ରଣପୁର ବ୍ଲକ ସରକାରୀ ଅନୁଦାନରୁ ବଞ୍ଚିତ ୩ ହାଇସ୍କୁଲ: ପଦକ୍ଷେପ ନ ନେଲେ ଆନ୍ଦୋଳନ ଚେତାବନୀ

ରଣପୁର,୨୭ା୭ (ସ୍ବ.ପ୍ର.): ସରକାର ଶିକ୍ଷାର ଉନ୍ନତୀକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଠିକ୍‌ ଭାବେ ସମୀକ୍ଷା ହେଉ ନ ଥିବାରୁ ଛାତ୍ରୀଛାତ୍ର ଏହାର ସୁଫଳ ପାଇପାରୁନାହାନ୍ତି। କିଛି ସ୍ଥାନରେ ଶିକ୍ଷୟିତ୍ରୀଶିକ୍ଷକ ଓ କର୍ମଚାରୀ ମଧ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ଶିକ୍ଷାନୀତି ଯୋଗୁ ଉପେକ୍ଷିତ ହୋଇ ରହିଯାଉଛନ୍ତି। ଏହାର ନଜିର ନୟାଗଡ଼ ଜିଲା ରଣପୁର ବ୍ଲକରେ ଥିବା ୩ ହାଇସ୍କୁଲ କ୍ଷେତ୍ରରେ ଦେଖିବାକୁ ମିଳିଛି ା ଏହି ବିଦ୍ୟାଳୟଗୁଡିକ ହେଲା ବନ୍ଧମୁଣ୍ଡା ପଞ୍ଚାୟତର ଶଙ୍ଖଯୋଡି ହାଇସ୍କୁଲ, ତାଳକଣୀ ପଞ୍ଚାୟତ ହାଇସ୍କୁଲ ଓ ଜଙ୍କିଆ ପଞ୍ଚାୟତର ବାଙ୍କନିଧି ଦେବ ବିଦ୍ୟାପୀଠ। ୨୦୧୩ ମସିହାରେ ସରକାର ପ୍ରତ୍ୟେକ ପଞ୍ଚାୟତରେ ଥିବା ହାଇସ୍କୁଲକୁ ଅନୁଦାନ ପ୍ରଦାନ ସହ କର୍ମଚାରୀ ଓ ଶିକ୍ଷକ ତଥା ବିଦ୍ୟାଳୟର ଉନ୍ନତି ପାଇଁ ସମସ୍ତ ସୁବିଧା ଦେଇଆସୁଛନ୍ତି। ହେଲେ ଉପରୋକ୍ତ ୩ ବିଦ୍ୟାଳୟ ଏହିସବୁ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଏ ନେଇ ସ୍ଥାନୀୟ ବିଧାୟକ ବିଧାନସଭାରେ ପ୍ରଶ୍ନ କରିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଏଥିପ୍ରତି ଆନ୍ତରିକତା ଥିବା ଦେଖିବାକୁ ମିଳୁନି । ଆଗାମୀ ଦିନରେ ଯଦି ସରକାର ଏହି ବିଦ୍ୟାଳୟଗୁଡିକୁ ଅନୁଦାନ (ଗ୍ରାଣ୍ଟ-ଇନ୍‌-ଏଡ୍‌) ପ୍ରଦାନ ନ କରନ୍ତି ତେବେ ପଞ୍ଚାୟତବାସୀ ରାଜରାସ୍ତାକୁ ଓହ୍ଲାଇବାକୁ ଧମକ ଦେଇଛନ୍ତି।
ରଣପୁର ବ୍ଲକରେ ୪୫ ହାଇସ୍କୁଲ ରହିଥିଲା ବେଳେ ୩ଟି ହାଇସ୍କୁଲକୁ ସରକାର ଅନୁଦାନ ପ୍ରଦାନ କରିନାହାନ୍ତି। ସେଥିମଧ୍ୟରୁ ଜଙ୍କିଆ ପଞ୍ଚାୟତର ଥିବା ବାଙ୍କନିଧି ଦେବ ବିଦ୍ୟାପୀଠ ଅନ୍ୟତମ। ପୂର୍ବରୁ ଆଖପାଖ ଗ୍ରାମର ପିଲାମାନେ ପାଠ ପଢିବା ପାଇଁ ପଞ୍ଚାୟତଠାରୁ ୪ରୁ ୫ କିଲୋମିଟର ଦୂର ମୟୂରଝାଲିଆ ହାଇସ୍କୁଲକୁ ଯାଉଥିଲେ। ଏହାକୁ ଦୃଷ୍ଟିରେ ରଖି ପଞ୍ଚାୟତବାସୀ ୨୦୦୪ରେ ୫ଏକର ଜମି ବିଦ୍ୟାଳୟ ନାମରେ କରି ଚାନ୍ଦା ଆଦାୟ କରି ୨୫ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରି ବାଙ୍କନିଧି ବିଦ୍ୟାପୀଠ ପ୍ରତିଷ୍ଠା କରିଥିଲେ। ୮ମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ଏହି ହାଇସ୍କୁଲରେ ୮ଜଣ ଶିକ୍ଷକ, ୩ଜଣ ପିଅନ, ଜଣେ କିରାଣି ଓ ୧୫୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅଧ୍ୟୟନ କରନ୍ତି। ଗତ ୭ବର୍ଷ ହେବ ପ୍ରତ୍ୟେକ ବର୍ଷ ମାଟ୍ରିକ ପରୀକ୍ଷାରେ ଏହି ବିଦ୍ୟାଳୟ ଶତକଡା ଶହେ ଭାଗ ଛାତ୍ରୀଛାତ୍ର ପାସ୍‌ କରିଆସୁଛନ୍ତି। ଏହି ବିଦ୍ୟାଳୟକୁ ଓସ୍ତପଡା, କୃଷ୍ଣଚନ୍ଦ୍ରପୁର, ଅରିସଲ ଗ୍ରାମର ପିଲାମାନେ ପଢିବାକୁ ଆସନ୍ତି। ଅଧିକାଂଶ ଛାତ୍ରୀଛାତ୍ର ଗରିବ ପରିବାରର ହୋଇଥିଲେ ମଧ୍ୟ ସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚତ୍ତ ହେଉଛନ୍ତି। ଦୀର୍ଘ ୧୫ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ଶିକ୍ଷକ ଓ କର୍ମଚାରୀମାନେ ବିନା ବେତନରେ ଛାତ୍ରୀଛାତ୍ରଙ୍କୁ ପାଠ ପଢାଇବା ସହିତ ବିଦ୍ୟାଳୟର ସମସ୍ତ କାର୍ଯ୍ୟ ସମ୍ପାଦନା କରିଆସୁଛନ୍ତି। ରାଜ୍ୟ ସରକାର ୨୦୧୩ରେ ବିଭିନ୍ନ ବେସରକାରୀ ବିଦ୍ୟାଳୟକୁ ଗ୍ରାଣ୍ଟ-ଇନ୍‌-ଏଡ୍‌ ପ୍ରଦାନ କରିଥିଲା ବେଳେ ଏହି ୩ ହାଇସ୍କୁଲକୁ ଏଥିରୁ ବାଦ୍‌ ରଖିଥିଲେ । ଫଳରେ ବିଦ୍ୟାଳୟରେ ପଢୁଥିବା ଛାତ୍ରୀଛାତ୍ର ଓ ଶିକ୍ଷକଙ୍କ ଭବିଷ୍ୟତ ଅନ୍ଧକାର ଭିତରେ ଗତି କରୁଛି। ଏ ସମ୍ପର୍କରେ ନୟାଗଡ଼ ଜିଲା ଶିକ୍ଷା ଅଧିକାରୀ ଶିବ ଶଙ୍କର ପ୍ରଧାନଙ୍କୁ ପଚାରିବାରୁ ସେ କହିଥିଲେ, ଏହି ବିଦ୍ୟାଳୟର ସମସ୍ତ କାଗଜପତ୍ର ଓ ଛାତ୍ର ଉପସ୍ଥାପନ ଠିକ୍‌ ଥିବାବେଳେ କ’ଣ ପାଇଁ ଅନୁଦାନ ପ୍ରଦାନ କରାଯାଉନାହିଁ ସେକଥା ସରକାର କହିପାରିବେ । ସ୍ଥାନୀୟ ବିଧାୟକ ସତ୍ୟନାରାୟଣ ପ୍ରଧାନ କୁହନ୍ତି, ଏ ବିଷୟରେ ବିଧାନସଭାରେ ଗତ ୧୭ ତାରିଖରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଥିଲି, ସେ କହିଥିଲେ ବ୍ୟବସ୍ଥା ଅନୁଯାୟୀ ଯୋଗ୍ୟ ବିବେଚିତ ହୋଇ ନ ଥିବାରୁ ଏହି ବିଦ୍ୟାଳୟଗୁଡିକ ଅନୁଦାନ ପରିସରଭୁକ୍ତ ହୋଇନାହିଁ । ବିଦ୍ୟାଳୟ କମିଟି ସଭ୍ୟ ଭରତ ସାହୁ କୁହନ୍ତି, ଦୀର୍ଘ ୧୫ବର୍ଷ ହେବ ବହୁ କଷ୍ଟକରି ପଞ୍ଚାୟତବାସୀ ଏହି ବିଦ୍ୟାଳୟକୁ ଠିଆ କରିଛୁ। ବିଦ୍ୟାଳୟର ସମସ୍ତ କାଗଜପତ୍ର, ଜମି, କୋଠାଘର, ଖେଳ ପଡିଆ ସହିତ ଶିକ୍ଷକ ଓ କର୍ମଚାରୀ ଠିକ୍‌ ଥିଲା ବେଳେ ସରକାର ଅନୁଦାନ ପ୍ରଦାନ ନ କରିବା ପରିତାପର ବିଷୟ । ବିଦ୍ୟାଳୟର ଶିକ୍ଷକ ରବୀନ୍ଦ୍ର କୁମାର ହୋତା କୁହନ୍ତି, ବିନା ଦରମାରେ ଦୀର୍ଘ ୧୫ ବର୍ଷରୁ ଊର୍ଦ୍ଧ୍ୱ ହେବ ପାଠ ପଢାଇଆସୁଛୁ। ଅନୁଦାନ ମିଳୁ ନ ଥିବାରୁ ବହୁ କଷ୍ଟରେ ପରିବାର ପ୍ରତିପୋଷଣ କରୁଛୁ ।


Enter your email to get our daily news in your inbox.

All Right Reserved By Dharitri.Com

ଅଣଚାଷୀଙ୍କୁ ପ୍ରାଧାନ୍ୟ ଦେଉଛି କୃଷି ବିଭାଗ

ନୟାଗଡ଼,୨୦।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ସଦର ବ୍ଲକର ବାଲୁଗଁା ପଞ୍ଚାୟତ ଅଞ୍ଚଳରେ ଚାଷୀ ଓ ଚାଷକୁ କୃଷି ବିଭାଗ ଅଣଦେଖା କରୁଥିବା ଅଭିଯୋଗ ହୋଇଆସୁଛି। ଚାଷୀ ଓ...

ପ୍ରାର୍ଥୀ ଚୟନରେ ବିଳମ୍ବ, ଫାଇଦା ଉଠାଉଛି ଭାଜପା

ନୟାଗଡ଼/ଭାପୁର,୧୮।୪(ଲୋକନାଥ ମିଶ୍ର/ଭରତ କୁମାର ବେହେରା)ନୟାଗଡ଼ ଜିଲାର ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ମତା ଜୋର ଧରିନି। ଏଠାରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଦେଉ ନ ଥିବାରୁ...

ଅଧାପନ୍ତରିଆ ଭାବେ ପଡ଼ିଛି ପ୍ରାଣୀ ଚିକିତ୍ସାଳୟ କାମ

ନୂଆଗାଁ,୧୮।୪(ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ନିକଟରେ ଚାଲିଥିବା ପ୍ରାଣୀ ଚିକିତ୍ସାଳୟ ନୂତନ ଗୃହ ନିର୍ମାଣ ଦୀର୍ଘ ମାସ ହେଲା ଅଧପନ୍ତରିଆ ଭାବେ ପଡି ରହିଛି।...

ଜିତିବା ପାଇଁ ଭାଜପା ନେତାଙ୍କ ଶରଣ ପଶିଲେ ବିଜେଡି ବିଧାୟକ

ନୟାଗଡ଼/ରଣପୁର,୧୬।୪(ଲୋକନାଥ ମିଶ୍ର/ସୁକାନ୍ତ କିଶୋର ଡାକୁଆ):ନିର୍ବାଚନ ସମୟରେ ସାଧାରଣତଃ ଦେଖାଯାଇଥାଏ ପ୍ରାର୍ଥୀମାନେ ବିରୋଧୀ ଦଳର କର୍ମୀ ଓ ନେତାଙ୍କ ସମର୍ଥନ ପାଇବା ପାଇଁ ନିବେଦନ କରିଥାନ୍ତି। ଏହା...

ଡିଏଚ୍‌ଏଚ୍‌ରେ ଜ୍ୱର ପରୀକ୍ଷଣ ପାଇଁ ଥର୍ମୋମିଟର ନାହିଁ

ନୟାଗଡ଼,୧୫।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ରେ ଜ୍ୱର ମାପିବା ଯନ୍ତ୍ର ଥର୍ମୋମିଟର ନାହିଁ। ଏଥିପାଇଁ କୌଣସି ଜ୍ୱରରେ ପୀଡ଼ିତ ରୋଗୀ ଆସିଲେ ତାଙ୍କୁ...

ରକ୍ତ ଭଣ୍ଡାର ସମ୍ମୁଖରେ ପଡ଼ିଛି ରକ୍ତ ପ୍ୟାକେଟ୍‌

ନୟାଗଡ଼,୧୪।୪(ଲୋକନାଥ ମିଶ୍ର)ନୟାଗଡ ଜିଲା ମୁଖ୍ୟ ଚିକିତ୍ସାଳୟର ରକ୍ତଭଣ୍ଡାର ସମ୍ମୁଖ ରକ୍ତ ଭଣ୍ଡାର ପାଖରେ ରକ୍ତ ପ୍ୟାକେଟ ଫୋପଡା ଯାଇଥିବା ଦେଖିବାକୁ ମିଳିଥିଲା। ଶୁକ୍ରବାର ବିଳମ୍ବିତ ରାତିରୁ...

ବିଏସ୍‌କେୱାଇ ଆମ୍ବୁଲାନ୍ସ ଖତ ଖାଉଛି

ନୟାଗଡ଼,୧୪।୪(ଲୋକନାଥ ମିଶ୍ର)ରେଫର ଗରିବ ରୋଗୀଙ୍କୁ ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌କେୱାଇ)ରେ ନୟାଗଡ଼ ଜିଲାକୁ ଅତ୍ୟାଧୁନିକ ଆମ୍ବୁଲାନ୍ସ ଯୋଗାଇ...

ଛେନାପୋଡ଼କୁ ଜିଆଇ ଟ୍ୟାଗ୍‌ ମାନ୍ୟତା ମିଳିଲା ନାହିଁ

ନୟାଗଡ଼,୧୧।୪(ଲୋକନାଥ ମିଶ୍ର)ସାରା ବିଶ୍ୱରେ ପ୍ରସିଦ୍ଧିଲାଭ କରିଥିବା ଛେନାପୋଡ଼ର ନଁା ଶୁଣିଲେ ମନକୁ ଆସେ ନୟାଗଡ଼ର କଥା । ଜଗନ୍ନାଥଙ୍କ ପାଖରେ ଲାଗି ହୋଇଥାଏ ନୟାଗଡ଼ର ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri