ଏଟିଏମ୍ରୁ ବାହାରୁଛି ଚିରାଫଟା ନୋଟ୍
ରଣପୁର/ଟାଙ୍ଗୀ(ଖୋର୍ଦ୍ଧା)୧୫ା୭(ସ୍ବ.ପ୍ର./ଡି.ଏନ୍.ଏ.)-ରିଜର୍ଭ ବ୍ୟାଙ୍କ ଏଣିକି ଚିରାଫଟା, କଲମରେ ଲେଖା ଯାଇଥିବା, ଜରିପଡିଥିବା ନୋଟ୍କୁ ବ୍ୟବହାର ଅନୁପଯୋଗୀ ବୋଲି ଘୋଷଣା କରୁଥିବାବେଳେ ଏଟିଏମ୍ରୁ ଏଭଳି ଟଙ୍କା ବାହାରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ନୟାଗଡ଼ ଜିଲା ଚାନ୍ଦପୁର ଅଞ୍ଚଳରେ ରବିବାର ଏପରି ଏକ ଘଟଣା ଦେଖିବାକୁ…
ବଜ୍ରପାତ ନେଲା ଦୁଇ ଯୁବକଙ୍କ ଜୀବନ, ୩ ଗୁରୁତର
ଟାଙ୍ଗୀ(ଖୋର୍ଦ୍ଧା),୧୫ା୭(ଡି.ଏନ୍.ଏ.): ଟାଙ୍ଗୀ ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ବଜ୍ରପାତ ଦୁଇ ଯୁବକଙ୍କ ଜୀବନ ନେବା ସହ ୩ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ଝରିଆ ଗ୍ରାମର ତୁଷାର ପଲେଇ(୧୯) ଓ ଟାଙ୍ଗୀ ଗ୍ରାମର ଚିତ୍ତରଞ୍ଜନ ରାଉତ(୩୮)। ଏଥିରେ ସୁଜିତ ସ୍ବାଇଁ,…
ଗାଁ ଦାଣ୍ଡରେ ଜମି ରହିଛି ବର୍ଜ୍ୟଜଳ : ଅସ୍ବାସ୍ଥ୍ୟକର ପରିବେଶ ଯୋଗୁ ଅସନ୍ତୋଷ, ଡ୍ରେନେଜ୍ ଦାବି
ବୋଲଗଡ଼,୧୫ା୭(ଡି.ଏନ୍.ଏ.): ବୋଲଗଡ଼ ବ୍ଲକ ଅସରଳା ଗ୍ରାମଦାଣ୍ଡରେ ବର୍ଜ୍ୟଜଳ ନିଷ୍କାସିତ ନ ହୋଇ ଗାଁ ଦାଣ୍ଡରେ ଜମି ରହିଥିବାରୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। ଉପଯୁକ୍ତ ଡ୍ରେନେଜ୍ ବ୍ୟବସ୍ଥା ନ ଥିବାରୁ ଗ୍ରାମର ୨ଟି ସ୍ଥାନରେ ବର୍ଷସାରା ଏଭଳି ଅବସ୍ଥା ଲାଗି ରହୁଥିବା…
ଶ୍ୱଶୁର ଘରେ ଜ୍ୱାଇଁଙ୍କ ମୃତ୍ୟୁ
ପାଟଣା,୧୪।୭(ସ୍ବ.ପ୍ର.)-କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ହୀରାପଶି ଗ୍ରାମରେ ଜଣେ ୪୩ ବର୍ଷୀୟ ବିବାହିତ ବ୍ୟକ୍ତିଙ୍କ ଶ୍ୱଶୁର ଘରେ ଶନିବାର ଅପରାହ୍ନରେ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ସଦର ଥାନା ସିଲିସୁଆଁ ଗ୍ରାମର ମାଛୁଆ ମାଝୀଙ୍କ ପୁଅ ନାଥୁରାମ। ସୂଚନା ଅନୁଯାୟୀ…
ଛାତ୍ରୀଛାତ୍ରଙ୍କ ଅଭିନବ ପ୍ରୟାସ:କାଦୁଅ ରାସ୍ତାରେ ଧାନ ତଳି ରୋଇ ଜଣାଇଲେ ପ୍ରତିବାଦ
ମାଲକାନଗିରି,୧୪ା୭(ଡି.ଏନ.ଏ./ସ୍ବ.ପ୍ର.)-ସତୀଗୁଡା କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନରେ ଥିବା ୫ କିଲୋମିଟର ରାସ୍ତା ବିଭାଗ ମରାମତି ନ କରିବାରୁ ଗ୍ରାମବାସୀମାନେ ରାସ୍ତା ଉପରେ ଧାନ ତଳି ରୋଇ ଏହାର ପ୍ରତିବାଦରେ ଜଣାଇଥିଲେ। ପରେ ପ୍ରଶାସନ ଏ ଦିଗରେ ପଦକ୍ଷେପ ନେଇଥିଲା। ପ୍ରଶାସନିକ ଅଧିକାରୀମାନେ…
ସୀମାନ୍ତରେ ଗୁଳି ବିନିମୟ:୨ ମାଓବାଦୀ ନିହତ, ଜଣେ ଗିରଫ
ମାଲକାନଗିରି,୧୪ା୭ (ଡି.ଏନ.ଏ.)- ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡର ଦାନ୍ତଓ୍ବୋଡା ଜିଲାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ରବିବାର ଗୁଳି ବିନିମୟ ହୋଇଛି। ଏଥିରେ ୨ଜଣ ମାଓବାଦୀ ନିହତ ହୋଇଛନ୍ତି। ଜଣକୁ ଗିରଫ କରାଯାଇଛି। ଖବରରୁ ଜଣାପଡିଛି ଦାନ୍ତଓ୍ବୋଡା ଜିଲାରେ ମୁତୟନ ହୋଇଥିବା ପୋଲିସ ପକ୍ଷରୁ…
ଝିଙ୍କ ଶିକାରକୁ ଯାଇ ଜଣେ ମୃତ, ଜଣେ ଗୁରୁତର:ଖବରକୁ ଅସ୍ବୀକାର କଲେ ଗ୍ରାମବାସୀ
ମାଲକାନଗିରି,୧୪ା୭(ଡି.ଏନ.ଏ./ସ୍ବ.ପ୍ର.)- ମାଲକାନଗିରିର ଜିଲା ସଦର ବ୍ଲକ ଅନ୍ତର୍ଗତ ଝରାପାଲି ଗ୍ରାମର ୫ଜଣ ବ୍ୟକ୍ତି ଶନିବାର ନିକଟସ୍ଥ ଜଙ୍ଗଲର ଏକ ଗୁମ୍ଫାକୁ ଝିଙ୍କ ଶିକାର କରିବାକୁ ଯାଇ ଅଘଟଣର ସମ୍ମୁଖୀନ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଶ୍ୱାସରୁଦ୍ଧ ହୋଇ ଜଣକର ମୃତ୍ୟୁ ହୋଇଥିବା ବେଳେ…
ବିଦ୍ୟୁତ୍ ତାର ଛିଣ୍ଡି ୧ ମଇଁଷି, ୨ ପୋଢ ମୃତ
ଛେଣ୍ଡିପଦା,୧୪।୭(ସ୍ବ.ପ୍ର)-ନିଶା ଶିଳ୍ପାଞ୍ଚଳ ଥାନା ପିତାବଳି ଛକ ନିକଟରେ ୧୧ କେଭି ବିଦ୍ୟୁତ୍ ତାର ଛିଣ୍ଡି ରବିବାର ଗୋଟିଏ ମଇଁଷି ଓ ୨ଟି ପୋଢ଼ର ମୃତ୍ୟୁ ଘଟିଛି। ଘଟଣାରୁ ଜଣାପଡ଼ିଛି, ପରଙ୍ଗ ଗ୍ରାମର ମଧୁସୂଦନ ପାତ୍ରଙ୍କ ପୋଢ଼ ଓ ମଇଁଷି ରବିବାର ପିତାବଳି…
ବିଧବା ମହିଳାଙ୍କୁ ଆକ୍ରମଣ, ୩ ଗିରଫ
ବଇଣ୍ଡା,୧୪।୭(ଡି.ଏନ.ଏ.)-ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ଅମାସମା ଗ୍ରାମର ବିଧବା ମହିଳା ହୀରା ପ୍ରଧାନଙ୍କୁ ସେହି ଗ୍ରାମର ରବି ପ୍ରଧାନ, ଶ୍ରୀରାମ ପ୍ରଧାନ, ଭାଗୀରଥି ପ୍ରଧାନ ଠେଙ୍ଗାରେ ଆକ୍ରମଣ କରିଥିବା ରବିବାର ଥାନାରେ ଅଭିଯୋଗ ହୋଇଛି। ପୋଲିସ ଏ ନେଇ ନଂ. ୬୪/୧୯ରେ…
ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ: ଜଣେ କୋର୍ଟ ଚାଲାଣ
ବିଞ୍ଝାରପୁର,୧୪ା୭(ଡି.ଏନ.ଏ.)- ବିଞ୍ଝାରପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବିବାହ ପ୍ରଲୋଭନ ଦେଖାଇ ଅପହରଣ କରିନେଇ ବଳାତ୍କାର କରିଥିବା ଅଭିଯୋଗରେ ରବିବାର ପୋଲିସ ଜଣଙ୍କୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ ବିଞ୍ଝାରପୁର ଥାନା ଅନ୍ତର୍ଗତ ଢିହକୁଳ ଗ୍ରାମର ମାଇଁଆ ମଲ୍ଲିକ। ପ୍ରକାଶ…
ସୋସିଆଲ ମିଡିଆରେ ନାବାଳିକାଙ୍କୁ ପ୍ରେମ ନିବେଦନ:ଯୁବକଙ୍କୁ ପୋଲିସ ଜିମାଦେଲେ ଗ୍ରାମବାସୀ
ବିଞ୍ଝାରପୁର,୧୪ା୭(ଡି.ଏନ.ଏ.)- ବିଞ୍ଝାରପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଯାଜପୁର ଅଞ୍ଚଳର ଜଣେ ଯୁବକ ସୋସିଆଲ ମିଡିଆରେ ପ୍ରେମ ନିବେଦନ କରି ହଟହଟା ହୋଇଛନ୍ତି। ଖବର ମୁତାବକ ଯୁବକ ଜଣକ ନାବାଳିକାଙ୍କୁ ଦେଖା କରିବାକୁ ଶନିବାର ତାଙ୍କ ଘରେ ମଧ୍ୟ ପହଞ୍ଚିଯାଇଥିଲେ। ଘରେ…
ଏଟିଏମ୍ରେ ତାଲା ଯୋଗୁ ଗ୍ରାହକ ହନ୍ତସନ୍ତ
କୃଷ୍ଣପ୍ରସାଦ,୧୪ା୭(ଡି.ଏନ୍.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ବଜ୍ରକୋଟ ଷ୍ଟେଟବ୍ୟାଙ୍କ ଏଟିଏମ୍ କେନ୍ଦ୍ରଟିକୁ ଗତ ଜୁନ୍ ୧୩ ତାରିଖରେ କେହି ଦୁବୃର୍ତ୍ତ ଟଙ୍କା ଲୁଟ୍ ନିମନ୍ତେ ଭାଙ୍ଗି ଦେଇଥିଲେ। ଏହା ପରଠାର ଏଟିଏମ୍ଟିରେ ତାଲା ପଡ଼ି ରହିଥିବା ଯୋଗୁ ଗ୍ରାହକମାନେ ସେବା ପାଇବାରୁ ବଞ୍ଚତ୍ତ…

