ଭରାଣ୍ଡିହା ସମିତି ସଭ୍ୟ ରଘୁନାଥ ମହାନ୍ତଙ୍କ ବଗିଚାରେ ଲଗାଯାଇଥିବା ଜାଲରେ ସାପଟି ପଡି ଯାଇଥିଲା। ସାପଟି ଏକ କୁକୁଡ଼ାକୁ ଗିଳି ଦେଇଥିବା ଦେଖିବାକୁ ମିଳିଥିଲା। ଖବରପାଇ ଠାକୁରମୁଣ୍ଡା ଫରେଷ୍ଟର ତପନ କୁମାର ମହାନ୍ତଙ୍କ ସମେତ ଗାର୍ଡ ସୁନୀଲ କୁମାର ସାହୁ, ବିଜୟ କୁମାର ମହାନ୍ତ ସାପଟିକୁ ଧରି ଚମକପୁର ସଂରକ୍ଷିତ ଜଙ୍ଗଲରେ ଛାଡ଼ି ଦେଇଛନ୍ତି। ଉଦ୍ଧାର ସାପଟିର ଲମ୍ବ ୭ ଫୁଟ ହେବ ବୋଲି ବନବିଭାଗ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଛ ଧରିବାକୁ ଯାଇ ନାଳରେ ବୁଡ଼ିଗଲେ ବୃଦ୍ଧ, ମୃତଦେହ ଉଦ୍ଧାର କରି…

ବାରିପଦା,୨୭ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମାଛ ଧରିବାକୁ ଯାଇ ନାଳର ଗଭୀର ପାଣିରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାରିପଦା ସଦର ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?