ଛାତ୍ରୀଙ୍କୁ ଅସଦାଚରଣ ନେଇ ଉତ୍ତେଜନା: ଚାନ୍ଦପୁର ମହିଳା କଲେଜ ଅଶାନ୍ତ, ଫାଟକ ସମ୍ମୁଖରେ ଧାରଣା ଦେଲେ ଛାତ୍ରୀ

ରଣପୁର,୨୭ା୭ (ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ବ୍ଲକ ଚାନ୍ଦପୁର ମୋହନ ମହିଳା ମହାବିଦ୍ୟାଳୟରେ ଜଣେ ଅଧ୍ୟାପକ ଛାତ୍ରୀମାନଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ ହୋଇଛି। ମହାବିଦ୍ୟାଳୟରେ ପଢୁଥିବା ଜଣେ ଛାତ୍ରୀଙ୍କ ମାମୁ ଏ ନେଇ ରାଜ୍ୟ ବାଳିକା ସୁରକ୍ଷା ସମିତି, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସ୍‌ଇ) ଓ ମହାବିଦ୍ୟାଳୟ ଅଧ୍ୟକ୍ଷାଙ୍କଠାରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ ଉକ୍ତ ମହିଳା ମହାବିଦ୍ୟାଳୟର ଜଣେ ଅଧ୍ୟାପକ ଗତ ୨୨ ତାରିଖରେ ତାଙ୍କ ଭାଣିଜୀଙ୍କୁ କ୍ଲାସ୍‌ରୁମ୍‌ ଭିତରେ ମାନସିକ ନିର୍ଯାତନା ଦେଇଥିଲେ। ସେହିଦିନଠାରୁ ୪ଦିନ ହେଲା ତାଙ୍କ ଭାଣିଜୀ ଗୁମସୁମ୍‌ ହୋଇ ରହୁଛନ୍ତି। ବିଭିନ୍ନ ସମୟରେ ଉକ୍ତ ଅଧ୍ୟାପକ ଜଣକ ଛାତ୍ରୀମାନଙ୍କୁ ଅଶ୍ଲୀଳ ବ୍ୟବହାର ମଧ୍ୟ କରନ୍ତି। ଘଟଣାକୁ ନେଇ କଲେଜରେ ଶୁକ୍ରବାର ଉତ୍ତେଜନା ପ୍ରକାଶ ପାଇଥିଲା। ଛାତ୍ରୀମାନେ ସମ୍ପୃକ୍ତ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି କଲେଜ ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ।
କିଛିଦିନ ତଳେ ୨ଜଣ ଅଧ୍ୟାପକ ଭିନ୍ନ ଭିନ୍ନ ସମୟରେ ଦୁଇଜଣ ଛାତ୍ରୀଙ୍କୁ ଅସଦାଚରଣ କରିଥିଲେ ବୋଲି ଅଭିଯୋଗ ହୋଇଛି। ଛାତ୍ରୀ ଦ୍ୱୟ ଘରେ ଜଣାଇବା ପରେ ଘଟଣା ଲୋକଲୋଚନକୁ ଆସିଥିଲା। କେତେଜଣ ଛାତ୍ରୀ ଗତ ୨୨ ତାରିଖରେ କଲେଜ ଅଧ୍ୟକ୍ଷାଙ୍କୁ ଭେଟି ସେମାନଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ରଖିଥିଲେ। ସେହିପରି ଅନ୍ୟ ଏକ ଛାତ୍ରୀ ଗୋଷ୍ଠୀ ୨୫ ତାରିଖରେ ଅନ୍ୟ ଜଣେ ଅଧ୍ୟାପକଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଦୁଇ ଅଭିଯୋଗକୁ ଗୁରୁତ୍ୱ ଦେଇ ଅଧ୍ୟକ୍ଷା ଘଟଣା ସମ୍ପର୍କରେ କଲେଜ ପରିଚାଳନା ପରିଷଦର ସଭାପତିଙ୍କୁ ଜଣାଇଥିଲେ। ହେଲେ ସୁଫଳ ନ ମିଳିବାରୁ ଛାତ୍ରୀମାନେ ଶୁକ୍ରବାର ସକାଳ ୧୦ଟାରେ କଲେଜ ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ। ଏ ନେଇ ମୋହନ ମହିଳା କଲେଜ ଅଧ୍ୟକ୍ଷା ଝରଣା ସାହୁ କୁହନ୍ତି, ଦୁଇଗୋଷ୍ଠୀ ଛାତ୍ରୀ ଆସି ଦୁଇଜଣ ଅଧ୍ୟାପକଙ୍କ ନଁାରେ ଅସଦାଚରଣ ଅଭିଯୋଗ କରିଛନ୍ତି। ଏହାର ତଦନ୍ତ ପାଇଁ ଆଣ୍ଟି ହାରାସମେଣ୍ଟ ସେଲ୍‌ ଓ ରାଗିଂ ସେଲ୍‌ କମିଟିକୁ ଦିଆଯାଇଛି। ଗୋଟିଏ ଗୋଷ୍ଠୀ ୨୨ ତାରିଖ ଓ ଅନ୍ୟ ଗୋଷ୍ଠୀ ୨୫ ତାରିଖରେ ଅଭିଯୋଗ କରିଥିଲେ। ୨ଜଣ ଅଧ୍ୟାପକଙ୍କ ବିରୋଧରେ ଅଭିଯୋଗ ଆସିଥିବାରୁ ଘଟଣା ସମ୍ପର୍କରେ ପରିଚାଳନା ପରିଷଦର ସଭାପତିଙ୍କୁ ଅବଗତ କରାଯାଇଛି। ଦୁଇ ପୃଥକ୍‌ ଟ୍ୟୁଶନର ଛାତ୍ରୀଙ୍କ ମଧ୍ୟରେ ଗ୍ରୁପିଜିମ୍‌ ହୋଇ କଲେଜରେ ଗଣ୍ଡଗୋଳ ଆରମ୍ଭ ହୋଇଛି। କୌଣସି ନିଷ୍ପତ୍ତି ନେବା ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଗୋଟିଏ ଗୋଷ୍ଠୀର ଛାତ୍ରୀ ଧାରଣା ଦେଇଛନ୍ତି। ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲେ ହେଁ ସୁଫଳ ମିଳିଲାନି। ଛାତ୍ରୀ ଅଶାନ୍ତି ବଢ଼ୁଥିବାରୁ କଲେଜ ପାଠପଢ଼ାକୁ ବାତିଲ କରିବାକୁ ସଭାପତି କହିସାରିଛନ୍ତି। ପରିସ୍ଥିତିକୁ ଅନୁଧ୍ୟାନ କରି ପଦକ୍ଷେପ ନିଆଯାଉଛି ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri