କମ୍‌ ବୃଷ୍ଟିପାତ ନେଇ ଚିନ୍ତାରେ ଚାଷୀ

କେନ୍ଦୁଝର, ୨୭।୭ (ସ୍ବ.ପ୍ର./ ଡି.ଏନ.ଏ.)- କୃଷିପ୍ରଧାନ କେନ୍ଦୁଝର ଜିଲାରେ ସ୍ବଳ୍ପ ବୃଷ୍ଟିପାତ ଖରିଫ ଚାଷ କାର୍ଯ୍ୟରେ ବାଧକ ସାଜିଛି। ଚାଷ ଉପଯୋଗୀ ବର୍ଷା ଅଭାବରୁ ଅନେକ ଅଞ୍ଚଳରେ ଜମି ପଡିଆ ପଡିଛି। ପର୍ଯ୍ୟାପ୍ତ ଜଳସେଚନ ସୁବିଧା ନ ଥିବାରୁ ଜିଲାର ବିଭିନ୍ନ ଅଞ୍ଚଳରେ ଚାଷୀ ବର୍ଷାଜଳ ଉପରେ ନିର୍ଭର କରିଥାନ୍ତି । ଏଥର ବର୍ଷା ହେବା ପରେ ଚାଷୀମାନେ କେତେକ ଅଞ୍ଚଳରେ ତଳି ପକାଇବା ସହ ରୁଆ କାମ କରିଥିଲେ । ପରବର୍ତ୍ତୀ ଅବସ୍ଥାରେ ବର୍ଷା ନ ହେବାରୁ ଚାଷ କାମ ଆଗେଇ ପାରିନାହିଁ। ସରକାରୀ ତଥ୍ୟ ଅନୁଯାୟୀ ଜୁନରେ ଜିଲାରେ ୨୪୧.୪ ମି.ମି. ବର୍ଷା ହେବା ସ୍ଥାନରେ ୧୪୩.୨୨ ମିମି ବର୍ଷା ହୋଇଛି। ସେହିପରି ଚଳିତ ମାସ ୨୫ ତାରିଖ ସୁଦ୍ଧା ୩୧୮ମି.ମି. ବର୍ଷା ହେବାକୁ ଥିବା ବେଳେ ମାତ୍ର ୧୭୫.୪୬ ମି.ମି. ବର୍ଷା ହୋଇଛି ା ଏଭଳି ଅବସ୍ଥାରେ ସମ୍ଭାବ୍ୟ ମରୁଡି ପରିସ୍ଥିତିର ମୁକାବିଲା ଲାଗି ପ୍ରଶାସନ କୌଣସି ପଦକ୍ଷେପ ନେଇ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଜଳସେଚନ ସୁବିଧା ଲାଗି ବନ୍ଧ, କେନାଲ ନିର୍ମାଣ, ମରାମତି ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ କେନାଲ ଥିବା ଅଞ୍ଚଳର ତଳମୁଣ୍ଡରେ ପାଣି ପହଞ୍ଚୁ ନ ଥିବା ଅଭିଯୋଗ ହେଉଛି। କୃଷି ବିଭାଗ ପକ୍ଷରୁ ଫସଲ କ୍ଷୟକ୍ଷତି ସମ୍ପର୍କରେ ଠିକ ତଥ୍ୟ ଦିଆଯାଉ ନ ଥିବାରୁ ଚାଷୀମାନେ କୌଣସି ସହାୟତା ପାଇ ପାରୁ ନ ଥିବା ନବନିର୍ମାଣ କୃଷକ ସଂଗଠନର ଆବାହକ ଲକ୍ଷ୍ମୀଧର ପ୍ରଧାନ ଅଭିଯୋଗ କରିଛନ୍ତି।
ଗୋଟିଏ ଦିଗରେ ବର୍ଷାଭାବ ଓ ଅନ୍ୟ ଦିଗରେ ଜଙ୍ଗଲ ତଳି ଇଲାକାରେ ହାତୀ ଉପଦ୍ରବ ଚାଷୀଙ୍କୁ ଅଥୟ କରିଛି। ଜିଲାର ଚମ୍ପୁଆ,ବାଂଶପାଳ,ହରିଚନ୍ଦନପୁର,ସଦର, ଘଟଗଁା, ତେଲକୋଇ ଓ ପାଟଣାଅଞ୍ଚଳରେ ହାତୀ ଉପଦ୍ରବ ଚରମସୀମାରେ ପହଞ୍ଚିଛି। ଚାଷମାନେ ଜମିରେ ପକାଇଥିବା ଧାନତଳିକୁ ହାତୀପଲ ମାଡିମକଚି ନଷ୍ଟ କରୁଥିବା ଚାଷୀଙ୍କ ଦୁଃଖକୁ ଦ୍ୱିଗୁଣିତ କରିଛି।
ମରୁଡି ଅଞ୍ଚଳ ଘୋଷଣା ଲାଗି ଦାବିପତ୍ର
ସ୍ବଳ୍ପ ବୃଷ୍ଟି ହେତୁ କେନ୍ଦୁଝର ଜିଲାକୁ ମରୁଡି ଅଞ୍ଚଳ ଘୋଷଣା କରାଯାଉ ବୋଲି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲାରେ ହାତୀ ଉପଦ୍ରବ ବୃଦ୍ଧି ପାଉଥିବାରୁ ଏହାର ପ୍ରତିକାର କରିବା ଏବଂ ଖଣିଖାଦାନରେ ଚାଷୀ ପରିବାରର ଲୋକଙ୍କୁ ନିଯୁକ୍ତି ସୁଯୋଗ ଦେବା ପାଇଁ ଏଥିରେ ଦାବି କରାଯାଇଛି। ସଂଗଠନର ଜିଲା ସଂଯୋଜକ ଲକ୍ଷ୍ମୀଧର ପ୍ରଧାନଙ୍କ ନେତୃତ୍ୱରେ ଇନ୍ଦ୍ରମଣି ବିଶ୍ୱାଳ,ଶ୍ୟାମସୁନ୍ଦର ମହାନ୍ତ,ସଂଗ୍ରାମ କିଶୋର ପ୍ରମୁଖ ଶୁକ୍ରବାର ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୌଚ ହେବାକୁ ଯାଇଥିଲେ ଗୋବର୍ଦ୍ଧନ, ଅତର୍କିତ ଆକ୍ରମଣ କଲା ଭାଲୁ, ଆଉ ତା’ ପରେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପୋଇପାଣି ଗ୍ରାମ ନିକଟରେ ବୁଧବାର ଭୋର୍‌ରୁ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆହତ…

ଗୁଳି କରି ବ୍ୟବସାୟୀଙ୍କୁ ହତ୍ୟା; ଟଙ୍କା ବ୍ୟାଗ୍‌ ଲୁଟିନେଲେ ଦୁର୍ବୃତ୍ତ, ଅଞ୍ଚଳରେ ଚାଞ୍ଚଲ୍ୟ

ପାଟଣା,୨୯।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା କେନ୍ଦେଇପୋଷି-ପାଟଣା ରାସ୍ତାର ଭୀମାପଡ଼ା ଜଙ୍ଗଲ ନିକଟରେ ସୋମବାର ବିଳମ୍ବିତ ରାତିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ରାତି ୧୦ଟା…

କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲା: ବିଦ୍ୟୁତ୍‌ ବିଭାଗର ୩ ଯନ୍ତ୍ରୀ କଲେ ଆତ୍ମସମର୍ପଣ

କେନ୍ଦୁଝର,୨୮।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲାରେ ୩ଜଣ ଯନ୍ତ୍ରୀ ଆତ୍ମସମର୍ପଣ କରିଛନ୍ତି। ସୋମବାର କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ବିଦ୍ୟୁତ୍‌…

ବନ୍ଧକ ସୁନା ମାଗିବାରୁ ମରଣାନ୍ତକ ଆକ୍ରମଣ, ୩ ମାସ ପରେ ତାମିଲନାଡୁରୁ ଅଭିଯୁକ୍ତ ଗିରଫ

କେନ୍ଦୁଝର/ହାଟଡିହୀ/ଛେନାପଦୀ,୨୭।୯(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ନୂଆରମ୍ପାସ ଗ୍ରାମରେ ଗତ ଜୁନ ୨୩ ମଙ୍ଗଳବାର ବନ୍ଧକ ସୁନା ଫେରସ୍ତ ମାଗି ମରଣାନ୍ତକ…

ଭୀମକୁଣ୍ଡ ପର୍ଯ୍ୟଟନ କେନ୍ଦ୍ରରେ ଏକାଠି ହେଲେ ୧୩ ବ୍ଲକର ସରପଞ୍ଚ, ୪ ବର୍ଷର ବିକାଶ…

ପାଟଣା,୨୭।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସରପଞ୍ଚ ମହାସଂଘର ରବିବାର ପାଟଣା ବ୍ଲକ୍ ଡୁମୁରିଆ ପଂଚାୟତ ଘାଟ ବାଲି ଯୋଡ଼ି ସ୍ଥିତ ଭୀମ କୁଣ୍ଡ ପର୍ଯ୍ୟଟନ କେନ୍ଦ୍ରରେ…

ସୋସୋରେ ଫୁଟିଲା ଗୁଳି, ବ୍ୟବସାୟୀଙ୍କଠାରୁ ଲୁଟ୍‌

ହାଟଡିହୀ, ୨୭।୯ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ସୋସୋ ଥାନା ଅଞ୍ଚଳରେ ଗୁଳି ଫୁଟାଇ ଜଣେ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତମାନେ ଗତ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?