ପେଣ୍ଠକଟାର ସ୍ବଚ୍ଛତା ଉପରେ ଜିଲାପାଳଙ୍କ ଗୁରୁତ୍ୱ

ପୁରୀ ଅଫିସ, ୮ା୮:  ବାତ୍ୟା ଫନୀରେ ପୁରୀ ସହରସ୍ଥ ବସ୍ତିଗୁଡ଼ିକ ମଧ୍ୟରୁ ସମୁଦ୍ର ଉପକୂଳ ପେଣ୍ଠକଟା ବସ୍ତି ଅଧିକ କ୍ଷତିଗ୍ରସ୍ତ ହୋଇଥିଲା। ଏଠାରେ ବ୍ୟାପକ ସଂଖ୍ୟାରେ ଘର ଭାଙ୍ଗିଥିଲା। ତେଣୁ ଏହି ଅଞ୍ଚଳର ସ୍ବଚ୍ଛତା ଓ ପରିମଳ ଉପରେ ଗୁରୁତ୍ୱ ଦେଇଛି ଜିଲା ପ୍ରଶାସନ। ପେଣ୍ଠକଟା ଅଞ୍ଚଳରୁ ଆବର୍ଜନା ହଟାଇବା ସହ ଶୌଚାଳୟ ନିର୍ମାଣ ସଂକ୍ରାନ୍ତରେ ଜିଲାପାଳ ବଲୱନ୍ତ ସିଂ ଗୁରୁବାର ପେଣ୍ଠକଟା ବାସିନ୍ଦାଙ୍କ ସହ ଆଲୋଚନା କରିଛନ୍ତି। ଏ ନେଇ ଟାଉନ ହଲ୍‌ ପରିସରରେ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଶାସନିକ ଅଧିକାରୀ ଏବଂ ପେଣ୍ଠକଟା ବାସିନ୍ଦା ଯୋଗଦେଇଥିଲେ।
ପେଣ୍ଠକଟା ଅଞ୍ଚଳର ପ୍ରତି ଗଳିରୁ ଆବର୍ଜନା ହଟାଇବା ପାଇଁ ପୁରୀ ପୌର ସଂସ୍ଥାକୁ ସହଯୋଗ କରିବା ଲାଗି ବସ୍ତିବାସିନ୍ଦାଙ୍କୁ ଜିଲାପାଳ ପରାମର୍ଶ ଦେଇଛନ୍ତି। ଏଥିପାଇଁ ବସ୍ତିବାସିନ୍ଦାଙ୍କ ମଧ୍ୟରେ ସଚେତନତା ସୃଷ୍ଟି ନିମନ୍ତେ ଜିଲାପାଳ ଗୁରୁତ୍ୱାରୋପ କରିଛନ୍ତି। ପେଣ୍ଠକଟାର ୪ଟି ୱାର୍ଡ ପାଇଁ ଏକ କମିଟି ଗଠନ କରାଯାଇଛି। ଏହି କମିଟିରେ କେ. ରାଜୁ, ଜି. ନାଗେଶ୍ୱର ରାଓ, ଜେ. ଚିନ୍ମୟୀ, ଜି. ଏରମା, ଆପଲା ରାଜୁ, କେ. ବାବୁ ରାଓ, ବି. କୋଦମା, ଚିନ୍ନାମା ଏବଂ ବାବୁଲା ପ୍ରସାଦ ପ୍ରମୁଖ ସଦସ୍ୟ ଅଛନ୍ତି। ଏହି କମିଟି ଆବଶ୍ୟକ ବେଳେ ପୁରୀ ପୌରସଂସ୍ଥାର ନିର୍ବାହୀ ଅଧିକାରୀ କିମ୍ବା ଜିଲାପାଳଙ୍କ ସହ ଆଲୋଚନା କରିବ। କମିଟିର ସଭ୍ୟମାନେ ପ୍ରତ୍ୟେକ ଗଳିରେ ବାସିନ୍ଦାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବେ। ପ୍ରଥମ ୧ ମାସ ପର୍ଯ୍ୟନ୍ତ ପ୍ରତ୍ୟେକ ଘରୁ ଆବର୍ଜନା ସଂଗ୍ରହ ପାଇଁ ପୌରସଂସ୍ଥା ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତା ୧୫ଦିନ ମଧ୍ୟରେ ଆବର୍ଜନା ସଂଗ୍ରହ ଦିଗରେ ବଡ଼ଧରଣର ପରିବର୍ତ୍ତନ ଅଣାଯିବ। ଏପରି କି ପେଣ୍ଠକଟା ଅଞ୍ଚଳରେ ଥିବା ପ୍ରାୟ ୫ହଜାର ବାସଗୃହ ପାଇଁ ଶୌଚାଳୟ ନିର୍ମାଣ ସଂକ୍ରାନ୍ତରେ ତଥ୍ୟ ସଂଗ୍ରହ କରାଯିବ। ୭ଦିନ ମଧ୍ୟରେ ଏହି ରିପୋର୍ଟ ଦିଆଯିବ। ଆସନ୍ତା ଗାନ୍ଧୀ ଜୟନ୍ତୀ ସୁଦ୍ଧା ଶୌଚାଳୟ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ ବୋଲି ଜିଲାପାଳ କହିଛନ୍ତି। ଏତଦ୍‌ବ୍ୟତୀତ ବେଳାଭୂମି ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ସହଯୋଗ କରିବାକୁ ପେଣ୍ଠକଟାବାସୀ ପ୍ରତିଶ୍ରୁତି ଦେଇଛନ୍ତି। ପ୍ଲାଷ୍ଟିକ କିମ୍ବା ପଲିଥିନ ସାମଗ୍ରୀ ପରିବର୍ତ୍ତେ ପରିବେଶ ଉପଯୋଗୀ ସାମଗ୍ରୀ ବ୍ୟବହାର କରିବାକୁ ଜିଲାପାଳ ପରାମର୍ଶ ଦେଇଛନ୍ତି। ଏହି ବୈଠକରେ ପୁରୀ ପୌରସଂସ୍ଥାର ନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ, ଡେପୁଟି କଲେକ୍ଟର ପ୍ରଶାନ୍ତ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ସମୁଦ୍ର କଡ଼ରେ ଅବସ୍ଥିତ ପେଣ୍ଠକଟା ଅଞ୍ଚଳକୁ ପରିଷ୍କାର ରଖିବା ଲାଗି ପେଣ୍ଠକଟା ବେଳାଭୂମିକୁ ସଫେଇ କରାଯାଉଛି। ଗୁରୁବାର ପୁରୀ ପୌରସଂସ୍ଥା, ଜାଗୃତି ଏବଂ ପେଣ୍ଠକଟା ଅଞ୍ଚଳବାସୀଙ୍କ ପକ୍ଷରୁ ବେଳାଭୂମି ସଫେଇ କରାଯାଇଥିଲା। ବୁଧବାର ସ୍ବେଚ୍ଛାସେବୀ ସଙ୍ଗଠନ ‘ହୋପ୍‌ ଇଜ୍‌ ଲାଇଫ୍‌’ ପକ୍ଷରୁ ବେଳାଭୂମି ସଫେଇ କରାଯାଇଥିଲା। ଏଣିକି ବେଳାଭୂମିରେ କୌଣସି ପ୍ରକାର ଆବର୍ଜନା ନ ପକାଇବାକୁ ଅଞ୍ଚଳବାସୀଙ୍କୁ ସଚେତନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ: ଅତ୍ୟାବଶ୍ୟକ ସାମଗ୍ରୀ ସଙ୍କଟ ଆଶଙ୍କା

ଦାରିଙ୍ଗବାଡ଼ି, ୨୯।୧୦ (ଅରୁଣ ସାହୁ): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଛି। ଅନ୍ୟପଟେ, କନ୍ଧମାଳ ଓ ଗଞ୍ଜାମ ଜିଲାକୁ ସଂଯୋଗ…

ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ: ଗାଁରେ ପଶିଲା ମହେନ୍ଦ୍ରତନୟାର ପାଣି, ଆତଙ୍କିତ ଲୋକେ

ପାରଳାଖେମୁଣ୍ଡି,୨୯।୧୦(ଗିରିଧାରୀ ପରିଛା): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଗଜପତି ଜିଲାରେ ବର୍ଷାର ପ୍ରକୋପ ଥମିବାର ନାଁ ନେଉନାହିଁ । ଆନ୍ଧ୍ରପ୍ରଦେଶରେ ବାତ୍ୟା ସ୍ଥଳଭାଗ ଛୁଇଁବାର ୩୬ ଘଣ୍ଟାରୁ ଊର୍ଦ୍ଧ୍ୱ…

ନଭେମ୍ବରରୁ ଦୁର୍ଲଭ ଗଜକେଶରୀ ଯୋଗ: ସିଂହ ସମେତ ୪ ରାଶିଙ୍କର ଲାଗିବ ଲଟେରୀ, ବଢିବ ଧନ! ଜାଣନ୍ତୁ ସେହି ଭାଗ୍ୟଶାଳୀ ରାଶି କିଏ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ନଭେମ୍ବର ୨ ତାରିଖ ସକାଳେ ଚନ୍ଦ୍ରମା କର୍କଟ ରାଶିରୁ ସିଂହ ରାଶିକୁ ପ୍ରବେଶ କରିବେ। ସିଂହ ରାଶିରେ ପୂର୍ବରୁ ଗୁରୁ ବୃହସ୍ପତି…

ମାତ୍ର ୨୮ ବର୍ଷ ବୟସରେ କ୍ରିକେଟ୍‌ରୁ ଅବସର ନେଇ ଚକିତ କରିଦେଲେ ଏହି କ୍ରିକେଟର୍‌

ଡବଲିନ,୨୯।୧୦: ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରି ସମସ୍ତଙ୍କୁ ଚକିତ କରିଛନ୍ତି ଆୟରଲାଣ୍ଡର ଲେଗ ସ୍ପିନର ବେନ ହ୍ବାଇଟ। ମାତ୍ର ୨୮ ବର୍ଷ ବୟସରେ ସେ ନିଜର…

ମାତ୍ର ୧୫ ବର୍ଷରେ ଇତିହାସ ରଚିଲେ ଉମା, WPLର ସବୁଠୁ କମ୍‌ ବୟସ୍କ ଖେଳାଳି ଭାବେ…

ନୂଆଦିଲ୍ଲୀ, ୨୯।୧୦: ଉମା କାଶଭୀ ମହିଳା ପ୍ରିମିୟର ଲିଗ (WPL) ନିଲାମ ଇତିହାସରେ ବିକ୍ରି ହୋଇଥିବା ସବୁଠୁ କମ ବୟସ୍କ ଖେଳାଳି ହୋଇଛନ୍ତି। ତାଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ…

ମିଳିଲା ବଡ଼ ସଫଳତା, ପ୍ଲୁଟୋ ପଛରେ ଲୁଚି ରହିଛି ଆଉ ଏକ ବିଶାଳକାୟ ବାମନ ଗ୍ରହ

ନୂଆଦିଲ୍ଲୀ,୨୯।୧୦: ମହାକାଶ ବିଜ୍ଞାନୀମାନେ ପ୍ଲୁଟୋ ପଛରେ ଲୁଚି ରହିଥିବା ଏକ ବିଶାଳକାୟ ନୂତନ ବାମନ ଗ୍ରହର ସନ୍ଧାନ ପାଇଛନ୍ତି । ଚିଲିରେ ଅବସ୍ଥିତ ବିଶ୍ୱର ସବୁଠାରୁ ବଡ଼…

ନ୍ୟୁଜିଲାଣ୍ଡକୁ ଜୋରଦାର ଝଟ୍‌କା: ଭାରତ ବିପକ୍ଷ ସିରିଜ୍‌ ମଝିରେ ଘଟିଲା…

ଓ୍ବେଲିଂଟନ,୨୯।୧୦:ଭାରତ ବିପକ୍ଷ ଟି-୨୦ ସିରିଜ୍‌ରେ ଆହତ ସମସ୍ୟା ନ୍ୟୁଜିଲାଣ୍ଡ ଦଳର ଚିନ୍ତା ବଢ଼ାଇଛି। ପୂର୍ବରୁ ଆହତ ସମସ୍ୟାରେ ଗତି କରୁଥିବା କିୱି ଦଳକୁ ଆଉ ଏକ ଝଟକା…

ରୋହିଣୀ ନକ୍ଷତ୍ରରେ ଚନ୍ଦ୍ର: ୪ ରାଶିଙ୍କ ଫିଟିବ ଭାଗ୍ୟ, ଧନବର୍ଷା ସହ ମିଳିବ ଚାକିରିରେ ପଦୋନ୍ନତି

ଆଜି କରୱା ଚୌଥ ଅବସରରେ ବୁଧ ଏବଂ ଶୁକ୍ର ଗ୍ରହ ତୁଳା ରାଶିରେ ରହିବା ଯୋଗୁଁ ଲକ୍ଷ୍ମୀ ନାରାୟଣ ଯୋଗ ସୃଷ୍ଟି ହେଉଛି। ତୁଳା ରାଶିରେ ସୂର୍ଯ୍ୟ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?