ଅଣବ୍ୟାଙ୍କିଙ୍ଗ ସଂସ୍ଥାରୁ ଟଙ୍କା ହେରଫେର ଅଭିଯୋଗ

ବାଲେଶ୍ୱର ଅଫିସ,୨୬।୭-ବାଲେଶ୍ୱର ସଦର ଥାନା କୁରୁଡ଼ା ସ୍ବାତୀନଗରରେ ସାଟିନ କ୍ରେଡିଟ୍‌ କେୟାର ନେଟ୍‌ୱାର୍କ ଲିମିଟେଡ୍‌, ହରିୟାନା ରାଜ୍ୟର ଅଣବ୍ୟାଙ୍କିଙ୍ଗ୍‌ ସଂସ୍ଥା ଦେଢ଼ବର୍ଷ ଧରି କାର୍ଯ୍ୟ କରିଆସୁଛି। ଉକ୍ତ ସଂସ୍ଥାର କର୍ମଚାରୀ ୮ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର କରିଥିବାର ଶୁକ୍ରବାର ପୂର୍ବାହ୍ନରେ ସଦର ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି। ଜିଲାରେ ବିଭିନ୍ନ ଅଣବ୍ୟାଙ୍କିଙ୍ଗ୍‌ ସଂସ୍ଥା ପ୍ରଶାସନର ବିନା ଅନୁମତିରେ କାର୍ଯ୍ୟ କରି କେତେବେଳେ ଲୋକଙ୍କୁ ଠକିବା ସହିତ କେତେବେଳେ କର୍ମଚାରୀମାନେ ସଂସ୍ଥାକୁ ଠକି ବହୁ ମାତ୍ରାରେ ଅର୍ଥ ହଡ଼ପ କରଥିବାର ଅଭିଯୋଗ ପୋଲିସ ପାଖରେ ପହଞ୍ଚୁଛି। ମାତ୍ର ପୋଲିସ ପ୍ରଶାସନ ଏଥିପ୍ରତି ଦୃଷ୍ଟି ନ ଦେବାରୁ ସମସ୍ୟା ସୃଷ୍ଟି ହେଉଥିବା ପରିଲକ୍ଷିତ ହେଉଛି।
ସାଟିନ କ୍ରେଡିଟ୍‌ କେୟାର ନେଟ୍‌ୱାର୍କ ଲିମିଟେଡ୍‌ କମ୍ପାନୀ ଦେଢ଼ବର୍ଷ ହେଲା ଉକ୍ତ ଅଞ୍ଚଳରେ ଅଫିସ୍‌ ଖୋଲି ଜିଲାର ୩୪୮ଟି ସ୍ବୟଂ ସହାୟକ ସଂଘକୁ ଋଣ ଦେଶନେଇ କରିଆସୁଛି। ମାସିକ ୩ଥର ଟଙ୍କା ଉଠାଣ କରି ପ୍ରଥମେ କମ୍ପାନୀ କ୍ୟାଶବୁକ୍‌ ଜରିଆରେ ହିସାବ ରଖି ପରେ ଉକ୍ତ ଟଙ୍କାକୁ କ୍ରେଡିଟ୍‌ ମ୍ୟାନେଜର ଓ ବ୍ରାଞ୍ଚ ମ୍ୟାନେଜରଙ୍କ ତତ୍ତ୍ୱାବଧାନରେ ଲକର୍‌ରେ ଜମା ରଖାଯାଇଥାଏ। ଲକର୍‌ ଚାବି ଉଭୟଙ୍କ ପାଖରେ ରହେ। ଗତ ୨୨ ତାରିଖ ସୁଦ୍ଧା ୯ଲକ୍ଷ ୫୬ହଜାର ଟଙ୍କା ଆଦାୟ ହୋଇଥିଲା। ଗୁରୁବାର କମ୍ପାନୀର ଟେରିଟୋରୀ ମ୍ୟାନେଜର ତନ୍ମୟ କୁମାର ବେହେରା ପହଞ୍ଚତ୍ ଯାଞ୍ଚ କରି ମାତ୍ର ୬୨ହଜାର ୧୭ଟଙ୍କା ପାଇଥିବା ବେଳେ ୮ଲକ୍ଷ ୮୮ହଜାର ୬୭୮ ଟଙ୍କା କମ୍‌ ଥିବା ଜାଣିବାକୁ ପାଇଥିଲେ। ଦାୟିତ୍ୱରେ ଥିବା ଉଭୟଙ୍କୁ ପଚରାଯିବାରୁ ସଂଘମାନଙ୍କଠାରୁ ଉଠାଣ ହୋଇନାହଁି ବୋଲି ଜବାବ ରଖିଥିଲେ। ପରେ ଏଜେଣ୍ଟଙ୍କ ମାଧ୍ୟମରେ ସମସ୍ତ ସଂଘରୁ ଟଙ୍କା ଆଦାୟ ହୋଇଥିବା ଜାଣି ପାରି କମ୍ପାନୀର ଉପରୋକ୍ତ ଅଧିକାରୀଙ୍କ ସହ ଆଲୋଚନା କରି ଟେରିଟୋରୀ ମ୍ୟାନେଜର ବେହେରା ବ୍ରାଞ୍ଚ ମ୍ୟାନେଜର ରାଧାକାନ୍ତ ବଳିଆରସିଂହ ଓ ବ୍ରାଞ୍ଚ କ୍ରେଡିଟ୍‌ ମ୍ୟାନେଜର ପ୍ରସନ୍ନ କୁମାର ସ୍ବାଇଁଙ୍କ ନାମରେ ସଦର ଥାନାରେ ଅର୍ଥ ହଡ଼ପ ଅଭିଯୋଗ କରିଛନ୍ତି।
ଏନେଇ ଥାନା ଏଏସ୍‌ଆଇ ପ୍ରଫୁଲ କୁମାର ରଥ କହିଛନ୍ତି, ଏ ଅଞ୍ଚଳରେ ଦେଢ଼ବର୍ଷ ଧରି ଚାଲିଥିବା ସାଟିନ କ୍ରେଡିଟ୍‌ କେୟାର ନେଟ୍‌ୱାର୍କ ଲିମିଟେଡ୍‌ କମ୍ପାନୀ ସମ୍ପର୍କରେ ଥାନାରେ କୌଣସି ସୂଚନା ନ ଥିଲା। କର୍ମଚାରୀଙ୍କ ଦ୍ୱାରା ଅର୍ଥ ହେରଫେର ହୋଇଥିବା ଅଭିଯୋଗ ଆସିଛି। ତଦନ୍ତ ଜାରି ରହିଛି। ସତ୍ୟାସତ୍ୟ ଜଣାପଡ଼ିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୩୮ ବର୍ଷୀୟ ଉମେଶ ଯାଦବଙ୍କୁ ସୁଯୋଗ ଦେଲା ଶୁଭମନ ଗିଲଙ୍କ ଟିମ୍, ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କଲା ନିଷ୍ପତ୍ତି!

ନୂଆଦିଲ୍ଲୀ,୩୦ା୯: ଭାରତୀୟ କ୍ରିକେଟ ଦଳର ଅଭିଜ୍ଞ ଦ୍ରୁତ ବୋଲର ଉମେଶ ଯାଦବ ୩୮ ବର୍ଷ ବୟସରେ ଏକ ନୂଆ ଦଳରୁ ଖେଳିବାର ସୁଯୋଗ ପାଇଛନ୍ତି। ଆଗାମୀ ଘରୋଇ…

ମହଙ୍ଗା ପଡିଲା ମୋଡିଫାଏଡ୍ ସାଇଲେନ୍ସର ଲଗାଇବା! ଟାଉନ୍ ଥାନା ପୋଲିସର ଚଢ଼ାଉ, ୭ ବାଇକ୍ ଜବତ

ଭବାନୀପାଟଣା,୩୦।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ବଢ଼ୁଥିବା ଶବ୍ଦ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଏବଂ ମୋଟର ଯାନ ଆଇନର କଡ଼ାକଡ଼ି ପାଳନ ଲକ୍ଷ୍ୟରେ ସ୍ଥାନୀୟ…

ଲିଫ୍ଟ ମାଗି ବାଇକରେ ବସିଲେ; ରାସ୍ତାରେ ମାଡ଼ ମାରି ଟଙ୍କା-ବ୍ରେସଲେଟ୍ ଲୁଟିନେଲେ ଦୁର୍ବୃତ୍ତ, ଥାନାରେ ଏତଲା

ଦିଗପହଣ୍ଡି,୩୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ହାଇସ୍କୁଲ ନିକଟରେ ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି । ବୁଗୁଡ଼ା ଥାନା କଞ୍ଚୁରୁ…

କେନ୍ଦ୍ରାପଡ଼ାରେ ଗୁରୁ-ଶିଷ୍ୟା ସମ୍ପର୍କରେ କଳଙ୍କ: ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ, ନୃତ୍ୟ ଶିକ୍ଷକ ଗିରଫ

ଡେରାବିଶ, ୩୦।୯(ବେବର୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ନିକିରେଇ ଥାନା ଅନ୍ତର୍ଗତ ଡେରାବିଶ ବ୍ଳକ ଅଂଚଳର ଏକ ବିଦ୍ୟାଳୟର ନୃତ୍ୟ ଶିକ୍ଷକ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ…

ଫସଲ କ୍ଷୟକ୍ଷତି ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି

ଛତ୍ରପୁର,୩୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଲଘୁଚାପଜନିତ ବର୍ଷାରେ ଗଞ୍ଜାମ ଜିଲାର ବହୁ ଚାଷୀ କ୍ଷତିଗ୍ରସ୍ତ ହୋଇଥିବାରୁ କ୍ଷୟକ୍ଷତିର ସଠିକ୍‌ ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି କରିଛି…

ବାଲିଗୁଡ଼ାରେ ଓଡ଼ିଶା ବନ୍ଦ ଡାକରା ବିଫଳ: ଖୋଲା ରହିଲା ଦୋକାନ ବଜାର, ଗଡ଼ିଲା ଗାଡ଼ିମୋଟର

ବାଲିଗୁଡ଼ା,୩୦ା୯(ସଞ୍ଜୟ କୁମାର ପାଣିଗ୍ରାହୀ): ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ବାଲିଗୁଡ଼ାରେ ପରିଲକ୍ଷିତ ହୋଇନାହିଁ। ବନ୍ଦ ସତ୍ତ୍ୱେ ସହରରେ ସ୍ବାଭାବିକ…

ପୋତି ହୋଇଗଲାଣି ଶିଳାନ୍ୟାସ ଫଳକ, ମହାଗୁଡ଼ା-ସରପଡ଼ା ସେତୁ କାମ ସରିବାର ନାଁ ଧରୁନି

ଭଞ୍ଜନଗର,୩୦ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଲୋହରାଖଣ୍ଡି ନଦୀ ଉପରେ ନିର୍ମାଣାଧୀନ ମହାଗୁଡ଼ା-ସରପଡ଼ା ସେତୁ କାମ ମନ୍ଥର ଗତିରେ ଚାଲିଛି। ନିର୍ଦ୍ଧାରିତ…

ପ୍ରଶଂସକଙ୍କ ମନ ଜିତିଲେ ଥଲାଇଭା, ଦାମୀ କାରରେ ନୁହେଁ ବରଂ ଅଟୋରେ ଆସିଲେ ସୁଟିଂସେଟ୍

ନୂଆଦିଲ୍ଲୀ,୩୦।୯: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକ କେତେ ଅଧିକ, ତାହାର ଆଉ ଏକ ଦୃଶ୍ୟ ମୈସୁରରେ ଦେଖିବାକୁ ମିଳିଛି । ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ‘ଧର୍ମନ’ର ଶୁଟିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?